Posted inଖେଳ

‘ଧୋନୀଙ୍କୁ ବାଂଲାଦେଶର କ୍ୟାପଟେନ କରିଦେଲେ ସେମାନେ ବିଶ୍ୱ ଚାମ୍ପିୟନ ହୋଇଯିବେ ନାହିଁ’

କରାଚୀ,୧୮।୨: ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ରେ କରାଚୀ କିଙ୍ଗ୍ସ ତା’ର ସବୁଠୁ ଖରାପ ପ୍ରଦର୍ଶନ ଜାରି ରହିଛି। ଲଗାତାର ୮ ମ୍ୟାଚ୍‌ରେ ପରାସ୍ତ ହୋଇସାରିଛି ବାବର ଆଜାମଙ୍କ ନେତୃତ୍ୱାଧୀନ ଦଳ। ବୁଧବାର କିଙ୍ଗ୍ସ ତା’ର ୮ମ ମ୍ୟାଚ୍‌ରେ ଅନ୍ତିମ ଓଭରରେ ମୁଲତାନ ସୁଲତାନ ଠାରୁ ପରାସ୍ତ ହୋଇଥିଲା। ମ୍ୟାଚ୍‌ ବେଳେ ବାଉଣ୍ଡ୍ରି ଲାଇନରେ ଅଧିନାୟକ ବାବର ଏବଂ ଦଳର ମେଣ୍ଟର ଓ୍ବାସିମ ଆକ୍ରମଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଯାହାର ଭିଡିଓ ଭାଇରାଲ ହୋଇଛି।

କରାଚୀ କିଙ୍ଗ୍ସର ପ୍ରଦର୍ଶନକୁ ଅନେକ ସମାଲୋଚନା କରୁଥିବା ବେଳେ ବାବର ଆଜାମଙ୍କ ପଛରେ ଛିଡ଼ା ହୋଇଛନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ ସଲମାନ ବଟ।

“ମହେନ୍ଦ୍ର ସିଂ ଧୋନୀ କିମ୍ବା ରିକି ପଣ୍ଟିଂଙ୍କୁ ବାଂଲାଦେଶ ଦଳର କ୍ୟାପଟେନ କରାଇଦେଲେ ସେମାନେ ବିଶ୍ୱ ଚାମ୍ପିୟନ ହୋଇଯିବେ ନାହିଁ। ଫ୍ରାଞ୍ଚାଇଜ କ୍ରିକେଟରେ ଦଳରେ ସନ୍ତୁଳନ ନ ଥିଲେ କିଛି କରି ହେବ ନାହିଁ। ବାବରଙ୍କ ପାଖରେ ଥିବା ଦଳରେ ସ୍ପେଶାଲିଷ୍ଟ ନାହାନ୍ତି। ଦଳରେ ମହମ୍ମଦ ନବି, ଇମାଦ ଓ୍ବାସିମ, ଲୁଇସ ଗ୍ରେଗୋରି, କ୍ରିସ ଜୋର୍ଡାନଙ୍କ ଭଳି ଅଲରାଉଣ୍ଡର ଅଛନ୍ତି। ସ୍ପେଶାଲିଷ୍ଟ ପେସ ବୋଲର, ଲେଗ୍‌ ସ୍ପିନର କିମ୍ବା ବ୍ୟାଟର ନାହାନ୍ତି। କ୍ରିକେଟ ସ୍ପେଶାଲିଷ୍ଟଙ୍କ ଖେଳ, ଅଲରାଉଣ୍ଡରଙ୍କ ନୁହେଁ। ଏଣୁ ଯେତେ ଭଲ ପ୍ଲାନ କଲେ, ତାହାର ଫାଇଦା ମିଳିବ ନାହିଁ” ବୋଲି ପୂର୍ବତନ ଓପନର ସଲମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର, ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଫେରିବା କଷ୍ଟକର

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିଲିଆନ୍‌ ସଜେଇଲେ ଏହି କ୍ରିକେଟର୍‌: କହିଦେଲେ ଏମିତି କଥା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏଥି ସହ ବର୍ତ୍ତମାନ...

ରୋହିତଙ୍କୁ ସମ୍ଭାଳିବାକୁ ପଡିଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ! ପାଣ୍ଡ୍ୟାଙ୍କୁ କହିଲେ…

ନୂଆଦିଲ୍ଲୀ,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି...

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

ମୁମ୍ବାଇ ଇଣ୍ଡିଆନ୍ସ-ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ରେ ରେକର୍ଡ ବର୍ଷା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ ଇତିହାସରେ ସନରାଇଜର୍ସ ହାଇଦ୍ରାବାଦ ସର୍ବାଧିକ ସ୍କୋର କରିଥିଲା। ଏହାପୂର୍ବରୁ ଏହି ରେକର୍ଡ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନାମରେ ଥିଲା।...

ମାତ୍ର ୨୨ ମିନିଟ୍‌ରେ ରେକର୍ଡ ଭାଙ୍ଗିଦେଲେ ଅଭିଷେକ

ହାଇଦ୍ରାବାଦ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ପାଇଁ ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ ଟ୍ରାଭିସ ହେଡ ଅର୍ଦ୍ଧଶତକ ହାସଲ କରିଥିଲେ। ମାତ୍ର କିଛି ମିନିଟ ପରେ ଅଭିଷେକ ଶର୍ମା ଏହି...

ପାଣ୍ଡ୍ୟାଙ୍କ ହାତରୁ ଯାଇପାରେ ଅଧିନାୟକ ପଦ: ରୋହିତଙ୍କ ସହ କଥା ହେଲେ ଆକାଶ ଅମ୍ବାନୀ

ହାଇଦ୍ରାବାଦ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି ମ୍ୟାଚରେ ଆଇପିଏଲ ଇତିହାସରେ ହାଇଦ୍ରାବାଦ ସବୁଠୁ ବଡ଼ ସ୍କୋର କରିଥିଲା। ମୁମ୍ବାଇ ଦଳ ହାର୍ଦ୍ଦିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri