Posted inଜାତୀୟ

‘ଯଦି ରାହୁଲ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ତେବେ ଦେଶ ବିଷୟରେ କ’ଣ କହିବାକୁ ହୁଏ ଶିଖନ୍ତୁ’

ନୂଆଦିଲ୍ଲୀ,୫ା୯: ଦୀର୍ଘଦିନ ଧରି ଗାନ୍ଧୀ ପରିବାରର ପରାମର୍ଶଦାତା ଥିବା ସାମ୍‌ ପିଟ୍ରୋଡା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଅପେକ୍ଷା ଅଧିକ ବୁଦ୍ଧିଜୀବୀ ଏବଂ ରଣନୀତିଜ୍ଞ। ଆହୁରି ମଧ୍ୟ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସମସ୍ତ ଗୁଣ ଅଛି।

ପିଟ୍ରୋଡାଙ୍କ ଏହି ବିବୃତ୍ତିକୁ ମଧ୍ୟ କାଉଣ୍ଟର କରିଛି ଭାଜପା। ଦଳୀୟ ନେତା ରବିଶଙ୍କର ପ୍ରସାଦ ପିଟ୍ରୋଡାଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଯଦି ସେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସ୍ବପ୍ନ ଦେଖୁଛନ୍ତି, ତେବେ  ରାହୁଲ କିପରି କହିବେ ଏବଂ ତାଙ୍କୁ ମଧ୍ୟ କୁହନ୍ତୁ ଯେ, ବିଦେଶରେ ଯାଇ ଦେଶ ବିଷୟରେ କ’ଣ କହିବେ କେମିତି କହିବେ ଶିଖାନ୍ତୁ। କାରଣ ଯେତେବେଳେ ବି ରାହୁଲ ବିଦେଶ ଯାଆନ୍ତି, ସେ ଦେଶକୁ ବଦ୍‌ନାମ କରନ୍ତି।

ପିଟ୍ରୋଡା କହିଛନ୍ତି, ‘ସରକାରଙ୍କୁ ସମାଲୋଚନା କରୁଛୁ, ଦେଶକୁ ସମାଲୋଚନା କରୁନାହୁଁ। ବିରୋଧୀ ଦଳର କାମ ହେଉଛି ସରକାରଙ୍କୁ ସମାଲୋଚନା କରିବା। ରାହୁଲ ବିଦେଶରେ ଦେଶର ବଦ୍‌ନାମ କରୁଛନ୍ତି ବୋଲି ଭାଜପା ଅଭିଯୋଗ ଜାରି ରଖିଛି। ଯାହାକି, ସମ୍ପୂର୍ଣ୍ଣ ଭିତ୍ତିହୀନ।

ରାହୁଲଙ୍କ ଆରେମିକା ଗସ୍ତ ନେଇ ପିଟ୍ରୋଡା କହିଛନ୍ତି, ସେ ବ୍ୟକ୍ତିଗତ ସ୍ତରରେ କ୍ୟାପିଟାଲ ହିଲ୍‌ରେ ଲୋକଙ୍କୁ ଭେଟିବେ। ଏହି ସମୟ ମଧ୍ୟରେ ସେ ପ୍ରେସ କ୍ଲବରେ ମିଡିଆ ବ୍ୟକ୍ତିବିଶେଷଙ୍କୁ ଭେଟିବେ। ସେ ଥିଙ୍କ ଟ୍ୟାଙ୍କର ଲୋକଙ୍କ ସହ କଥା ହେବେ। ସେ ଆହୁରି କହିଛନ୍ତି, ‘ରାହୁଲ ମଧ୍ୟ ଜର୍ଜଟାଉନ ବିଶ୍ୱବିଦ୍ୟାଳୟକୁ ଯିବେ। ଆସନ୍ତା ୮ରୁ ୧୦ ତାରିଖରେ ରାହୁଲ ଆମେରିକା ଗସ୍ତ କରିବେ।

ପିଟ୍ରୋଡା କହିଛନ୍ତି, ‘ରାହୁଲଙ୍କ ଭାବମୂର୍ତ୍ତିକୁ ସୋସିଆଲ ମିଡିଆରେ ବଦ୍‌ନାମ କରାଯାଉଛି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏବେ ଲୋକମାନେ ଦେଖୁଛନ୍ତି ଯେ, ତାହା ତାଙ୍କର ମିଥ୍ୟା ପ୍ରତିଛବି ଥିଲା। ରାହୁଲ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସମସ୍ତ ଯୋଗ୍ୟତା ରହିଛି। ସେ ଜଣେ ଭଲ ବ୍ୟକ୍ତି ଏବଂ ସେ ଶିକ୍ଷିତ ବୋଲି ସାମ୍‌ ପିଟ୍ରୋଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ପ୍ରତିବର୍ଷ ୫ ଲକ୍ଷ ଶିଶୁଙ୍କୁ ଦେବେ ସୁନା ମୁଦି

ଚେନ୍ନାଇ,୨୪ା୬ : ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱରେ ତାମିଲନାଡୁ ସରକାର ପ୍ରତିଦିନ ନୂଆ ନୂଆ ନିଷ୍ପତ୍ତି ନେଉଛନ୍ତି । ସରକାର ଏବେ ପ୍ରତ୍ୟେକ ନବଜାତ ଶିଶୁକୁ…

ଶ୍ରମିକମାନେ କାମ କରୁଥିବା ବେଳେ ଭୁଶୁଡ଼ିଲା ଗୋଦାମ, ମୃତ୍ୟୁ ସଂଖ୍ୟା….

କୋଲକାତା,୨୪ା୬: ପଶ୍ଚିମ କୋଲକାତାର ତାରାତାଲା ଅଞ୍ଚଳରେ ଏକ ନିର୍ମାଣାଧୀନ ଗୋଦାମ ବୁଧବାର ଅପରାହ୍ନରେ ହଠାତ୍ ଭୁଶୁଡ଼ିଲା । ଭଗ୍ନାବଶେଷ ତଳେ ପ୍ରାୟ ୫୦-୬୦ ଜଣ ଫସି ରହିଛନ୍ତି…

କେନ୍ଦ୍ର ସରକାର ବଦଳାଇଲେ ରାଶନ ନିୟମ! ଏବେ ପରିବାର ନୁହେଁ, ସଦସ୍ୟଙ୍କ ସଂଖ୍ୟା ଆଧାରରେ ମିଳିବ…

ନୂଆଦିଲ୍ଲୀ, ୨୪।୬: ଦେଶର ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (PDS) ଏବଂ ରାଶନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା…

ପଳାତକ ନୀରବ ମୋଦିଙ୍କୁ ଲାଗିଲା ଜୋରଦାର ଝଟକା: ଫେରାଇବେ ୧୦୦ କୋଟି ଟଙ୍କା

ନୂଆଦିଲ୍ଲୀ,୨୪।୬: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଏକ ଋଣ ବିବାଦରେ ବ୍ୟାଙ୍କ ଅଫ ଇଣ୍ଡିଆ ସପକ୍ଷରେ ରାୟ…

ଫୁଟ୍‌ପାଥରେ ଶୋଇଥିବାବେଳେ ନାବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର କଲେ ଟ୍ୟାକ୍ସି ଡ୍ରାଇଭର, ଆଉ ତା’ପରେ…

ନୂଆଦିଲ୍ଲୀ,୨୪ା୬: ଦକ୍ଷିଣ ଦିଲ୍ଲୀର ମେହରୋଲି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୧ ବର୍ଷୀୟା ବାଳିକା ତାଙ୍କ ପରିବାର…

ବିବାହ ପାଇଁ କଥା ଦେଇଥିବା ପ୍ରେମିକା ରଚିଲେ ହତ୍ୟା ଷଡ଼ଯନ୍ତ୍ର: ଭାବି ସ୍ବାମୀଙ୍କୁ…ପୂରା ଘଟଣା ଜାଣିଲେ ଥରିଉଠିବ ଛାତି

ପୁଣେ,୨୪ା୬: ପୁଣେର ଲୋହାଗଡ଼ ଦୁର୍ଗରେ ଗତ ୧୮ ତାରିଖରେ ୨୫ ବର୍ଷୀୟ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ବିଶାଲ ଅଗ୍ରଓ୍ବାଲଙ୍କର ମୃତ୍ୟୁ ଦୁର୍ଘଟଣାବଶତଃ ଖସିପଡ଼ି ହୋଇଥିଲା ବୋଲି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

ବାହା ହେବାକୁ ମନା କଲେ ଶାଶୁ, ବୋହୂ ଭାଇରାଲ କରିଦେଲେ ଶାଶୁଙ୍କ ଅଶ୍ଲୀଳ ଫଟୋ, ଶ୍ୱଶୁର କହିଲେ…

ମୁମ୍ଵାଇ ୨୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ମାଆଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri