ଜଙ୍ଗଲକୁ ଅଣଦେଖା, ବଢ଼ୁଛି ହାତୀ ମୃତ୍ୟୁ

ଭୁବନେଶ୍ୱର,୧୫ା୯(ଅନିଲ ଦାସ): ଜଳବାୟୁ ପରିବର୍ତ୍ତନ ଯୋଗୁ ଦିନକୁ ଦିନ ପରିବେଶ ଉତ୍ତପ୍ତ ହେଉଥିବା ବେଳେ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ଥିବା ଜଙ୍ଗଲ ଅସୁରକ୍ଷିତ ହୋଇପଡ଼ିଛି। ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଧ୍ୱଂସ ହେଉଥିବା ବେଳେ ଅଗ୍ନିକାଣ୍ଡ ପାଇଁ ମଧ୍ୟ ଅନେକ ଜଙ୍ଗଲ ଜଳି ପୋଡ଼ି ଯାଉଛି। ସବୁଠୁ ଚିନ୍ତାଜନକ ବିଷୟ ହେଲା ଯେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ଦାୟିତ୍ୱହୀନତା ଯୋଗୁ ରାଜ୍ୟ କ୍ଷତିପୂରକ ବନୀକରଣ ପାଣ୍ଠି ଓ ଯୋଜନା ପ୍ରାଧିକରଣ (କାମ୍ପା) ଜଙ୍ଗଲ କାମରେ ବିନିଯୋଗ ନ ହୋଇ ହେରଫେର ହେଉଛି। କେବଳ ସେତିକି ନୁହେଁ, ଜଙ୍ଗଲ ସୁରକ୍ଷାରେ ବ୍ୟାପକ ତ୍ରୁଟି ଓ କର୍ମଚାରୀ ପଇଁତରା ମାରୁ ନ ଥିବାରୁ ୩୭ ବନଖଣ୍ଡରେ ୨୩୯ଟି ହାତୀଙ୍କର ମୃତ୍ୟୁ ଘଟିଛି।
ଏ ନେଇ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଉଦ୍‌ବେଗ ପ୍ରକାଶ କରିବା ସହ ଜଙ୍ଗଲ ପରିଚାଳନାରେ ହୋଇଥିବା ପୁଳାପୁଳା ଅନିୟମିତତାର ପର୍ଦ୍ଦାଫାଶ କରିଛନ୍ତି।

ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି ଯେ କ୍ଷତିପୂରକ ବନୀକରଣ, ଜଙ୍ଗଲ ଏବଂ ବନ୍ୟଜନ୍ତୁ ପରିଚାଳନା ତଥା ସୁରକ୍ଷା ଭିତ୍ତିଭୂମି ବିକାଶ ଆଦି କାର୍ଯ୍ୟକୁ ତ୍ୱରାନ୍ବିତ ପାଇଁ କେନ୍ଦ୍ର ସରକାର କ୍ଷତିପୂରକ ବନୀକରଣ ପାଣ୍ଠି ଓ ଯୋଜନା ପ୍ରାଧିକରଣ (କାମ୍ପା)ଗଠନ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ବିଜ୍ଞପ୍ତି ପ୍ରକାଶ ପାଇବାର ୯ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର କାମ୍ପା ଗଠନ କରି ନ ଥିଲେ। କାମ୍ପାରୁ ମିଳିଥିବା ୨୨୩୮.୯୮ କୋଟିରୁ ୨୦୧୯ରୁ ୨୨ ମଧ୍ୟରେ ୨୦୭୪ .୪୪ କୋଟି ଟଙ୍କା ବିନିଯୋଗ ହୋଇ ନ ପାରି ପଡ଼ି ରହିଥିଲା। କେବଳ ସେତିକି ନୁହେଁ, ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପାଇଁ ୯ଟି ମାମଲା ୫ବର୍ଷରୁ ଅଧିକ ସମୟ ବିଚାରାଧୀନ ଥିବାରୁ ସରକାରଙ୍କୁ ୮୮.୪୦ କୋଟିର ରାଜସ୍ବ ମଧ୍ୟ ହରାଇବାକୁ ପଡ଼ିଛି। ଅନ୍ୟ ପକ୍ଷରେ ରାଜ୍ୟରେ ବହୁ ପରିମାଣର ଜଙ୍ଗଲ ନଷ୍ଟ ହୋଇଥିବା ବେଳେ ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ ଲାଗୁ ହେବାଠାରୁ ଏ ପର୍ଯ୍ୟନ୍ତ ୬,୯୯୫.୯୭ ହେକ୍ଟର ଜମିରେ କ୍ଷତିପୂରଣ ବନୀକରଣ ହୋଇ ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ସେହିପରି ଜଙ୍ଗଲରେ ଅଗ୍ନିନିରାପତ୍ତା ପାଇଁ କାମ୍ପା ପାଣ୍ଠିରୁ ୫୮.୮୪ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ୨୦୧୯ ତୁଳନାରେ ୨୦୨୧ରେ ୩୦୦ ପ୍ରତିଶତ ଅଗ୍ନୀକାଣ୍ଡ ଘଟିଛି। କମ୍ପା ପାଣ୍ଠିରୁ ୫୬.୮୨ କୋଟି ଟଙ୍କା ଅନିୟମିତ ଭାବେ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଇଥିଲା। ସେହିପରି କାମ୍ପା ପାଣ୍ଠିରୁ ୨୪୮.୦୬ କୋଟି ଟଙ୍କାକୁ ଆମ ଜଙ୍ଗଲ ଯୋଜନାରେ ରାଜ୍ୟ ସରକାର ବିନିଯୋଗ କରିଥିବା ସିଏଜି ଉଲ୍ଲେଖ କରିଛନ୍ତି।

ଅନ୍ୟ ପକ୍ଷରେ ଜଙ୍ଗଲରେ ବନ କର୍ମଚାରୀ ପଇଁତରା ନ ମାରିବା ଏବଂ ଟ୍ରାପ କ୍ୟାମେରା ବ୍ୟବହାର ନ କରିବାରୁ ଆଠଗଠ ଓ ଢେଙ୍କାନାଳ ବନ ଖଣ୍ଡରେ ୫୧ଟି ହାତୀଙ୍କର ମୃତ୍ୟୁ ହୋଇଛି। ଏହି ଦୁଇ ବନଖଣ୍ଡରେ ୨୦୧୯ରୁ ୨୨ ମଧ୍ୟରେ ଦୁର୍ଘଟଣାରେ ୨ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ବିଦ୍ୟୁତ ଆଘାତ୍‌ର ୯, ଶିକାରୀଙ୍କ ଦ୍ୱାରା ୬, ରୋଗଦ୍ୱାରା ୨୮ ଲଢେଇରେ ୩ ଏବଂ ପ୍ରାକୃତିକ ଭାବେ ୩ଟି ହାତୀଙ୍କର ମୃତ୍ୟୁ ହୋଇଛି। ଆଠଗଡ ବନଖଣ୍ଡ ଅଧିକାରୀ ହାତୀ ମୃତ୍ୟୁର କୌଣସି ଫଟୋ କିମ୍ବା ଭିଡିଓଗ୍ରାଫି କରି ନାହାନ୍ତି। ହାତୀଙ୍କ ସୁରକ୍ଷା ପ୍ରତି ଆଦୌ ଧ୍ୟାନ ଦିଆଯାଇ ନ ଥିବା ସିଏଜି ଅଡିଟ ବେଳେ ଜାଣିବାକୁ ପାଇଛନ୍ତି। ହାତୀ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ୧୯୭୨କୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଛି। କେବଳ ଆଠଗଡ କିମ୍ବା ଢେଙ୍କାନାଳ ନୁହେଁ, ଏହି କାରଣରୁ ୨୦୧୯ରୁ ୨୨ ମଧ୍ୟରେ ୩୭ଟି ବନଖଣ୍ଡରେ ୨୩୯ ହାତୀଙ୍କର ମୃତ୍ୟୁ ହୋଇଛି। ଜଙ୍ଗଲରେ ନିଅଁା ଲାଗୁଥିଲେ ମଧ୍ୟ ବନଖଣ୍ଡ ଅଧିକାରୀ କିମ୍ବା କର୍ମଚାରୀ ଘଟଣା ସ୍ଥଳକୁ ଯାଉ ନାହାନ୍ତି। ଯାହା ଫଳରେ ବନଖଣ୍ଡ ଗୁଡିକରେ ଅଗ୍ନୀକାଣ୍ଡ ଘଟଣା ବଢି ଯାଉଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ସବୁଠୁ ଆଶ୍ଚର୍ଯ୍ୟର କଥା ଯେ କାର୍ଯ୍ୟକ୍ଷମ ନ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ ଟାଓ୍ବାର ଏବଂ ଓ୍ବାକିଟକି କିଣାଯାଇଥିଲେ ମଧ୍ୟ ତାହା ଘଞ୍ଚ ଜଙ୍ଗଲରେ ବନ କର୍ମଚାରୀଙ୍କ ପାଇଁ କିଛି କାମ ଦେଇ ନ ଥିଲା। ଏବାଦରେ ୪୯.୪୨ ଲକ୍ଷ ଟଙ୍କା ପାଣିରେ ପଡିଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?