ପିଲାଙ୍କୁ ଉପେକ୍ଷା

ଆକାର ପଟେଲ

ଚଳିତ ମାସ ପ୍ରାରମ୍ଭରେ ଉପସ୍ଥାପିତ ବଜେଟକୁ ଦୁଇଟି ବିଷୟ ପାଇଁ ପ୍ରଶଂସା କରାଗଲା। ପ୍ରଥମତଃ କୁହାଗଲା ବ୍ୟୟବରାଦ ପୁଞ୍ଜି ଖର୍ଚ୍ଚ ଠିକ୍‌ ବାଟରେ ହୋଇଛି, ଯାହା ଦୀର୍ଘମିଆଦୀ ଭିତ୍ତିରେ ଲାଭଦେବ। ଦ୍ୱିତୀୟରେ କୁହାଗଲା ଯେ, ଏହା ସମ୍ପୂର୍ଣ୍ଣ ସ୍ବଚ୍ଛ। ବଜେଟରେ ବିତ୍ତୀୟ ନିଅଣ୍ଟ ତିନିଗୁଣା ବଢ଼ିଥିବା ସରକାର ଅନ୍ତତଃପକ୍ଷେ ସ୍ବୀକାର କରିଛନ୍ତି। ସମ୍ଭବତଃ ବଜେଟ ସମ୍ପର୍କରେ ଜାଣି ନ ଥିବା ବ୍ୟକ୍ତିଙ୍କୁ ଏହି ଦୁଇଟି ବିଷୟ ଏକ ଉତ୍ତମ ବଜେଟ ଲାଗି ଯଥେଷ୍ଟ ବୋଲି ମନେ ହୋଇପାରେ। ବାସ୍ତବରେ ୧୯୯୧ର ବଜେଟକୁ ବାଦ୍‌ଦେଲେ ମୋ ଜାଣିବାରେ ଅଧିକାଂଶ ଲୋକଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବା ଭଳି କୌଣସି ବଜେଟ ହୋଇନି। ତେବେ ଏହା ସ୍ପଷ୍ଟ ଯେ ଅତି ଜରୁରୀ ଦିଗକୁ ଏହି ବଜେଟ ଅଣଦେଖା କରିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିତ୍ବା ରାଷ୍ଟ୍ରୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୦୨୦ କିଛି ଭୟଙ୍କର ସାଂଖି୍ୟକ ତଥ୍ୟ ପ୍ରକାଶ କରିଛି। ଜଣାପଡ଼ିଛି ଯେ, ୪ଟି ମୁଖ୍ୟ ମାନକ ଯାହା ଆମ ପିିଲାମାନଙ୍କ ପୋଷଣ ସମ୍ବନ୍ଧୀୟ ସ୍ଥିତିକୁ ସୂଚାଇଥାଏ, ତାହା ରାଜ୍ୟଗୁଡ଼ିକରେ ୨୦୧୫-୧୬ ତୁଳନାରେ ୨୦୧୯-୨୦୨୦ରେ ରେକର୍ଡ ସ୍ତରର ହ୍ରାସ ଘଟିଛି। ଗୁଜରାଟ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ପିଲାମାନଙ୍କର ଆନେମିକ (ରକ୍ତହୀନତା) ଏବଂ ଓ୍ବେଷ୍ଟେଡ୍‌ (ପିଲାଙ୍କ ଉଚ୍ଚତା ଅନୁସାରେ କମ୍‌ ଓଜନ)ର ଅନୁପାତ ୧୫ ବର୍ଷ ପୂର୍ବର ୨୦୦୫-୦୬ର ସ୍ତରଠାରୁ ଅତ୍ୟଧିକ ଉଚ୍ଚରେ ରହିଛି। ଏହା ବିକାଶର ବିପର୍ଯ୍ୟୟକୁ ସୂଚାଉଛି। ଏପରି କି ଏହି ମାନକଗୁଡ଼ିକରେ ସବୁଠୁ ଆଗରେ ରହିଆସିଥିବା କେରଳରେ ୨୦୧୫-୧୬ ତୁଳନାରେ ୨୦୧୯-୨୦୨୦ରେ ଦୁର୍ବଳ ସ୍ତରରେ ରହଛି। ଉକ୍ତ ସର୍ଭେରେ ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ତଥ୍ୟ ପ୍ରକାଶ କରାଯିିବା ସହ ୧୦ଟି ପ୍ରମୁଖ ରାଜ୍ୟର ତଥ୍ୟ ଉପରେ ଗଭୀର ଅନୁଧ୍ୟାନ କରାଯାଇଥିଲା। ୨୦୧୫-୧୬ ତୁଳନାରେ ୨୦୧୯-୨୦ରେ ପିଲାମାନଙ୍କ ରକ୍ତହୀନତା ସମସ୍ୟା ଏହି ୧୦ଟି ରାଜ୍ୟରେ ଅଧିକ। ଗୁଜରାଟ, ହିମାଚଳପ୍ରଦେଶ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ୨୦୦୫-୦୬ ତୁଳନାରେ ୨୦୧୯-୨୦୨୦ରେ ଅଧିକ ପ୍ରତିଶତ ରକ୍ତହୀନତା ପୀଡ଼ିତ ପିଲା ରହିଥିଲେ। ଆସାମ, ଗୁଜରାଟ, କର୍ନାଟକ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ୨୦୦୫-୦୬ ତୁଳନାରେ ୨୦୧୯-୨୦ରେ ଅଧିକ ପ୍ରତିଶତ ଓ୍ବେଷ୍ଟେଡ ବର୍ଗର ପିଲା ରହିଥିଲେ। ୧୦ଟି ରାଜ୍ୟରୁ ୭ଟିରେ ଅଣ୍ଡର୍‌ଓ୍ବେଟ (ବୟସ ଅନୁସାରେ କମ୍‌ ଓଜନ) ୨୦୧୫-୧୬ ଅପେକ୍ଷା ୨୦୧୯-୨୦ରେ ବହୁତ କମ୍‌ ଓ ୬ଟି ରାଜ୍ୟରେ ଷ୍ଟୁଣ୍ଟିଂ (ବୟସ ଅନୁସାରେ କମ୍‌ ଉଚ୍ଚତା)୨୦୧୫-୧୬ ତୁଳନାରେ ଅଧିକ ରହିଥିଲା। ଅନୁଧ୍ୟାନରୁ ଏହା ମଧ୍ୟ ଜଣାପଡ଼ିଥିଲା ଯେ, ଆନ୍ଧ୍ରପ୍ରଦେଶ, ବିହାର, ଗୁଜରାଟ, ମହାରାଷ୍ଟ୍ର, କର୍ନାଟକ ଏବଂ ପଶ୍ଚିମବଙ୍ଗରେ ଡାଇରିଆ ହାର ବୃଦ୍ଧି ପାଇଥିଲା। ବିହାରରେ ଏହା ୨୦୧୫-୧୬ରେ ୧୦.୪% ରହିଥିଲାବେଳେ ୨୦୧୯-୨୦ରେ ପହଞ୍ଚିଥିଲା ୧୩.୭%ରେ। ଏହା ହିଁ ବାସ୍ତବ ସ୍ଥିତି। ସମସ୍ୟା ହେଉଛି ବଜେଟ ଏହାକୁ ସ୍ବୀକାର କଲା ନାହିଁ କି ଏହି ସମସ୍ୟା ପ୍ରତି ଧ୍ୟାନ ଦେଲାନାହିଁ।
ଦିନକୁ ଗୋଟିଏ ବେଳାର ଖାଦ୍ୟ ପାଇଁ ପିଲାମାନେ ମଧ୍ୟାହ୍ନଭୋଜନ ଉପରେ ନିର୍ଭର କରନ୍ତି। ଏଥିରେ ବି ପିଲାଙ୍କୁ ଉପେକ୍ଷା କରାଗଲା। ଏ ବାବଦରେ ୨୦୨୧ ଆର୍ଥିକ ବର୍ଷର ୧୩,୪୦୦ କୋଟି ଟଙ୍କାରୁ କମାଇ ୨୦୨୨ରେ ୧୧,୫୦୦ କୋଟି ଟଙ୍କା ରଖାଗଲା। ୭ ବର୍ଷ ପୂର୍ବରୁ ଯାହା ରହିଥିଲା ଏହା ତା’ଠାରୁ ବି କମ୍‌ ହେଲା। ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ସ୍କୁଲ ଯାଇ ନ ଥିବା ୬ ବର୍ଷ ବୟସରୁ କମ୍‌ ପିଲା ଓ ସେମାନଙ୍କ ମା’ମାନଙ୍କୁ ଖାଦ୍ୟ, ଶିକ୍ଷା, ପ୍ରାଥମିକ ସ୍ବାସ୍ଥ୍ୟସେବା, ଟିକାରକରଣ, ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଏସମ୍ପର୍କିତ ସେବା ଯୋଗାଇଦିଏ। କିନ୍ତୁ ଏ ବଜେଟରେ ଏଥିପାଇଁ କମ୍‌ ବରାଦ କରାଯାଇଛି। ୨୦୧୪-୧୫ରେ ଏଥିପାଇଁ ୧୮,୬୯୧ କୋଟି ଟଙ୍କା ରଖାଯାଇଥିବାବେଳେ ୨୦୨୨ ଆର୍ଥିକ ବର୍ଷରେ ରଖାଗଲା ୧୬,୮୮୮ କୋଟି ଟଙ୍କା।
୨୦୨୨ ସୁଦ୍ଧା ପୋଷଣ ସମ୍ବନ୍ଧୀୟ ପରିଣାମରେ ଉନ୍ନତି ଆଣିବା ଲାଗି ଆରମ୍ଭ କରାଯାଇଥିବା ‘ପୋଷଣ ଅଭିଯାନ’ରେ ବାଧା ଆଣିଲା। ଅକ୍ଟୋବର ୩୧ ସୁଦ୍ଧା ନିର୍ଦ୍ଧାରିତ ବାର୍ଷିକ ପରିବ୍ୟୟର ମାତ୍ର ୪୬% ସରକାର ଦେଇଛନ୍ତି। ୨୦୨୨ ବଜେଟରେ ଏହାକୁ ୨୭% କମାଇ ଦିଆଯାଇଛି। ପାନୀୟ ଜଳ ଓ ପରିମଳ ବିଭାଗର ବଜେଟ ୨୧,୦୦୦ କୋଟି ଟଙ୍କାରୁ ୬୦,୦୩୦ କୋଟି ଟଙ୍କାକୁ ବୃଦ୍ଧି କରାଗଲା। କିନ୍ତୁ ସେଥିମଧ୍ୟରୁ ୫୦,୦୦୦ କୋଟି ଟଙ୍କା କେନ୍ଦ୍ରୀୟ ରାସ୍ତା ଓ ଭିତ୍ତିଭୂମି ପାଣ୍ଠିକୁ ଦିଆଯାଇଛି। ଲଜ୍ଜାଜନକ ପ୍ରଶ୍ନବାଣରୁ ବଞ୍ଚିବା ଲାଗି ଏହା ଏକ ସ୍ପଷ୍ଟ ଯୋଜନା ଭଳି ଜଣାପଡୁଛି। ଆଇସିଡିଏସ୍‌ ପୋଷଣ ଅଭିଯାନ, କିଶୋରୀ ବାଳିକା ଯୋଜନା ଏବଂ ରାଷ୍ଟ୍ରୀୟ ଶିଶୁଗୃହ ଯୋଜନା ସହ ଆଇସିଡିଏସ୍‌କୁ ସଂଯୋଜିତ କରି କୁହାଗଲା ସକ୍ଷମ। କେବଳ ଆଇସିଡିଏସ୍‌ ପାଇଁ ପୂର୍ବ ବର୍ଷ ବଜେଟରେ ଯହା ଥିଲା ସକ୍ଷମ ପାଇଁ ୨୦୨୨ ବଜେଟରେ ତା’ଠାରୁ କମ୍‌ ରଖାଗଲା। ଗର୍ଭବତୀ ମହିଳାମାନଙ୍କୁ ଲାଭ ପହଞ୍ଚାଇବା ଲାଗି କରାଯାଇଥିବା କେନ୍ଦ୍ରର ପ୍ରଧାନମନ୍ତ୍ରୀ ମାତୃବନ୍ଧନ ଯୋଜନା, କନ୍ୟାଶିକ୍ଷା ପାଇଁ ବେଟି ବଚାଓ ବେଟି ପଢ଼ାଓ ଯୋଜନା, ମହିଳା ଶକ୍ତି କେନ୍ଦ୍ର ଏବଂ ମହିଳା ଓ ଶିଶୁ କଲ୍ୟାଣ ପାଇଁ କରାଯାଇଥିବା ଅନ୍ୟସବୁ ସାଧାରଣ ଯୋଜନାକୁ ସଂଯୋଜିତ କରି କୁହାଗଲା ସାମର୍ଥ୍ୟ। ୨୦୨୧ରେ ବଜେଟରେ ଏହା ୨୮୫୮ କୋଟି ଟଙ୍କା ପାଇଥିବାବେଳେ ୨୦୨୨ରେ ପାଇଲା ୨୫୨୨ କୋଟି ଟଙ୍କା। ଆୟୁଷ୍ମାନ ଭାରତ ପାଇଁ ଗତ ବର୍ଷ ବଜେଟରେ ଥିଲା ୬୪୦୦ କୋଟି ଟଙ୍କା ଏବଂ ଏହି ବଜେଟରେ ବି ସେତିକି ରଖାଗଲା। ସର୍ବନିମ୍ନ ମଜୁରି ଏବଂ ଅଙ୍ଗନଓ୍ବାଡି ଏବଂ ସ୍ବୀକୃତିପ୍ରାପ୍ତ ସାମାଜିକ ସ୍ବାସ୍ଥ୍ୟ କର୍ମକର୍ତ୍ତା, ଯାହାଙ୍କୁ ମୋଦି କହୁଛନ୍ତି ‘କରୋନା ଯୋଦ୍ଧା’, ସେମାନଙ୍କ ପାଇଁ ଏହି ବଜେଟରେ କୌଣସି ପ୍ରାବଧାନ ହୋଇପାରିଲାନାହିଁ। ସେମାନେ ଏହା ବିରୋଧରେ କିଛି କହିପାରିବେ ନାହିଁ। ସେମାନେ ଲୋଡ଼ିବେ ସରକାରରୁ ଏହା ବିରୋଧରେ ପ୍ରତିବାଦର ସ୍ବର, କିନ୍ତୁ ଏ ବଜେଟରେ ତାହା ହୋଇପାରିଲା ନାହିଁ। ଆମର କୋଟିକୋଟି ପିଲାଙ୍କୁ ସଙ୍କଟରେ ପକାଇଆସୁଥିବା ଏକ ସମସ୍ୟା ସମ୍ବନ୍ଧରେ ସରକାର ଜାଣିଥିଲେ କି ନାହିଁ ତାହା ଆଗାମୀ ସର୍ଭେ ନ ହେବାଯାଏ ଆମେ ସେ ସମ୍ପର୍କରେ ଜାଣିପାରିବାନି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri