ବେଆଇନ ପରିବହନ ୧୧ ଜୀବନ ନେଲା

ବ୍ରହ୍ମପୁର (ସୁବାସ ଚନ୍ଦ୍ର ପାଢ଼ୀ)/ ଦିଗପହଣ୍ଡି (ଅଶେଷ ନାଥ ମିଶ୍ର)/ ପାଟପୁର(ସୀମାଞ୍ଚଳ ସାହୁ),୨୭ା୬: ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟରେ ଓଏସ୍‌ଆର୍‌ଟିସି ବସ୍‌ ସହ କନ୍ୟାଯାତ୍ର୍ରୀ ମିନିବସ୍‌ ମୁହଁାମୁହିଁ ଧକ୍କା ହେବା ଯୋଗୁ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏଥିରେ ଅକାଳରେ ୧୧ ଜୀବନ ଚାଲିଯାଇଥିବାବେଳେ ୭ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହା ହେଉଛି ରାଜ୍ୟରେ ବେଆଇନ ଯାତ୍ରୀ ପରିବହନର ଦୁଃଖଦ ପରିଣାମ। ମିନିବସ୍‌ ମାଲିକଙ୍କ ଖାମଖିଆଲ ମନୋବୃତ୍ତି, ଭଡ଼ା ଲୋଭ ଏବଂ ରାଜ୍ୟରେ ପରିବହନ କ୍ଷେତ୍ରରେ ନିୟମିତ ବିଧିବଦ୍ଧ ଭାବେ ଯାଞ୍ଚ ହେଉ ନ ଥିବା ଯୋଗୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଲା ବୋଲି ଦାୟୀ କରାଯାଉଛି। ରାତିରେ ଯାତ୍ରୀ ପରିବହନ ପାଇଁ ଉକ୍ତ ମିନିବସ୍‌ର ପରିମିଶନ ନ ଥିଲା। ଏହାର ଫିଟ୍‌ନେସ ଚଳିତବର୍ଷ ନଭେମ୍ବର ପର୍ଯ୍ୟନ୍ତ ଥିବାବେଳେ ବୀମା ନ ଥିଲା। ୨୫ ବର୍ଷର ମିନିବସ୍‌ ହୋଇଥିଲେ ମଧ୍ୟ ଏହାକୁ କିଭଳି ଫିଟ୍‌ନେସ ସାର୍ଟିଫିକେଟ୍‌ ଅଦ୍ୟାବଧି ଦିଆଚାଲିଥିଲା ତାହା ସନ୍ଦେହ ଘେରକୁ ଆସିଛି। କେବଳ ସେତିକି ନୁହେଁ, ରାଜ୍ୟରେ ଅସୁରକ୍ଷିତ ଯାତ୍ରୀ ପରିବହନ ବ୍ୟବସ୍ଥା ପ୍ରତି ବିଭାଗ କିଭଳି ଆଖିବୁଜି ରହିଛି ତାହା ସ୍ପଷ୍ଟ ହୋଇଛି।
ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକ ନିକଟରେ ରବିବାର ରାତି ପ୍ରାୟ ସାଢ଼େ ୧ଟାରେ ଘଟିଛି ଦୁର୍ଘଟଣା।

ରାୟଗଡା ଜିଲା ଗୁଣପୁରରୁ ଆସୁଥିବା ଓଏସ୍‌ଆର୍‌ଟିସି ବସ୍‌ ଓ ବ୍ରହ୍ମପୁର ବ୍ରହ୍ମାନଗରରୁ ବିବାହ ଭୋଜି ସାରି କନ୍ୟାଯାତ୍ରୀଙ୍କୁ ଧରି ଫେରୁଥିବା ମିନିବସ୍‌ ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ପୁରୁଷ, ୪ ମହିଳା ଓ ୨ଜଣ ଶିଶୁ ଅଛନ୍ତି। ଏଥିସହ ୧୨ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଦୁର୍ଘଟଣା ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୃତାହତଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ସ୍ବର୍ଗତ ଅଶୋକ କୁମାର ପ୍ରଧାନଙ୍କ ଦ୍ୱିତୀୟ ଝିଅ ସୋନାଲିଙ୍କର ବ୍ରହ୍ମପୁର ବ୍ରଜନଗର ନିକଟ ବ୍ୟାଙ୍କ କଲୋନିର ଉମେଶ ପ୍ରଧାନଙ୍କ ସହ ରବିବାର ବିବାହ ସମ୍ପନ୍ନ ହୋଇଥିଲା। ଗାଁରେ ହସଖୁସିରେ ବିବାହ ସରିଲା। ନବଦମ୍ପତି ବ୍ରହ୍ମପୁର ଫେରି ଯାଇଥିଲେ। ସନ୍ଧ୍ୟାରେ ବର ଉମେଶ ଘରଠାରୁ ପ୍ରାୟ ଦେଢ଼ କି.ମି. ଦୂର ଏକ କଲ୍ୟାଣ ମଣ୍ଡପରେ ଭୋଜି ଆୟୋଜନ କରିଥିଲେ। ଭୋଜିରେ ଯୋଗଦେବାକୁ ସୋନାଲିଙ୍କ ପରିବାର ଓ ବନ୍ଧୁ ସମ୍ପର୍କୀୟମାନେ ମିନିବସ୍‌ (ଓଆର-୧୦ଏ- ୬୮୭୫)ରେ ବ୍ରହ୍ମପୁର ଆସିଥିଲେ। ସେଥିରେ ମହିଳା, ପୁରୁଷ ଓ ପିଲା ମିଶି ୩୦ଜଣରୁ ଊର୍ଦ୍ଧ୍ୱ ଥିଲେ। ଭୋଜି ଖାଇସାରି କନ୍ୟାଯାତ୍ରୀମାନେ ରାତି ପ୍ରାୟ ସାଢ଼େ ୧୧ଟାରେ ଖଣ୍ଡଦେଉଳି ଫେରୁଥିଲେ। ରାତି ପ୍ରାୟ ସାଢ଼େ ୧ଟାରେ ମିନିବସ୍‌ଟି ଖେମୁଣ୍ଡି କଲେଜ ଛକରେ ପହଞ୍ଚିଥିଲା। ସେଠାରୁ ଘର ଆଉ ମାତ୍ର ୬ କି.ମି ଦୂର। ଏହି ସମୟରେ ଗୁଣପୁରରୁ ଭୁବନେଶ୍ୱର ଆସୁଥିବା ଓଏସ୍‌ଆରଟିସି ବସ୍‌ (ଓଡ଼ି୦୨ ବିୱାଇ- ୧୯୩୮) ଦ୍ରୁତ ଗତିରେ ଆସି ମିନିବସ୍‌ ସହ ମୁହଁାମୁହିଁ ଧକ୍କା ହୋଇଥିଲା। ଫଳରେ ମିନିବସ୍‌ ଓଲଟି ପଡ଼ିଥିଲା। ରାତି ଅଧରେ ଆହତମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଥିଲେ। ଦିଗପହଣ୍ଡି ପୋଲିସ ଓ ଅଗ୍ନିଶମ ବାହିନୀ ମିନିବସ୍‌ରୁ ଗୁରୁତର ଅବସ୍ଥାରେ କନ୍ୟାଯାତ୍ରୀମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲେ। ସେଠାରେ ନବ ବିବାହିତା ସୋନାଲିଙ୍କ ବଡ଼ ଭଉଣୀ ଶିବାନୀ ପ୍ରଧାନ, ତାଙ୍କର ୧ ବର୍ଷର ପୁଅ ହାର୍ଦ୍ଦିକ, ସାନଭଉଣୀ ରୁପାଲି ପ୍ରଧାନ(୧୫), ଦାଦାଝିଅ ଭଉଣୀ ସୁଜ୍ଞାନୀ ପ୍ରଧାନ ଓ ତାଙ୍କର ଦୁଇବର୍ଷୀୟ ପୁଅ ଦିବ୍ୟାଂଶୁ, ମୁଜାଗଡ଼ର ସଞ୍ଜୟ କୁମାର ମେଦିନରାୟ, ତିରୁପତି ପ୍ରଧାନ, ସୀତାରାମ ପ୍ରଧାନ, ରମେଶ ପ୍ରଧାନ, ଲିଟୁ ନାୟକ ଓ ସଙ୍ଗୀତା ଡାକୁଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆହତମାନଙ୍କ ମଧ୍ୟରୁ ମିନିବସ୍‌ ଡ୍ରାଇଭର କେଦାର ପ୍ରଧାନ, ହେଲ୍‌ପର କାହ୍ନୁ ପାତ୍ରଙ୍କ ସମେତ ଶ୍ରୀପତି ନାୟକ, ରବୀନ୍ଦ୍ର କୁମାର ପ୍ରଧାନ, ବରୁଣ ନାୟକ, ମହେଶ୍ୱର ଡାକୁଆ, ତାଙ୍କ ପୁଅ ସୋମ ଡାକୁଆ, ବିଜୟଲକ୍ଷ୍ମୀ ପ୍ରଧାନ, ଜାଗିଲି ପ୍ରଧାନ, ଜ୍ୟୋତି ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ଦୀପକ ପାତ୍ର, ପ୍ରଭାକର ଚୌଧୁରୀ ଏମ୍‌କେସିଜି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣ ସୁସ୍ଥ ହୋଇ ଘରକୁ ଫେରି ଯାଇଥିବାବେଳେ ଜଣଙ୍କୁ ଅଧିକ ଚିକିତ୍ସା ଲାଗି କଟକ ବଡ଼ ମେଡିକାଲକୁ ପଠାଯାଇଛି। ଦୁର୍ଘଟଣା ଖବରପାଇ ଭଞ୍ଜନଗର ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣି, ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌. ଏମ୍‌କେସିଜିରେ ପହଞ୍ଚି ଆହତଙ୍କୁ ଭେଟିଥିଲେ। ମନ୍ତ୍ରୀ ଆରୁଖ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ଡାକ୍ତରଙ୍କୁ କହିଥିଲେ। ବ୍ରହ୍ମପୁର ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର ରେଡକ୍ରସ ପାଣ୍ଠିରୁ ମୃତକଙ୍କ ସମ୍ପର୍କୀୟଙ୍କୁ ତୁରନ୍ତ ୩୦ ହଜାର ଟଙ୍କା ଲେଖାଏ ପ୍ରଦାନ କରିଥିଲେ। ଏମ୍‌କେସିଜିରେ ୧୧ ମୃତଦେହ ବ୍ୟବଚ୍ଛେଦ ପରେ ଆମ୍ବୁଲାନ୍ସରେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଦୁର୍ଘଟଣାଗ୍ରସ୍ତ ବସ୍‌ ଦୁଇଟିକୁ ଜେସିବି ସହାୟତାରେ ହଟାଇବା ପରେ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଛି। ବେପାରୁଆ ଗାଡ଼ି ଚାଲାଣ ଯୋଗୁ ଏଭଳି ଭୟାନକ ଦୁର୍ଘଟଣା ଘଟିଥିଲା ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଏକ ଟିମ୍‌ କଟକରୁ ଆସିଛନ୍ତି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ କହିଛନ୍ତି। ଉକ୍ତ ଟିମ୍‌ ଘଟଣାସ୍ଥଳରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ। ଏହାପରେ ସବିଶେଷ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରାଯିବ ସାହୁ କହିଛନ୍ତି। ସେହିପରି ଓଏସ୍‌ଆରଟିସି ଜିଲା ପରିବହନ ପରିଚାଳକ ରବୀନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରୁ, ଉକ୍ତ ଓଏସ୍‌ଆରଟିସି ବସ୍‌ଟି ଭୁବନେଶ୍ୱର ଜୋନ୍‌ର ହୋଇଥିବା ବେଳେ ଗାଡ଼ିର ସମସ୍ତ କାଗଜପତ୍ର ଓ ଫିଟନେସ୍‌ ରହିଥିବା ସେ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା
ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୩ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି। ଆହତଙ୍କ ଉପଯୁକ୍ତ ଚିକିତ୍ସା ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri