ରାଜଧାନୀରେ ବଢୁଛି ବେଆଇନ ନିର୍ମାଣ:ଭଙ୍ଗାହେବ ୧୯୧ ଆପାର୍ଟମେଣ୍ଟ

ଭୁବନେଶ୍ୱର,୨୮ା୮(ଅନିଲ ଦାସ):ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ବେଆଇନ ଭାବେ ବହୁତଳ ଅଟ୍ଟାଳିକା ଗଢ଼ିଉଠୁଛି। ନିର୍ମାଣ ହେବା ପୂର୍ବରୁ ସମ୍ପୃକ୍ତ ଅଞ୍ଚଳ କର୍ତ୍ତୃପକ୍ଷ ଏଥିପ୍ରତି ନଜର ଦେଉ ନ ଥିବାରୁ ଦିନକୁ ଦିନ ଏହାର ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ରାଜଧାନୀ ଭୁବନେଶ୍ୱରରେ ସବୁଠୁ ଅଧିକ ବେଆଇନ ଆପାର୍ଟମେଣ୍ଟ ଗଢ଼ିଉଠୁଛି। ଭୁବନେଶ୍ୱର ରାଜ୍ୟର ପ୍ରମୁଖ ସହର। ଏଠାରେ ରାଜ୍ୟ ଶାସନର ମୁଖ୍ୟାଳୟଠାରୁ ଆରମ୍ଭକରି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନ ରହିଛି। ତେବେ ଏହି ମହାନଗର ଅଞ୍ଚଳରେ ବେଳକୁବେଳ ବହୁ ବେଆଇନ ଆପାର୍ଟମେଣ୍ଟ ଗଢ଼ି ଉଠୁଛି। ରାଜଧାନୀରେ ଗଢ଼ି ଉଠିଥିବା ୧୯୧ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମୋଟ ୪୯୧ଟି ବେଆଇନ ଆପାର୍ଟମେଣ୍ଟ ବିରୋଧରେ ମାମଲା ରୁଜୁ କରିଛି। ସେଥିରୁ ୨୩୭ଟି ମାମଲା ବିଚାରାଧୀନ ଥିବାବେଳେ ୬୩ଟି ଖାରଜ ହୋଇ ଯାଇଛି। ଅବଶିଷ୍ଟ ୧୯୧ ବେଆଇନ ଆପାର୍ଟମେଣ୍ଟକୁ ଭାଙ୍ଗିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
କେବଳ ବିଡିଏ ନୁହେଁ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧୀନରେ ମଧ୍ୟ ବହୁ ବେଆଇନ ଆପାର୍ଟମେଣ୍ଟ ଗଢ଼ି ଉଠିଛି। ବେଆଇନ ଭାବେ ଗଢ଼ି ଉଠିଥିବା ଆପାର୍ଟମେଣ୍ଟ/କୋଠାବାଡ଼ି ନିର୍ମାଣ ବିରୋଧରେ ୧୪୪୪ଟି ମାମଲା ରୁଜୁ ହୋଇଛି। ସେଥିରୁ ୪୫୧ ମାମଲା ଫଇସଲା ହୋଇସାରିଛି। ୯୯୩ ମାମଲା ବିଚାରାଧୀନ ରହିଛି। ଆଇନ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଅଧିନିୟମ-୧୯୮୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତିଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ମଙ୍ଗଳବାର ବିଧାନସଭାରେ ଏହା କହିଛନ୍ତି।
ଯଦି ସରକାର ନିଷ୍ପତ୍ତି ଅନୁଯାୟୀ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗନ୍ତି ତେବେ ଏହାକୁ କ୍ରୟ କରିଥିବା ଗ୍ରାହକ କ୍ଷତିରେ ପଡ଼ିବା ଆଶଙ୍କା ରହିଛି। ଗତ କିଛି ବର୍ଷ ଧରି ରାଜଧାନୀରେ ଗଢ଼ି ଉଠୁଥିବା ବେଆଇନ ଆପାର୍ଟମେଣ୍ଟକୁ ଭାଙ୍ଗିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ସେହି ଆପାର୍ଟମେଣ୍ଟର ମାଲିକମାନେ କୋର୍ଟର ଦ୍ୱାରସ୍ଥ ହେଉଥିବାରୁ ବିଡିଏ କିମ୍ବା ବିଏମ୍‌ସି କୌଣସି ଗୋଟିଏ ବେଆଇନ ଅଟ୍ଟାଳିକା ଭାଙ୍ଗି ପାରିନାହାନ୍ତି। ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା ପରେ ଭାଙ୍ଗିବା ନିର୍ଦ୍ଦେଶ ଥିବା ବେଆଇନ ଆପାର୍ଟମେଣ୍ଟ ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଉପରେ ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର,୬ା୮(ସୁଚିସ୍ମିତା ସାହୁ): ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଓଡ଼ିଶା ଫୁଡ୍‌ ପ୍ରୋସେସିଂ -୨୦୨୬ ଆଣ୍ଡ ଇନ୍‌ଭେଷ୍ଟର ରୋଡ୍‌ ଶୋ କାର୍ଯ୍ୟକ୍ରମରେ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଧାରଣାରତ ମହିଳାଙ୍କୁ ପୋଲିସ ଭ୍ୟାନ୍‌ରେ ପୂରାଇ ଭଙ୍ଗାଗଲା ଘର

ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ବୁଧବାର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଯୁକ୍ତ କ୍ଷତିପୂରଣ ଏବଂ ଉଚିତ ଥଇଥାନ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri