୪୮ ଘଣ୍ଟାରେ ଚାଷୀଙ୍କୁ ବକେୟା ନ ମିଳିଲେ ଆନ୍ଦୋଳନ: ଭାଜପା

ଭୁବନେଶ୍ୱର,୭ା୨(ବ୍ୟୁରୋ):ଚାଷୀ ବିକ୍ରି ଧାନର ଟଙ୍କା ପାଇପାରୁନାହାନ୍ତି। ମାସେ ବିତିଗଲେ ମଧ୍ୟ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପହଞ୍ଚୁନାହିଁ। ଏହାର ପ୍ରତିବାଦରେ ଭାଜପା କୃଷକ ମୋର୍ଚ୍ଚାର ଏକ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି)ଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବକେୟା ଥିବା ଧାନ ବିକ୍ରି ବାବଦ ପ୍ରାପ୍ୟ ପ୍ରଦାନ କରା ନ ଗଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀ ଚେତାବନୀ ଦେଇଛି।
ଧାନ ବିକ୍ରି ପ୍ରାପ୍ୟ ଚାଷୀ ପାଇପାରୁ ନ ଥିବା ବେଳେ ବିଭାଗୀୟ ଏମ୍‌ଡି ଦୀର୍ଘଦିନ ଧରି କେଉଁଆଡ଼େ ଯାଇଛନ୍ତି ତାହା ତାଙ୍କ ଅଧିକାରୀମାନଙ୍କ ପାଖରେ ଖବର ନାହିଁି। ଏହାର ପ୍ରତିବାଦରେ କୃଷକ ମୋର୍ଚ୍ଚାର ପ୍ରତିନିଧି ମଣ୍ଡଳୀ ଏମ୍‌ଡିଙ୍କ କାର୍ଯ୍ୟାଳୟ କବାଟ ଏବଂ ମୁଖ୍ୟ ଫାଟକରେ ଲଟ୍କା ଜାରି କରି ଏମ୍‌ଡି ନିଖୋଜ ଥିବାର ଫଟୋ ଲଗାଇଛନ୍ତି। କୃଷକ ମୋର୍ଚ୍ଚା ଅଭିଯୋଗ କରିଛି ଯେ, ମିଲରଙ୍କ ମନମାନିରେ ମଣ୍ଡି ଚାଲିଛି। ଯୋଗାଣ ବିଭାଗ ତତ୍ତ୍ୱାବଧାନରେ ଚାଲିଥିବା ମଣ୍ଡି ବ୍ୟବସ୍ଥା ମିଲରଙ୍କ କବ୍‌ଜାରେ ରହିଛି। କେନ୍ଦ୍ର ସରକାର କୁଇଣ୍ଟାଲ ପିଛା ୨୦୪୦ ଟଙ୍କା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ସ୍ଥିର କରି ରାଜ୍ୟ ସରକାରଙ୍କ ମାଧ୍ୟମରେ କିଣିବା ବ୍ୟବସ୍ଥା କରୁଥିଲେ ମଧ୍ୟ କଟ୍‌ନୀ ଛଟ୍‌ନୀରେ ଚାଷୀ ଫସିଯାଇଛି। ଚାଷୀଙ୍କ ଧାନ ଠିକ୍‌ ସମୟରେ ବିକ୍ରି ହୋଇପାରୁନାହିଁ। ଟୋକନ୍‌ ରଦ୍ଦ ହେଉଛି। ରାଜ୍ୟ ସରକାର ଚାଷୀଙ୍କ ଧାନ ବିକ୍ରି ପ୍ରାପ୍ୟ ପୈଠ କରିବାରେ ଘୋର ଅବହେଳା କରିଛନ୍ତି। ଅନ୍‌ଲାଇନ ବ୍ୟବସ୍ଥାରେ ଧାନ ବିକ୍ରିର ୨୪ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବା ବ୍ୟବସ୍ଥା ଥିବା ବେଳେ ୧ ମାସ ପରେ ମଧ୍ୟ ପହଞ୍ଚୁନାହିଁ। ମଣ୍ଡି ଅଧିକାରୀ ଏବଂ ଜିଲାସ୍ତରରେ ଯୋଗାଣ ଅଧିକାରୀ ଟଙ୍କା ଆସିଲେ ଦିଆଯିବ ବୋଲି କହିବା ଅତ୍ୟନ୍ତ ହାସ୍ୟାସ୍ପଦ ଓ କଷ୍ଟଦାୟକ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ପ୍ରତିନିଧି ମଣ୍ଡଳୀରେ କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ହୃଷୀକେଶ ଜେନା ଓ ଶ୍ରୀରଞ୍ଜନ ମଙ୍ଗରାଜ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ସ୍ବାଇଁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନ୍‌ଗୋ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଶୋର ପଟେଲଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଝାରସୁଗୁଡ଼ା ଅଫିସ,୯।୫: ବ୍ରଜରାଜନଗରରେ ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ସୋମବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲଙ୍କୁ...

ଏତେଦିନ ପରେ କିଏ ଫଟୋ ଛାଡ଼ିଲା ତଦନ୍ତ ହେଉ: ବିରୋଧୀ

ଭୁବନେଶ୍ବର,୨୨।୨(ବ୍ୟୁରୋ): ନବ ଦାସଙ୍କ ହତ୍ୟା ଘଟଣାର ୨୩ ଦିନ ପରେ ଗୋପାଳ କେମିତି ମାରିଲା ତାହା ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଏବେ...

ମିଶନ ଆଶାଲୋକ ଅଭିଯାନର ଶୁଭାରମ୍ଭ: ୧୮ ମାନସିକ ବିକାରଗ୍ରସ୍ତ ପୁରୁଷ ଉଦ୍ଧାର

ପୁରୀ ଅଫିସ, ୧୬ା୮: ଅନେକ ମାନସିକ ବିକାରଗ୍ରସ୍ତ ରାସ୍ତାଘାଟରେ ଏଣେତେଣେ ବୁଲୁଥାନ୍ତିି। କେହି କେହି ଲୋକଙ୍କୁ ମାଗି ଖାଇଥାନ୍ତି ତ ଆଉ କେହି ଅଳିଆ ଆବର୍ଜନା...

କୋରାପୁଟ, ମାଲକାନଗିରି ଜିଲା ପାଇଁ ପାନୀୟ ଜଳ ପ୍ରକଳ୍ପ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ)- ରାଜ୍ୟ ସରକାର ଜଳଜୀବନ ମିଶନ ଯୋଜନାରେ କୋରାପୁଟ ଓ ମାଲକାନଗିରି ଜିଲାର ୮ ବ୍ଲକକୁ ପାନୀୟ ଜଳ ଯୋଗାଇ ଦେବେ। କୋରାପୁଟ ଜିଲାର...

ବଲାଙ୍ଗୀର ଜିଲାରେ ମରୁଡି ସ୍ଥିତି

ବଲାଙ୍ଗୀର ଅଫିସ, ୧୯ା୭-କ୍ରମାଗତ ମରୁଡି ବଲାଙ୍ଗୀର ଜିଲାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଉଛି ା ଚଳିତବର୍ଷ ପୁଣି ଥରେ ଜିଲାରେ ମରୁଡି ସ୍ଥିତି ଦେଖାଦେଲାଣି...

ପୁରୀ ମଙ୍ଗୁ ମଠ ଭଙ୍ଗା ବିରୋଧରେ ପଞ୍ଜାବ ବିଧାୟକଙ୍କ ଶୋଭାଯାତ୍ରା: ‘ମଠ ନ ଭାଙ୍ଗିି ମଧ୍ୟ ସୌନ୍ଦର୍ଯ୍ୟକରଣ ସମ୍ଭବ’

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବାକୁ ନେଇ ପୁଣିଥରେ ଜୋରଦାର ବିରୋଧ କରାଯାଇଛି। ଶନିବାର ପୁରୀରେ ଶିଖ୍‌ ସମାଜ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଥିବାବେଳେ...

ବ୍ରଜରାଜନଗର ଉପନିର୍ବାଚନ: ନିର୍ବାଚନ ମଇଦାନରେ ହେଭିଓ୍ବେଟ୍‌

ଝାରସୁଗୁଡା ଅଫିସ,୨୦।୫: ଆସନ୍ତା ୩୧ରେ ବ୍ରଜରାଜନଗରରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରାଜନୀତି ସରଗରମ ରହିଛି। ବିଜୟ ପାଇଁ କସରତ କରୁଛନ୍ତି ସବୁ ଦଳ। ଘରକୁ...

ରାଜ୍ୟରେ ଖୋଲିବ ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧।୩(ବ୍ୟୁରୋ): ରାଜ୍ୟରେ ସ୍ବତନ୍ତ୍ର ଭାବେ ଏକ ପ୍ରାଣୀ ଚିକିତ୍ସା ବିଶ୍ବବିଦ୍ୟାଳୟ ଖୋଲିବ। ଦୀର୍ଘ ବର୍ଷର ଏହି ସ୍ବପ୍ନ ଖୁବ୍‌ଶୀଘ୍ର ପୂରଣ ହେବାକୁ ଯାଉଛି। ଆସନ୍ତା...

Advertisement
Archives

Model This Week