ଜାଲ୍‌ ହନୁମାନ ତମ୍ବା ପଇସା ଦେଇ ଠକୁଥିଲେ, ତାପରେ…

ଚିତ୍ରକୋଣ୍ଡା,୧୪ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସଦରର ଜଣେ ବ୍ୟକ୍ତିଙ୍କ ଘରୁ ହନୁମାନ ପଇସା, ବହୁ ପୁରୁଣା ତମ୍ବା ମୁଦ୍ରା, ହରିଣ ଛାଲ, ଗୋଟିଏ ବନ୍ଧୁକ, ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୩ଜଣଙ୍କୁ ଚିତ୍ରକୋଣ୍ଡା ପୋଲସ ଗିରଫ କରିଛି। ସେମାନେ ହେଲେ ମୋହନ ତ୍ରିବେଦୀ, ଇଥାମ ସେଟି ଭେଙ୍କେଟ ରାମନା ଓ କୃପାଭରାମ ତ୍ରିପାଲି। ମୋହନଙ୍କ ଘର ଓଡ଼ିଶାରେ ହୋଇଥିବା ବେଳେ ଇଥାମ ଓ କୃପାଭରାମଙ୍କ ଘର ଆନ୍ଧ୍ର ପ୍ରଦେଶର ଏଲମାନଚିଲି ଗ୍ରାମରେ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ, ଚିତ୍ରକୋଣ୍ଡା ଦୈନିକ ବଜାରର ମୋହନ ତ୍ରିବେଦୀଙ୍କ ଘରେ ହନୁମାନ ପଇସା, ବହୁ ପୁରୁଣା ତମ୍ବା ମୁଦ୍ରା ଓ ହରିଣ ଛାଲ ଥିବା ଖବର ପାଇ ଆଇଆଇସି ସୂର୍ଯ୍ୟ ପ୍ରକାଶ ନାୟକଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଶନିବାର ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସେଠାରୁ ଏକ ଡବଲ ବ୍ୟାରେଲ ବନ୍ଧୁକ, ୫୦ଟି ଭାରତୀୟ ଓ ବିଦେଶୀ ପୁରୁଣା ତମ୍ବା ପଇସା, ହନୁମାନ ପଇସା, ବିଭିନ୍ନ ରଙ୍ଗର ଓ ଭିନ୍ନ ରୂପର ରତ୍ନପଥର ଥିବା ଗୋଟିଏ ଷ୍ଟିଲ ବାକ୍ସ, ନଗଦ ୧୨,୩୧୦ ଟଙ୍କା, ହରିଣ ଚମଡା, ଗୋଟିଏ ସ୍କୁଟି, ତିନୋଟି ମୋବାଇଲ, ଏଟିଏମକାର୍ଡ ପୋଲିସ ଜବତ କରିଥିଲା। ଘର ମାଲିକ ଦ୍ୱିବେଦୀଙ୍କ ସହ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଥିଲା। ଏହି ୩ ଜଣ ଦୀର୍ଘଦିନ ହେଲା ଲୋକଙ୍କୁ ଜାଲ୍‌ ରତ୍ନପଥର, ତମ୍ବା, ହନୁମାନ ପଇସା ଦେଇ ଠକୁଥିଲେ। ପୋଲିସ ଏକ ମାମଲା(କେସ୍‌ ନଂ. ୨୫/୨୧) ରୁଜୁ କରି ଗିରଫ ୩ଜଣଙ୍କୁ କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରେ ରୋଗୀଙ୍କୁ ଦିଆଯାଉଛି ଅକ୍ସିଜେନ

ବଲାଙ୍ଗୀର ଅଫିସ, ୧୮ା୪: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଜରୁରିକାଳୀନ ଚିକିତ୍ସା ସେବା ବିଗିଡିବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମିତଙ୍କ...

ନାଲ୍‌କୋ ସ୍ମେଲଟର ପୂର୍ବତନ ଜିଏମ୍‌ଙ୍କୁ ୨ ବର୍ଷ ଜେଲ

ଅନୁଗୋଳ ଅଫିସ, ୨୭।୯-ନାଲ୍‌କୋର ପୂର୍ବତନ ମହାପ୍ରବନ୍ଧକ ଶମ୍ଭୁ ଦୟାଲ ଚୌହାରିଆଙ୍କୁ ଅନୁଗୋଳ ଏସ୍‌ଡିଜେଏମ୍‌ କୋର୍ଟ ଗୁରୁବାର ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨ ଜଣଙ୍କ...

ରାସ୍ତାରେ ବାଇକ୍‌ ରଖି ରଶି ଲଗାଇ ଝୁଲିପଡ଼ିଲେ ଯୁବକ

ପାରଳାଖେମୁଣ୍ଡି,୧୯।୩: ରଙ୍ଗର ପର୍ବ ହୋଲିରେ ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠ ଗୁମ୍ମାଗଡା ନିକଟସ୍ଥ ରେଲ୍‌ୱେ ଇଲେକ୍ଟ୍ରି ପୋଲ୍‌ରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା...

ମାସିକ ୨ ଶହ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଦିଆଯାଉ

ଅନୁଗୋଳ ଅଫିସ୍‌/ଅନୁଗୋଳ ସହର, ୨୫ା୧ ଶିଳ୍ପ ଓ କୋଇଲା ଖଣି ଦ୍ୱାରା ପ୍ରଦୂଷିତ ଅନୁଗୋଳ ଜିଲାବାସୀଙ୍କୁ ସର୍ବନିମ୍ନ ମାସକୁ ୨ ଶହ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା...

ଡାକ ପାର୍ସଲ କଣ୍ଟେନରରେ ଗୋରୁ ଚାଲାଣ

ସିମୁଳିଆ,୨୧ା୭(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ମାତ୍ର ଶହେ ମିଟର ଦୂର ୧୬ ନଂ. ଜାତୀୟ ରାଜପଥରେ ରବିବାର ସକାଳେ ଏକ ଡାକ ପାର୍ସଲ...

ମେଡିକାଲ ଅଫିସରଙ୍କ ସହ ଗଞ୍ଜାମ ଜିଲାପାଳଙ୍କ ଆଲୋଚନା : ରୋଗୀ ସେବାରେ ଆହୁରି ଉନ୍ନତି ଆଣିବା ନେଇ ଗୁରୁତ୍ୱ

ଛତ୍ରପୁର,୨୨।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କୋଭିଡ ପରିଚାଳନା ନେଇ ଶନିବାର ସମସ୍ତ ମେଡିକାଲ ଅଫିସରଙ୍କ ସହ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା...

ଇନ୍ଦ୍ରାବତୀରେ ଓଲଟିଲା ଡଙ୍ଗା

ନବରଙ୍ଗପୁର,୧୧।୪: ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ବଡ଼ଡାଇଭଟ୍ଟା ନିକଟସ୍ଥ ଇନ୍ଦ୍ରାବତୀ ନଦୀରେ ଏକ ମାଛଧରା ଡଙ୍ଗା ଓଲଟି ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଯିଛି। ମୃତକ...

ପିଲା ପଢ଼ିବେ ଜଳବାୟୁ ପରିବର୍ତ୍ତନ, କୋଭିଡ୍‌ ପାଠ

ଭୁବନେଶ୍ୱର, (ବ୍ୟୁରୋ)/କଟକ ଅଫିସ, ୧୧।୭: ଏଣିକି ସ୍କୁଲରେ କୋଭିଡ୍‌ ସଂକ୍ରାନ୍ତ ପାଠ ପଢ଼ାଯିବ। ୨୦୨୨-୨୩ ଶିକ୍ଷାବର୍ଷରୁ ଜଳବାୟୁ ପରିବର୍ତ୍ତନ ଓ କୋଭିଡ୍‌ ପରିଚାଳନା ସଂକ୍ରାନ୍ତ ବିଷୟବସ୍ତୁ...

Advertisement
Archives

Model This Week