ସମସ୍ୟାକୁ ଅଣଦେଖା

ମୋର ସମସ୍ୟା ରହିଛି ବୋଲି ଯଦି ମୁଁ ସ୍ବୀକାର ନ କରେ ତେବେ ତାହାକୁ କସ୍ମିନକାଳେ ସମାଧାନ କରିପାରିବିନି। ଯଦି ସମସ୍ୟା ସାମାନ୍ୟ ହୋଇଥାଏ ତାହାର ପରିଣାମ କମ୍‌ ରହିବ ଏବଂ ଏକ ନିର୍ଦ୍ଦିଷ୍ଟ ସୀମା ପରେ ମୋତେ ତାହା ପ୍ରଭାବିତ କରିପାରିବ ନାହିଁ। ଏହା ଦୁଃଖଦାୟକ ହେଲେ ବି ମୁଁ ଲଗାତର ଏହାକୁ ଅଣଦେଖା କରିପାରିବି। ହେଲେ ମୋ ସହ ମୋ ଚାରିପାଖରେ ଥିବା ଲୋକଙ୍କୁ ଯଦି ଏକ ଜଟିଳ ସମସ୍ୟା ପ୍ରଭାବିତ କରୁଥାଏ ତେବେ ତାହାକୁ ଅଣଦେଖା କରିବା ପଛରେ ମୋ ନିକଟରେ ଠୋସ୍‌ କାରଣ ଥିବା ଦରକାର। ଗତ ୫ ବର୍ଷରେ ଭାରତରେ କାର୍‌ ବିକ୍ରି ବୃଦ୍ଧି ହୋଇନାହିଁ। ୨୦୧୫-୨୦୧୬ରେ ଭାରତୀୟମାନେ ୨୭ ଲକ୍ଷ ୟୁନିଟ କାର କିଣିଥିଲେ। ୨୦୧୯-୨୦ରେ ଏହି ସଂଖ୍ୟା ମଧ୍ୟ ଥିଲା ୨୭ ଲକ୍ଷ ୟୁନିଟ। ଏଥିରୁ ବୁଝାପଡୁଛି, ଭାରତରେ ମଧ୍ୟବିତ୍ତ ଶ୍ରେଣୀଙ୍କ ଆର୍ଥିକ ବିକାଶ ହୋଇଥିବା ମାନ୍ଦାବସ୍ଥା ଏକ ସମସ୍ୟା ନୁହେଁ। କାରଣ ଯୁବପିଢି ଉବର ଏବଂ ଓଲାରେ ଯିବାକୁ ପସନ୍ଦ କରୁଛନ୍ତି। ଦେଖିବାକୁ ଗଲେ ଯୁକ୍ତରାଷ୍ଟ୍ର ଆମେରିକାରେ ଗତ ବର୍ଷ ୨ କୋଟି କାର ବିକ୍ରି ହୋଇଥିଲା। ଏଥିରୁ ଜଣାପଡୁଛି ଉବର ଏବଂ ଓଲା ଅନ୍ୟ କୌଣସି ଦେଶରେ କାର ବିକ୍ରି ଉପରେ ପ୍ରଭାବ ପକାଇ ନାହାନ୍ତି।
ଗତ ୪ ବର୍ଷ ମଧ୍ୟରେ ଭାରତରେ ୨ ଚକିଆ ଯାନ ବିକ୍ରି ବଢ଼ିନାହିଁ। ୨୦୧୬-୧୭ରେ ୧.୭ କୋଟି ଯୁନିଟ୍‌ ବିକ୍ରି ହୋଇଥିଲା ବେଳେ ୨୦୧୯-୨୦ରେ ଏହି ସଂଖ୍ୟା ଥିଲା ୧.୭ କୋଟି ୟୁନିଟ୍‌। ଦୁଇ ଚକିଆ ଯାନ ହେଉଛି ନିମ୍ନ ମଧ୍ୟବିତ୍ତଙ୍କ ଯାନ ।
ଏଣୁ ଏଥିତ୍ରୁ ଜଣାପଡୁଛି ଗତ ୪ ବର୍ଷ ମଧ୍ୟରେ ନିମ୍ନ ମଧ୍ୟବିତ୍ତଙ୍କ ବିକାଶ ହୋଇନି କି ସେମାନଙ୍କ ବ୍ୟୟ ବୃଦ୍ଧି ପାଇନି। ସରକାରଙ୍କର ଏହା ପଛରେ କ’ଣ ଯୁକ୍ତି ରହିଛି ତାହା ଆମକୁ ଜଣାପଡୁନି, କାରଣ ସରକାର ଏମାନଙ୍କର ବିକାଶ ହୋଇନଥିବା ଯୁକ୍ତିକୁି ଗ୍ରହଣ କରିନାହାନ୍ତି। ବ୍ୟବସାୟିକ ଯାନ କ୍ଷେତ୍ରରେ ବି ଗତ ୪ ବର୍ଷ ମଧ୍ୟରେ କୌଣସି ଅଭିବୃଦ୍ଧି ଘଟିନାହିଁ। ୨୦୧୬-୧୭ରେ ୭ ଲକ୍ଷ ୟୁନିଟ ବିକ୍ରି ହୋଇଥିଲା ବେଳେ ସମାନ ସଂଖ୍ୟକ ୟୁନିଟ ୨୦୧୯-୨୦ରେ ବିକ୍ରି ହୋଇଛି। ଟ୍ରକ ଭଳି ମ୍ୟାନୁଫାକଚର୍ସ କିମ୍ବା ମାର୍କେଟକୁ ଉପତ୍ାଦ ପରିବହନ କରୁଥିବା ଯାନଗୁଡ଼ିକ ଏଥିରେ ରହିଛନ୍ତି। ବ୍ୟବସାୟିକ ଯାନ ମାର୍କେଟରେ ୪ ବର୍ଷରେ କୌଣସି ଅଭିବୃଦ୍ଧି ନ ହେବାର ବାସ୍ତବିକ ଚିନ୍ତାର ବିଷୟ। ରିୟଲ ଇଷ୍ଟେଟ୍‌ କଥା ଦେଖିବା। ଗତ ୪ ବର୍ଷରେ ତାହାର ମଧ୍ୟ ଅଭିବୃଦ୍ଧି ହୋଇନାହିଁ। ୨୦୧୬ରେ ଭାରତୀୟମାନେ ରିୟଲ ଇଷ୍ଟେଟର ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କିଣିଥିତ୍ଲେ। ୨୦୧୯ରେ ସେମାନେ ମଧ୍ୟ ୨ ଲକ୍ଷ କୋଟି ମୂଲ୍ୟର ସମ୍ପତ୍ତି କିଣିଛନ୍ତି। ଗତ ୬ ବର୍ଷ ମଧ୍ୟରେ ଭାରତର ରପ୍ତାନି ମଧ୍ୟ ବୃଦ୍ଧି ହୋଇନାହିଁ। ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବାବେଳେ ଯେତିକି ରପ୍ତାନି କରାଯାଉଥିତ୍ଲା ଏବେ ସେତିକି ହେଉଛି। ଉପା ସରକାର କ୍ଷମତାରୁ ଯିବାବେଳକୁ ବର୍ଷକୁ ପ୍ରାୟ ୩୦୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି ହେଉଥିଲା। ଦେଶ ୨୦୧୯-୨୦ରେ ପ୍ରାୟ ସମାନ ମୂଲ୍ୟର ରପ୍ତାନି କରିଥିଲା। ସରକାର ଏ ସମ୍ପର୍କରେ କିଛି କହୁ ନ ଥିବାରୁ କାହିଁକି ଏମିତି ଘଟିଛି ତାହା ସ୍ପଷ୍ଟହେଉନି। ଆମଦାନୀ କମିଛି ଓ ରପ୍ତାନି କ୍ଷେତ୍ରରେ ଏଭଳି ଅବସ୍ଥା ଉପୁଜିଥିଲେ ବି ସରକାର ଏହାକୁ ଏକ ସଫଳତା କହି ଖୁସି ହେଉଛନ୍ତି।
ଗତ ୪ ବର୍ଷରେ ଦେଶରେ ରୋଜଗାର ବଢ଼ିନି, ବରଂ ତଳକୁ ଖସିଯାଇଛି। ୨୦୧୮ରେ ଏହା ୬ % ଉପରେ ରହିବ ବୋଲି ସରକାର ଏକ ରିପୋର୍ଟରେ ଦର୍ଶାଇଥିଲେ। ଏହା ଭାରତ ଇତିହାସରେ ସବୁଠୁ ଅଧିକ ଥିଲା। ତେବେ ଭାରତୀୟମାନେ କାହିଁକି ରୋଜଗାର ହରାଉଛନ୍ତି ତାହା ମଧ୍ୟ ଆମେ ଜାଣିପାରୁନୁ। ସରକାର ଏହି ସମସ୍ୟାକୁ ଅସ୍ବୀକାର କରି କହିଲେ ପକୁଡି ବିକାଳି ଏମଂ ଉବର ଡ୍ରାଇଭରମାନେ ପାରମ୍ପରିକ ରୋଜଗାରର ଜାଗା ନେଇଛନ୍ତି। କୋଭିଡ୍‌-୧୯ ମହାମାରୀରେ ଭାରତର ଅର୍ଥବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି ଓ ଏମିତି ଆଗକୁ ଜାରି ରହିବ। ଚଳିତ ବର୍ଷ ଜାନୁୟାରୀରେ ଆମ ଜିଡିପି ଫିଗର ଯାହା ଥିଲା ତାହା ଆମେ ଆଗାମୀ ୩ ବର୍ଷରେ ହାସଲ କରିବାର ସମ୍ଭାବନା ନାହିଁ। ଅର୍ଥାତ୍‌ ମୋଦିଙ୍କ ଦ୍ୱିତୀୟ ପାଳି ଶେଷ ସୁଦ୍ଧା ଆମେ ଚଳିତ ବର୍ଷ ଜାନୁୟାରୀର ଅର୍ଥବ୍ୟବସ୍ଥା ଯାହାଥିତ୍ଲା ସେଥିରେ ହିଁ ରହିବୁ। ସମସ୍ୟା ହେଉଛି ଆମେ ଜାନୁୟାରୀରେ ଯେଉଁ ଅର୍ଥବ୍ୟବସ୍ଥା ମଧ୍ୟରେ ରହିଥିଲୁ ତାହା ଭଲ ନ ଥିଲା। ଉପରେ ଯେଉଁ ସବୁ ତଥ୍ୟ ଉଲ୍ଲେଖ କରାଯାଇଛି ତାହା ସବୁ କୋଭିଡ୍‌ ପୂର୍ବର। କୋଭିଡ୍‌ ପୂର୍ବରୁ ମାନ୍ଦା ଅର୍ଥବ୍ୟବସ୍ଥା ଜାରି ରହିଛି ଏବଂ ଏବକାର ସଙ୍କଟ ସମୟରେ ଏଥିରେ କିଛି କରିହେବ ନାହିଁ। ଯେତେବେଳେ ଆମେ ଅର୍ଥବ୍ୟବସ୍ଥା ସହ ଜଡିତ କୋଭିଡ୍‌ ସମ୍ପର୍କିତ ସମସ୍ୟାକୁ ଦୂର କରିବାକୁ ସକ୍ଷମ ହେବୁ ସେତେବେଳେ ହିଁ ପୂର୍ବାବସ୍ଥାକୁ ଫେରିପାରିବୁ।
ଭାରତର ଜିଡିପି ଅଭିବୃଦ୍ଧି କୋଭିଡ୍‌ ପୂର୍ବରୁ ୧୦ ଟି ତ୍ରୈମାସିକର ପ୍ରତ୍ୟେକଟିରେ ହ୍ରାସ ପାଇଥିଲା। କାହିଁକି ଏମିତି ଘଟିଥିଲା । ଏହା ପଛରେ ଏକ କିମ୍ବା ଏକାଧିକ କାରଣ ଥାଇପାରେ। କିନ୍ତୁ ଏହାକୁ ଯଦି ଏକ ସମସ୍ୟା ବୋଲି ଆମେ ସ୍ବୀକାର ନ କରିବା ତେବେ କେବେ ବି ସମାଧାନ କରିପାରିବାନାହିଁ। ସମାଧାନ ଲାଗି ଉପଯୁକ୍ତ ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ଯଦି ହୃଦବୋଧ କରିବ ତେବେ ତୁମେ ସମସ୍ୟା ସମ୍ପର୍କରେ ଚିନ୍ତା କରିବ, ଆଲୋଚନା କରିବ ଓ ଠିକ୍‌ ସମୟରେ ପଦକ୍ଷେପ ନେଇପାରିବ। କିଛି ଘଟିନାହିଁ ବୋଲି କହି ଚାଲିଲେ ଗୁରୁତର ସମସ୍ୟା ଆପଣାଛାଏ ଚାଲିଯିବନି। ବିଶ୍ୱ ଅର୍ଥନୀତିରେ ଭାରତ ଏକ ଭଲ ସ୍ଥାନରେ ରହିଥିଲା ଏବଂ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା ବୋଲି ପୂର୍ବରୁ କହୁଥିତ୍ଲା ବେଳେ ଏବେ ଅର୍ଥବ୍ୟବସ୍ଥା ସମ୍ପର୍କରେ କିଛି କହୁ ନାହାନ୍ତି ସରକାର। ସମସ୍ୟା ଖୁବ୍‌ ଗମ୍ଭୀର। ଏହା କେବଳ ପ୍ରଧାନମନ୍ତ୍ରୀଙ୍କୁ ନୁହେଁ ବରଂ କୋଟି କୋଟି ଭାରତୀୟଙ୍କୁ ପ୍ରଭାବିତ କରିଛି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

ଆଇନ କାହା ପାଇଁ କେମିତି

୨୦୨୬ ମସିହା ମେ’ ମାସରେ ମାଡ଼୍ରାସ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କାର୍ଯ୍ୟଧାରାର ତୀବ୍ର ସମାଲୋଚନା କରିଛନ୍ତି। ଏକ ନିର୍ବାଚନୀ ମାମଲାରେ ଆଇନର ବ୍ୟାଖ୍ୟାନକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିବାରୁ…

ପତିଆରା ଲଢ଼େଇ

ବିଶ୍ବରେ ଏବେ ଚାଲିଛି ପ୍ରଭୁତ୍ୱ ଓ ପତିଆରା ପାଇଁ ଲଢ଼େଇ, ଏସିଆରୁ ୟୁରୋପ ଚାରିଆଡ଼େ ଅଶାନ୍ତ। କୋଟି କୋଟି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳାଯାଉଛି।…

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri