Posted inUncategorized

ସକାଳୁ ଖାଲିପେଟରେ ୨ଗ୍ଲାସ୍‌ ନଖ ଉଷୁମ ପାଣି ପିଇଲେ ଦୂରହେବ ….

ମଣିଷ ବଞ୍ଚତ୍ ରହିବା ପାଇଁ ପାଣିର ଆବଶ୍ୟକତା ତ ନିଶ୍ଚୟ ରହିଛି। ତେବେ ସୁସ୍ଥ ଜୀବନ ଜିଇବା ସକାଶେ ପାଣିକୁ କେତେବେଳେ କେମିତି ପିଇବା ଆବଶ୍ୟକ ସେ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଭିନ୍ନ ଉପଦେଶ ଦେଇଥାନ୍ତି। ଯେମିତି କି: ସକାଳୁ ଖାଲିପେଟରେ ୨ଗ୍ଲାସ୍‌ ନଖ ଉଷୁମ ପାଣି ପିଇବା ଦ୍ୱାରା କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିବା ସହ ଦିନସାରା ବେଶ୍‌ ଫୁର୍ତ୍ତି ଅନୁଭବ ହୋଇଥାଏ। ସେହିପରି ପ୍ରତ୍ୟହ ୮-୧୨ ଗ୍ଲାସ୍‌ ପାଣି ପିଇଲେ ଶରୀର ହାଇଡ୍ରେଟ୍‌ ରହିଥାଏ। ଖାଇବା ମଝିରେ ପାଣି ନ ପିଇ ଖାଇବାର ଅଧ ଘଣ୍ଟା ପୂର୍ବରୁ ହେଉ କି ପରେ ପାଣି ପିଇବା ସ୍ବାସ୍ଥ୍ୟପ୍ରଦ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷି ଗୋଟେ ଗ୍ଲାସ୍‌ ପାଣି ପିଇ ଶୋଇଲେ ଖାଦ୍ୟ ଭଲ ଭାବେ ହଜମ ହୋଇଯାଏ। ସେହିପରି ଔଷଧ ଖାଇବା ସମୟରେ ଥଣ୍ଡା ପାଣି ବଦଳରେ ହାଲ୍‌କା ଉଷୁମ ପାଣି ପିଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ଅନ୍ୟପକ୍ଷେ ଠିଆ ହୋଇ ଏକାଥରକେ ଢକ୍‌ଢକ୍‌ କରି ପାଣି ପିଇବା ପରିବର୍ତ୍ତେ ବସିକି ଧୀରେ ଧୀରେ ପାଣି ପିଇଲେ ଆଣ୍ଠୁଗଣ୍ଠି ଦରଜ ସମସ୍ୟାରୁ କେତେକାଂଶରେ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଭେଟଘାଟକୁ ନେଇ ଗାଁ ଗାଁରେ ଉତ୍ସାହ: ଜୁହାର ଭେଟ ସାଙ୍ଗକୁ ଜମିବ ନାଚଗୀତର ଆସର

ଅମରପାଲି,୧୪ା୯(ପୀତାମ୍ବର ସାହୁ):ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ନୂଆଁଖାଇ ଆସିବା ପୂର୍ବରୁ ହିଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡର ଗାଁଠୁ ସହର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?