ସ୍ବର୍ଣ୍ଣ ଜିତିଲେ ମିଳିବ ୧ କୋଟି

ଭୁବନେଶ୍ୱର,୮।୫(ବ୍ୟୁରୋ): ବିଜୟ ଏକ ଅଭ୍ୟାସ। ବିଜୟରୁ ମିଳେ ଉତ୍କର୍ଷତା। ଓଡ଼ିଶାର ପିଲାମାନେ ଉତ୍କର୍ଷକୁ ଏକ ଅଭ୍ୟାସରେ ପରିଣତ କରିଛନ୍ତି। ଜାତୀୟ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ବିଜୟ ଲାଭ କରି ରାଜ୍ୟ ପାଇଁ ଓଡ଼ିଆ ପିଲା ଗୌରବ ଆଣୁଛନ୍ତି। ଶନିବାର ଲୋକସେବା ଭବନଠାରେ ବିଜେତା ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଭାରତ ଦକ୍ଷତା ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ଓଡ଼ିଶାର ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ଅବସରରେ ୨୦୨୨ ଜାନୁୟାରୀରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଭାରତ ଦକ୍ଷତା ପ୍ରତିଯୋଗିତାରେ ୫୯ଟି ମେଡାଲ ଜିତିଥିବା ଓଡ଼ିଶା ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦକ୍ଷତା ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏହାସହ ୨୦୨୨ ଅକ୍ଟୋବରରେ ହେବାକୁ ଥିବା ବିଶ୍ବ ଦକ୍ଷତା ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ସାଂଘାଇରେ ହେବାକୁ ଥିବା ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ବିଜେତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି। ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ ଜିତିଲେ ୧ କୋଟି, ରୌପ୍ୟ ଜିତିଲେ ୫୦ଲକ୍ଷ ଏବଂ ବ୍ରୋଞ୍ଜ ଜିତିଲେ ୨୫ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ସ୍ବର୍ଣ୍ଣ ବିଜେତାଙ୍କୁ ପ୍ରସ୍ତୁତ କରିଥିବା ସଂସ୍ଥାକୁ ୫କୋଟି ଟଙ୍କା ଦିଆଯିବ। ଆସନ୍ତା ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ୨-୩-୪ ଲକ୍ଷ୍ୟ ନେଇ ପ୍ରସ୍ତୁତି ହେବା ଆବଶ୍ୟକ। ଓଡ଼ିଶାର ଯୁବଗୋଷ୍ଠୀ ଦେଶ ପାଇଁ ୨ଟି ସ୍ବର୍ଣ୍ଣ ପଦକ, ୩ଟି ରୌପ୍ୟ ପଦକ ଓ ୪ଟି ବ୍ରୋଞ୍ଜ ପଦକ ବିଜୟୀ ହେବା ନେଇ ପ୍ରସ୍ତୁତ ହେବାକୁ ପରାମର୍ଶ ଦିଆଯାଇଛି। ମନରେ ସାଂଘାଇ, ହୃଦୟରେ ଭାରତ ଭାବି ଆଗକୁ ବଢ଼ିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶା ୫୯ଟି ପଦକ ଜିତି ପ୍ରଥମ ସ୍ଥାନ ଅଧିକାର କରିଛି। ମୁଖ୍ୟମନ୍ତ୍ରୀ ଏଥିପାଇଁ ବିଜେତାଙ୍କ ମାତାପିତା, କୋଚ, ଅନୁଷ୍ଠାନ ଓ ଶିଳ୍ପ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆମର ଝିଅ,ପୁଅଙ୍କ ନିକଟରେ ବହୁବିଧ ଦକ୍ଷତା ରହିଛି। ପଦକଗୁଡ଼ିକ ପାରମ୍ପରିକ ଦକ୍ଷତାରୁ ଉତ୍କର୍ଷ ବୈଷୟିକ ଦକ୍ଷତା ମଧ୍ୟରୁ ଆସିଛି। ଝିଅମାନଙ୍କୁ ବୈଷୟିକ ଶିକ୍ଷା ପ୍ରଦାନ କରିବା ନେଇ ଆମେ ପ୍ରତିଶ୍ରୁତିବଦ୍ଧ। ଏହାଦ୍ୱାରା ପାରମ୍ପରିକ ପୁରୁଷ ପ୍ରଭାବିତ କ୍ଷେତ୍ରରେ ଝିଅମାନେ ଦେଶରେ ରାଜ୍ୟକୁ ଗର୍ବିତ କରି ପାରିଛନ୍ତି। ଓଡ଼ିଆ ଯୁବଗୋଷ୍ଠୀଙ୍କୁ ଦକ୍ଷ କରିବା ପାଇଁ ଭୁବନେଶ୍ୱରଠାରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ସହିତ ସିଙ୍ଗାପୁରସ୍ଥିତ ଆଇଟିଇଇଏସ୍‌ ନଲେଜ ପାର୍ଟନର ଭାବେ କାର୍ଯ୍ୟ କରୁଛି। ଏହା ସରକାରଙ୍କର ଯୁବଗୋଷ୍ଠୀଙ୍କ ପ୍ରତି ପ୍ରତିବଦ୍ଧତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ ଭାରତ ଦକ୍ଷତା ପ୍ରତିଯୋଗିତାରେ ସମସ୍ତ ବିଜୟୀ ତୃଣମୂଳ ସ୍ତରରୁ ଆସିଛନ୍ତି। ସମଗ୍ର ରାଜ୍ୟ ପାଇଁ ସେମାନେ ଏକ ସମ୍ଭାବନା। ମୁଖ୍ୟମନ୍ତ୍ରୀ ହକି ପାଇଁ ଯାହାକିଛି କରିଛନ୍ତି ଦକ୍ଷତା ହାସଲ ପାଇଁ ମଧ୍ୟ ତାହା କରୁଛନ୍ତି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ଯେ ବିଜେତାମାନେ ହେଉଛନ୍ତି ରାଜ୍ୟର ଦକ୍ଷତା ତାରକା। ବିଭାଗ ସେମାନଙ୍କ ସ୍ବପ୍ନ ସାକାର କରିବା ଦିଗରେ କାର୍ଯ୍ୟ କରିବ। ଏହି ଅବସରରେ ବିଭାଗୀୟ ସଚିବ ହେମନ୍ତ ଶର୍ମା ସ୍ବାଗତ ଭାଷଣ ଦେଇଥିବା ବେଳେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ସିଇଓ ଜି. ରେଘୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିନି ଦର ବଢ଼ିବା ଭିତରେ ସରକାର ନେଲେ ବଡ଼ ନିଷ୍ପତ୍ତି, ୨ ମାସ ଭିତରେ…

ନୂଆଦିଲ୍ଲୀ,୨୫ା୮: ଦେଶରେ ଚିନିର ବଢ଼ୁଥିବା ଦର ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ଆମଦାନୀ ସମ୍ପର୍କିତ ନିୟମକୁ ଆହୁରି କଡ଼ା କରିଛନ୍ତି । ଏବେ ଟାରିଫ୍ ରେଟ୍…

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗଁାରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗଁାରେ ୨୦…

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri