‘ମୁଁ ପୋଲିସ, ଯାହା ଇଚ୍ଛା ତାହା କରିବି’

କେନ୍ଦୁଝର/ହାଟଡିହୀ, ୨୦।୨  (ସ୍ବ.ପ୍ର./ଡିି.ଏନ.ଏ.)

‘ମୁଁ ପୋଲିସ, ଯାହା ଇଚ୍ଛା ତାହା କରିବି। ଯେଉଁଠି ଚାହିଁବି ସେଠି ପଶିବି। ପରିବାରର ସମସ୍ତଙ୍କୁ ବାନ୍ଧି ଜେଲ ପଠେଇ ଦେବି। ମୋ ନଁାରେ କମ୍ପ୍ଲେନ୍‌ କଲେ କେସ୍‌ରେ ଠୁଙ୍କି ଦେବି।’ ଏହା ହେଉଛି ହାଟଡିହୀ ବ୍ଲକ ଧରିତ୍ରୀ ଖବରଦାତା ଶୁଭକାନ୍ତ ନାୟକଙ୍କ ପରିବାର ପ୍ରତି କେନ୍ଦୁଝର ଜିଲାର ଜଣେ ପୋଲିସ ଏସ୍‌ଆଇ ବିଶ୍ୱଜିତ ବେହେରାଙ୍କ ଧମକପୂର୍ଣ୍ଣ ଚେତାବନୀ। ଏନେଇ ସମ୍ପୃକ୍ତ ଖବରଦାତା ଶୁଭକାନ୍ତଙ୍କ ବାପା ଧନେଶ୍ୱର ନାୟକ ଏସ୍‌ଆଇ ବେହେରାଙ୍କ ନଁାରେ ନନ୍ଦିପଦା ଥାନାରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅନୁଯାୟୀ, ଶନିବାର ଅପରାହ୍ନ ପ୍ରାୟ ୧.୩୦ ମିନିଟ ସମୟରେ ନିର୍ବାଚନ ଡ୍ୟୁଟିରେ ସାମିଲ ଥିବା ଏସ୍‌ଆଇ ବେହେରା ଏବଂ ଅନ୍ୟ ୫ ପୋଲିସ କର୍ମଚାରୀ ଏକ ଧଳା ସ୍କର୍ପିଓ ଗାଡ଼ିରେ ଆସି ଧନେଶ୍ୱରଙ୍କ ଘର ଭିତରକୁ ପଶି ଯାଇଥିଲେ। କ’ଣ ପାଇଁ ଆସିଛନ୍ତି ବୋଲି ଧନେଶ୍ୱର ପଚାରିବାରୁ ଏସ୍‌ଆଇ ବେହେରା ଏବଂ ପୋଲିସ କର୍ମଚାରୀମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ମୋ ନାମରେ ତୋ ସାମ୍ବାଦିକ ପୁଅ କାହିଁକି କେସ୍‌ କରିଥିଲା। ତାକୁ କହି ଦେବ, ମୁଁ ତାକୁ କେସ୍‌ରେ ଫସାଇ ଦେବି। ତମ ବଂଶ ନିପାତ କରିଦେବି ବୋଲି ଧନେଶ୍ୱର,ତାଙ୍କ ଦୁଇ ପୁଅ ପ୍ରଶାନ୍ତ, ପ୍ରେମାକାନ୍ତ ଏବଂ ସ୍ତ୍ରୀ ଊର୍ମିଳାଙ୍କୁୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ଏହିସବୁ ଘଟଣାକୁ ଧନେଶ୍ୱରଙ୍କ ଦୁଇ ପୁଅ ନିଜ ମୋବାଇଲରେ ରେକର୍ଡିଂ କରିବାକୁ ଚେଷ୍ଟା କରିବା ସମୟରେ ଏସ୍‌ଆଇ ବେହେରା ଏବଂ ଅନ୍ୟ କର୍ମଚାରୀ ଜୋର ଜବଦସ୍ତ ସେମାନଙ୍କଠାରୁ ଫୋନ ଛଡ଼ାଇ ନେଇଥିଲେ। ପରେ ତାଙ୍କ ଘରୁ ଯିବା ବେଳେ ଫୋନ୍‌କୁ ନିକଟରେ ଥିବା କୁଟାଗଦା ଉପରକୁ ଫିଙ୍ଗି ଦେଇ ପଳାଇଥିଲେ।
ଏସ୍‌ଆଇ ବେହେରାଙ୍କ ନଁାରେ ଧନେଶ୍ୱରଙ୍କ ପରିବାର ପକ୍ଷରୁ ପୂର୍ବରୁ ନନ୍ଦିପଦା ଥାନାରେ ଅଭିଯୋଗ କରାଯାଇଥିଲା। ଯାହାକି ଏବେ କୋର୍ଟରେ ବିଚାରାଧୀନ ରହିଛି। ଏହି ଘଟଣାକୁ ନେଇ ସେ ଆକ୍ରୋଶମୂଳକ ଚଢ଼ାଉ କରିଥିବା ଧନେଶ୍ୱର କହିଛନ୍ତି। ଏ ନେଇ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ଘଟଣା ବିଷୟରେ ଜାଣି ନାହିଁ ସ୍ଥାନୀୟ ପୋଲିସକୁ ପଚାରିଲେ ସେ କହିପାରିବେ ବୋଲି କହିଛନ୍ତି। ଏସ୍‌ଆଇ ବେହେରା କହିଛନ୍ତି, ଧନେଶ୍ୱରଙ୍କ ଘରେ ମଦ ଥିବା ଖବରପାଇ ଚଢ଼ାଉ କରିଥିଲୁ, କିନ୍ତୁ କିଛି ମିଳିଲାନି। ନିର୍ବାଚନ ସମୟରେ ମଦ ଓ ଟଙ୍କା କାରବାର ଉପରେ ଚଢ଼ାଉ କରୁଛୁ। ନନ୍ଦିପଦା ଥାନା ଆଇଆଇସି ଗଗନ ବିଶ୍ୱାଳ କହିଛନ୍ତି ଯେ, ମୁଁ ନିର୍ବାଚନ ଡ୍ୟୁଟିରେ ଅଛି। ଏ ବିଷୟରେ ଜାଣି ନାହିଁ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏଭଳି ସାଧାରଣ ଲୋକଙ୍କୁ ମାଡ଼ ଓ ଆକ୍ରମଣ ଘଟଣାରେ ଏସ୍‌ଆଇ ବେହେରା ନିଲମ୍ବିତ ହୋଇଥିଲେ। ଏହା ସତ୍ତ୍ୱେ ତାଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଥାନାରେ ନିୟୋଜିତ କରାଯିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜଣେ ଅଧିକାରୀଙ୍କ ପାଇଁ ପୋଲିସ ବିଭାଗ ବାରମ୍ବାର ବଦନାମ୍‌ ହେଉଥିବାରୁ ବିଭାଗର ଉଚ୍ଚ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି। ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଘଟଣା ସମ୍ପର୍କରେ ଜାଣି ଉଦ୍‌ବେଗ ପ୍ରକାଶ କରିବା ସହ ଏ ନେଇ ସରକାରଙ୍କୁ ଅବଗତ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ…

ହାତୀଙ୍କ ଉପଦ୍ରବରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ: କ୍ଷତିପୂରଣ ଦାବି କଲେ…

ତୁମୁଡିବନ୍ଧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତ କିଛି ଦିନ ହେବ ପଡ଼ୋଶୀ କଳାହାଣ୍ଡି ଜିଲାରୁ ୫ଟି…

ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ପୋଖରୀ ସଫାକରି, ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା   

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର) ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ…

ବୁଲିବାକୁ ଯାଇଥିଲେ, ଫେରିଲେନି: ବାଇକ୍ ଦୁର୍ଘଟଣାରେ ବି-ଟେକ୍ ଛାତ୍ରଙ୍କ ଜୀବନ ଗଲା

ମୋହନା, ୨।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧୀନ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ବାଇକ୍ ଓ କାର୍ ମଧ୍ୟରେ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?