‘ମୁଁ ପୋଲିସ, ଯାହା ଇଚ୍ଛା ତାହା କରିବି’

କେନ୍ଦୁଝର/ହାଟଡିହୀ, ୨୦।୨  (ସ୍ବ.ପ୍ର./ଡିି.ଏନ.ଏ.)

‘ମୁଁ ପୋଲିସ, ଯାହା ଇଚ୍ଛା ତାହା କରିବି। ଯେଉଁଠି ଚାହିଁବି ସେଠି ପଶିବି। ପରିବାରର ସମସ୍ତଙ୍କୁ ବାନ୍ଧି ଜେଲ ପଠେଇ ଦେବି। ମୋ ନଁାରେ କମ୍ପ୍ଲେନ୍‌ କଲେ କେସ୍‌ରେ ଠୁଙ୍କି ଦେବି।’ ଏହା ହେଉଛି ହାଟଡିହୀ ବ୍ଲକ ଧରିତ୍ରୀ ଖବରଦାତା ଶୁଭକାନ୍ତ ନାୟକଙ୍କ ପରିବାର ପ୍ରତି କେନ୍ଦୁଝର ଜିଲାର ଜଣେ ପୋଲିସ ଏସ୍‌ଆଇ ବିଶ୍ୱଜିତ ବେହେରାଙ୍କ ଧମକପୂର୍ଣ୍ଣ ଚେତାବନୀ। ଏନେଇ ସମ୍ପୃକ୍ତ ଖବରଦାତା ଶୁଭକାନ୍ତଙ୍କ ବାପା ଧନେଶ୍ୱର ନାୟକ ଏସ୍‌ଆଇ ବେହେରାଙ୍କ ନଁାରେ ନନ୍ଦିପଦା ଥାନାରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅନୁଯାୟୀ, ଶନିବାର ଅପରାହ୍ନ ପ୍ରାୟ ୧.୩୦ ମିନିଟ ସମୟରେ ନିର୍ବାଚନ ଡ୍ୟୁଟିରେ ସାମିଲ ଥିବା ଏସ୍‌ଆଇ ବେହେରା ଏବଂ ଅନ୍ୟ ୫ ପୋଲିସ କର୍ମଚାରୀ ଏକ ଧଳା ସ୍କର୍ପିଓ ଗାଡ଼ିରେ ଆସି ଧନେଶ୍ୱରଙ୍କ ଘର ଭିତରକୁ ପଶି ଯାଇଥିଲେ। କ’ଣ ପାଇଁ ଆସିଛନ୍ତି ବୋଲି ଧନେଶ୍ୱର ପଚାରିବାରୁ ଏସ୍‌ଆଇ ବେହେରା ଏବଂ ପୋଲିସ କର୍ମଚାରୀମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ମୋ ନାମରେ ତୋ ସାମ୍ବାଦିକ ପୁଅ କାହିଁକି କେସ୍‌ କରିଥିଲା। ତାକୁ କହି ଦେବ, ମୁଁ ତାକୁ କେସ୍‌ରେ ଫସାଇ ଦେବି। ତମ ବଂଶ ନିପାତ କରିଦେବି ବୋଲି ଧନେଶ୍ୱର,ତାଙ୍କ ଦୁଇ ପୁଅ ପ୍ରଶାନ୍ତ, ପ୍ରେମାକାନ୍ତ ଏବଂ ସ୍ତ୍ରୀ ଊର୍ମିଳାଙ୍କୁୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ଏହିସବୁ ଘଟଣାକୁ ଧନେଶ୍ୱରଙ୍କ ଦୁଇ ପୁଅ ନିଜ ମୋବାଇଲରେ ରେକର୍ଡିଂ କରିବାକୁ ଚେଷ୍ଟା କରିବା ସମୟରେ ଏସ୍‌ଆଇ ବେହେରା ଏବଂ ଅନ୍ୟ କର୍ମଚାରୀ ଜୋର ଜବଦସ୍ତ ସେମାନଙ୍କଠାରୁ ଫୋନ ଛଡ଼ାଇ ନେଇଥିଲେ। ପରେ ତାଙ୍କ ଘରୁ ଯିବା ବେଳେ ଫୋନ୍‌କୁ ନିକଟରେ ଥିବା କୁଟାଗଦା ଉପରକୁ ଫିଙ୍ଗି ଦେଇ ପଳାଇଥିଲେ।
ଏସ୍‌ଆଇ ବେହେରାଙ୍କ ନଁାରେ ଧନେଶ୍ୱରଙ୍କ ପରିବାର ପକ୍ଷରୁ ପୂର୍ବରୁ ନନ୍ଦିପଦା ଥାନାରେ ଅଭିଯୋଗ କରାଯାଇଥିଲା। ଯାହାକି ଏବେ କୋର୍ଟରେ ବିଚାରାଧୀନ ରହିଛି। ଏହି ଘଟଣାକୁ ନେଇ ସେ ଆକ୍ରୋଶମୂଳକ ଚଢ଼ାଉ କରିଥିବା ଧନେଶ୍ୱର କହିଛନ୍ତି। ଏ ନେଇ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ଘଟଣା ବିଷୟରେ ଜାଣି ନାହିଁ ସ୍ଥାନୀୟ ପୋଲିସକୁ ପଚାରିଲେ ସେ କହିପାରିବେ ବୋଲି କହିଛନ୍ତି। ଏସ୍‌ଆଇ ବେହେରା କହିଛନ୍ତି, ଧନେଶ୍ୱରଙ୍କ ଘରେ ମଦ ଥିବା ଖବରପାଇ ଚଢ଼ାଉ କରିଥିଲୁ, କିନ୍ତୁ କିଛି ମିଳିଲାନି। ନିର୍ବାଚନ ସମୟରେ ମଦ ଓ ଟଙ୍କା କାରବାର ଉପରେ ଚଢ଼ାଉ କରୁଛୁ। ନନ୍ଦିପଦା ଥାନା ଆଇଆଇସି ଗଗନ ବିଶ୍ୱାଳ କହିଛନ୍ତି ଯେ, ମୁଁ ନିର୍ବାଚନ ଡ୍ୟୁଟିରେ ଅଛି। ଏ ବିଷୟରେ ଜାଣି ନାହିଁ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏଭଳି ସାଧାରଣ ଲୋକଙ୍କୁ ମାଡ଼ ଓ ଆକ୍ରମଣ ଘଟଣାରେ ଏସ୍‌ଆଇ ବେହେରା ନିଲମ୍ବିତ ହୋଇଥିଲେ। ଏହା ସତ୍ତ୍ୱେ ତାଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଥାନାରେ ନିୟୋଜିତ କରାଯିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜଣେ ଅଧିକାରୀଙ୍କ ପାଇଁ ପୋଲିସ ବିଭାଗ ବାରମ୍ବାର ବଦନାମ୍‌ ହେଉଥିବାରୁ ବିଭାଗର ଉଚ୍ଚ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି। ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଘଟଣା ସମ୍ପର୍କରେ ଜାଣି ଉଦ୍‌ବେଗ ପ୍ରକାଶ କରିବା ସହ ଏ ନେଇ ସରକାରଙ୍କୁ ଅବଗତ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri