Posted inରାଜ୍ୟ

ହିନ୍ଦୀ ଶିକ୍ଷକଙ୍କ ପ୍ରତି ଅଣଦେଖା

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ରାଜ୍ୟର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଶିକ୍ଷିତ ହିନ୍ଦୀ ଶିକ୍ଷକମାନଙ୍କ ପ୍ରତି ସରକାର ପ୍ରତିକ୍ଷେତ୍ରରେ ଅଣଦେଖା କରୁଥିବା ନେଇ ରାଜ୍ୟ ହିନ୍ଦୀ ଶିକ୍ଷକ ସଂଘ ଅଭିଯୋଗ କରିଛି। ଗତ ୧୧ ତାରିଖରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ଅନୁଯାୟୀ, ୨୧୭୩ଜଣ ଶିକ୍ଷକଙ୍କୁ ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦିଆଯାଇଛି। ମାତ୍ର ପଦୋନ୍ନତି ନିମନ୍ତେ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ କୌଣସି ହିନ୍ଦୀ ଶିକ୍ଷକଙ୍କୁ ପଦୋନ୍ନତି ମିଳି ନାହିଁ। ଏ ନେଇ ରାଜ୍ୟ ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ସଂଘର ଅଭିଯୋଗ ମୁତାବକ, ନିଯୁକ୍ତି ସମୟରେ ଅନ୍ୟ ଶିକ୍ଷକଙ୍କ ସମକକ୍ଷ ଯୋଗ୍ୟତା ଥିବା ସତ୍ତ୍ୱେ ହିନ୍ଦୀ ଶିକ୍ଷକଙ୍କୁ ଜୁନିୟର ଏସ୍‌ଇଏସ୍‌ ପରିବର୍ତ୍ତେ ଏଲ୍‌ଇଏସ୍‌ କ୍ୟାଡରରେ ଉଦ୍ଦେଶ୍ୟମୂଳକ ଭାବେ ରଖାଯାଇଛି। ଅନ୍ୟପକ୍ଷେ ନିକଟ ଅତୀତରେ ହିନ୍ଦୀ ଏବଂ ସଂସ୍କୃତ ସହ ଧନ୍ଦାମୂଳକ ବିଷୟକୁ କେଉଁ ସାମଞ୍ଜସ୍ୟ ଭିତ୍ତିରେ ୩ୟ ଭାଷାରେ ସରକାର ଯୋଡ଼ିଛନ୍ତି ତାହା ସ୍ପଷ୍ଟ କରିବାକୁ ସଂଘ ଦାବି କରିଛି। ଧନ୍ଦାମୂଳକ ପାଠ୍ୟକ୍ରମରେ ୭୦ ମାର୍କ ପ୍ରାକ୍ଟିକାଲ ଓ ୩୦ ମାର୍କର ଥିଓରି ରହିଛି। ଫଳରେ ଛାତ୍ରୀଛାତ୍ରମାନେ ହିନ୍ଦୀ ଭାଷା ଅଧ୍ୟୟନ ପ୍ରତି ରୁଚି ରଖୁ ନ ଥିବା ଜଣାପଡ଼ିଛି। ତେଣୁ ଧନ୍ଦାମୂଳକ ପାଠ୍ୟକ୍ରମକୁ ୩ୟ ଭାଷା ଚୟନରୁ ଯଥାଶୀଘ୍ର ଅଲଗା କରିବା ସହ ହିନ୍ଦୀ ଶିକ୍ଷକମାନଙ୍କୁ ଜୁନିୟର ଏସ୍‌ଇଏସ୍‌ କ୍ୟାଡରଭୁକ୍ତ କରିବା ପାଇଁ ସଂଘ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୭।୬(ବ୍ୟୁରୋ)-ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ,...

ଘୋଷଣା ହେଲା ଖରାଛୁଟି: ଅନ୍‌ଲାଇନ୍‌ କ୍ଲାସ, ପରୀକ୍ଷା ବନ୍ଦ

ଭୁବନେଶ୍ୱର,୪।୫(ବ୍ୟୁରୋ): ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ପାଇଁ ଗ୍ରୀଷ୍ମଛୁଟି ଘୋଷଣା କରାଯାଇଛି। ମେ’ ୫ ତାରିଖ ଠାରୁ ୩୧ ତାରିଖ ଯାଏ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି ସରକାର।...

ଡାଲି, ତୈଳବୀଜ ସଂଗ୍ରହ ୨୦% ବୃଦ୍ଧି

ଭୁବନେଶ୍ୱର,୧୧।୮(ବ୍ୟୁରୋ): ଚଳିତ ବର୍ଷ ଡାଲି ଜାତୀୟ ଓ ତୈଳବୀଜ ସଂଗ୍ରହ ବୃଦ୍ଧି ପାଇଛି। ୨୦୧୮-୧୯ରେ ରାଜ୍ୟରେ ସମୁଦାୟ ୭୫୯୩.୨୮୦ ମେଟ୍ରିକ୍‌ ଟନ୍‌ ଡାଲି ଓ ତୈଳବୀଜ...

ଧୀରେ ଧୀରେ ସ୍ବାଭାବିକ ହେବ ଟ୍ରେନ୍‌: ସୋମବାର ୪ଟାରୁ ଆଇଆର୍‌ସିଟିସିରେ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୦।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ୨୫ରୁ ଯାତ୍ରୀବାହୀ ରେଳ ସେବା ବନ୍ଦ ହୋଇଛି। ତେବେ ଏହି ସେବା ଆସନ୍ତା ମଙ୍ଗଳବାରଠାରୁ ଦେଶ ମଧ୍ୟରେ ଧୀରେ...

ଆବାସ ଗୃହ ବଣ୍ଟନରେ ଅନିୟମିତତା: ଜଣେ ହିତାଧିକାରୀ ହାତୋଉଛନ୍ତି ୨ ଗୃହ

ନୂଆଗାଁ, ୩ା୧୦ (ଡି.ଏନ.ଏ.): ଝାଟିମାଟି ଘରେ ରହୁଥିବା ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରଟିଏ ପାଇବା ପାଇଁ ଚାତକ ପରି ଚାହିଁ ରହିଛନ୍ତି। ଏପରିସ୍ଥଳେ...

‘ଆଗକୁ ଆହୁରି ସଂକ୍ରମଣ ବୃଦ୍ଧି ପାଇବ’

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ତେବେ ଆଗକୁ ଆହୁରି ସଂକ୍ରମଣ ବୃଦ୍ଧି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା...

୨୪ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଲୁମ୍‌ନି ମିଟ୍‌ : ଯୋଗଦେବେ ୮ ହଜାରରୁ ଅଧିକ ପୂର୍ବତନ ଛାତ୍ରୀଛାତ୍ର

ଭୁବନେଶ୍ୱର,୧।୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବ୍‌ଲି ଆସନ୍ତା ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଲଗାତର ୫ଦିନ ଧରି ହେବାକୁ ଥିବା କାର୍ଯ୍ୟକ୍ରମ ମଝିରେ...

ମୟୁରଭଞ୍ଜରେ ମୁଖ୍ୟମନ୍ତ୍ରୀ: ୨ଟି ବଡ଼ ପ୍ରକଳ୍ପର କରିବେ ଉଦ୍‌ଘାଟନ

ଭୁବନେଶ୍ୱର,୧୨।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମୟୁରଭଞ୍ଜ ଜିଲାରେ  ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ସୁବର୍ଣ୍ଣରେଖା ପ୍ରକଳ୍ପ ଏବଂ ଦେଓ ପ୍ରକଳ୍ପର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ...

Advertisement
Archives

Model This Week