‘ଶୃଙ୍ଖଳିତ ଭାବେ ନ ଆସିଲେ, ନିୟମ କରାଯିବ’

ପୁରୀ,୭ା୭(ଅଜିତ୍‌ ମହାନ୍ତି): ଶ୍ରୀକ୍ଷେତ୍ର ପୁରୀ ବିଶ୍ୱରେ ଏକ ଆଧ୍ୟାତ୍ମିକ ସ୍ଥାନ ଭାବେ ପରିଚିତ। ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅବସ୍ଥାନ ରହିଥିବାରୁ ଦେଶ ତଥା ବିଦେଶରୁ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ତେଣୁ ଶ୍ରୀମନ୍ଦିରରେ ଧାର୍ମିକ ତଥା ଆଧ୍ୟାମତ୍ିକ ପରିବେଶ ରହିବା ଆବଶ୍ୟକ। ମାତ୍ର ସେଥିରେ ବର୍ତ୍ତମାନ ଆଧୁନିକତା ସ୍ପର୍ଶ ଦେଖିବାକୁ ମିଳୁଛି। ଯାହା ଧାର୍ମିକ ଭାବନାକୁ କ୍ଷୁଣ୍ଣ କରୁଛି। ତେଣୁ ମନ୍ଦିରରେ ଭକ୍ତମାନେ ଦର୍ଶନ କରିବା ସମୟରେ ଶାଳୀନତା ସମ୍ପନ୍ନ ବେଶଭୂଷା ରହିବା ଆବଶ୍ୟକ। ଭାରତ ବର୍ଷର ବିଭିନ୍ନ ମନ୍ଦିର ଭିତରକୁ ଯିବା ସମୟରେ ଡ୍ରେସ୍‌କୋଡ ରହିଛି ବିଶେଷକରି ଦକ୍ଷିଣ ଭାରତରେ ଏହି ଡ୍ରେସକୋଡ କଡ଼ାକଡ଼ି ଭାବରେ ପାଳନ କରାଯାଇଥାଏ, ସେହି ଅନୁସାରେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଡ୍ରେସକୋଡ ଲାଗୁ କରାଯାଉ ବୋଲି ଦଇତାପତି ନିଯୋଗ ପକ୍ଷରୁ ବୁଧବାର କୁହାଯାଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ପ୍ରକାର ମତ ଦେଖିବାକୁ ମିଳିଥିଲା। ତେବେ ମନ୍ଦିରକୁ ଆସୁଥିବା ଭକ୍ତମାନେ ଶାଳୀନତା ରକ୍ଷା କରି ବସ୍ତ୍ର ପରିଧାନ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସନ୍ତୁ ବୋଲି ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିବା ପରେ ଅନେକ ବ୍ୟକ୍ତି ଏହି ଦାବିକୁ ସମର୍ଥନ କରିଛନ୍ତି। ମହିଳାମାନେ ପାରମ୍ପରିକ ଶାଢ଼ି ପରିଧାନ କରିବା ସହ ଯୁବତୀମାନେ ସାଲୱାର ପଞ୍ଜାବୀ ଓଢ଼ଣି ପକାଇବା ଆବଶ୍ୟକ। ସେହିପରି ଯୁବକମାନେ ହାପ ପ୍ୟାଣ୍ଟ ନପିନ୍ଧି ପାରମ୍ପରିକ ପୋଷାକ ପିନ୍ଧିବା ପାଇଁ ମତ ରଖିଥିଲେ। ତେଣୁ ଶ୍ରୀଜଗନ୍ନାଥ ମନ୍ଦିରରେ ଡ୍ରେସ୍‌କୋଡର ଆବଶ୍ୟକତା ରହିଛି ବୋଲି ଦଇତାପତି ନିଯୋଗ ସମ୍ପାଦକ ମତ ରଖିଥିଲେ।
ତେବେ ଡ୍ରେସ୍‌କୋର୍ଡ ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଗୁରୁବାର ମତ ପ୍ରଦାନ କରିଛନ୍ତି। ସେ କହିଛନ୍ତି କି, ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନବେଳେ ଡ୍ରେସକୋର୍ଡ ପାଇଁ ଯେଉଁ ପ୍ରସ୍ତାବ ବା ଦାବି ହେଉଛି, ତାହାକୁ ନିଶ୍ଚିତ ଭାବରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ଯାହା ନିଷ୍ପତ୍ତି ନିଆଯିବ। ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତ ଶୁଦ୍ଧପୁତ ମନୋଭାବ ନେଇ ଆସନ୍ତୁ। ଶାଳୀନତା ଭଳି ପୋଷାକ ପରିଧାନ କରି ମହାପ୍ରଭୁଙ୍କ ଦର୍ଶନ କରନ୍ତୁ। ସୁଇମିଙ୍ଗ ପୁଲ କିମ୍ବା ସମୁଦ୍ରକୁ ଗାଧୋଇବାକୁ ଯିବାଭଳି ପୋଷାକ ପିନ୍ଧି ଆସନ୍ତୁ ନାହିଁ। କାରଣ ଆମେ ଯେତେବେଳେ କୋର୍ଟ, ଥାନା ବା ସରକାରୀ କାର୍ଯ୍ୟାଳୟକୁ ଯାଉ, ସେତେବେଳେ ପୋଷାକ ପ୍ରତି ସଚେତନ ହେବାକୁ ପଡିଥାଏ, ନ ହେଲେ ଦଣ୍ଡ ମିଳିବାର ସମ୍ଭାବନା ରହିଥାଏ। ତେଣୁ ମହାପ୍ରଭୁଙ୍କ ନିକଟକୁ ଆସିବା ସମୟରେ ଶାଳୀନତାର ବାତାବରଣ ଭିତରେ ଆସିବା ଦରକାର। ଭାରତର ଅନେକ ମନ୍ଦିରରେ ଡ୍ରେସ୍‌କୋର୍ଡ ରହିଛି। ଦକ୍ଷିଣ ଭାରତର ଅନେକ ସ୍ଥାନରେ ରହିଛି। ଏପରିକି ଗୁରୁଦ୍ୱାରକୁ ଯିବାବେଳେ ମଧ୍ୟ ମୁଣ୍ଡରେ ରୁମାଲ ବାନ୍ଧି ଭକ୍ତମାନେ ଯାଇଥାନ୍ତି। ଶ୍ରୀମନ୍ଦିରରେ ଡ୍ରେସ୍‌କୋଡ ଲଗାଯିବାରେ କୌଣସି ଅସୁବିଧା ନାହିଁ। ଯଦି ଭକ୍ତମାନେ ଶୃଙ୍ଖଳିତ ଭାବେ ନ ଆସନ୍ତି, ତେବେ ବାଧ୍ୟ ହୋଇ ନିୟମ ଅଣାଯିବ। ତେବେ ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧିଷ୍ଟ ରଙ୍ଗର ଡ୍ରେସ୍‌କୋଡ ଆଣିବା ନେଇ ଯୋଜନା କରାଯାଇ ନାହିଁ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି। ତେଣୁ ସମସ୍ତେ ଗୋଟିଏ ପ୍ରକାର ରଙ୍ଗର ପୋଷାକ ପିନ୍ଧି ଆସିବା ଅସୁବିଧା ହୋଇପାରେ। ତେବେ ଭକ୍ତମାନେ ଶାଳୀନତା ପୋଷାକ ପରିଧାନ କରି ମହାପ୍ରଭୁଙ୍କ ଦର୍ଶନ କରନ୍ତୁ। ନାରୀମାନେ ଶାଢ଼ି କିମ୍ବା ସାଲଓ୍ବାର ପରିଧାନ କରନ୍ତୁ। ସେହିଭଳି ପୁରୁଷମାନେ ଫୁଲ୍‌ ପ୍ୟାଣ୍ଟ ଶାର୍ଟ କିମ୍ବା ଧୋତି ଅବା କୁର୍ତ୍ତା ପିନ୍ଧି ଦର୍ଶନ ପାଇଁ ଆସନ୍ତୁ। ମନ୍ଦିରକୁ ଆସିବା ସମୟରେ ଯେପରି ଭକ୍ତି, ସମର୍ପଣର ଭାବ ନେଇ ଆସନ୍ତୁ। ନିର୍ଦ୍ଧିଷ୍ଟ ଡ୍ରେସ୍‌କୋଡ କରିବା ଅପେକ୍ଷା ଭକ୍ତମାନେ ନିଜେ ଶୃଙ୍ଖଳିତ ଭାବେ ଶାଳୀନତା ପୋଷାକ ପରିଧାନ କରି ଆସିବା ଉଚିତ। ସେହିପରି ରତ୍ନ ଭଣ୍ଡାର ଖୋଲିବା ସମ୍ପର୍କରେ କହିଛନ୍ତି, କୋର୍ଟ ଯାହା ନିଷ୍ପତ୍ତି ନେବେ ତାହାକୁ ଆମେ ସ୍ବୀକାର କରିବୁ। କୋର୍ଟ ପକ୍ଷରୁ ଯେଉଁ ନୋଟିସ୍‌ ଜାରି କରାଯାଇଛି, ତାହା ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ପାଇନି। ନୋଟିସ୍‌ ପାଇବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri