ବାରିପଦା ସହରରେ ବଢୁଛି ବେଆଇନ ବାଣ ବିକ୍ରି, ଅଘଟଣ ଘଟିବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଦାବି

ବାରିପଦା ଅଫିସ,୨୦।୧୦: ମୟୂରଭଞ୍ଜ ଜିଲା ବାରିପଦା ସହରରେ ବେଆଇନ ବାଣ ମହୁଜୁଦ ଓ ବିକ୍ରି ଚାଲିଛି। ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବା ବେଳେ ବିପଦସଙ୍କୁଳ ସ୍ଥାନରେ ବାଣ ମହଜୁଦ୍‌ ରଖାଯାଉଛି। ପ୍ରଶାସନିକ ଅବହେଳାରୁ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ଅଘଟଣ ଘଟିବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହରବାସୀ ଦାବି କରିଛନ୍ତି ।

ଆଲୋକର ପର୍ବ ଦୀପାବଳୀରେ ବାଣ ଫୁଟାଇ ମଜା ନେବା ପାଇଁ ବାଣ ଦୋକାନରେ ଲୋକେ ଭିଡ଼ ଜମାଉଛନ୍ତି। ବାରିପଦା ସହର ଉପକଣ୍ଠ ପାଲବଣୀ ବାଇପାସ ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ବେଆଇନ ବାଣ ଓ ଆତସବାଜି ମହଜୁଦ୍‌ ରଖି ଜଣେ ବ୍ୟବସାୟୀ ବିକ୍ରି ଚଳାଇ ଆସୁଛନ୍ତି। ସେ ଦୀର୍ଘ ଏକ ମାସ ପୂର୍ବରୁ ବାଣ ବିକ୍ରି କରୁଥିଲେ ମଧ୍ୟ ଜିଲା ପ୍ରଶାସନ ପାଖରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି। ଗୋଦାମ ପାଇଁ ଗୋଟିଏ ସ୍ଥାନର ଅନୁମତି ଥିବା ବେଳେ ଜନବସତି ଅଞ୍ଚଳରେ ସେ ବାଣ ମହଜୁଦ ରଖିଥିବା ଅଭିଯୋଗ ହେଉଛି। ପୋଲିସ, ଅଗ୍ନିଶମ ଓ ଜିଲା ପ୍ରଶାସନ ପକ୍ଷରୁ ଗ୍ରାମଞ୍ଚଳରେ ଯେଭଳି ଚଢ଼ାଉ କରାଯାଉଛି ସେହିପରି ସହରାଞ୍ଚଳରେ ଚଢ଼ାଉ କରାଯାଉନାହିଁ।

ବାରିପଦା ଓ ରାଇରଙ୍ଗପୁର ମ୍ୟୁନିସିପାଲଟି, କରଞ୍ଜିଆ ଓ ଉଦଳା ପୌରାଞ୍ଚଳ ସମେତ ୨୬ଟି ବ୍ଲକରେ ଥିବା ଛୋଟ ବଡ଼ ବଜାରର ବ୍ୟବସାୟୀମାନେ ଆତସବାଜି ସାମଗ୍ରୀ ଓ ବାଣ କିଣା ଆରମ୍ଭ କରି ବିକ୍ରି ପାଇଁ ଲାଇସେନ୍ସ ଆବେଦନ କରିଛନ୍ତି। ଅଦ୍ୟାବଧି ଜିଲାରେ ୧୪୨ଜଣଙ୍କ ମଧ୍ୟରୁ ୯୦ଜଣ ଲାଇସେନ୍ସ ପାଇଥିବା ବେଳେ ତନ୍ମଧ୍ୟରୁ ବାରିପଦା ସହରରେ ୨୧ଜଣ ବାଣ ବିକ୍ରି ପାଇଁ ଅନୁମତିପତ୍ର ପାଇଛନ୍ତି। ସମସ୍ତେ ଛଉ ପଡ଼ିଆଠାରେ ବାଣି ବିକ୍ରି କରିବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।

ତେବେ ଅସାଧୁ ବ୍ୟବସାୟୀ ଜଣକ ଉଦ୍ଦିଷ୍ଟ ସ୍ଥାନରେ ବାଣ ନ ରଖି ଜନବସତି ତଥା ବିପଦପୂର୍ଣ୍ଣ ସ୍ଥାନରେ ମହଜୁଦ ରଖିବାରୁ କୌଣସି ମୁହୂର୍ତ୍ତରେ ଅଘଟଣ ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଅଗ୍ନିଶମ ବିଭାଗର ଅତିରିକ୍ତ ଫାୟାର ଅଫିସର ଭବେନ୍ଦ୍ର ନାଥ ଦେ କୁହନ୍ତି, ବାଣ ମହଜୁଦ ରଖାଯିବା ନେଇ କୌଣସି ଅନୁମତିପତ୍ର ବିଭାଗର ହସ୍ତଗତ ହୋଇନାହିଁ। ଖୁବ୍‌ଶୀଘ୍ର ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବେଆଇନ ବାଣ ବ୍ୟବସାୟୀଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ମିଳିତ ଭାବେ ଚଢ଼ାଉ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲାପାଳ ରୁଦ୍ର ନାରାୟଣ ମହାନ୍ତି ପ୍ରକାଶ କରିଛନ୍ତି ା ତେବେ ଜିଲା ପ୍ରଶାସନ ଓ ମ୍ୟୁନସିପାଲିଟି ପକ୍ଷରୁ ଚଢ଼ାଉ କରା ନ ଗଲେ ଆଗାମୀ ଦିନରେ ଏହିଭଳି ବ୍ୟବସାୟୀମାନେ ମନୋମୁଖି ବେପାର ଆରମ୍ଭ କରିବେ ବୋଲି ସାଧାରଣରେ ମତପ୍ରକାଶ ପାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଦୟାନଦୀରେ କମିଲା ଜଳସ୍ତର

କଣାସ,୧୩ା୯(ଡି.ଏନ.ଏ./ସ୍ବ.ପ୍ର.):  ପୁରୀ ଜିଲା କଣାସ ବ୍ଲକର  ୩ ପଞ୍ଚାୟତର ୧୨ଖଣ୍ଡ ଗାଁରେ ବନ୍ୟା ପ୍ରବାହିତ ହୋଇଥିଲାବେଳେ ଏବେ ନଦୀର ଜଳସ୍ତର କମିବାର ଦେଖାଯାଇଛି। ବନ୍ୟା ଆଶଙ୍କା...

ସରପଞ୍ଚ, ପୂର୍ବତନ ସମିତିସଭ୍ୟଙ୍କୁ ଅପହରଣ

ଚଣ୍ଡିଖୋଲ,୬ା୬(ଡି.ଏନ.ଏ.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ କିଛିଦିନ ତଳେ ଜଣେ ସରକାରୀ କର୍ମଚାରୀଙ୍କୁ ଅପହରଣ କରାଯାଇଥିବାବେଳେ ଶନିବାର ରାତିରେ ଉକ୍ତ ଥାନା ଅଧୀନ ନଳିପୁର...

ଭୋଗରାଇରେ ବିରଳ ପ୍ରଜାତିର ମାଛ

ଭୋଗରାଇ, ୧୭।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁସୁଟି ଗ୍ରାମ ନିକଟସ୍ଥ ଧାନ କ୍ଷେତରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି। ଦେଢ଼ଫୁଟ୍‌ ଲମ୍ବର...

ମଦ ହେଲା କାଳ: ପୁଅକୁ ଟାଙ୍ଗିଆରେ ହାଣିଲା ନିଶାସକ୍ତ ବାପା

କେନ୍ଦୁଝର, ୧୮ା୧୧(ସ୍ବ.ପ୍ର./ଡି.ଏନ.ଏ.)-ମଦ୍ୟପାନ କରି ହୋସ୍‌ ହରାଇ ଜଣେ ବାପା ସାମାନ୍ୟ ଘଟଣାକୁ ନେଇ ଟାଙ୍ଗିଆରେ ପୁଅଙ୍କୁ ହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସଦରଥାନା...

ପୂଜା ପାଇଁ ସଜେଇ ହେଉଛି କୁଲାଡ଼ ଗାଁ: ୯ ମଣ୍ଡପରେ ପୂଜା ପାଇବେ ମା’ ଲକ୍ଷ୍ମୀ

ବଅଁରପାଳ, ୧୧।୧୦ (ଡି.ଏନ୍‌.ଏ.)-କୁମାର ପୂର୍ଣ୍ଣିମା ତିଥିରୁ ଆରମ୍ଭ ହେବ ମା’ ଲକ୍ଷ୍ମୀଙ୍କ ପୂଜା। ଢେଙ୍କାନାଳ ପରି ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମରେ ଏହି...

କରୋନା ସହାୟତା ପାଇଁ ୨.0୩ କୋଟି ଦେଲେ ଆସିକା ଏମ୍‌ପି

ଆସିକା,୧ା୪(ଡି.ଏନ୍‌.ଏ.)- ଆସିକା ଏମ୍‌ପି ପ୍ରମିଳା ବିଷୋୟୀ କରୋନା ମୁକାବିଲା ପାଇଁ ୨କୋଟି ୩ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଏମ୍‌ପି ବିଷୋୟୀ ୩ଲକ୍ଷ ଟଙ୍କାର ଏକ...

ଛେଳି ଚୋରି କରିବାକୁ ଆସି ବନ୍ଧା ହେଲେ ଖୁଣ୍ଟରେ

ସଜନାଗଡ,୯।୭: ନିଛାଟିଆ ଜାଗାରେ ଏକ ବାଇକ୍‌ ଛିଡ଼ା ହୋଇଥିବା ବେଳେ ଗାଡ଼ି ନିକଟରେ କେହି ନ ଥିବା ଦେଖି ରାତି ଅଧରେ ଗାଁ ଲୋକଙ୍କ ସନ୍ଦେହ...

ମାଓବାଦୀଙ୍କ ଭୟ ଦୂର କରିବ ବିଏସ୍‌ଏଫ କ୍ୟାମ୍ପ

ମାଲକାନଗିରି/ଚିତ୍ରକୋଣ୍ଡା,୯ା୧୨(ଡି.ଏନ.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ପାର୍ଦୁଭାବକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ତଥା ପଣସପୁଟ ପଞ୍ଚାୟତ ଘନବେଢାଠାରେ ଗୁରୁବାର ଏକ...

Advertisement
Archives

Model This Week