ସମସ୍ୟା ତୁଟିଲେ ୫ ହଜାର ହେକ୍ଟରରେ ଫସଲ ହେବ

କେନ୍ଦ୍ରାପଡ଼ା ଅଫିସ, ୧୪ା୨:ଶିଳ୍ପବିହୀନ କେନ୍ଦ୍ରାପଡ଼ାର ଅର୍ଥନୀତି କୃଷିଭିତ୍ତିକ। ଏହାସତ୍ତ୍ୱେ ରାଜ୍ୟ ସରକାର ଜଳସେଚନ ପରି ମୁଖ୍ୟ ସମସ୍ୟାକୁ ଦୂରକରୁନାହାନ୍ତି। ପୂର୍ବରୁ ବ୍ରାହ୍ମଣୀ ଓ ଗୋବରୀ ମଧ୍ୟରେ ଥିବା ସଂଯୋଗ ଜଳପଥ ଏବେ ବନ୍ଦ ହୋଇପଡ଼ିଛି। ଫଳରେ ଜଳସେଚନ ଅବ୍ୟବସ୍ଥାରୁ ୫ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷଜମିରେ ୩ ଫସଲ ଉପତ୍ାଦନ ହୋଇପାରୁନାହିଁ। ଏ ନେଇ ସ୍ଥାନୀୟ ଲୋକ ୨ ବର୍ଷ ହେବ ଉଦ୍‌ବେଗ ପ୍ରକାଶ କରି ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ଉପରେ ମାମଲା କରିଛନ୍ତି। ମାମଲା ଶୁଣାଣି ହୋଇ ବିଭାଗକୁ ଅନୁଧ୍ୟାନ ସହ ସମସ୍ୟାର ନିରାକରଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସତ୍ତ୍ୱେ ଜଳ ସମ୍ପଦ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ମାମଲାର ଅଭିଯୋଗକାରୀ ପଟ୍ଟାମୁଣ୍ଡାଇ ତାଲୁକ୍‌ ଆଇନ ସେବା ସମିତି ପିଏଲ୍‌ଭି ପ୍ରଫୁଲ୍ଲ କୁମାର ଦାସ, କ୍ଷୀରୋଦ ମଲ୍ଲିକ, ଅଶୋକ ବଳ, ଦେବାଶିଷ ପଣ୍ଡା ପ୍ରମୁଖ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ବ୍ରାହ୍ମଣୀ ସହ ଗୋବରୀ ନଦୀର ସଂଯୋଗୀକରଣ ଥିଲା। ଏଥିରେ ନୌବାଣିଜ୍ୟ ସହିତ ଚାଷ ପାଇଁ ପାଣି ମିଳୁଥିଲା। ତେବେ ୬୦ ବର୍ଷ ପୂର୍ବରୁ କଟକ-ଚାନ୍ଦବାଲି ରାସ୍ତା ନିର୍ମାଣ ସମୟରେ ପଟ୍ଟାମୁଣ୍ଡାଇଠାରେ ଏହାର ସଂଯୋଗୀକରଣ ପଥକୁ ବନ୍ଦ କରିଦିଆଗଲା। ଫଳରେ ପଟ୍ଟାମୁଣ୍ଡାଇଠାରୁ ଗଣ୍ଡାକିଆ ପର୍ଯ୍ୟନ୍ତ ୨୦ କି.ମି. ଗୋବରୀ ନଦୀପଥ ଶୁଖିଲା ପଡିଛି। ଏହି ନଦୀ ଶଯ୍ୟା ପୋତିହେବା ଫଳରେ ନିକଟବର୍ତ୍ତୀ ଗ୍ରାମବାସୀ ନିତ୍ୟକର୍ମଠାରୁ ଜଳସେଚନରୁ ବାଦ୍‌ ପଡ଼ିଛନ୍ତି। ପୂର୍ବରୁ ଏହି ଅଞ୍ଚଳରେ ଅର୍ଥକରୀ ଫସଲ ଉପତ୍ନ୍ନ ହେଉଥିବା ବେଳେ ଏଠାରେ ଏବେ ମରୁଡ଼ି ସମସ୍ୟା ଦେଖାଦେଇଛି। ଏ ନେଇ ସ୍ଥାନୀୟ ଅଧିବାସୀ ବ୍ଲକ ଓ ଜିଲାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଏଥିରୁ ସୁଫଳ ନ ମିଳିବାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ବ୍ରାହ୍ମଣୀ ସହିତ ଗୋବରୀ ନଦୀର ସଂଯୋଗୀକରଣ ପାଇଁ ନାଲସା (ଜାତୀୟ ଆଇନ ସେବା ପ୍ରଧିକରଣ)ରେ ୨୦୨୧ ଫେବୃୟାରୀ ୧୪ରେ ଏକ ମାମଲା ହୋଇଥିଲା। ଏହି ମାମଲାକୁ କେନ୍ଦ୍ରାପଡ଼ା ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ) ପକ୍ଷରୁ ଶୁଣାଣି କରାଯାଇ ଭିତ୍ତିଭୂମିର ତଦନ୍ତ କରିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ହୋଇଛି। ତେବେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅଦ୍ୟାବଧି କୌଣସି ତପତ୍ରତା ପ୍ରକାଶ ପାଉନାହିଁ। ନଦୀ ସଂଯୋଗୀକରଣ କାର୍ଯ୍ୟ ତ୍ୱରାନ୍ବିତ ହେଲେ ନଦୀପଥ ନିକଟ କ୍ଷେତରେ ୩ ପ୍ରକାର ଅର୍ଥକରୀ ଫସଲ ଉପତ୍ାଦନ ହୋଇପାରିବ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଏନେଇ ପ୍ରାରମ୍ଭିକ ତଦନ୍ତ ହୋଇଛି। ନଦୀ ସଂଯୋଗୀକରଣ ହେଲେ ସ୍ଥାନୀୟ ଅଞ୍ଚଳର କୃଷି ଅର୍ଥନୀତିରେ ବିରାଟ ପରିବର୍ତ୍ତନ ଆସିବ। ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?