ପେଟ୍ରୋଲ, ଡିଜେଲର ବେଆଇନ ବିକ୍ରି

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ, ୯ା୧୨(ଜଗନ୍ନାଥ ଧଳ/କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଭିନ୍ନ ଟାଙ୍କିରୁ ବେଆଇନ ଭାବେ ବ୍ୟାରେଲ ବ୍ୟାରେଲ ଖୋଲା ପେଟ୍ରୋଲ ବିକ୍ରି ହେଉଛି। ଅତ୍ୟନ୍ତ ଦହନଶୀଳ ଏହି ପେଟ୍ରୋଲ ଓ ଡିଜେଲ ଖୋଲାରେ ଚାଲାଣ ହେଉଥିବାରୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ଗୁରୁବାର ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ପଡ଼ା ଗ୍ରାମରେ ଖୋଲା ପେଟ୍ରୋଲରେ ଅକସ୍ମାତ୍‌ ନିଆଁ ଲାଗି ବଡ଼ଧରଣର ଅଗ୍ନିକାଣ୍ଡରେ ଜଣେ ନାବାଳକ ଜୀବନ୍ତ ଦଗ୍ଧ ହେବା ସହ ୩ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି।

ମାତ୍ର ଏହି ଦହନଶୀଳ ଖୋଲା ପେଟ୍ରୋଲ ଚାଲାଣ ଉପରେ ସ୍ଥାନୀୟ ପୋଲିସ ପ୍ରଶାସନର ନିଘା ନ ଥିବା ବେଳେ ଏବେ ବି ଗାଁଗହଳିର ଅଧିକାଂଶ ପାନ ଦୋକାନ, ତେଜରାତି ଦୋକାନରେ ବେଆଇନ ଭାବେ ଶତାଧିକ ଲିଟର ପେଟ୍ରୋଲ, ଡିଜେଲ ଖୋଲାରେ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି। ଆଇନ ଅନୁଯାୟୀ, ପେଟ୍ରୋଲ ପମ୍ପ୍‌ରେ କେବଳ ଗାଡ଼ିଗୁଡ଼ିକରେ ପେଟ୍ରୋଲ, ଡିଜେଲ ବିକ୍ରି ହେବ। ବାହାରକୁ ଜାର୍‌ କିମ୍ବା ବୋତଲରେ ବିକ୍ରି ପାଇଁ ଦିଆଯିବନାହିଁ। ହେଲେ ଏଠାରେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି।

ସାମାଜିକ କର୍ମୀ ଲକ୍ଷ୍ମୀଧର ବାରିକ କହିଛନ୍ତି, ଗୁରୁବାର ବିବାହ ଉତ୍ସବରେ ବରଯାତ୍ରୀଙ୍କ ବାଇକ୍‌ରେ ପକାଯିବା ପାଇଁ ଆସିଥିବା ଖୋଲା ଦହନଶୀଳ ପେଟ୍ରୋଲରେ ହଠାତ୍‌ ନିଆଁ ଲାଗିବା ଓ ଏଥିରେ ଜଣେ ୩ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ ହେବା ଘଟଣା ବିବାହ ଉତ୍ସବକୁ ଲୁହରେ ଭିଜାଇ ଦେଇଛି। ମାତ୍ର ଏହି ଦହନଶୀଳ ପେଟ୍ରୋଲ ପଟ୍ଟାମୁଣ୍ଡାଇ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳର ମୁଖ୍ୟରାସ୍ତା ପାଶର୍‌ବରେ ଥିବା ଦୋକାନ ଗୁଡ଼ିକରେ ବେଆଇନ ଭାବେ ବିକ୍ରି ଚାଲିଛି। ପେଟ୍ରୋଲ ଓ ଡିଜେଲ ଖୋଲାରେ ରଖା ଯାଉଥିବା ବେଳେ ସେଠାରେ ସିଗାରେଟ୍‌ ବିଡ଼ି ଇତ୍ୟାଦି କିଣି ଲୋକେ ଲଗାଉଥିବା ଦେଖାଯାଉଛି। କେତେବେଳେ ଯେ ଦୁର୍ଘଟଣା ନ ଘଟିବ ଏଥିରେ ସନ୍ଦେହ ନାହିଁ। ଏ ଦିଗରେ ଯୋଗାଣ ବିଭାଗ ଚୁପ୍‌ ବସିଥିବା ବେଳେ ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଏସବୁ ସାମଗ୍ରୀର ବିକ୍ରି ନେଇ କେବେବି ବିଭାଗୀୟ କର୍ମଚାରୀ ତଦାରଖ କରୁ ନାହାନ୍ତି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଏଭଳି ବ୍ୟବସାୟରେ ଲିପ୍ତ ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।

ବୁଦ୍ଧିଜୀବୀ ପ୍ରମୋଦ ସାହୁ, ଶିକ୍ଷାବିତ୍‌ ପ୍ରଫୁଲ୍ଲ ଦାଶ, ଗାଡ଼ିଚାଳକ ଅଲେଖ ମଲିକ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇର ବିଭିନ୍ନ ଛକରେ ଥିବା ପାନ ଦୋକାନ, ଅଣ୍ଡା ଦୋକାନ, ହାର୍ଡୱେର ଓ ରାଶନ ଦୋକାନରେ ପେଟ୍ରୋଲିୟମ ପଦାର୍ଥ ବେଧଡ଼କ ଭାବେ ବିକ୍ରି ହେଉଛି। ଖାଲିଥିବା ପାଣି ବୋତଲରେ ଭର୍ତ୍ତି ହୋଇ ଦୋକାନ ଆଗରେ ଟାଙ୍ଗି ବିକ୍ରି କରାଯାଉଛି। ଏଭଳି ବ୍ୟବସାୟୀମାନେ ପେଟ୍ରୋଲ ପମ୍ପ୍‌ରୁ ପେଟ୍ରୋଲ ଆଣିବା ପରେ ଏଥିରେ କିରୋସିନ, ମୋବିଲ ଆଦି ମିଶାଇ ଏହାକୁ ପ୍ରକୃତ ତୈଳ ଦରଠାରୁ ୧୦ରୁ ୨୦ ଟଙ୍କା ଅତିରିକ୍ତ ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। କିଛିବର୍ଷ ତଳେ ପଟ୍ଟାମୁଣ୍ଡାଇ ପୋଲ ନିକଟରେ ପେଟ୍ରୋଲ ବିକ୍ରି କରୁଥିବା ଏକ ଦୋକାନରେ ନିଆଁ ଲାଗି ବହୁ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିଲା। ଏଥିରେ ଜଣେ ଜୀବନ୍ତ ଦଗ୍ଧ ହୋଇଥିଲେ। ଅବିକଳ ଭାବେ ଗୁରୁବାର ଘରେ ଥିବା ପେଟ୍ରୋଲରେ କୌଣସି କାରଣବଶତଃ ନିଆଁ ଲାଗି ଜଣେ ଶିଶୁପୁତ୍ରର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ପଟ୍ଟାମୁଣ୍ଡାଇ ଅଞ୍ଚଳରେ କେବଳ ୪ଟି ପେଟ୍ରୋଲ ପମ୍ପ୍‌ ରହିଛି। ପଟ୍ଟାମୁଣ୍ଡାଇ-କେନ୍ଦ୍ରାପଡ଼ା ରାସ୍ତା ପୋହଳ ପର୍ଯ୍ୟନ୍ତ ୩ଟି ପମ୍ପ୍‌ ଥିବା ବେଳେ ପଟ୍ଟାମୁଣ୍ଡାଇ-ରାଜନାଗର ରାସ୍ତାରେ ଗୋଟିଏ ପେଟ୍ରୋଲ ପମ୍ପ୍‌ ରହିଛି। କିନ୍ତୁ ପଟ୍ଟାମୁଣ୍ଡାଇ ସହର ସମେତ ଗାଁ ଗହଳି ଦୋକାନଗୁଡ଼ିକରେ ପେଟ୍ରୋଲ-ଡିଜେଲ ଖୋଲା ବଜାରରେ ବିକ୍ରି କରାଯାଉଛି।

ଏ ସମ୍ପର୍କରେ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ପଚାରିବାରୁ ବେଆଇନ ଭାବେ ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଅଏଲ୍‌ ବିଭାଗ ସେଲ୍‌ସ ଅଫିସରଙ୍କ ସହ ଯୋଗାଯୋଗ କରିବା ସହିତ ଆମ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରଞ୍ଜିତ ମହାନ୍ତି ଓ ଗ୍ରାମାଞ୍ଚଳ ଥାନା ଆଇଆଇସି ପଦ୍ମାଳୟ ପ୍ରଧାନଙ୍କୁ ପଚାରିବାରେ ବେଆଇନ ଦୋକାନରେ ବିକ୍ରି ହେଉଥିବା ପେଟ୍ରୋଲ, ଡିଜେଲ ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri