ନେତାଙ୍କ ଘର, ପାର୍ଟି କାର୍ଯ୍ୟାଳୟରେ ମାଳମାଳ ଆଶାୟୀ

ବାଲେଶ୍ୱର ଅଫିସ,୨୦।୨

ଗୋଟିଏପଟେ ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟସ୍ତତା ଆଉ ଅନ୍ୟପଟେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି। ଏହି ଦୁଇଟା କାମ ଏକାସଙ୍ଗରେ କେମିତି କରାଯିବ ସେନେଇ ଏବେ ସବୁ ଦଳର ନେତା ଚାପରେ ଅଛନ୍ତି। ତେବେ ପଞ୍ଚାୟତ ନିର୍ବାଚନ ସରିବାର ଠିକ୍‌ ପରେ ପୌର ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ସୂଚନା ମିଳିବା ପରେ ଦୀର୍ଘଦିନ ହେଲା ଅପେକ୍ଷା କରିଥିବା ଆଶାୟୀ ପ୍ରାର୍ଥୀମାନେ ତପତ୍ର ହୋଇଉଠିଛନ୍ତି। ସେମାନେ ଟିକେଟ ପାଇଁ ଏବେଠୁ ନେତାଙ୍କ ଘରେ ଏବଂ ପାର୍ଟି କାର୍ଯ୍ୟାଳୟରେ ଡେରା ପକାଇବା ଆରମ୍ଭ କରିଦେଇଛନ୍ତି।
ଜିଲାରେ ୩ ମ୍ୟୁନିସିପାଲିଟି ଏବଂ ୨ ଏନ୍‌ଏସି ମଧ୍ୟରୁ ବାଲେଶ୍ୱର ମ୍ୟୁନିସିପାଲିଟି, ନୀଳଗିରି ଓ ନବଗଠିତ ରେମୁଣା ଏନ୍‌ଏସି ଅଧ୍ୟକ୍ଷ ଆସନ ମହିଳାବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ବାଲେଶ୍ୱର ପୌରପରିଷଦ ଅଧ୍ୟକ୍ଷ ଆସନରେ ମହିଳା, ନୀଳଗିରି ଓ ରେମୁଣା ଏନ୍‌ଏସି ଅଧ୍ୟକ୍ଷ ଆସନ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଜଳେଶ୍ୱର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଆସନ ଅଣସଂରକ୍ଷିତ ଓ ସୋର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। ଏହି ପଦ ପୂର୍ବରୁ ନିର୍ବାଚିତ କାଉନସିଲର ବା ପାରିଷଦମାନଙ୍କ ଦ୍ୱାରା ବଛାଯାଉଥିବା ବେଳେ ଚଳିତବର୍ଷ ଭୋଟରମାନେ ସିଧାସଳଖ ନିର୍ବାଚିତ କରିବାର ବ୍ୟବସ୍ଥା ହୋଇଛି। କାଉନସିଲରଙ୍କ ଭଳି ଅଧ୍ୟକ୍ଷ ପ୍ରାର୍ଥୀ ମଧ୍ୟ ଦଳୀୟ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ ସବୁ ଦଳର ଆଶାୟୀ ପ୍ରାର୍ଥୀମାନେ ପୌରାଧ୍ୟକ୍ଷ ବା ଏନ୍‌ଏସି ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ଆସନରେ ବସିବା ଲାଗି ଦଳ ତଥା ନେତାଙ୍କ ନିକଟରେ ସେମାନଙ୍କ ଲବି ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ୱାର୍ଡ଼ ସଂରକ୍ଷଣ ତାଲିକାରେ ବାଲେଶ୍ୱର ମ୍ୟୁନିସିପାଲିଟିର ୩୧ୱାର୍ଡ଼ ମଧ୍ୟରୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜନଜାତି(ମହିଳା) ବର୍ଗ ପାଇଁ ଗୋଟିଏ ଲେଖାଏଁ ଆସନ ସଂରକ୍ଷିତ ରହିଥିବା ବେଳେ ଅନୁସୂଚିତ ଜାତି (ମହିଳା) ବର୍ଗରୁ ୨ଜଣ, ସଂରକ୍ଷିତ ମହିଳା ଓ ଅଣସଂରକ୍ଷିତ ବର୍ଗ ପାଇଁ ୧୩ଟି ଲେଖାଏଁ ଆସନ ସଂରକ୍ଷିତ ରଖାଯାଇଛି। ଜଳେଶ୍ୱର ମ୍ୟୁନିସିପାଲିଟିର ୧୭ଟି ୱାର୍ଡ଼ ମଧ୍ୟରୁ ଅନୁସୂଚିତ ଜାତି(ମହିଳା), ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜନଜାତି (ମହିଳା) ବର୍ଗରୁ ୩ଟି ଆସନ ସଂରକ୍ଷିତ ରଖାଯାଇଥିବା ବେଳେ ସଂରକ୍ଷିତ ମହିଳା ଓ ଅଣସଂରକ୍ଷିତ ବର୍ଗ ପାଇଁ ୭ଟି ଲେଖାଏଁ ଆସନ ସଂରକ୍ଷିତ ରଖାଯାଇଛି। ୧୯ ୱାର୍ଡ଼କୁ ନେଇ ଗଠିତ ସୋର ମ୍ୟୁନିସିପାଲିଟିରେ ଅନୁସୂଚିତ ଜାତି, ଅନୁସୂଚିତ ଜାତି (ମହିଳା) ଓ ଅନୁସୂଚିତ ଜନଜାତି (ମହିଳା) ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ସଂରକ୍ଷିତ ମହିଳା ବର୍ଗଙ୍କ ପାଇଁ ୭ ଏବଂ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ୯ଟି ଆସନ ସଂରକ୍ଷିତ ରହିଛି। ସେହିପରି ନୀଳଗିରି ଏନ୍‌ଏସିରେ ୧୩ଟି ୱାର୍ଡ଼ ରହିଥିବା ବେଳେ ଏଠାରେ ଅନୁସୂଚିତ ଜାତି, ଅନୁସୂଚିତ ଜାତି (ମହିଳା), ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜନଜାତି (ମହିଳା) ବର୍ଗଙ୍କ ପାଇଁ ୪ଟି ଆସନ ସଂରକ୍ଷିତ ରହିଥିବା ବେଳେ ସଂରକ୍ଷିତ ମହିଳା ବର୍ଗଙ୍କ ପାଇଁ ୪ଟି ଓ ଅଣସଂରକ୍ଷିତ ବର୍ଗ ପାଇଁ ୫ଟି ଆସନ ରହିଛି। ରେମୁଣା ଏନ୍‌ଏସି ୧୩ଟି ୱାର୍ଡ଼କୁ ନେଇ ଗଠିତ ହୋଇଛି। ଏଠାରେ ଅନୁସୂଚିତ ବର୍ଗ, ଅନୁସୂଚିତ ବର୍ଗ (ମହିଳା), ଅନୁସୂଚିତ ଜନଜାତି (ମହିଳା) ବର୍ଗ ପାଇଁ ଗୋଟିଏ ଲେଖାଏଁ ଆସନ ସଂରକ୍ଷିତ ରହିଥିବା ବେଳେ ସଂରକ୍ଷିତ ମହିଳା ବର୍ଗ ଓ ଅଣସଂରକ୍ଷିତ ବର୍ଗ ପାଇଁ ୫ଟି ଲେଖାଏଁ ଆସନ ସଂରକ୍ଷିତ କରାଯାଇଛି।
ପଞ୍ଚାୟତ ନିର୍ବାଚନ ପାଇଁ ଦଳଗୁଡ଼ିକ ପକ୍ଷରୁ ରଣନୀତି ପ୍ରସ୍ତୁତ କରିବାକୁ ନେତାଙ୍କୁ ଏବେ ସମୟ ମିଳୁ ନ ଥିବା ବେଳେ ସହରାଞ୍ଚଳରେ ମାଳ ମାଳ ଆଶାୟୀ ଏବେ ନେତା ଓ ପାର୍ଟି କାର୍ଯ୍ୟାଳୟରେ ଭିଡ଼ ଜମାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?