Posted inଖେଳ

ଇଲ୍ୟୁଜନ ଟି-ଶାର୍ଟ

ଅନେକେ ଚାଲିଥିବା ଟ୍ରେଣ୍ଡ ଓ ଫ୍ୟାଶନ୍‌ଠାରୁ କିଛି ଭିନ୍ନ ଫ୍ୟାଶନ ଆପଣେଇ ସମସ୍ତଙ୍କଠାରୁ ଅଲଗା ଦେଖାଯିବାକୁ ପସନ୍ଦ କରିଥା’ନ୍ତି। ତେଣୁ ଭିଡ଼ ଭିତରୁ ବାରି ହେବା ଭଳି କିଛି ପିନ୍ଧିବାକୁ ଚାହୁଁଥିଲେ ଏହି ଇଲ୍ୟୁଜନ ଟି-ଶାର୍ଟ ବେଷ୍ଟ ଚଏସ୍‌ ହୋଇପାରେ। ଏହାକୁ ପିନ୍ଧିଲେ ଭିନ୍ନ ତ ଲାଗିବେ, ତା’ ସହ ଆପଣଙ୍କ ଟି-ଶାର୍ଟକୁ ଦେଖୁଥିବା ବ୍ୟକ୍ତି କିଛି ସମୟ ପାଇଁ ଭ୍ରମରେ ପଡ଼ିଯିବେ…

ମ୍ୟୁଜିକ୍‌ ଏକ୍ସପେରିମେଣ୍ଟାଲ ଟି-ଶାର୍ଟ: ମ୍ୟୁଜିକ୍‌ ବା ସଙ୍ଗିତକୁ ଭଲ ପାଉଥିବା ତଥା ଭଲ ଗୀତ ଗାଉଥିବା ବ୍ୟକ୍ତିଙ୍କୁ ଏଇ ଟି-ଶାର୍ଟ ଉପହାର ସ୍ବରୂପ ଦିଅନ୍ତୁ। ଦେଖିବେ ସେ କେତେ ଖୁସି ହେଇଯିବେ। ଏହି ଟି-ଶାର୍ଟରେ ମାଇକ୍‌ର ଚିତ୍ର ଓ ହେଡ୍‌ଫୋନ୍‌ ବେକରେ ଝୁଲାଇଥିବା ଫଟୋ ଥାଏ। ଏହିସବୁ ଫଟୋ ଥ୍ରୀ ଡି ଅଟେ। ଆଉ ଏତେ ବାସ୍ତବ ଲାଗେ ଯେ, ଦୂରରୁ ଦେଖିଲେ ଲାଗିବ ଯେମିତିକି ଟି ଶାର୍ଟ ପିନ୍ଧିଥିବା ବ୍ୟକ୍ତି ମାଇକ୍‌ ସାମ୍ନାରେ ଠିଆ ହୋଇ ଗୀତ ଗାଉଛନ୍ତି ଅବା ହେଡ୍‌ ଫୋନ ବେକରେ ଝୁଲାଇଛନ୍ତି।

ଲଙ୍ଗ୍‌ ହେୟାର ଇଲ୍ୟୁଜନ୍‌ ଟି-ଶାର୍ଟ: ଲମ୍ବା ସୁନ୍ଦର କେଶ କାହାକୁ ବା ଭଲ ନ ଲାଗେ। ହେଲେ ଅନେକ ଯୁବତୀ ଏଭଳି କେଶ ଲାଗି ଯେତେ ଚେଷ୍ଟା କଲେ ବି ପାଇପାରି ନ ଥାଆନ୍ତି। ତେଣୁ ମନରେ ଅବସୋସ ରହିଯାଏ। ଏମିତି କ୍ଷେତ୍ରରେ ଏହି ଟି-ଶାର୍ଟ ଟ୍ରାଏ କରିପାରିବେ। ଆଉ ଲମ୍ବା କେଶ ଥିବାର ଭ୍ରମ ଅନ୍ୟମାନଙ୍କ ମନରେ ସୃଷ୍ଟି କରିପାରିବେ। ଉକ୍ତ ଟି-ଶାର୍ଟରେ ଲମ୍ବା କେଶର ପ୍ରିଣ୍ଟ ଏଭଳି ହୋଇଛି ଯେ, ତାହା ସତସତିକା ପରି ଲାଗେ। ଏହାକୁ ପିନ୍ଧିଲେ ଯୁବତୀଙ୍କ କାନ୍ଧ ପର୍ଯ୍ୟନ୍ତ ଥିବା କଳା କେଶ, ଟି-ଶାର୍ଟରେ ପ୍ରିଣ୍ଟ ହୋଇଥିବା କେଶ ସହ ମିଶିଯାଏ। ଆଉ ଜଣାପଡ଼େନି କେଉଁଟି ଅସଲି କେଉଁଟି ନକଲି।

କଟ୍‌ ଟି-ଶାର୍ଟ: ଏହି ଟି-ଶାର୍ଟକୁ ପିନ୍ଧିଲେ ଲାଗିବ ସତେ ଯେମିତି ଆପଣଙ୍କ ପେଟଭାଗ କଟିଯାଇଛି। ଅନ୍ତବୁଜୁଳା ବି ନାହିଁ। ଖାଲି ମେରୁଦଣ୍ଡ ହାଡ଼ ସେହି ଅଂଶରେ ଅଛି। ବେଶ୍‌ ଅଜବ ଲାଗେ ଦେଖିବାକୁ। ତେବେ ହାଲୋଓ୍ବିନ ପାଇଁ ଏହି ଟି-ଶାର୍ଟ ପରଫେକ୍ଟ।

ଉଇ ଆର୍‌ ଅଲ ବେବି ଇନ୍‌ସାଇଡ୍‌ ଟି-ଶାର୍ଟ: ମଣିଷ ଯେତେ ବଡ଼ ହେଲେ ବି ତା’ ଭିତରେ କିଛି ପିଲାଳିଆମି ଜୀବନ୍ତ ଥାଏ। ଆଉ ତାହା ରହିବା ବି ଭଲ। ଏହାକୁ ଦର୍ଶାଇଥାଏ ଉକ୍ତ ଟି-ଶାର୍ଟ। ଏହି ଟି-ଶାର୍ଟର ସାମ୍‌ନା ଭାଗରେ ଡାଇପର୍‌ ପିନ୍ଧା କୁନି ପିଲା ଠିଆ ହୋଇଥିବା ଶରୀରର ଚିତ୍ର ଥାଏ। ହେଲେ ପିଲାଟିର ମୁଣ୍ଡ ନ ଥାଏ। ଖାଲି ବେକ ପର୍ଯ୍ୟନ୍ତ ଥାଏ। ତେଣୁ ଏହାକୁ ପିନ୍ଧିଲେ ଆପଣଙ୍କ ମୁହଁ ଏକ ଛୋଟ ପିଲା ଶରୀର ଉପରେ ଥିବା ପରି ଲାଗିବ।

ଅଜଣା ହାତ ଶରୀରକୁ ମୁଠେଇ ଧରିଥିବା ଟି-ଶାର୍ଟ: ଏଇ ଟି-ଶାର୍ଟ ପିନ୍ଧିଥିବା ବ୍ୟକ୍ତିଙ୍କୁ ଦେଖିଲେ ଲାଗିବ ସତେ ଯେମିତି ଏକ ଅଜଣା ବିରାଟକାୟ ହାତ ତାଙ୍କ ଶରୀରକୁ ମୁଠେଇ ଧରିଛି। ଅର୍ଥାତ୍‌ ସେ କାହା ହାତରେ କଣ୍ଢେଇଟିଏ ପରି ଲାଗିବେ।

ଥ୍ରୀ ଡି ଅପ୍ଟିକାଲ ଇଲ୍ୟୁଜନ ଟି-ଶାର୍ଟ: ଯଦି କେହି ଅଧିକ ସମୟ ଉକ୍ତ ଟି-ଶାର୍ଟକୁ ଚାହିଁ ରହିବେ, ତେବେ ଏକ ଅଜଣା ଗଭୀରତା ଭିତରେ ପଶିଗଲା ଭଳି ଅନୁଭୂତ ହେବ। କାରଣ ଏହା ଉପରେ ହୋଇଥିବା ଥ୍ରୀଡି ପାଟର୍ନର ରହସ୍ୟମୟ ଗାତ୍ରର ଆରମ୍ଭ, ଅନ୍ତ କେଉଁଠି ଜଣାପଡ଼େନି। ଆଉ ଭିନ୍ନ ଏକ ଦୁନିଆର ରାସ୍ତା ପରି ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri