ସହରାଞ୍ଚଳ ବସ୍ତି ସମସ୍ୟାକୁ ଅଣଦେଖା

ରାଉରକେଲା,୨୧ା୮(ଦିନେଶ ମିଶ୍ର): ସ୍ମାର୍ଟସିଟି ରାଉରକେଲାରେ ଯେପରି ଦିନକୁ ଦିନ ବିକାଶମୂଳକ କାମ ଆଗେଇ ଚାଲିଛି ସେହି ପରିମାଣରେ ସହରାଞ୍ଚଳ ବସ୍ତି ଅଞ୍ଚଳରେ ହେଉନାହିଁ। ରାଉରକେଲା ସହର ଆଖାପାଖରେ ୧୮୦ରୁ ଊର୍ଦ୍ଧ୍ୱ ବସ୍ତି ଗଢ଼ି ଉଠିଥିବାବେଳେ ବାସନ୍ତୀ କଲୋନୀ ଖଟାଲ ବସ୍ତି ସମସ୍ୟାକୁ ସ୍ଥାନୀୟ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହେଉଛି।
ରାଉରକେଲା ମହାନଗର ନିଗମ ଅଧୀନ ୱାର୍ଡ ନଂ. ୧୦ରେ ଖଟାଲ ବସ୍ତି ରହିଛି। ଏହି ବସ୍ତିରେ ୫ଶହରୁ ଊର୍ଦ୍ଧ୍ୱ ଲୋକ ବାସ କରୁ୍‌ଥିବାବେଳେ ଅଧିକାଂଶ କ୍ଷୀର ବ୍ୟବସାୟ ଓ ଠିକା ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ସ୍ମାର୍ଟସିଟି ଭିତରେ ଥିବା ଏହି ବସ୍ତିରେ ନାନା ସମସ୍ୟା ଦେଖିବାକୁ ମିଳିଛି ା ଖଟାଲ ବସ୍ତିର ପ୍ରବେଶ ପଥରେ ଥିବା ଡ୍ରେନ ଦୀର୍ଘଦିନ ଧରି ମୁକୁଳା ପଡିଛି। ବର୍ଷାଦିନେ ଏହି ଡ୍ରେନ ପାଣି ବସ୍ତି ଭିତରେ ପଶି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି। ବସ୍ତିର ଅଧିକାଂଶ ସ୍ଥାନରେ ଗାଈ ଓ ମଇଁଷି ଗୁହାଳ ରହିଛି। ଏହି ଗୁହାଳରୁ ବାହାରୁଥିବା ଗୋବର ଓ ମଳମୂତ୍ର ରାସ୍ତାକଡ଼ରେ ଦୀର୍ଘଦିନ ଧରି ପଡି ରହୁଛି। ଆର୍‌ଏମ୍‌ସି ପକ୍ଷରୁ ଉକ୍ତ ବସ୍ତିକୁ କୌଣସି ସଫେଇ କର୍ମଚାରୀ ଆସୁନାହାନ୍ତି। କୌଣସି ସ୍ଥାନରେ ସଫେଇ ପାଇଁ ଅଳିଆ କୁଣ୍ଡ ମଧ୍ୟ ନାହିଁ। ଫଳରେ ବସ୍ତି ଭିତରେ ଗୃହପାଳିତ ପ୍ରାଣୀଙ୍କ ମଳମୂତ୍ର ଜମା ହୋଇ ରହୁଥିବାରୁ ମଶା, ମାଛି ବଂଶ ବୃଦ୍ଧି ହେଉଛି। ଏହା ଡେଙ୍ଗୁ ଓ ମ୍ୟାଲେରିଆକୁ ନିମନ୍ତ୍ରଣ କରୁଛି। ବର୍ତ୍ତମାନ ବସ୍ତିର ଅଧିକାଂଶ ଲୋକ ଡେଙ୍ଗୁ ଓ ମ୍ୟାଲେରିଆରେ ପୀଡିତ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ବସ୍ତି ଭିତରେ ଗୋଷ୍ଠୀ ଶୌଚାଳୟ ନ ଥିବାରୁ ଲୋକେ ନିକଟସ୍ଥ ଏକ ଖୋଲା ପଡିଆ ନଚେତ ଦୁର୍ଗାପୁର ପାହାଡ ନିକଟରେ ଥିବା କୁଷ୍ଠ କଲୋନୀ ଗୋଷ୍ଠୀ ଶୌଚାଳୟ ଉପରେ ନିର୍ଭର କରୁଛନ୍ତି। ବସ୍ତିରେ ଶିକ୍ଷା ବ୍ୟବସ୍ଥା ପାଇଁ କୌଣସି ବିଦ୍ୟାଳୟ ନ ଥିବାବେଳେ ଗୋଟିଏ ମାତ୍ର ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ଏହି ଅଙ୍ଗନଓ୍ବାଡି କେନ୍ଦ୍ର ଏକ ଭଙ୍ଗା ଆଜବେଷ୍ଟସ ଘରେ ଚାଲିଛି। ଏଠାରେ ପିଲାମାନେ ପ୍ରାକ୍‌ ସ୍କୁଲ ଶିକ୍ଷା ନେବା ପରେ ମାଲଗୋଦାମ ରେଳ ଫାଟକ ନିକଟ କଲ୍ୟାଣୀ ଦେବୀ ହାଇସ୍କୁଲକୁ ଯାଇଥାନ୍ତି। ସେହିପରି ବସ୍ତିବାସୀ ସ୍ବାସ୍ଥ୍ୟସେବା ପାଇଁ ଡିଏଲ ଛକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନଚେତ ଆରଜିଏଚ ଉପରେ ନିର୍ଭର କରୁଛନ୍ତି। ଆଲୋକ ବ୍ୟବସ୍ଥା ନ ଥିବାରୁ ସନ୍ଧ୍ୟାହେଲେ ବସ୍ତି ରାସ୍ତା ଅନ୍ଧାର ରହୁଛି। ଖଟାଲ ବସ୍ତିକୁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଖାଲଖମା ଯୋଗୁ ବର୍ଷାଦିନେ ପାଣି ଜମି ରହୁଛି। ରାସ୍ତା ଅଣଓସାରିଆ ହୋଇଥିବାରୁ କୌଣସି ଜରୁରୀକାଳୀନ ଗାଡି ବସ୍ତି ଭିତରକୁ ଯାଇପାରୁନାହିଁ। ଏ ସମ୍ପର୍କରେ ବସ୍ତିର ନିଖିଳେଶ ଯାଦବ କୁହନ୍ତି, ମୁକୁଳା ନାଳ ଯୋଗୁ ବିଭିନ୍ନ ସମୟରେ ବସ୍ତିରେ ଅପରିଷ୍କାର ପାଣି ପଶୁଛି। ଆରଏମ୍‌ସି ପକ୍ଷରୁ ଏହି ବସ୍ତିକୁ ଅଣଦେଖା କରାଯାଉଛି। ଏ ନେଇ ଆର୍‌ଏମ୍‌ସି ଉପଆୟୁକ୍ତ ସୁଧାଂଶୁ ଶେଖର ଭୋଇଙ୍କୁ ପଚାରିବାରୁ ଖଟାଲ ବସ୍ତିର ବିଭିନ୍ନ ସମସ୍ୟା ବିଷୟରେ ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ଆଗାମୀ ଦିନରେ ଉକ୍ତ ବସ୍ତିକୁ ଯାଇ ସର୍ଭେ କରିବା ପରେ ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

ସ୍ୱାମୀଙ୍କ ଅତ୍ୟାଚାର ସହି ନ ପାରି ଶେଷରେ ବିଷ ପିଇଦେଲେ ସ୍ତ୍ରୀ! ମା’ ଛେଉଣ୍ଡ ହୋଇଗଲା ଛୋଟ ଛୁଆ

ଲାଞ୍ଜିଗଡ଼, ୨୭।୮ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ କାଣ୍ଡଗୁଡ଼ା ଗ୍ରାମରେ ଘରୋଇ କଳହରୁ ଜଣେ ମହିଳା ବିଷ ପିଇ…

ରାତିର ସୁଯୋଗ ନେଇ ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ଧରି ଜେଲ୍ ପଠାଇଲା ଆନନ୍ଦପୁର ପୋଲିସ!

ବଞ୍ଚୋ, ୨୭।୮ (ପ୍ରଦୋଷ ବିଶ୍ୱାଳ): ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆନନ୍ଦପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ପ୍ରେମ ନା ପ୍ରତାରଣା? ନାବାଳିକାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖି କଲେ ଗର୍ଭବତୀ, ଶେଷରେ କୋର୍ଟ ଚାଲାଣ!

ହାଟଡ଼ିହି/ଛେନାପଦୀ, ୨୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri