ଠିକ୍‌ କାମ ନ କଲେ ଟେଣ୍ଡର ବାତିଲ

ଭୁବନେଶ୍ୱର,୬।୧ (ବ୍ୟୁରୋ)କାନ୍ଥରେ ଚିତ୍ର କରି, ରାସ୍ତାକଡ଼ରେ ଫୁଲ ଗଛ ଲଗାଇ ଯେତେ ଯାହା କଲେ ବି ମୁଖ୍ୟ ପ୍ରସଙ୍ଗରେ ମାଡ଼ ଖାଇଯାଉଛି ବିଏମ୍‌ସି। ସହରକୁ ଯେତେ ଚିତ୍ରରେ ସଜେଇଲେ କ’ଣ ହେବ, ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଆଡେ ଅଳିଆ ପଡ଼ିରହୁଛି। ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ସଂସ୍ଥାଗୁଡ଼ିକର ମନମୁଖି କାର୍ଯ୍ୟ ପାଇଁ ବାରମ୍ବାର ସମାଲୋଚନାର ଶିକାର ହେଉଛି ବିଏମ୍‌ସି। କେତେକ ସଂସ୍ଥା ପାଖରେ ଆବଶ୍ୟକୀୟ ମେସିନାରି ଏବଂ କର୍ମଚାରୀର ଅଭାବ ଥିଲେ ବି ବିଏମ୍‌ସି ସେମାନଙ୍କୁ ଟେଣ୍ଡର ଦେଇଛି। ତେଣୁ ଟେଣ୍ଡର ପ୍ରକ୍ରିୟାରେ ହୋଇଥିବା ପ୍ରୀୟାପ୍ରୀତି ତୋଷଣର ପରିଣାମ ଏବେ ବିଏମ୍‌ସି ସହିତ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି।
ସପ୍ତାହ ପରେ ବିଶ୍ୱକପ୍‌ ହକି। ତେଣୁ ସହରର ପରିମଳ ବ୍ୟବସ୍ଥାକୁ ନେଇ କୌଣସି ଦୋଷ ମୁଣ୍ଡାଇବାକୁ ଚାହଁୁନାହାନ୍ତି ବିଏମ୍‌ସି କର୍ତ୍ତୃପକ୍ଷ। ଏହି ପରିପ୍ରେକ୍ଷୀରେ ଗୁରୁବାର ବିଏମ୍‌ସି କାର୍ଯ୍ୟାଳୟରେ ସ୍ବତନ୍ତ୍ର ପରିମଳ ବୈଠକ ଅନୁଷ୍ଠିତ ହୋଇଥିଲା। ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ସମସ୍ତ କର୍ପୋରେଟରଙ୍କ ସହିତ ସଫେଇ ଏଜେନ୍ସିଗୁଡିକର ଅଧିକାରୀମାନେ ଯୋଗଦେଇଥିଲେ। ଏଥିରେ ସଫେଇ ସଂସ୍ଥା ଗ୍ରୀନ୍‌ ସର୍କଲ ଏବଂ ଆଓ୍ବାରଲ୍ୟାଣ୍ଡର କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ମେୟର ଓ କମିଶନର। ଅନ୍ୟ ସଂସ୍ଥାଗୁଡିକ ଯାହା ଯେମିତି କାମ ଚଳାଉଥିବାବେଳେ ଏହି ଦୁଇ ସଂସ୍ଥା ନିୟୋଜିତ ହୋଇଥିବା ଓ୍ବାର୍ଡଗୁଡିକରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି। ଏମାନଙ୍କ ନାମରେ ବିଭିନ୍ନ ଅଭିଯୋଗ ଆସୁଥିବାରୁ ଠିକ୍‌ ଭାବେ କାମ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମେୟର। ଏଥସହ ସେମାନଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବା ସହ ଆବଶ୍ୟକ ହେଲେ ଟେଣ୍ଡର ବାତିଲ କରିଦେବା ପାଇଁ ମଧ୍ୟ କଡ଼ା ଚେତାବନୀ ଦିଆଯାଇଛି।
ବର୍ତ୍ତମାନ ୫୦ଟି ଓ୍ବାର୍ଡରେ ସଫେଇ ପାଇଁ ବିଭିନ୍ନ ସଂସ୍ଥା ନିୟୋଜିତ ଥିବାବେଳେ ୧୭ଟି ଓ୍ବାର୍ଡରେ ବିଏମ୍‌ସି ନିଜେ ଏବଂ କିଛି ପୁରୁଣା ଏଜେନ୍ସି ମିଳିତ ଭାବେ ସଫେଇ କାର୍ଯ୍ୟ କରୁଛନ୍ତି। ଏହି ଓ୍ବାର୍ଡଗୁଡିକ ହେଉଛି ପ୍ୟାକେଜ୍‌ ୫ ଅନ୍ତର୍ଗତ ଦକ୍ଷିଣପଶ୍ଚିମ ଜୋନ୍‌ର ଓ୍ବାର୍ଡ ନଂ ୨୪, ୨୫, ୨୭, ୩୭, ୩୮, ୩୯, ୪୭,୪୮,୪୯, ୫୦, ୫୧ ଏବଂ ପ୍ୟାକେଜ ୮ ଅନ୍ତର୍ଗତ ଦକ୍ଷିଣପୂର୍ବ ଜୋନ୍‌ର ଓ୍ବାର୍ଡ ନଂ ୩୧, ୩୨, ୩୩, ୪୨, ୪୩ ଏବଂ ୪୫। ଏହି ଓ୍ବାର୍ଡରେ ସଫେଇ ଟେଣ୍ଡର ‘ମଞ୍ଜୁଶ୍ରୀ’ ସଂସ୍ଥାକୁ ଦିଆଯାଇଥିଲା। ତେବେ ହାଇକୋର୍ଟ ଏହି ଟେଣ୍ଡରକୁ ରଦ୍ଦ କରିବା ପରେ ଏଥିପାଇଁ ନୂଆ ଟେଣ୍ଡର କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। କର୍ପୋରେଟରମାନଙ୍କଠାରୁ ଏ ନେଇ ମତାମତ ଆସିବା ପରେ ସରକାରଙ୍କୁ ଫାଇଲ ପଠାଯିବ। ସରକାରଙ୍କ ସ୍ବୀକୃତି ପାଇବା ପରେ ହକି ପରେ ନୂତନ ଟେଣ୍ଡର ଡକାଯିବ। ତେବେ ଏଥର ଟେଣ୍ଡର ପ୍ରକ୍ରିୟାରେ ସୁଧାର ଆଣିବା ସହିତ ଓ୍ବାର୍ଡରୁ ଅଳିଆ ସଂଗ୍ରହ କରିବାଠାରୁ ଡମ୍ଫିଂୟାର୍ଡରେ ଅଳିଆ ପକାଇବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସମ୍ପୃକ୍ତ ସଂସ୍ଥାର ରହିବ ବୋଲି ସୂଚନା ଦିଆଯାଇଛି। ସେହିପରି ପୂର୍ବରୁ ୨ଟି ପ୍ୟାକେଜ୍‌ରେ ମେକାନିକାଲ୍‌ ସ୍ବିପିଂ କରାଯାଉଥିଲା। ୮୦ କି.ମି. ପର୍ଯ୍ୟନ୍ତ ସହରର ମୁଖ୍ୟ ରାସ୍ତାଗୁଡିକର ସଫେଇ ହେଉଥିଲା। ମାତ୍ର ଏବେ ୪ଟି ପ୍ୟାକେଜ୍‌ରେ ୧୩୬ କି.ମି. ରାସ୍ତାରେ ମେକାନିକାଲ ସ୍ବିପିଂ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଖୁବ୍‌ଶୀଘ୍ର ଏଥିପାଇଁ ମଧ୍ୟ ଟେଣ୍ଡର ଡକାଯିବ। ଏହାବାଦ୍‌ ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବାୟୋ ମିଥେନ୍‌ ପ୍ଲାଣ୍ଟର ନିର୍ମାଣ କରାଯିବ। ଏଥିପାଇଁ ପଳାଶୁଣିରେ ସ୍ଥାନ ଚିହ୍ନଟ କରାଯାଇଛି। ଏନେଇ ସମସ୍ତ ତଥ୍ୟ ସରକାରଙ୍କୁ ପଠାଇବା ପରେ ସେଠାରୁ ନିର୍ଦ୍ଦେଶ ଆସିଲେ ଟେଣ୍ଡର ପ୍ରକ୍ରିୟା ଏବଂ ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?