ସହରାଞ୍ଚଳ ବସ୍ତି ସମସ୍ୟାକୁ ଅଣଦେଖା

ରାଉରକେଲା,୨୧ା୮(ଦିନେଶ ମିଶ୍ର): ସ୍ମାର୍ଟସିଟି ରାଉରକେଲାରେ ଯେପରି ଦିନକୁ ଦିନ ବିକାଶମୂଳକ କାମ ଆଗେଇ ଚାଲିଛି ସେହି ପରିମାଣରେ ସହରାଞ୍ଚଳ ବସ୍ତି ଅଞ୍ଚଳରେ ହେଉନାହିଁ। ରାଉରକେଲା ସହର ଆଖାପାଖରେ ୧୮୦ରୁ ଊର୍ଦ୍ଧ୍ୱ ବସ୍ତି ଗଢ଼ି ଉଠିଥିବାବେଳେ ବାସନ୍ତୀ କଲୋନୀ ଖଟାଲ ବସ୍ତି ସମସ୍ୟାକୁ ସ୍ଥାନୀୟ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହେଉଛି।
ରାଉରକେଲା ମହାନଗର ନିଗମ ଅଧୀନ ୱାର୍ଡ ନଂ. ୧୦ରେ ଖଟାଲ ବସ୍ତି ରହିଛି। ଏହି ବସ୍ତିରେ ୫ଶହରୁ ଊର୍ଦ୍ଧ୍ୱ ଲୋକ ବାସ କରୁ୍‌ଥିବାବେଳେ ଅଧିକାଂଶ କ୍ଷୀର ବ୍ୟବସାୟ ଓ ଠିକା ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ସ୍ମାର୍ଟସିଟି ଭିତରେ ଥିବା ଏହି ବସ୍ତିରେ ନାନା ସମସ୍ୟା ଦେଖିବାକୁ ମିଳିଛି ା ଖଟାଲ ବସ୍ତିର ପ୍ରବେଶ ପଥରେ ଥିବା ଡ୍ରେନ ଦୀର୍ଘଦିନ ଧରି ମୁକୁଳା ପଡିଛି। ବର୍ଷାଦିନେ ଏହି ଡ୍ରେନ ପାଣି ବସ୍ତି ଭିତରେ ପଶି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ବସ୍ତିର ଅଧିକାଂଶ ସ୍ଥାନରେ ଗାଈ ଓ ମଇଁଷି ଗୁହାଳ ରହିଛି। ଏହି ଗୁହାଳରୁ ବାହାରୁଥିବା ଗୋବର ଓ ମଳମୂତ୍ର ରାସ୍ତାକଡ଼ରେ ଦୀର୍ଘଦିନ ଧରି ପଡି ରହୁଛି। ଆର୍‌ଏମ୍‌ସି ପକ୍ଷରୁ ଉକ୍ତ ବସ୍ତିକୁ କୌଣସି ସଫେଇ କର୍ମଚାରୀ ଆସୁନାହାନ୍ତି। କୌଣସି ସ୍ଥାନରେ ସଫେଇ ପାଇଁ ଅଳିଆ କୁଣ୍ଡ ମଧ୍ୟ ନାହିଁ। ଫଳରେ ବସ୍ତି ଭିତରେ ଗୃହପାଳିତ ପ୍ରାଣୀଙ୍କ ମଳମୂତ୍ର ଜମା ହୋଇ ରହୁଥିବାରୁ ମଶା, ମାଛି ବଂଶ ବୃଦ୍ଧି ହେଉଛି। ଏହା ଡେଙ୍ଗୁ ଓ ମ୍ୟାଲେରିଆକୁ ନିମନ୍ତ୍ରଣ କରୁଛି। ବର୍ତ୍ତମାନ ବସ୍ତିର ଅଧିକାଂଶ ଲୋକ ଡେଙ୍ଗୁ ଓ ମ୍ୟାଲେରିଆରେ ପୀଡିତ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ବସ୍ତି ଭିତରେ ଗୋଷ୍ଠୀ ଶୌଚାଳୟ ନ ଥିବାରୁ ଲୋକେ ନିକଟସ୍ଥ ଏକ ଖୋଲା ପଡିଆ ନଚେତ ଦୁର୍ଗାପୁର ପାହାଡ ନିକଟରେ ଥିବା କୁଷ୍ଠ କଲୋନୀ ଗୋଷ୍ଠୀ ଶୌଚାଳୟ ଉପରେ ନିର୍ଭର କରୁଛନ୍ତି। ବସ୍ତିରେ ଶିକ୍ଷା ବ୍ୟବସ୍ଥା ପାଇଁ କୌଣସି ବିଦ୍ୟାଳୟ ନ ଥିବାବେଳେ ଗୋଟିଏ ମାତ୍ର ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ଏହି ଅଙ୍ଗନଓ୍ବାଡି କେନ୍ଦ୍ର ଏକ ଭଙ୍ଗା ଆଜବେଷ୍ଟସ ଘରେ ଚାଲିଛି। ଏଠାରେ ପିଲାମାନେ ପ୍ରାକ୍‌ ସ୍କୁଲ ଶିକ୍ଷା ନେବା ପରେ ମାଲଗୋଦାମ ରେଳ ଫାଟକ ନିକଟ କଲ୍ୟାଣୀ ଦେବୀ ହାଇସ୍କୁଲକୁ ଯାଇଥାନ୍ତି। ସେହିପରି ବସ୍ତିବାସୀ ସ୍ବାସ୍ଥ୍ୟସେବା ପାଇଁ ଡିଏଲ ଛକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନଚେତ ଆରଜିଏଚ ଉପରେ ନିର୍ଭର କରୁଛନ୍ତି। ଆଲୋକ ବ୍ୟବସ୍ଥା ନ ଥିବାରୁ ସନ୍ଧ୍ୟାହେଲେ ବସ୍ତି ରାସ୍ତା ଅନ୍ଧାର ରହୁଛି। ଖଟାଲ ବସ୍ତିକୁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଖାଲଖମା ଯୋଗୁ ବର୍ଷାଦିନେ ପାଣି ଜମି ରହୁଛି। ରାସ୍ତା ଅଣଓସାରିଆ ହୋଇଥିବାରୁ କୌଣସି ଜରୁରୀକାଳୀନ ଗାଡି ବସ୍ତି ଭିତରକୁ ଯାଇପାରୁନାହିଁ। ଏ ସମ୍ପର୍କରେ ବସ୍ତିର ନିଖିଳେଶ ଯାଦବ କୁହନ୍ତି, ମୁକୁଳା ନାଳ ଯୋଗୁ ବିଭିନ୍ନ ସମୟରେ ବସ୍ତିରେ ଅପରିଷ୍କାର ପାଣି ପଶୁଛି। ଆରଏମ୍‌ସି ପକ୍ଷରୁ ଏହି ବସ୍ତିକୁ ଅଣଦେଖା କରାଯାଉଛି। ଏ ନେଇ ଆର୍‌ଏମ୍‌ସି ଉପଆୟୁକ୍ତ ସୁଧାଂଶୁ ଶେଖର ଭୋଇଙ୍କୁ ପଚାରିବାରୁ ଖଟାଲ ବସ୍ତିର ବିଭିନ୍ନ ସମସ୍ୟା ବିଷୟରେ ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଆଗାମୀ ଦିନରେ ଉକ୍ତ ବସ୍ତିକୁ ଯାଇ ସର୍ଭେ କରିବା ପରେ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?