ହଟିବ ବେଆଇନ ବିଜ୍ଞାପନ

ପଟ୍ଟାମୁଣ୍ଡାଇ,୮ା୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଘରୋଇ ପ୍ରଚାରପତ୍ର ଓ ବେଆଇନ ବିଜ୍ଞାପନ ହୋର୍ଡିଂ ଛାଇହୋଇଯାଇଛି। ସହରର ରାସ୍ତା ପାର୍ଶ୍ୱରେ ଏଭଳି ସ୍ଥିତି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜୁଛି। ରାସ୍ତାପାଶର୍‌ବରେ ଲାଗିଥିବା ବଡ଼ ବ୍ୟାନର ଓ ହୋର୍ଡିଂଗୁଡ଼ିକ ଚାଳକମାନଙ୍କୁ ଲକ୍ଷ୍ୟଭ୍ରଷ୍ଟ କରୁଛି। ରାତିରେ ତୈଳଯୁକ୍ତ ବ୍ୟାନର ଉପରେ ଗାଡ଼ିର ଆଲୋକର ପ୍ରତିଫଳନ ଯୋଗୁ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଉଛି। ତେଣୁ ରାଜପଥ ହେଉ କି ସହର ରାସ୍ତା ଉପରେ ବେଆଇନ ଭାବେ ଲାଗିଥିବା ହୋର୍ଡିଂଗୁଡ଼ିକୁ ତୁରନ୍ତ ହଟାଇବା ସହ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୌର ପରିଷଦରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏହାଦ୍ୱାରା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ସହ ସହର ତା’ର ସୌନ୍ଦର୍ଯ୍ୟ ହରାଉଥିବାବେଳେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି ବୋଲି ଜନସାଧାରଣ ଦାବି କରିଆସୁଥିଲେ। ଏହାକୁ ନେଇ ପୌର କର୍ମଚାରୀ ଗୁରୁବାର ସନ୍ଧ୍ୟାରେ ପୋଲିସ ଦଳ ସହ ଦୋକାନୀକୁ ତାଗିଦ କରିଥିବା ବିଭାଗୀୟ ଅଧିକାରୀ ଅଶୋକ ମହାନ୍ତି କହିଛନ୍ତି।
ବୁଦ୍ଧିଜୀବୀ ପ୍ରବୀର ନାୟକ, ଅନନ୍ତ ଦାଶ, ପ୍ରେମାନନ୍ଦ ପଣ୍ଡା, ଆଇନଜୀବୀ ସୌମ୍ୟରଞ୍ଜନ ଧଳ ପ୍ରମୁଖ କହିଛନ୍ତି, ଆଡ୍‌ଭର୍ଟାଇଜ୍‌ମେଣ୍ଟ ରେଗୁଲେଶନ ଧାରା ଅନୁଯାୟୀ, ପୌରାଞ୍ଚଳରେ କେବଳ ପଞ୍ଜୀକୃତ ସଂସ୍ଥା ବିଜ୍ଞାପନ ହୋର୍ଡିଂ ଲଗାଇ ପାରିବେ। ସେମାନେ ପଞ୍ଜୀକୃତ ହେବା ପାଇଁ ପୌର ପରିଷଦରେ ଆବେଦନ କରିବେ। ଉପଯୁକ୍ତ ଟ୍ରେଡ୍‌ ଲାଇସେନ୍ସ ହାସଲ କରିବା ପରେ ଯାଇ ସେମାନଙ୍କୁ ସ୍ବୀକୃତି ମିଳିବ। ଏହି ସ୍ବୀକୃତିପ୍ରାପ୍ତ ସଂସ୍ଥାଗୁଡ଼ିକ ଜରିଆରେ ବିଜ୍ଞାପନ ଲାଗିବା କଥା। କିନ୍ତୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ବର୍ଷ ବର୍ଷ ଧରି ଅନେକ ସଂସ୍ଥା ବେଆଇନ ଭାବରେ ହୋର୍ଡିଂ ଲଗାଇ ଲାଭବାନ ହୋଇ ଆସୁଛନ୍ତି। ଓଡ଼ିଶାର ଅନେକ ଛୋଟଛୋଟ ମ୍ୟୁନିସିପାଲିଟି ବିଜ୍ଞାପନ ହୋର୍ଡିଂ ପାଇଁ ୯ ରୁ ୧୦ ଲକ୍ଷ ରାଜସ୍ବ ପାଉଥିବା ବେଳେ ପଟ୍ଟାମୁଣ୍ଡାଇ ପୌର ପରିଷଦ ମାତ୍ର ବାର୍ଷିକ ୩୪ ହଜାର ରାଜସ୍ବ ପାଉଛି ବୋଲି ବିଭାଗୀୟ ଅଧିକାରୀ ମହାନ୍ତି ସୂଚନା ଦେଇଥିଲେ। ଏଥିରେ (ପିଏମ୍‌) ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ରାଜସ୍ବହାନି କରୁଥିବା ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ପଟ୍ଟମୁଣ୍ଡାଇ ପୌରାଞ୍ଚଳ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ ଏହାର ସମୀକ୍ଷାକରିବା ପରେ ପୋଲିସ ଓ ପୌର ଅଧିକାରୀଙ୍କ ସହ ସମସ୍ତ ଦୋକାନୀ ବିଜ୍ଞାପନ ଏଜେନ୍ସିଙ୍କୁ ତାଗିଦକରି ପଞ୍ଜୀକୃତ ହେବାକୁ ନୋଟିସ ଜାରି କରାଯାଇଛି। ଆସନ୍ତା ମାସରୁ ବେଆଇନ ହୋର୍ଡିଂ ହଟାଇବା ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ପଟ୍ଟାମୁଣ୍ଡାଇ ସହରର କାନ୍ଥବାଡ଼, ବିଦ୍ୟୁତ୍‌ଖୁଣ୍ଟରେ ପୌର କର୍ମଚାରୀଙ୍କୁ ହାତଗୁଞ୍ଜା ଦେଇ ବେଆଇନ ବିଜ୍ଞାପନ ହୋର୍ଡିଂ ଲଗାଇ ଅସାଧୁ ବ୍ୟବସାୟୀ ମାଲାମାଲ ହେଉଛନ୍ତି। କେବଳ ସେତିକି ନୁହେଁ, ସହରର ଏକାଧିକ ରାସ୍ତା ଆଉ ଛାତ ଉପର ମଧ୍ୟ ବିଜ୍ଞାପନ ଛାଇ ଗଲାଣି। ପୌର ନିୟମ ଅନୁଯାୟୀ ବ୍ୟକ୍ତିଗତ ଜାଗାରେ ବିଜ୍ଞାପନ ବା ହୋର୍ଡିଂ ଲଗାଇଲେ ପୌର ପରିଷଦକୁ ଧାର୍ଯ୍ୟ ଦେୟ ଦେବାକୁ ପଡ଼ିବ। କିନ୍ତୁ କେତୋଟି ହାତଗଣତି ବିଜ୍ଞାପନକୁ ଛାଡ଼ିଦେଲେ କେହି ଏ ସମ୍ପର୍କରେ ପରିଷଦକୁ ଜଣାଉନାହାନ୍ତି। ଫଳରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଥିବା ବେଳେ କେତେଜଣ କର୍ମଚାରୀ ବିଜ୍ଞାପନ ଏଜେନ୍ସି ଓ ଦୋକାନୀଙ୍କ ସହ ହରିଲୁଟ୍‌ରେ ମାତି ମାଲାମାଲ ହେଉଛନ୍ତି। ବର୍ଷ ବର୍ଷ ଧରି ଏଭଳି କାରବାର ଚାଲିବା ପରେ ଗୁରୁବାର ପୌର ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ପୌର ପରିଷଦରେ ପଞ୍ଜୀକୃତ ହୋଇ ନ ଥିବା ସଂସ୍ଥାଙ୍କ ହୋର୍ଡିଂକୁ ହଟାଇବାକୁ ସ୍ଥିର କରାଯାଇଛି। ଏଥିସହ ପ୍ରତ୍ୟେକଙ୍କୁ ପଞ୍ଜୀକୃତ ହେବାକୁ ଆହ୍ବାନ କରାଯାଇଛି, ତତ୍‌ସହିତ ସମସ୍ତ ଉଠା ଦୋକାନୀଙ୍କୁ ଅବରୋଧ ହଟାଇବାକୁ ଚେତାବନୀ ଦେଇଛନ୍ତି ବୋଲି ପୌର ନିର୍ବାହୀ ଅଧିକାରୀ ବିଶ୍ୱାଳ କହିଛନ୍ତି। ପ୍ରଥମେ ବିଜ୍ଞାପନ ଲଗାଇଥିବା ସଂସ୍ଥାଗୁଡ଼ିକୁ ତାଗିଦ କରିବା ପରେ ନ ମାନିଲେ ଥାନାରେ ଏତଲା ଦିଆଯିବ। ସହରର ଯେଉଁ ସ୍ଥାନଗୁଡ଼ିକ ହୋର୍ଡିଂ ପାଇଁ ଚିହ୍ନଟ କରାଯାଇଛି, ସେଠାରେ ଲଗାଯିବ। ଯେଉଁଗୁଡ଼ିକ ଚିହ୍ନଟ ହୋଇନାହିଁ ସେଠାରେ ହୋର୍ଡିଂ ଲାଗିଲେ କଟାଯିବା ସହ ଜରିମାନା ଆଦାୟ ହେବ ବୋଲି ପୌର ଅଧିକାରୀ ମହାନ୍ତି ପ୍ରକାଶ କରିଛନ୍ତି। ତେବେ ବିଳମ୍ବରେ ହେଉ ପଛକେ ପୌରପାଳିକା କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଥିବାରୁ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?