ସମସ୍ୟାକୁ ଅଣଦେଖା

ମୋର ସମସ୍ୟା ରହିଛି ବୋଲି ଯଦି ମୁଁ ସ୍ବୀକାର ନ କରେ ତେବେ ତାହାକୁ କସ୍ମିନକାଳେ ସମାଧାନ କରିପାରିବିନି। ଯଦି ସମସ୍ୟା ସାମାନ୍ୟ ହୋଇଥାଏ ତାହାର ପରିଣାମ କମ୍‌ ରହିବ ଏବଂ ଏକ ନିର୍ଦ୍ଦିଷ୍ଟ ସୀମା ପରେ ମୋତେ ତାହା ପ୍ରଭାବିତ କରିପାରିବ ନାହିଁ। ଏହା ଦୁଃଖଦାୟକ ହେଲେ ବି ମୁଁ ଲଗାତର ଏହାକୁ ଅଣଦେଖା କରିପାରିବି। ହେଲେ ମୋ ସହ ମୋ ଚାରିପାଖରେ ଥିବା ଲୋକଙ୍କୁ ଯଦି ଏକ ଜଟିଳ ସମସ୍ୟା ପ୍ରଭାବିତ କରୁଥାଏ ତେବେ ତାହାକୁ ଅଣଦେଖା କରିବା ପଛରେ ମୋ ନିକଟରେ ଠୋସ୍‌ କାରଣ ଥିବା ଦରକାର। ଗତ ୫ ବର୍ଷରେ ଭାରତରେ କାର୍‌ ବିକ୍ରି ବୃଦ୍ଧି ହୋଇନାହିଁ। ୨୦୧୫-୨୦୧୬ରେ ଭାରତୀୟମାନେ ୨୭ ଲକ୍ଷ ୟୁନିଟ କାର କିଣିଥିଲେ। ୨୦୧୯-୨୦ରେ ଏହି ସଂଖ୍ୟା ମଧ୍ୟ ଥିଲା ୨୭ ଲକ୍ଷ ୟୁନିଟ। ଏଥିରୁ ବୁଝାପଡୁଛି, ଭାରତରେ ମଧ୍ୟବିତ୍ତ ଶ୍ରେଣୀଙ୍କ ଆର୍ଥିକ ବିକାଶ ହୋଇଥିବା ମାନ୍ଦାବସ୍ଥା ଏକ ସମସ୍ୟା ନୁହେଁ। କାରଣ ଯୁବପିଢି ଉବର ଏବଂ ଓଲାରେ ଯିବାକୁ ପସନ୍ଦ କରୁଛନ୍ତି। ଦେଖିବାକୁ ଗଲେ ଯୁକ୍ତରାଷ୍ଟ୍ର ଆମେରିକାରେ ଗତ ବର୍ଷ ୨ କୋଟି କାର ବିକ୍ରି ହୋଇଥିଲା। ଏଥିରୁ ଜଣାପଡୁଛି ଉବର ଏବଂ ଓଲା ଅନ୍ୟ କୌଣସି ଦେଶରେ କାର ବିକ୍ରି ଉପରେ ପ୍ରଭାବ ପକାଇ ନାହାନ୍ତି।
ଗତ ୪ ବର୍ଷ ମଧ୍ୟରେ ଭାରତରେ ୨ ଚକିଆ ଯାନ ବିକ୍ରି ବଢ଼ିନାହିଁ। ୨୦୧୬-୧୭ରେ ୧.୭ କୋଟି ଯୁନିଟ୍‌ ବିକ୍ରି ହୋଇଥିଲା ବେଳେ ୨୦୧୯-୨୦ରେ ଏହି ସଂଖ୍ୟା ଥିଲା ୧.୭ କୋଟି ୟୁନିଟ୍‌। ଦୁଇ ଚକିଆ ଯାନ ହେଉଛି ନିମ୍ନ ମଧ୍ୟବିତ୍ତଙ୍କ ଯାନ ।
ଏଣୁ ଏଥିତ୍ରୁ ଜଣାପଡୁଛି ଗତ ୪ ବର୍ଷ ମଧ୍ୟରେ ନିମ୍ନ ମଧ୍ୟବିତ୍ତଙ୍କ ବିକାଶ ହୋଇନି କି ସେମାନଙ୍କ ବ୍ୟୟ ବୃଦ୍ଧି ପାଇନି। ସରକାରଙ୍କର ଏହା ପଛରେ କ’ଣ ଯୁକ୍ତି ରହିଛି ତାହା ଆମକୁ ଜଣାପଡୁନି, କାରଣ ସରକାର ଏମାନଙ୍କର ବିକାଶ ହୋଇନଥିବା ଯୁକ୍ତିକୁି ଗ୍ରହଣ କରିନାହାନ୍ତି। ବ୍ୟବସାୟିକ ଯାନ କ୍ଷେତ୍ରରେ ବି ଗତ ୪ ବର୍ଷ ମଧ୍ୟରେ କୌଣସି ଅଭିବୃଦ୍ଧି ଘଟିନାହିଁ। ୨୦୧୬-୧୭ରେ ୭ ଲକ୍ଷ ୟୁନିଟ ବିକ୍ରି ହୋଇଥିଲା ବେଳେ ସମାନ ସଂଖ୍ୟକ ୟୁନିଟ ୨୦୧୯-୨୦ରେ ବିକ୍ରି ହୋଇଛି। ଟ୍ରକ ଭଳି ମ୍ୟାନୁଫାକଚର୍ସ କିମ୍ବା ମାର୍କେଟକୁ ଉପତ୍ାଦ ପରିବହନ କରୁଥିବା ଯାନଗୁଡ଼ିକ ଏଥିରେ ରହିଛନ୍ତି। ବ୍ୟବସାୟିକ ଯାନ ମାର୍କେଟରେ ୪ ବର୍ଷରେ କୌଣସି ଅଭିବୃଦ୍ଧି ନ ହେବାର ବାସ୍ତବିକ ଚିନ୍ତାର ବିଷୟ। ରିୟଲ ଇଷ୍ଟେଟ୍‌ କଥା ଦେଖିବା। ଗତ ୪ ବର୍ଷରେ ତାହାର ମଧ୍ୟ ଅଭିବୃଦ୍ଧି ହୋଇନାହିଁ। ୨୦୧୬ରେ ଭାରତୀୟମାନେ ରିୟଲ ଇଷ୍ଟେଟର ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କିଣିଥିତ୍ଲେ। ୨୦୧୯ରେ ସେମାନେ ମଧ୍ୟ ୨ ଲକ୍ଷ କୋଟି ମୂଲ୍ୟର ସମ୍ପତ୍ତି କିଣିଛନ୍ତି। ଗତ ୬ ବର୍ଷ ମଧ୍ୟରେ ଭାରତର ରପ୍ତାନି ମଧ୍ୟ ବୃଦ୍ଧି ହୋଇନାହିଁ। ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବାବେଳେ ଯେତିକି ରପ୍ତାନି କରାଯାଉଥିତ୍ଲା ଏବେ ସେତିକି ହେଉଛି। ଉପା ସରକାର କ୍ଷମତାରୁ ଯିବାବେଳକୁ ବର୍ଷକୁ ପ୍ରାୟ ୩୦୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି ହେଉଥିଲା। ଦେଶ ୨୦୧୯-୨୦ରେ ପ୍ରାୟ ସମାନ ମୂଲ୍ୟର ରପ୍ତାନି କରିଥିଲା। ସରକାର ଏ ସମ୍ପର୍କରେ କିଛି କହୁ ନ ଥିବାରୁ କାହିଁକି ଏମିତି ଘଟିଛି ତାହା ସ୍ପଷ୍ଟହେଉନି। ଆମଦାନୀ କମିଛି ଓ ରପ୍ତାନି କ୍ଷେତ୍ରରେ ଏଭଳି ଅବସ୍ଥା ଉପୁଜିଥିଲେ ବି ସରକାର ଏହାକୁ ଏକ ସଫଳତା କହି ଖୁସି ହେଉଛନ୍ତି।
ଗତ ୪ ବର୍ଷରେ ଦେଶରେ ରୋଜଗାର ବଢ଼ିନି, ବରଂ ତଳକୁ ଖସିଯାଇଛି। ୨୦୧୮ରେ ଏହା ୬ % ଉପରେ ରହିବ ବୋଲି ସରକାର ଏକ ରିପୋର୍ଟରେ ଦର୍ଶାଇଥିଲେ। ଏହା ଭାରତ ଇତିହାସରେ ସବୁଠୁ ଅଧିକ ଥିଲା। ତେବେ ଭାରତୀୟମାନେ କାହିଁକି ରୋଜଗାର ହରାଉଛନ୍ତି ତାହା ମଧ୍ୟ ଆମେ ଜାଣିପାରୁନୁ। ସରକାର ଏହି ସମସ୍ୟାକୁ ଅସ୍ବୀକାର କରି କହିଲେ ପକୁଡି ବିକାଳି ଏମଂ ଉବର ଡ୍ରାଇଭରମାନେ ପାରମ୍ପରିକ ରୋଜଗାରର ଜାଗା ନେଇଛନ୍ତି। କୋଭିଡ୍‌-୧୯ ମହାମାରୀରେ ଭାରତର ଅର୍ଥବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି ଓ ଏମିତି ଆଗକୁ ଜାରି ରହିବ। ଚଳିତ ବର୍ଷ ଜାନୁୟାରୀରେ ଆମ ଜିଡିପି ଫିଗର ଯାହା ଥିଲା ତାହା ଆମେ ଆଗାମୀ ୩ ବର୍ଷରେ ହାସଲ କରିବାର ସମ୍ଭାବନା ନାହିଁ। ଅର୍ଥାତ୍‌ ମୋଦିଙ୍କ ଦ୍ୱିତୀୟ ପାଳି ଶେଷ ସୁଦ୍ଧା ଆମେ ଚଳିତ ବର୍ଷ ଜାନୁୟାରୀର ଅର୍ଥବ୍ୟବସ୍ଥା ଯାହାଥିତ୍ଲା ସେଥିରେ ହିଁ ରହିବୁ। ସମସ୍ୟା ହେଉଛି ଆମେ ଜାନୁୟାରୀରେ ଯେଉଁ ଅର୍ଥବ୍ୟବସ୍ଥା ମଧ୍ୟରେ ରହିଥିଲୁ ତାହା ଭଲ ନ ଥିଲା। ଉପରେ ଯେଉଁ ସବୁ ତଥ୍ୟ ଉଲ୍ଲେଖ କରାଯାଇଛି ତାହା ସବୁ କୋଭିଡ୍‌ ପୂର୍ବର। କୋଭିଡ୍‌ ପୂର୍ବରୁ ମାନ୍ଦା ଅର୍ଥବ୍ୟବସ୍ଥା ଜାରି ରହିଛି ଏବଂ ଏବକାର ସଙ୍କଟ ସମୟରେ ଏଥିରେ କିଛି କରିହେବ ନାହିଁ। ଯେତେବେଳେ ଆମେ ଅର୍ଥବ୍ୟବସ୍ଥା ସହ ଜଡିତ କୋଭିଡ୍‌ ସମ୍ପର୍କିତ ସମସ୍ୟାକୁ ଦୂର କରିବାକୁ ସକ୍ଷମ ହେବୁ ସେତେବେଳେ ହିଁ ପୂର୍ବାବସ୍ଥାକୁ ଫେରିପାରିବୁ।
ଭାରତର ଜିଡିପି ଅଭିବୃଦ୍ଧି କୋଭିଡ୍‌ ପୂର୍ବରୁ ୧୦ ଟି ତ୍ରୈମାସିକର ପ୍ରତ୍ୟେକଟିରେ ହ୍ରାସ ପାଇଥିଲା। କାହିଁକି ଏମିତି ଘଟିଥିଲା । ଏହା ପଛରେ ଏକ କିମ୍ବା ଏକାଧିକ କାରଣ ଥାଇପାରେ। କିନ୍ତୁ ଏହାକୁ ଯଦି ଏକ ସମସ୍ୟା ବୋଲି ଆମେ ସ୍ବୀକାର ନ କରିବା ତେବେ କେବେ ବି ସମାଧାନ କରିପାରିବାନାହିଁ। ସମାଧାନ ଲାଗି ଉପଯୁକ୍ତ ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ଯଦି ହୃଦବୋଧ କରିବ ତେବେ ତୁମେ ସମସ୍ୟା ସମ୍ପର୍କରେ ଚିନ୍ତା କରିବ, ଆଲୋଚନା କରିବ ଓ ଠିକ୍‌ ସମୟରେ ପଦକ୍ଷେପ ନେଇପାରିବ। କିଛି ଘଟିନାହିଁ ବୋଲି କହି ଚାଲିଲେ ଗୁରୁତର ସମସ୍ୟା ଆପଣାଛାଏ ଚାଲିଯିବନି। ବିଶ୍ୱ ଅର୍ଥନୀତିରେ ଭାରତ ଏକ ଭଲ ସ୍ଥାନରେ ରହିଥିଲା ଏବଂ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା ବୋଲି ପୂର୍ବରୁ କହୁଥିତ୍ଲା ବେଳେ ଏବେ ଅର୍ଥବ୍ୟବସ୍ଥା ସମ୍ପର୍କରେ କିଛି କହୁ ନାହାନ୍ତି ସରକାର। ସମସ୍ୟା ଖୁବ୍‌ ଗମ୍ଭୀର। ଏହା କେବଳ ପ୍ରଧାନମନ୍ତ୍ରୀଙ୍କୁ ନୁହେଁ ବରଂ କୋଟି କୋଟି ଭାରତୀୟଙ୍କୁ ପ୍ରଭାବିତ କରିଛି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri