ଐତିହ୍ୟକୁ ଅଣଦେଖା

ଢେଙ୍କାନାଳ ଅଫିସ, ୯।୬: ସୌଧ ଉପରେ ଶାଖାପ୍ରଶାଖା ମେଲାଇଛି ବିରାଟକାୟ ବରଗଛ। କୋଠା ଫଟାଇ ଗହୀରକୁ ମାଡ଼ିଯାଇଛି ଚେର। କେଉଁଠି ପଲସ୍ତରା ଛାଡ଼ି ଗଲାଣି ତ ଆଉ କେଉଁଠି ଇଟାକାନ୍ଥ ଫାଟି ଅଁା କରିଛି। ଲଟାବୁଦାରେ ପରିପୂର୍ଣ୍ଣ ହୋଇ ଅରଣ୍ୟର ଭ୍ରମ ସୃଷ୍ଟି କରୁଥିବା ଏହି ଘରେ ଯେ ଏକଦା ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ରହୁଥିଲା, ତାହା କଳ୍ପନା ବାହାରେ। ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗର ଅଣଦେଖା ଯୋଗୁ ଷୋଡ଼ଶ ଶତାବ୍ଦୀର ପ୍ରାଚୀନ କୀର୍ତ୍ତିରାଜିର ଏଭଳି ଦୁରାବସ୍ଥା ହୋଇଥିବା ଅଭିଯୋଗ ହୋଇଛି। ପୁନରୁଦ୍ଧାର ନ ହେଲେ କିଛିବର୍ଷ ମଧ୍ୟରେ ଏହା ମାଟିରେ ବିଲୟ ହୋଇଯିବ ବୋଲି ଐତିହ୍ୟପ୍ରେମୀମାନେ ମତବ୍ୟକ୍ତ କରିଛନ୍ତି।
କପିଳାସ କ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି, ନିତ୍ୟ ବ୍ୟବହାର ଉପଯୋଗୀ ସାମଗ୍ରୀ ସୁରକ୍ଷିତ ଭାବେ ରଖିବା ଲାଗି ପୀଠ ପାଦଦେଶରେ ଅବସ୍ଥିତ ଦେଓଗଁାଠାରେ ନିର୍ମାଣ କରାଯାଇଥିଲା ଏହି ଭଣ୍ଡାର ଘର। ମହାପ୍ରଭୁଙ୍କ ସେବା ସହିତ ସଂଶ୍ଳିଷ୍ଟ ଥିବାରୁ ଏହି ଗୃହର ଗୁରୁତ୍ୱ ମଧ୍ୟ ସେତିକି ଥିଲା। ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନେ ଠାକୁରଙ୍କ ନୀତିକାନ୍ତି ବିଷୟରେ ଜାଣିବା ଲାଗି ଉତ୍ସାହର ସହ ଏହି ସ୍ଥାନ ପରିଦର୍ଶନ କରୁଥିଲେ। ତେବେ ଦିନ ବିତିବା ସହ ସତେଯେମତି ଏହାକୁ ଭୁଲିଯାଇଛି ଦେବୋତ୍ତର ବିଭାଗ। ବର୍ଷବର୍ଷ ଧରି ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଏହି ପ୍ରାଚୀନ ଗୃହ ଏବେ ଭୁଶୁଡ଼ିବା ଅବସ୍ଥାକୁ ଚାଲି ଆସିଛି। ବଡ଼ଧରଣର ବର୍ଷା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ହେଲେ ଏହା ମାଡ଼ିବସିବ ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା ବ୍ୟକ୍ତ କଲେଣି।
ଉକ୍ତ ଭଣ୍ଡାର ଘର ପୁରାତନ ଢାଞ୍ଚାରେ ତିଆରି। ପୋଡ଼ା ଇଟାରେ ନିର୍ମିତ ଏହାର କାନ୍ଥର ମୋଟେଇ ୨୦ ଇଞ୍ଚ୍‌ ହୋଇଥିବାବେଳେ କବାଟବନ୍ଧ ଚଉକାଠଗୁଡ଼ିକ ୮ ଇଞ୍ଚ ବିଶିଷ୍ଟ। କଡ଼ିବରଗା ଛାତ, ବାଲିଚୂନରେ କାନ୍ଥ ପଲସ୍ତରା, କବାଟବନ୍ଧ ଉପରେ ବଡ଼ ବଡ଼ ଲୁହାକଡ଼ି ଏହାର ପ୍ରାଚୀନତାର ପ୍ରମାଣ କରିବାକୁ ଯଥେଷ୍ଟ ମନେହୁଏ। କପିଳାସ ପୀଠର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ବିପୁଳ ଅର୍ଥ ମଞ୍ଜୁର କରୁଥିଲେ ମଧ୍ୟ ଏଭଳି ଏକ କୀର୍ତ୍ତିରାଜି ଅବହେଳିତ ହୋଇ ପଡ଼ିରହିଛି। ଅର୍ଥ ବିନିଯୋଗ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ପ୍ରଦାନ କରା ନ ଯିବା, ଦୂରଦୃଷ୍ଟିର ଅଭାବ କାରଣରୁ ପୀଠ ପରିସରରେ ଏଭଳି ଅନେକ ଐତିହ୍ୟ ଅଣଦେଖାର ଶିକାର ହୋଇ ରହିଥିବା ଅଭିଯୋଗ ହେଉଛି।
ସେହିପରି ୧୯୯୯ ମହାବାତ୍ୟା ପରେ ଦେଓଗଁାସ୍ଥିତ ‘ଶ୍ରୀ ଚନ୍ଦ୍ରଶେଖରଜୀଉ ବହୁମୁଖୀ ଶିକ୍ଷା ନିକେତନ’ର ପୁରୁଣା କୋଠାରୁ ପାଣି ଗଳିବା ସହ ଜରାଜୀର୍ଣ୍ଣ ହୋଇପଡ଼ିଥିଲା। ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ୨୦୦୦-୦୧ ଶିକ୍ଷାବର୍ଷର ନଭେମ୍ବର ୧ରୁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପୁରୁଣା ସୌଧ ମରାମତି ନ ହେବାରୁ ଏହା ଏବେ ଧ୍ୱଂସାଭିମୁଖୀ। ତେଣୁ ଉକ୍ତ ଦୁଇ ପ୍ରାଚୀନ କୀର୍ତ୍ତିର ପୁନରୁଦ୍ଧାର କରି ବ୍ୟବହାର ଉପଯୋଗୀ କରିବା ଲାଗି ଢେଙ୍କାନାଳ ଜିଲା ସକ୍ରିୟ ନାଗରିକ ପରିଷଦ ପକ୍ଷରୁ ଜିଲାପାଳ, ଦେବୋତ୍ତର ଅଧିକାରୀ, ଏମ୍‌ପି, ବିଧାୟକଙ୍କ ନିକଟରେ ଦାବି କରାଯାଇଥିବା ସଭାପତି ପ୍ରଦ୍ୟୁମ୍ନ ରଥ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri