ଠିକ୍‌ କାମ ନ କଲେ ଟେଣ୍ଡର ବାତିଲ

ଭୁବନେଶ୍ୱର,୬।୧ (ବ୍ୟୁରୋ)କାନ୍ଥରେ ଚିତ୍ର କରି, ରାସ୍ତାକଡ଼ରେ ଫୁଲ ଗଛ ଲଗାଇ ଯେତେ ଯାହା କଲେ ବି ମୁଖ୍ୟ ପ୍ରସଙ୍ଗରେ ମାଡ଼ ଖାଇଯାଉଛି ବିଏମ୍‌ସି। ସହରକୁ ଯେତେ ଚିତ୍ରରେ ସଜେଇଲେ କ’ଣ ହେବ, ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଆଡେ ଅଳିଆ ପଡ଼ିରହୁଛି। ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ସଂସ୍ଥାଗୁଡ଼ିକର ମନମୁଖି କାର୍ଯ୍ୟ ପାଇଁ ବାରମ୍ବାର ସମାଲୋଚନାର ଶିକାର ହେଉଛି ବିଏମ୍‌ସି। କେତେକ ସଂସ୍ଥା ପାଖରେ ଆବଶ୍ୟକୀୟ ମେସିନାରି ଏବଂ କର୍ମଚାରୀର ଅଭାବ ଥିଲେ ବି ବିଏମ୍‌ସି ସେମାନଙ୍କୁ ଟେଣ୍ଡର ଦେଇଛି। ତେଣୁ ଟେଣ୍ଡର ପ୍ରକ୍ରିୟାରେ ହୋଇଥିବା ପ୍ରୀୟାପ୍ରୀତି ତୋଷଣର ପରିଣାମ ଏବେ ବିଏମ୍‌ସି ସହିତ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି।
ସପ୍ତାହ ପରେ ବିଶ୍ୱକପ୍‌ ହକି। ତେଣୁ ସହରର ପରିମଳ ବ୍ୟବସ୍ଥାକୁ ନେଇ କୌଣସି ଦୋଷ ମୁଣ୍ଡାଇବାକୁ ଚାହଁୁନାହାନ୍ତି ବିଏମ୍‌ସି କର୍ତ୍ତୃପକ୍ଷ। ଏହି ପରିପ୍ରେକ୍ଷୀରେ ଗୁରୁବାର ବିଏମ୍‌ସି କାର୍ଯ୍ୟାଳୟରେ ସ୍ବତନ୍ତ୍ର ପରିମଳ ବୈଠକ ଅନୁଷ୍ଠିତ ହୋଇଥିଲା। ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ସମସ୍ତ କର୍ପୋରେଟରଙ୍କ ସହିତ ସଫେଇ ଏଜେନ୍ସିଗୁଡିକର ଅଧିକାରୀମାନେ ଯୋଗଦେଇଥିଲେ। ଏଥିରେ ସଫେଇ ସଂସ୍ଥା ଗ୍ରୀନ୍‌ ସର୍କଲ ଏବଂ ଆଓ୍ବାରଲ୍ୟାଣ୍ଡର କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ମେୟର ଓ କମିଶନର। ଅନ୍ୟ ସଂସ୍ଥାଗୁଡିକ ଯାହା ଯେମିତି କାମ ଚଳାଉଥିବାବେଳେ ଏହି ଦୁଇ ସଂସ୍ଥା ନିୟୋଜିତ ହୋଇଥିବା ଓ୍ବାର୍ଡଗୁଡିକରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି। ଏମାନଙ୍କ ନାମରେ ବିଭିନ୍ନ ଅଭିଯୋଗ ଆସୁଥିବାରୁ ଠିକ୍‌ ଭାବେ କାମ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମେୟର। ଏଥସହ ସେମାନଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବା ସହ ଆବଶ୍ୟକ ହେଲେ ଟେଣ୍ଡର ବାତିଲ କରିଦେବା ପାଇଁ ମଧ୍ୟ କଡ଼ା ଚେତାବନୀ ଦିଆଯାଇଛି।
ବର୍ତ୍ତମାନ ୫୦ଟି ଓ୍ବାର୍ଡରେ ସଫେଇ ପାଇଁ ବିଭିନ୍ନ ସଂସ୍ଥା ନିୟୋଜିତ ଥିବାବେଳେ ୧୭ଟି ଓ୍ବାର୍ଡରେ ବିଏମ୍‌ସି ନିଜେ ଏବଂ କିଛି ପୁରୁଣା ଏଜେନ୍ସି ମିଳିତ ଭାବେ ସଫେଇ କାର୍ଯ୍ୟ କରୁଛନ୍ତି। ଏହି ଓ୍ବାର୍ଡଗୁଡିକ ହେଉଛି ପ୍ୟାକେଜ୍‌ ୫ ଅନ୍ତର୍ଗତ ଦକ୍ଷିଣପଶ୍ଚିମ ଜୋନ୍‌ର ଓ୍ବାର୍ଡ ନଂ ୨୪, ୨୫, ୨୭, ୩୭, ୩୮, ୩୯, ୪୭,୪୮,୪୯, ୫୦, ୫୧ ଏବଂ ପ୍ୟାକେଜ ୮ ଅନ୍ତର୍ଗତ ଦକ୍ଷିଣପୂର୍ବ ଜୋନ୍‌ର ଓ୍ବାର୍ଡ ନଂ ୩୧, ୩୨, ୩୩, ୪୨, ୪୩ ଏବଂ ୪୫। ଏହି ଓ୍ବାର୍ଡରେ ସଫେଇ ଟେଣ୍ଡର ‘ମଞ୍ଜୁଶ୍ରୀ’ ସଂସ୍ଥାକୁ ଦିଆଯାଇଥିଲା। ତେବେ ହାଇକୋର୍ଟ ଏହି ଟେଣ୍ଡରକୁ ରଦ୍ଦ କରିବା ପରେ ଏଥିପାଇଁ ନୂଆ ଟେଣ୍ଡର କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। କର୍ପୋରେଟରମାନଙ୍କଠାରୁ ଏ ନେଇ ମତାମତ ଆସିବା ପରେ ସରକାରଙ୍କୁ ଫାଇଲ ପଠାଯିବ। ସରକାରଙ୍କ ସ୍ବୀକୃତି ପାଇବା ପରେ ହକି ପରେ ନୂତନ ଟେଣ୍ଡର ଡକାଯିବ। ତେବେ ଏଥର ଟେଣ୍ଡର ପ୍ରକ୍ରିୟାରେ ସୁଧାର ଆଣିବା ସହିତ ଓ୍ବାର୍ଡରୁ ଅଳିଆ ସଂଗ୍ରହ କରିବାଠାରୁ ଡମ୍ଫିଂୟାର୍ଡରେ ଅଳିଆ ପକାଇବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସମ୍ପୃକ୍ତ ସଂସ୍ଥାର ରହିବ ବୋଲି ସୂଚନା ଦିଆଯାଇଛି। ସେହିପରି ପୂର୍ବରୁ ୨ଟି ପ୍ୟାକେଜ୍‌ରେ ମେକାନିକାଲ୍‌ ସ୍ବିପିଂ କରାଯାଉଥିଲା। ୮୦ କି.ମି. ପର୍ଯ୍ୟନ୍ତ ସହରର ମୁଖ୍ୟ ରାସ୍ତାଗୁଡିକର ସଫେଇ ହେଉଥିଲା। ମାତ୍ର ଏବେ ୪ଟି ପ୍ୟାକେଜ୍‌ରେ ୧୩୬ କି.ମି. ରାସ୍ତାରେ ମେକାନିକାଲ ସ୍ବିପିଂ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଏଥିପାଇଁ ମଧ୍ୟ ଟେଣ୍ଡର ଡକାଯିବ। ଏହାବାଦ୍‌ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାୟୋ ମିଥେନ୍‌ ପ୍ଲାଣ୍ଟର ନିର୍ମାଣ କରାଯିବ। ଏଥିପାଇଁ ପଳାଶୁଣିରେ ସ୍ଥାନ ଚିହ୍ନଟ କରାଯାଇଛି। ଏନେଇ ସମସ୍ତ ତଥ୍ୟ ସରକାରଙ୍କୁ ପଠାଇବା ପରେ ସେଠାରୁ ନିର୍ଦ୍ଦେଶ ଆସିଲେ ଟେଣ୍ଡର ପ୍ରକ୍ରିୟା ଏବଂ ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri