କେନ୍ଦ୍ର ରେଳ ବଜେଟରେ ମୟୂରଭଞ୍ଜକୁ ଅବହେଳା ନେଇ ବିଜେଡିର ପ୍ରତିବାଦ

ବାରିପଦା ଅଫିସ,୧୩ା୨: କେନ୍ଦ୍ର ରେଳ ବଜେଟରେ ମୟୂରଭଞ୍ଜ ଜିଲା ପ୍ରତି ଅବହେଳା ପ୍ରତିବାଦରେ ସୋମବାର ଜିଲା ବିଜୁ ଜନତା ଦଳ ପକ୍ଷରୁ ୩ ଘଣ୍ଟିଆ ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରହିଛି। ଜିଲା ମୁଖ୍ୟାଳୟ ବାରିପଦା ସମେତ ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳାକୁ ମିଶାଇ ଏକ ସଙ୍ଗେ ଚାରୋଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବାରିପଦାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାକ୍ତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ବିଜେଡି ସଭାପତି ପ୍ରାକ୍ତନ ମନ୍ତ୍ରୀ ତଥା ବାଙ୍ଗରିପୋଷି ବିଧାୟକ ସୁଦାମ ମାରାଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, ପ୍ରାକ୍ତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ବାରିପଦା ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ଏମ୍‌ସିସି ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଏସ୍‌ଡିସି ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ପ୍ରାକ୍ତନ ବିଧାୟକ ଗଣେଶ୍ବର ପାତ୍ର, ସୁନୀଲ ନାୟକ ପ୍ରମୁଖ ଉପସ୍ଥିତ ରହି ରେଳ ବଜେଟରେ ଜିଲା ପ୍ରତି ବୈମାତୃକ ମନୋଭାବକୁ ନେଇ ଭାଜପାକୁ କଡ଼ା ନିନ୍ଦା କରିଛନ୍ତି । ରାଜ୍ୟ ପ୍ରତି ମହାରାଜାଙ୍କ ଅବଦାନ ଅତୁଳନୀୟ। ଜିଲାରେ ରେଳର ବିକାଶ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳା, ଅଣଦେଖା ଓ ନୈରାଶ୍ୟଜନକ ବଜେଟକୁ ନେଇ କଡ଼ା ପ୍ରତିବାଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା

ବାଲେଶ୍ୱର ଅଫିସ/ସଜନାଗଡ଼,୧୫।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ଶ୍ରୀରାମ ସେନା ପକ୍ଷରୁ ବୁଧବାର ସନ୍ଧ୍ୟା ୬ଟା ସମୟରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ସ୍ମୃତି ଭବନଠାରୁ ଶୋଭାଯାତ୍ରା...

ସରକାରୀ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୧୨ ପରିବାର ଉଚ୍ଛେଦ

ସିମୁଳିଆ,୧୫।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ସଦରମହକୁମା ମାର୍କୋଣାରେ ସରକାରୀ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ସୋମବାର ନୀଳକଣ୍ଠେଶ୍ୱର ମନ୍ଦିର ପାର୍ଶ୍ୱରେ ଥିବା ୧୨ଟି ପରିବାରଙ୍କୁ ଉଚ୍ଛେଦ...

ରାସ୍ତାରେ ମୃତ ଶିଶୁକୁ ଝୁଣି ଖାଇଲା କୁକୁର

ବଲାଙ୍ଗୀର ଅଫିସ,୨୧।୬: ବଲାଙ୍ଗୀର ସହର ଜଗନ୍ନାଥପଡ଼ା ରାସ୍ତାରେ ଶୁକ୍ରବାର ସକାଳେ ବୁଲା କୁକୁର ଏକ ମୃତ ଶିଶୁକୁ ଝୁଣି ଖାଉଥିବା ଦେଖିବାକୁ ମିଳିଛି। ସକାଳୁ ଏଭଳି...

ବ୍ୟବସାୟର ଢଙ୍ଗ ବଦଳିଛି, ମିଳୁନି ଆତ୍ମସନ୍ତୋଷ

ଭଦ୍ରକ ଅଫିସ, ୨୩ । ୬-ଠେଲାଗାଡି ବ୍ୟବସାୟୀଙ୍କ ଦାନାପାଣି ଛଡାଇ ନେଇଛି ମହାମାରୀ କରୋନା। ପ୍ରଶାସନିକ ସ୍ତରରେ ସେମାନଙ୍କୁ ଅନୁମତି ମିଳି ନ ଥିବାରୁ ସେମାନେ...

ଜୁଆ ଆଡ୍ଡାରେ ଚଢ଼ାଉ: ୧୫ ଜୁଆଡ଼ି ଗିରଫ

ଭଞ୍ଜନଗର,୮।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ତାରସିଂ ପୋଲିସ ସୋମବାର ବିଭିନ୍ନ ଜୁଆ ଆଡ୍ଡାରେ ଚଢ଼ାଉ କରି ୧୫ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୧୦...

ଦୁର୍ଘଟଣାରେ ଗୁରୁତରଙ୍କୁ ସହାୟତାର ହାତ ବଢ଼ାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲା ପାଟଣାଗଡ଼ ପୋଲିସ

ପାଟଣାଗଡ଼,୨୦।୩ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ଦ୍ୱାରା ନିଃସ୍ବାର୍ଥପର ସେବା ପାଇଁ ଶୁକ୍ରବାର ଜଣେ ଯୁବକଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ହେଉଥିବା ଭଲ ମଣିଷ...

ହିଲ୍‌ଭ୍ୟୁ ହୋଟେଲରେ ମେସ୍କୋ ନିର୍ଦ୍ଦେଶିକା ନଜରବନ୍ଦୀ

କଳିଙ୍ଗନଗର,୪ା୧୨(ଡି.ଏନ୍‌.ଏ)- କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ଗ୍ରୁପ୍‌ର ମାଲିକାନାରେ ଥିବା ମୈଥାନ କାରଖାନା କର୍ମଚାରୀ ୧୧ ମାସ ହେବ ଦରମା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏ ନେଇ...

ମାଛ ଧରିବାକୁ ଯାଇ ଆଉ ଘରକୁ ଫେରିଲେନି ବ୍ୟକ୍ତି

ନିଶ୍ଚିନ୍ତକୋଇଲି,୧୩।୯(ସ୍ବପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ପଟନାଲିରେ ମାଛ ଧରିବାକୁ ଯାଇ ସଞ୍ଜୟ ରାଉତ ନାମକ ଜଣେ ବ୍ୟକ୍ତି ନିଖୋଜ ଥିଲେ। ତେବେ ତାଙ୍କ...

Advertisement
Archives

Model This Week