ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ହେଲେ ସମସ୍ତଙ୍କର ଜିନୋମ ସିକ୍ୟୁଏନସିଂ ଅସମ୍ଭବ

ନୂଆଦିଲ୍ଲୀ,୧୭ ।୧୨: ଦେଶରେ ବେଳକୁ ବେଳ ବଢି ଚାଲିଛି ଓମିକ୍ରନ୍ ସଂକ୍ରମଣ । ଏହା ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞ, ସ୍ୱାସ୍ଥ୍ୟକର୍ମୀ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଗଲାଣି । ଯଦି ଓମିକ୍ରନ୍‌ର ଗୋଷ୍ଠୀ ସଂକ୍ରମଣ ହୁଏ ତେବେ ସମସ୍ତଙ୍କର ଜିନୋମ ସିକ୍ୟୁଏନସିଂ କରିବା ସମ୍ଭବ ହେବ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାୟରୋଲୋଜି(ଏନ୍‌ଆଇଭି)ର କାର୍ଯ୍ୟରତ ବିଶେଷଜ୍ଞ ଏହା କହିଛନ୍ତି । ସେମାନେ କହିଛନ୍ତି ପୂର୍ବରୁ ଦିନକୁ ୩୦-୪୦ଟି ସାମ୍ପଲ ଜିନୋମ ସିକ୍ୟୁଏନସିଂ ପାଇଁ ଆସୁଥିବା ବେଳେ ଏବେ ଦିନକୁ ପ୍ରାୟ ୧୨୦-୧୩୦ଟି ସାମ୍ପଲର ଜିନୋମ ସିକ୍ୟୁଏନସିଂ କରାଯାଉଛି । ଦିନ ତ ଦିନ ରାତି ରାତି ବି ଆମେ ଏଥିପାଇଁ ଉଜାଗର ରହିବାକୁ ପଡୁଛି । କେବଳ ମହାରାଷ୍ଟ୍ର ନୁହେଁ ପ୍ରାୟ ୧୨ଟି ରାଜ୍ୟରୁ ସାମ୍ପଲ ଏନ୍‌ଆଇଭିକୁ ପଠାଯାଉଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସେ କହିଛନ୍ତି । ଘଣ୍ଟା ଘଣ୍ଟା ଧରି ପିପିଇ କିଟ୍ ପିନ୍ଧି ଏକ ୨୦ ଡିଗ୍ରୀ ବାକ୍ସରୁ ସାମ୍ପଲ ବାହାର କରି ଏହାର ସିକ୍ୟୁଏନସିଂ ଆରମ୍ଭ କରାଯାଇଥାଏ । ଆଉ ଏଥିପାଇଁ ଟିକେ ସମୟ ବି ଲାଗିଥାଏ । ଏବେ ଦେଶରେ ଯେଉଁ ପରିମାଣରେ ଟେଷ୍ଟ ଆରମ୍ଭ କରାଯାଇଛି ମାତ୍ର ୩ ସପ୍ତାହ ମଧ୍ୟରେ ୫ ଗୁଣା ଅଧିକ କାମ ପଡିଯାଇଥିବା ବିଶେଷଜ୍ଞମାନେ କହିଛନ୍ତି ।
ସୂଚନାଯୋଗ୍ୟ, ଗତବର୍ଷ କରୋନା ମହାମାରୀର ଦ୍ୱିତୀୟ ଲହର ଆସିଥିବା ବେଳେ ଏହାର ମୁକାବିଲା କରିବା ଆମ ପାଇଁ କାଠିକର ପାଠ ହୋଇ ଯାଇଥିଲା । ଏହାପରେ ବି ଜନତା ବୋଧହୁଏ କରୋନାର ଗାଇଡ ଲାଇନ୍ ପାଳନ କରିବାକୁ ରାଜି ନ ହେଉ ଥିବାରୁ ପରିସ୍ଥିତି ବେଳକୁ ବେଳ ଖରାପ ହେବା ଆଶଙ୍କା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri