କୁକୁର କାମୁଡ଼ିଲେ, ବାହାରେ ମଳତ୍ୟାଗ କଲେ ଜରିମାନା ଦେବେ ମାଲିକ

ଭୁବନେଶ୍ୱର,୧ା୫(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ କୁକୁର ପାଳନ ନେଇ ସ୍ବତନ୍ତ୍ର ନିୟମ କରାଯାଇଛି। ଶନିବାର କର୍ପୋରେଶନ ବୈଠକରେ ବିଧିବଦ୍ଧ ଭାବେ ପ୍ରସ୍ତୁତ ହୋଇଥିବା ଡଗ୍‌ ବାଇ-ଲ’ ପାରିତ ହୋଇଛି। ଏବେ ଦେଶୀ ହେଉକି ବିଦେଶୀ କୁକୁର ଘରେ ପୋଷିବାକୁ ହେଲେ ବିଏମ୍‌ସି ଦ୍ୱାରା ଜାରି ନିୟମ ମାନିବାକୁ ପଡିବ। ନୂଆ ନିୟମ ଅନୁଯାୟୀ, ୪ମାସରୁ କମ୍‌ ବୟସର କୁକୁର ରଖି ପାରିବେ ନାହିଁ। କୁକୁର ପୋଷିବାକୁ ହେଲେ ମାଲିକଙ୍କୁ ପଞ୍ଜୀକରଣ କରିବାକୁ ପଡିବ। ଏଥିସହ ପଶୁ ଡାକ୍ତରଙ୍କଠାରୁ ଟୀକାକରଣର ସାର୍ଟିଫିକେଟ ରଖିବା ବାଧ୍ୟତାମୂଳକ କରାଯାଇଛି। ପ୍ରତିବର୍ଷ ଏପ୍ରିଲ ପହିଲା କିମ୍ବା ଏହାର ୭ଦିନ ମଧ୍ୟରେ ପଞ୍ଜୀକରଣ କରାଯିବ। ପଞ୍ଜୀକରଣ ପାଇଁ ୫ଶହ ଓ ରିନ୍ୟୁ ପାଇଁ ୨୫୦ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ରେଜିଷ୍ଟ୍ରେନ ଏକ୍ସପାରୀ ହେବା ପରେ ରିନ୍ୟୁ କଲେ ୩୫୦ଟଙ୍କା ଦେବାକୁ ପଡିବ। କୁକୁର କାହାକୁ କାମୁଡିଲେ, ବାହାର ଜିନିଷ ନଷ୍ଟ କଲେ, ଏପରିକି ରାସ୍ତା, ପାର୍କ, ଜନବସତି ଭଳି ସର୍ବସାଧାରଣ ସ୍ଥାନରେ ମଳତ୍ୟାଗ କଲେ ମାଲିକଙ୍କୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡିବ। ଘରୁ ବାହାରକୁ ନେଲେ କୁକୁର ବେକରେ ମେଟାଲ ଟୋକନ୍‌ କିମ୍ବା ଟ୍ୟାଗ୍‌ ଲଗାଯିବା ବାଧ୍ୟତାମୂଳକ। ଯେଉଁମାନେ ନିଜ ପୋଷା କୁକୁରଙ୍କୁ ବିଭିନ୍ନ ଖେଳ କିମ୍ବା ଡଗ୍‌ ଶୋ’ରେ ସାମିଲ କରାଇବେ ସେମାନଙ୍କୁ ବିଏମ୍‌ସିଠାରୁ ଗେମ୍‌ ରେଜିଷ୍ଟ୍ରେଶନ୍‌ ସାର୍ଟିଫିକେଟ୍‌ ନେବାକୁ ପଡିବ। କୁକୁର ବୟସ ହୋଇଗଲେ ମାଲିକ ତାକୁ ରାସ୍ତା କଡରେ ଛାଡିଦେଇ ପାରିବେ ନାହିଁ। ଏହି ନିୟମକୁ ଉଲ୍ଲଂଘନ କଲେ ପଞ୍ଜୀକରଣ ପ୍ରାଧିକରଣ ଦ୍ୱାରା ମାଲିକଙ୍କୁ ଦଣ୍ଡିତ ହେବାକୁ ପଡିବ। ଯଦି ଏହି ଉଲ୍ଲଂଘନ ଜାରି ରହେ, ତେବେ ଅତିରିକ୍ତ ଭାବେ ଦିନକୁ ୨ଶହ ଟଙ୍କା ଜରିମାନା ୭ଦିନ ପର୍ଯ୍ୟନ୍ତ ଦେବେ। ଏହାପରେ ସମ୍ପୃକ୍ତ କୁକୁରକୁ ସିଜ୍‌ କରାଯିବ ଓ ତାହାର ରକ୍ଷଣାବେକ୍ଷଣ ପାଇଁ ଦିନକୁ ୨ଶହ ଟଙ୍କା ହିସାବରେ ମାଲିକଙ୍କୁ ଦେବାକୁ ପଡିବ। ୭ଦିନ ଭିତରେ କୁକୁରକୁ ମାଲିକ ନ ନେଲେ ରେଜିଷ୍ଟ୍ରେଶନ ବାତିଲ କରିବା ସହ କୁକୁରରୁ ସାର୍ବଜନୀନ ଭାବେ ବିକ୍ରୟ କିମ୍ବା ଆଡପ୍ଟ କରାଯିବ। ସେହିପରି ଗୋଟିଏ ବର୍ଷରେ ଅତି କମ୍‌ରେ ୩ଥର ନିୟମର ଉଲ୍ଲଂଘନ କଲେ ମଧ୍ୟ ରେଜିଷ୍ଟ୍ରେଶନ ବାତିଲ କରାଯିବ ବୋଲି ନିୟମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri