ଧାନ ଥୋଡ଼ ସମୟରେ ଜମି ଶୁଖିଲା

ସୋର,୨୯ା୧୦(ଡି.ଏନ୍‌.ଏ.): ଧାନ ଥୋଡ଼ ଆସିବା ବେଳେ ବିଲରେ ପାଣିର ଅଭାବ। ମୌସୁମୀ ବାୟୁ ଫେରି ଯିବା ପରେ ଲଘୁଚାପ ବର୍ଷାକୁ ଭରସା କରିଛନ୍ତି ଚାଷୀ। ବର୍ଷା ନ ହେଲେ ଅମଳ ପ୍ରଭାବିତ ହେବା ଆଶଙ୍କା। ଉଠା ଜଳ ସେଚନ ପ୍ରକଳ୍ପ ପାଣିକୁ ଚାଷୀ ଭରସା କରିଥିବା ବେଳେ ସମ୍ପୃୃକ୍ତ ବିଭାଗରେ ଦେଖାଦେଇଛି କର୍ମଚାରୀ ମରୁଡ଼ି। ଜଣେ ଯନ୍ତ୍ରୀଙ୍କ ଦାୟିତ୍ୱରେ ୧୦୦୦ ପ୍ରକଳ୍ପ। ୯୦ ପ୍ରତିଶତ ପ୍ରକଳ୍ପ ଏବେ ପ୍ରସ୍ତୁତ ଥିବା ବେଳେ ବ୍ୟବହାର ନ କରିବି ବିଦ୍ୟୁତ୍‌ ଦେୟ ପ୍ରକଳ୍ପ ପିଛା ୫୦ରୁ ୬୦ ହଜାର ଟଙ୍କା ବାକି। ଆବଶ୍ୟକ ବେଳେ ପ୍ରକଳ୍ପରୁ ଜଳ ମିଳିବାର ସମ୍ଭାବନା ଶୂନ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି। କେତେକ ପ୍ରକଳ୍ପ କେବେବି ବ୍ୟବହାର ନ ହୋଇଥିବା ବେଳେ ଚାଷୀଙ୍କ ମୁଣ୍ଡରେ ୩ ଫେଜ୍‌ ବାହାନାରେ ହଜାର ହଜାର ଟଙ୍କାର ବିଦ୍ୟୁତ୍‌ ଦେୟ ବାକିଥିବା ସୂଚନା ମିଳିଛି। ଦେୟ ପୈଠ ନ କଲେ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରି ଦିଆଯିବ ବୋଲି ତାଗିଦ ଶୁଣିବାକୁ ମିଳୁଛି। ପୂର୍ବରୁ ସୋରରେ ଥିବା ଉଠା ଜଳସେଚନ ବିଭାଗର ଡିଭିଜନ୍‌ କାର୍ଯ୍ୟାଳୟ ଉଠିଯିବା ପରେ ଏବେ ନାମକୁ ମାତ୍ର ସବ୍‌ ଡିଭିଜନ୍‌ ଟିଏ ଅଛି। ଏହି ଉପଖଣ୍ଡ ଦାୟିତ୍ୱରେ ଥିବା ଇଂ.ସୁରେଶ କୁମାର ଦେ ଏବେ ବାଲେଶ୍ୱର ସଦର ଏସ୍‌ଡିଓ, ଏସ୍‌ଟିମେଟର, ଏସ୍‌ସିଙ୍କ ପିଏ ସହ ସୂଚନା ଅଧିକାରୀଙ୍କ ଭଳି ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ତାଙ୍କ ଅଧୀନରେ ବାଲେଶ୍ୱରର ୭୦୦ ଓ ସୋରର ୩ଶହ ପ୍ରକଳ୍ପ ଅଛି। କାର୍ଯ୍ୟାଳୟରେ ୩ ଜଣ କର୍ମଚାରୀ। ସୋର ଉପଖଣ୍ଡ ଅଧୀନରେ ସୋରର ୨ଟି ସହ ଅନନ୍ତପୁର, ଖଇରା, ସିମୁଳିଆ ସେକ୍ସନ ଅଛି। ଯନ୍ତ୍ରୀ, କର୍ମଚାରୀଙ୍କ ଅଭାବରୁ ଖଇରା ସହ ମିଶିଥିବା ସିମୁଳିଆ କାର୍ଯ୍ୟାଳୟରେ ତାଲା ପଡ଼ିଛି। ସୋରର ୨ଟି ସେକ୍ସନକୁ ମିଶାଇ ଗୋଟିଏ କରାଯାଇଛି। ସବୁ ସେକ୍ସନରେ ସିଭିଲ ଯନ୍ତ୍ରୀ ପଦବୀ ଖାଲି। ବାହାନଗା ଉପଖଣ୍ଡ ଯନ୍ତ୍ରୀ ଇଂ. ଗୌରାଙ୍ଗ ଦାସ ଏବେ ବାହାନଗା ଇଲେକ୍ଟ୍ରିକ୍‌ ଜେଇଙ୍କ ସହ ଗୋପାଳପୁର, ବାଲେଶ୍ୱର ସାରଗାଁ, ଅନନ୍ତପୁର, ଖଇରା, ସିମୁଳିଆ, ସୋର ସିଭିଲ ଜେଇ ଅତିରିକ୍ତ ଦାୟିତ୍ୱ ବହନ କରୁଛନ୍ତି। ଏଥର ବିଳମ୍ବରେ ମୌସୁମୀ ଆସିଥିଲେ ହେଁ ଚାଷୀ ଧାର କରଜ କରି ଚାଷ କରିଥିଲେ। ଭଲ ଅମଳର ଆଶା ବି ରଖିଥିଲେ। ହେଲେ ଏବେ ଠିକ୍‌ ଧାନ ଥୋଡ଼ ବେଳେ କାଁଭାଁ କିଛି ତଳିଆ ଅଞ୍ଚଳ ବ୍ୟତୀତ ବିଲ ଶୁଖିଲା ପଡ଼ିଛି। ସପ୍ତାହକ ମଧ୍ୟରେ ବର୍ଷା ନ ହେଲେ ଚାଷ କ୍ଷତିଗ୍ରସ୍ତ ହେବା ନିଶ୍ଚିତ। ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri