‘ଆତ୍ମା’ କର୍ମଚାରୀଙ୍କୁ ଅଣଦେଖା

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କୃଷି ବୈଷୟିକ ପରିଚାଳନା ଏଜେନ୍ସି (ଆତ୍ମା) ହେଉଛି କୃଷି ବିଭାଗର ମେରୁଦଣ୍ଡ । ଧାନ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ସହ କୃଷକମାନଙ୍କୁ ସହାୟତା କରିବା କ୍ଷେତ୍ରରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁ ରାଜ୍ୟ ସରକାରଙ୍କୁ ୪ ଥର କୃଷି କର୍ମଣ ପୁରସ୍କାର ମିଳି ସାରିଲାଣି। କେବଳ ଧାନ ନୁହେଁ, ମକା, ମାଣ୍ଡିଆ, ବାଜରା, ଯଅ ଆଦି ଚାଷ କ୍ଷେତ୍ର ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ମିଲେଟ ମିଶନ ମଧ୍ୟ ଆତ୍ମା କର୍ମଚାରୀଙ୍କ ଯୋଗୁ ସଫଳ ହୋଇଛି। କେନ୍ଦ୍ର ସରକାର ମଧ୍ୟ ଏଥିପାଇଁ ଓଡ଼ିଶାକୁ ପୁରସ୍କୃତ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର କୃଷିକୁ ଅଗ୍ରାଧିକାର ଦେଉଥିବା ନେଇ ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଏସବୁ ସଫଳତା ପଛରେ ଦିନରାତି ଏକକରି ବ୍ଲକ ଓ ଜିଲା ସ୍ତରରେ କାର୍ଯ୍ୟ କରୁଥିବା ପ୍ରାୟ ୧୪୦୦ରୁ ଊର୍ଦ୍ଧ୍ୱ ବ୍ଲକ ଟେକ୍ନୋଲୋଜି ମ୍ୟାନେଜର (ବିଟିଏମ୍‌) ଓ ଆସିଷ୍ଟାଣ୍ଟ ଟେକ୍ନୋଲୋଜି ମ୍ୟାନେଜର, ଜିଲା ସ୍ତରରେ କମ୍ପ୍ୟୁଟର ଅପରେଟର ଏବଂ ଆକାଉଣ୍ଟାଣ୍ଟମାନଙ୍କୁ ଦୀର୍ଘବର୍ଷ ଧରି ଅଣଦେଖା କରାଯାଉଛି। ସ୍ବଳ୍ପ ପାରିଶ୍ରମିକରେ କ୍ଷେତ୍ରସ୍ତରରେ ଆଉଟସୋର୍ସିଂ ଜରିଆରେ କାର୍ଯ୍ୟ କରୁଥିବା ଏହି ଉଚ୍ଚଶିକ୍ଷିତମାନେ ଶୋଷଣର ଶିକାର ହୋଇ ଚାଲିଛନ୍ତି। ଘରୋଇ ସଂସ୍ଥା ଇପିଏଫ୍‌ ପ୍ରାପ୍ୟ ପଇଠ କରୁ ନ ଥିବା ଅଭିଯୋଗ ହୋଇଛି। ଏପରି କି ଦୀର୍ଘ ୪ ମାସ ହେବ ଦରମା ନ ପାଇ କର୍ମଚାରୀମାନେ ହନ୍ତସନ୍ତ ହେଉଛନ୍ତି।
‘ଆତ୍ମା’ ଏକ କେନ୍ଦ୍ରୀୟ ପ୍ରକଳ୍ପ। ଏଥିପାଇଁ କେନ୍ଦ୍ର ସରକାର ୬୦% ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର ମାତ୍ର ୪୦% ଅନୁଦାନ ଦେଉଛନ୍ତି। ୨୦୧୨ରୁ ଆତ୍ମା ଅଧୀନରେ କାର୍ଯ୍ୟ କରି ଆସୁଥିବା କର୍ମଚାରୀମାନେ ବ୍ଲକ କୃଷି ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଅହରହ କାର୍ଯ୍ୟକରି ଆସୁଛନ୍ତି। ରାଜ୍ୟ ସରକାରଙ୍କ କାଳିଆ, ବଳରାମ,ପିଏମ୍‌ କିଷାନ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଯୋଜନାକୁ ସଫଳ କରିବାରେ କର୍ମଚାରୀ ଗୁରୁଦାୟିତ୍ୱ ବହନ କରି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ବର୍ତ୍ତମାନ ସାରା ରାଜ୍ୟରେ ୭୬ ଲକ୍ଷ କୃଷକଙ୍କର ଡାଟାବେସ୍‌ କାର୍ଯ୍ୟ ଚାଲିଛି। କୃଷକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ଏହାକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ କର୍ମଚାରୀମାନେ ଗଁା ଗଁା ବୁଲି କୃଷକମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି। ସମସ୍ତ କାର୍ଯ୍ୟ ସତ୍ତ୍ୱେ ବ୍ଲକ ଓ ଜିଲାସ୍ତରୀୟ କୃଷି ଅଧିକାରୀମାନଙ୍କ ଖାମଖିଆଲ ମନୋଭାବ ଯୋଗୁ କେନ୍ଦ୍ର ଓ ରାଜ୍ୟ ଅନୁଦାନ ଖର୍ଚ୍ଚ ନ ହୋଇ ପଡ଼ିରହିଛି। ଏପରି କି ଏହି କର୍ମଚାରୀମାନେ ଗତ ୪ ମାସ ହେବ ଦରମା ନ ପାଇ ଦହଗଞ୍ଜ ହେଉଛନ୍ତି। କେବଳ ସେତିକି ନୁହେଁ, କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ବାବଦରେ ଆଉଟ୍‌ସୋର୍ସିଂ ସଂସ୍ଥା ଇପିଏଫ୍‌ ଅର୍ଥ ପଇଠ କରୁନାହିଁ। ଏହାଛଡ଼ା କେନ୍ଦ୍ରୀୟ ଗାଇଡ୍‌ଲାଇନ ଅନୁଯାୟୀ କର୍ମଚାରୀଙ୍କୁ ପ୍ରତ୍ୟେକ ବର୍ଷ ୧୦% ମହଙ୍ଗା ଭତ୍ତା ଦିଆଯାଉ ନାହିଁ। ବିଟିଏମ୍‌ ଏବଂ ଏଟିଏମ୍‌ ତଥା ଆତ୍ମା ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ ସଂଘ ଏ ବାବଦରେ କୃଷି ନିର୍ଦ୍ଦେଶକ, ଇମେଜ କର୍ତ୍ତୃପକ୍ଷ, କୃଷି ସଚିବ, କୃଷି ଉତ୍ପାଦନ କମିଶନରଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଏହାକୁ ନେଇ ଆତ୍ମା କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆତ୍ମା ଓଡ଼ିଶା କର୍ମଚାରୀମାନଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ଦୂର କରିବା ସହ ତୁରନ୍ତ ପ୍ରତ୍ୟେକ ମାସରେ ଦରମା ଦେବା ସହିତ ସ୍ଥାୟୀ ନିଯୁକ୍ତି ଦେବାକୁ ସଂଘ ପକ୍ଷରୁ ଦୃଢ଼ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri