ଧାନ ଥୋଡ଼ ସମୟରେ ଜମି ଶୁଖିଲା

ସୋର,୨୯ା୧୦(ଡି.ଏନ୍‌.ଏ.): ଧାନ ଥୋଡ଼ ଆସିବା ବେଳେ ବିଲରେ ପାଣିର ଅଭାବ। ମୌସୁମୀ ବାୟୁ ଫେରି ଯିବା ପରେ ଲଘୁଚାପ ବର୍ଷାକୁ ଭରସା କରିଛନ୍ତି ଚାଷୀ। ବର୍ଷା ନ ହେଲେ ଅମଳ ପ୍ରଭାବିତ ହେବା ଆଶଙ୍କା। ଉଠା ଜଳ ସେଚନ ପ୍ରକଳ୍ପ ପାଣିକୁ ଚାଷୀ ଭରସା କରିଥିବା ବେଳେ ସମ୍ପୃୃକ୍ତ ବିଭାଗରେ ଦେଖାଦେଇଛି କର୍ମଚାରୀ ମରୁଡ଼ି। ଜଣେ ଯନ୍ତ୍ରୀଙ୍କ ଦାୟିତ୍ୱରେ ୧୦୦୦ ପ୍ରକଳ୍ପ। ୯୦ ପ୍ରତିଶତ ପ୍ରକଳ୍ପ ଏବେ ପ୍ରସ୍ତୁତ ଥିବା ବେଳେ ବ୍ୟବହାର ନ କରିବି ବିଦ୍ୟୁତ୍‌ ଦେୟ ପ୍ରକଳ୍ପ ପିଛା ୫୦ରୁ ୬୦ ହଜାର ଟଙ୍କା ବାକି। ଆବଶ୍ୟକ ବେଳେ ପ୍ରକଳ୍ପରୁ ଜଳ ମିଳିବାର ସମ୍ଭାବନା ଶୂନ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ପାଣି ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି। କେତେକ ପ୍ରକଳ୍ପ କେବେବି ବ୍ୟବହାର ନ ହୋଇଥିବା ବେଳେ ଚାଷୀଙ୍କ ମୁଣ୍ଡରେ ୩ ଫେଜ୍‌ ବାହାନାରେ ହଜାର ହଜାର ଟଙ୍କାର ବିଦ୍ୟୁତ୍‌ ଦେୟ ବାକିଥିବା ସୂଚନା ମିଳିଛି। ଦେୟ ପୈଠ ନ କଲେ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରି ଦିଆଯିବ ବୋଲି ତାଗିଦ ଶୁଣିବାକୁ ମିଳୁଛି। ପୂର୍ବରୁ ସୋରରେ ଥିବା ଉଠା ଜଳସେଚନ ବିଭାଗର ଡିଭିଜନ୍‌ କାର୍ଯ୍ୟାଳୟ ଉଠିଯିବା ପରେ ଏବେ ନାମକୁ ମାତ୍ର ସବ୍‌ ଡିଭିଜନ୍‌ ଟିଏ ଅଛି। ଏହି ଉପଖଣ୍ଡ ଦାୟିତ୍ୱରେ ଥିବା ଇଂ.ସୁରେଶ କୁମାର ଦେ ଏବେ ବାଲେଶ୍ୱର ସଦର ଏସ୍‌ଡିଓ, ଏସ୍‌ଟିମେଟର, ଏସ୍‌ସିଙ୍କ ପିଏ ସହ ସୂଚନା ଅଧିକାରୀଙ୍କ ଭଳି ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ତାଙ୍କ ଅଧୀନରେ ବାଲେଶ୍ୱରର ୭୦୦ ଓ ସୋରର ୩ଶହ ପ୍ରକଳ୍ପ ଅଛି। କାର୍ଯ୍ୟାଳୟରେ ୩ ଜଣ କର୍ମଚାରୀ। ସୋର ଉପଖଣ୍ଡ ଅଧୀନରେ ସୋରର ୨ଟି ସହ ଅନନ୍ତପୁର, ଖଇରା, ସିମୁଳିଆ ସେକ୍ସନ ଅଛି। ଯନ୍ତ୍ରୀ, କର୍ମଚାରୀଙ୍କ ଅଭାବରୁ ଖଇରା ସହ ମିଶିଥିବା ସିମୁଳିଆ କାର୍ଯ୍ୟାଳୟରେ ତାଲା ପଡ଼ିଛି। ସୋରର ୨ଟି ସେକ୍ସନକୁ ମିଶାଇ ଗୋଟିଏ କରାଯାଇଛି। ସବୁ ସେକ୍ସନରେ ସିଭିଲ ଯନ୍ତ୍ରୀ ପଦବୀ ଖାଲି। ବାହାନଗା ଉପଖଣ୍ଡ ଯନ୍ତ୍ରୀ ଇଂ. ଗୌରାଙ୍ଗ ଦାସ ଏବେ ବାହାନଗା ଇଲେକ୍ଟ୍ରିକ୍‌ ଜେଇଙ୍କ ସହ ଗୋପାଳପୁର, ବାଲେଶ୍ୱର ସାରଗାଁ, ଅନନ୍ତପୁର, ଖଇରା, ସିମୁଳିଆ, ସୋର ସିଭିଲ ଜେଇ ଅତିରିକ୍ତ ଦାୟିତ୍ୱ ବହନ କରୁଛନ୍ତି। ଏଥର ବିଳମ୍ବରେ ମୌସୁମୀ ଆସିଥିଲେ ହେଁ ଚାଷୀ ଧାର କରଜ କରି ଚାଷ କରିଥିଲେ। ଭଲ ଅମଳର ଆଶା ବି ରଖିଥିଲେ। ହେଲେ ଏବେ ଠିକ୍‌ ଧାନ ଥୋଡ଼ ବେଳେ କାଁଭାଁ କିଛି ତଳିଆ ଅଞ୍ଚଳ ବ୍ୟତୀତ ବିଲ ଶୁଖିଲା ପଡ଼ିଛି। ସପ୍ତାହକ ମଧ୍ୟରେ ବର୍ଷା ନ ହେଲେ ଚାଷ କ୍ଷତିଗ୍ରସ୍ତ ହେବା ନିଶ୍ଚିତ। ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri