Posted inରାଜ୍ୟ

ହିନ୍ଦୀ ଶିକ୍ଷକଙ୍କ ପ୍ରତି ଅଣଦେଖା

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଶିକ୍ଷିତ ହିନ୍ଦୀ ଶିକ୍ଷକମାନଙ୍କ ପ୍ରତି ସରକାର ପ୍ରତିକ୍ଷେତ୍ରରେ ଅଣଦେଖା କରୁଥିବା ନେଇ ରାଜ୍ୟ ହିନ୍ଦୀ ଶିକ୍ଷକ ସଂଘ ଅଭିଯୋଗ କରିଛି। ଗତ ୧୧ ତାରିଖରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ଅନୁଯାୟୀ, ୨୧୭୩ଜଣ ଶିକ୍ଷକଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦିଆଯାଇଛି। ମାତ୍ର ପଦୋନ୍ନତି ନିମନ୍ତେ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ କୌଣସି ହିନ୍ଦୀ ଶିକ୍ଷକଙ୍କୁ ପଦୋନ୍ନତି ମିଳି ନାହିଁ। ଏ ନେଇ ରାଜ୍ୟ ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ସଂଘର ଅଭିଯୋଗ ମୁତାବକ, ନିଯୁକ୍ତି ସମୟରେ ଅନ୍ୟ ଶିକ୍ଷକଙ୍କ ସମକକ୍ଷ ଯୋଗ୍ୟତା ଥିବା ସତ୍ତ୍ୱେ ହିନ୍ଦୀ ଶିକ୍ଷକଙ୍କୁ ଜୁନିୟର ଏସ୍‌ଇଏସ୍‌ ପରିବର୍ତ୍ତେ ଏଲ୍‌ଇଏସ୍‌ କ୍ୟାଡରରେ ଉଦ୍ଦେଶ୍ୟମୂଳକ ଭାବେ ରଖାଯାଇଛି। ଅନ୍ୟପକ୍ଷେ ନିକଟ ଅତୀତରେ ହିନ୍ଦୀ ଏବଂ ସଂସ୍କୃତ ସହ ଧନ୍ଦାମୂଳକ ବିଷୟକୁ କେଉଁ ସାମଞ୍ଜସ୍ୟ ଭିତ୍ତିରେ ୩ୟ ଭାଷାରେ ସରକାର ଯୋଡ଼ିଛନ୍ତି ତାହା ସ୍ପଷ୍ଟ କରିବାକୁ ସଂଘ ଦାବି କରିଛି। ଧନ୍ଦାମୂଳକ ପାଠ୍ୟକ୍ରମରେ ୭୦ ମାର୍କ ପ୍ରାକ୍ଟିକାଲ ଓ ୩୦ ମାର୍କର ଥିଓରି ରହିଛି। ଫଳରେ ଛାତ୍ରୀଛାତ୍ରମାନେ ହିନ୍ଦୀ ଭାଷା ଅଧ୍ୟୟନ ପ୍ରତି ରୁଚି ରଖୁ ନ ଥିବା ଜଣାପଡ଼ିଛି। ତେଣୁ ଧନ୍ଦାମୂଳକ ପାଠ୍ୟକ୍ରମକୁ ୩ୟ ଭାଷା ଚୟନରୁ ଯଥାଶୀଘ୍ର ଅଲଗା କରିବା ସହ ହିନ୍ଦୀ ଶିକ୍ଷକମାନଙ୍କୁ ଜୁନିୟର ଏସ୍‌ଇଏସ୍‌ କ୍ୟାଡରଭୁକ୍ତ କରିବା ପାଇଁ ସଂଘ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri