‘ଶୃଙ୍ଖଳିତ ଭାବେ ନ ଆସିଲେ, ନିୟମ କରାଯିବ’

ପୁରୀ,୭ା୭(ଅଜିତ୍‌ ମହାନ୍ତି): ଶ୍ରୀକ୍ଷେତ୍ର ପୁରୀ ବିଶ୍ୱରେ ଏକ ଆଧ୍ୟାତ୍ମିକ ସ୍ଥାନ ଭାବେ ପରିଚିତ। ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ରହିଥିବାରୁ ଦେଶ ତଥା ବିଦେଶରୁ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ତେଣୁ ଶ୍ରୀମନ୍ଦିରରେ ଧାର୍ମିକ ତଥା ଆଧ୍ୟାମତ୍ିକ ପରିବେଶ ରହିବା ଆବଶ୍ୟକ। ମାତ୍ର ସେଥିରେ ବର୍ତ୍ତମାନ ଆଧୁନିକତା ସ୍ପର୍ଶ ଦେଖିବାକୁ ମିଳୁଛି। ଯାହା ଧାର୍ମିକ ଭାବନାକୁ କ୍ଷୁଣ୍ଣ କରୁଛି। ତେଣୁ ମନ୍ଦିରରେ ଭକ୍ତମାନେ ଦର୍ଶନ କରିବା ସମୟରେ ଶାଳୀନତା ସମ୍ପନ୍ନ ବେଶଭୂଷା ରହିବା ଆବଶ୍ୟକ। ଭାରତ ବର୍ଷର ବିଭିନ୍ନ ମନ୍ଦିର ଭିତରକୁ ଯିବା ସମୟରେ ଡ୍ରେସ୍‌କୋଡ ରହିଛି ବିଶେଷକରି ଦକ୍ଷିଣ ଭାରତରେ ଏହି ଡ୍ରେସକୋଡ କଡ଼ାକଡ଼ି ଭାବରେ ପାଳନ କରାଯାଇଥାଏ, ସେହି ଅନୁସାରେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଡ୍ରେସକୋଡ ଲାଗୁ କରାଯାଉ ବୋଲି ଦଇତାପତି ନିଯୋଗ ପକ୍ଷରୁ ବୁଧବାର କୁହାଯାଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ପ୍ରକାର ମତ ଦେଖିବାକୁ ମିଳିଥିଲା। ତେବେ ମନ୍ଦିରକୁ ଆସୁଥିବା ଭକ୍ତମାନେ ଶାଳୀନତା ରକ୍ଷା କରି ବସ୍ତ୍ର ପରିଧାନ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁ ବୋଲି ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିବା ପରେ ଅନେକ ବ୍ୟକ୍ତି ଏହି ଦାବିକୁ ସମର୍ଥନ କରିଛନ୍ତି। ମହିଳାମାନେ ପାରମ୍ପରିକ ଶାଢ଼ି ପରିଧାନ କରିବା ସହ ଯୁବତୀମାନେ ସାଲୱାର ପଞ୍ଜାବୀ ଓଢ଼ଣି ପକାଇବା ଆବଶ୍ୟକ। ସେହିପରି ଯୁବକମାନେ ହାପ ପ୍ୟାଣ୍ଟ ନପିନ୍ଧି ପାରମ୍ପରିକ ପୋଷାକ ପିନ୍ଧିବା ପାଇଁ ମତ ରଖିଥିଲେ। ତେଣୁ ଶ୍ରୀଜଗନ୍ନାଥ ମନ୍ଦିରରେ ଡ୍ରେସ୍‌କୋଡର ଆବଶ୍ୟକତା ରହିଛି ବୋଲି ଦଇତାପତି ନିଯୋଗ ସମ୍ପାଦକ ମତ ରଖିଥିଲେ।
ତେବେ ଡ୍ରେସ୍‌କୋର୍ଡ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଗୁରୁବାର ମତ ପ୍ରଦାନ କରିଛନ୍ତି। ସେ କହିଛନ୍ତି କି, ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନବେଳେ ଡ୍ରେସକୋର୍ଡ ପାଇଁ ଯେଉଁ ପ୍ରସ୍ତାବ ବା ଦାବି ହେଉଛି, ତାହାକୁ ନିଶ୍ଚିତ ଭାବରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ଯାହା ନିଷ୍ପତ୍ତି ନିଆଯିବ। ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତ ଶୁଦ୍ଧପୁତ ମନୋଭାବ ନେଇ ଆସନ୍ତୁ। ଶାଳୀନତା ଭଳି ପୋଷାକ ପରିଧାନ କରି ମହାପ୍ରଭୁଙ୍କ ଦର୍ଶନ କରନ୍ତୁ। ସୁଇମିଙ୍ଗ ପୁଲ କିମ୍ବା ସମୁଦ୍ରକୁ ଗାଧୋଇବାକୁ ଯିବାଭଳି ପୋଷାକ ପିନ୍ଧି ଆସନ୍ତୁ ନାହିଁ। କାରଣ ଆମେ ଯେତେବେଳେ କୋର୍ଟ, ଥାନା ବା ସରକାରୀ କାର୍ଯ୍ୟାଳୟକୁ ଯାଉ, ସେତେବେଳେ ପୋଷାକ ପ୍ରତି ସଚେତନ ହେବାକୁ ପଡିଥାଏ, ନ ହେଲେ ଦଣ୍ଡ ମିଳିବାର ସମ୍ଭାବନା ରହିଥାଏ। ତେଣୁ ମହାପ୍ରଭୁଙ୍କ ନିକଟକୁ ଆସିବା ସମୟରେ ଶାଳୀନତାର ବାତାବରଣ ଭିତରେ ଆସିବା ଦରକାର। ଭାରତର ଅନେକ ମନ୍ଦିରରେ ଡ୍ରେସ୍‌କୋର୍ଡ ରହିଛି। ଦକ୍ଷିଣ ଭାରତର ଅନେକ ସ୍ଥାନରେ ରହିଛି। ଏପରିକି ଗୁରୁଦ୍ୱାରକୁ ଯିବାବେଳେ ମଧ୍ୟ ମୁଣ୍ଡରେ ରୁମାଲ ବାନ୍ଧି ଭକ୍ତମାନେ ଯାଇଥାନ୍ତି। ଶ୍ରୀମନ୍ଦିରରେ ଡ୍ରେସ୍‌କୋଡ ଲଗାଯିବାରେ କୌଣସି ଅସୁବିଧା ନାହିଁ। ଯଦି ଭକ୍ତମାନେ ଶୃଙ୍ଖଳିତ ଭାବେ ନ ଆସନ୍ତି, ତେବେ ବାଧ୍ୟ ହୋଇ ନିୟମ ଅଣାଯିବ। ତେବେ ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧିଷ୍ଟ ରଙ୍ଗର ଡ୍ରେସ୍‌କୋଡ ଆଣିବା ନେଇ ଯୋଜନା କରାଯାଇ ନାହିଁ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି। ତେଣୁ ସମସ୍ତେ ଗୋଟିଏ ପ୍ରକାର ରଙ୍ଗର ପୋଷାକ ପିନ୍ଧି ଆସିବା ଅସୁବିଧା ହୋଇପାରେ। ତେବେ ଭକ୍ତମାନେ ଶାଳୀନତା ପୋଷାକ ପରିଧାନ କରି ମହାପ୍ରଭୁଙ୍କ ଦର୍ଶନ କରନ୍ତୁ। ନାରୀମାନେ ଶାଢ଼ି କିମ୍ବା ସାଲଓ୍ବାର ପରିଧାନ କରନ୍ତୁ। ସେହିଭଳି ପୁରୁଷମାନେ ଫୁଲ୍‌ ପ୍ୟାଣ୍ଟ ଶାର୍ଟ କିମ୍ବା ଧୋତି ଅବା କୁର୍ତ୍ତା ପିନ୍ଧି ଦର୍ଶନ ପାଇଁ ଆସନ୍ତୁ। ମନ୍ଦିରକୁ ଆସିବା ସମୟରେ ଯେପରି ଭକ୍ତି, ସମର୍ପଣର ଭାବ ନେଇ ଆସନ୍ତୁ। ନିର୍ଦ୍ଧିଷ୍ଟ ଡ୍ରେସ୍‌କୋଡ କରିବା ଅପେକ୍ଷା ଭକ୍ତମାନେ ନିଜେ ଶୃଙ୍ଖଳିତ ଭାବେ ଶାଳୀନତା ପୋଷାକ ପରିଧାନ କରି ଆସିବା ଉଚିତ। ସେହିପରି ରତ୍ନ ଭଣ୍ଡାର ଖୋଲିବା ସମ୍ପର୍କରେ କହିଛନ୍ତି, କୋର୍ଟ ଯାହା ନିଷ୍ପତ୍ତି ନେବେ ତାହାକୁ ଆମେ ସ୍ବୀକାର କରିବୁ। କୋର୍ଟ ପକ୍ଷରୁ ଯେଉଁ ନୋଟିସ୍‌ ଜାରି କରାଯାଇଛି, ତାହା ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ପାଇନି। ନୋଟିସ୍‌ ପାଇବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?