ମୃତ୍ୟୁ ନୁହେଁ ତୋଠାରୁ ଅଲଗା ହେବାକୁ ମତେ ଭୟ ଲାଗୁଛି: କ୍ୟାନସର ପୀଡ଼ିତା ମା‘ଙ୍କର ପୁଅ ପାଖକୁ ଶେଷ ଚିଠି, ସୋସିଆଲ ମିଡ଼ିଆରେ ଭାଇରାଲ…

ଲଣ୍ଡନ,୩୦।୧ : ମରିବା ନୁହେଁ ତୋଠାରୁ ଅଲଗା ହେବାକୁ ମତେ ଭୟ ଲାଗୁଛିରେ ମୋ ଧନ। ଏହା ହେଉଛି ଚଣେ କ୍ୟାନସର ପୀଡ଼ିତା ମା‘ଙ୍କର ପୁଅ ପାଖକୁ ଶେଷ ଚିଠି। ଏହି ଚିଠି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ମା’ଙ୍କର କ୍ୟାନସର ଯୋଗୁ ମୃତ୍ୟୁ ଘଟିଛି। ତାଙ୍କୁ ଔଷଧ ଦିଆଗଲା। ଶ୍ରେଷ୍ଠ ଚିକିତ୍ସା ମିଳିଲା, ସର୍ବୋତ୍ତମ ଡାକ୍ତରଙ୍କ ସହିତ ପରାମର୍ଶ କରାଗଲା, କିନ୍ତୁ ଶେଷରେ କ୍ୟାନସର ତାଙ୍କ ଜୀବନ ନେଲା।

ଜଣେ ବ୍ୟକ୍ତି ନିଜର ହୃଦୟର ଦୁଃଖ ଅନ୍ୟମାନଙ୍କ ସହ ବାଣ୍ଟିବା ପାଇଁ ତାଙ୍କ ମା’ଙ୍କ ଏଭଳି ଏକ ଭାବୁକ ଶେଷ ଚିଠିକୁ ପୋଷ୍ଟ କରିଛନ୍ତି। ଏହି ଚିଠି ପଢ଼ିବା ପରେ ବହୁ ୟୁଜରଙ୍କ  ଆଖିରେ ଲୁହ ଆସିଯାଇଛି। ଚିଠିରେ ଲେଖାଯାଇଥିବା ଶବ୍ଦଗୁଡ଼ିକ ବେଶ ହୃଦୟ ସ୍ପର୍ଶୀ।

ମା’ ତାଙ୍କ ପୁଅ ମ୍ୟାଟଙ୍କ ପାଇଁ ଏହି ଚିଠି ଲେଖିଥିଲେ। ମହିଳାଙ୍କର ମୃତ୍ୟୁ ହୋଇଛି, କିନ୍ତୁ ମୃତ୍ୟୁ ପୂର୍ବରୁ ସେ ମ୍ୟାଟଙ୍କୁ ଦୁନିଆର ସର୍ବୋତ୍ତମ ପୁଅ ବୋଲି କହିଛନ୍ତି। ସେ ଚିଠିରେ ଲେଖିଛନ୍ତି ଧନରେ ତୁ ମୋର ଯତ୍ନ ନେଇଛୁ, ମୁଁ ଏଥିପାଇଁ ତୋ ପାଖରେ କୃତଜ୍ଞ। ତୁ ମୋ ପାଇଁ ଦେଇଥିବା ବଳିଦାନ ପାଇଁ ମୁଁ କୃତଜ୍ଞତା ଜଣାଉଛି।

ତୁ ଦୁନିଆର ସର୍ବୋତ୍ତମ ପୁଅ। ଭାବ ନାହିଁ ମୁଁ ତୋ ସହିତ ନାହିଁ। ମୁଁ ଯେଉଁଆଡ଼େ ଗଲେ ମଧ୍ୟ ସେଠାରୁ ତୋ ଉପରେ ନଜର ରଖିବି। କ୍ୟାନସର ହେବା ଦିନଠାରୁ, ମରିବାର ଭୟ ନ ଥିଲା, କିନ୍ତୁ ତୋତେ ଛାଡିବାର ଭୟ ଥିଲା। ଏହି ଭୟ ମୋତେ ଭିତରୁ ଭିତରୁ ଖାଉଥିଲା। କିନ୍ତୁ କ୍ୟାନସରକୁ ତ କେହି ନିୟନ୍ତ୍ରଣ କରିପାରିବେ ନାହିଁ ।

ମ୍ୟାଟ ଏହି ପୋଷ୍ଟରେ ଲେଖିଛନ୍ତି ତାଙ୍କ ମା’ଙ୍କ ମୃତ୍ୟୁ ପରେ ସେ ଏହି ଚିଠିକୁ ତାଙ୍କ ଆଲମାରୀରୁ ପାଇଥିଲେ ଏବଂ ଯେତେବେଳେ ସେ ଏହାକୁ ପଢ଼଼ିଲେ ସେତେବେଳେ ସେ କାନ୍ଦୁଥିଲେ, କିନ୍ତୁ ବର୍ତ୍ତମାନ ମୁଁ ତାଙ୍କୁ ପ୍ରତିଦିନ ମନେ ରଖିଛି। ମୁଁ ତାଙ୍କ ସହିତ ବିତାଇଥିବା ମୁହୂର୍ତ୍ତଗୁଡ଼ିକୁ ମନେ ପକାଇ ପ୍ରତିଟି ସମୟ ତାଙ୍କୁ ଅନୁଭବ କରୁଛି।

ମ୍ୟାଟ ଲେଖିଛନ୍ତି ମୁଁ ଏହି ଚିଠିକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛି ଯାହା ଦ୍ୱାରା ଲୋକମାନେ ଅନୁଭବ କରିବେ ଜଣେ ମା’ଙ୍କର ଗୁରୁତ୍ୱ ଆମ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ।

A letter from my mom that I found after she passed away from cancer
byu/MattGald inMadeMeSmile


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri