Posted inଖେଳ

ଆଇପିଏଲ୍‌ରେ ବିଫଳ ହେଲେ ଧୋନୀଙ୍କ ଲାଗି ବନ୍ଦ ହୋଇଯିବ ପ୍ରତ୍ୟାବର୍ତ୍ତନର ଦ୍ୱାର

ନୂଆଦିଲ୍ଲୀ, ୨୪।୭: ହାଇପ୍ରୋଫାଇଲ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବା ନେଇ ସ୍ପଷ୍ଟ ହୋଇଯାଇଛି। ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ରେ ଆଇପିଏଲ୍‌ ଆୟୋଜିତ ହେବ। ଆଇପିଏଲ୍‌ର ଚେୟାରମ୍ୟାନ ବ୍ରିଜେଶ ପଟେଲ ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ଏହି ଆଇପିଏଲ୍‌ ଜରିଆରେ ଭାରତୀୟ ଦଳକୁ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତେବେ ଯଦି ଧୋନୀ ଆଇପିଏଲ୍‌ରେ ବିଫଳ ହୁଅନ୍ତି ତେବେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ଲାଗି ତାଙ୍କର ଆଶା ଶେଷ ହୋଇଯିବ ବୋଲି ଅଷ୍ଟ୍ରେଲିଆର ପୂର୍ବତନ ମହାନ କ୍ରିକେଟର୍‌ ତଥା ଭାଷ୍ୟକାର ଡିନ୍‌ ଜୋନ୍ସ କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଜୋନ୍ସ କହିଛନ୍ତି, ‘ବର୍ତ୍ତମାନ ଲାଗୁଛି ଚୟନକର୍ତ୍ତମାନେ ରିଷଭ ପନ୍ତ ଓ ଲୋକେଶ ରାହୁଲଙ୍କ ସହ ରହିଛନ୍ତି। ଯଦି ଧୋନୀ ଆଇପିଏଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରନ୍ତି ତେବେ ଦଳକୁ ଫେରିପାରନ୍ତି। କିନ୍ତୁ ଯଦି ଆଇପିଏଲ୍‌ରେ ସେ ଭଲ ପ୍ରଦର୍ଶନ କରି ନ ପାରନ୍ତି ତେବେ ଜାତୀୟ ଦଳକୁ ଫେରିବା ଲାଗି ତାଙ୍କ ପାଇଁ ନିଶ୍ଚିତ ରୂପେ ଦ୍ୱାର ବନ୍ଦ ହୋଇଯିବ। ତେବେ ବର୍ତ୍ତମାନ ଲାଗି ତାଙ୍କ ପାଇଁ ଦ୍ୱାର ଖୋଲା ରହିଛି। ଏହି ଲମ୍ବା ଅବଧିର ବିଶ୍ରାମ ତାଙ୍କ ପାଇଁ ଭଲ ହୋଇପାରେ। ତାଙ୍କୁ ଭଲ ବିରତି ମିଳିଛି ଏବଂ ଯଦି ସେ ଫେରିବାକୁ ଚାହୁଁଛନ୍ତି ତେବେ ଏହି ବିରତି ଭଲ। ବୟସ ବଢ଼ିବା ସହ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ମୁସ୍କିଲ ହୋଇଯାଇଥାଏ’ ବୋଲି’ ଜୋନ୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିରଣ ମୋରେ ଆମେରିକାର ଅନ୍ତରୀଣ କୋଚ୍‌

ଓ୍ବାଶିଂଟନ,୧୩।୭- ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ କିରଣ ମୋରେ ଆମେରିକା କ୍ରିକେଟ ଦଳର ଅନ୍ତରୀଣ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ସେ ପୂର୍ବତନ କୋଚ୍‌ ପବୁଦୁ...

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ପ୍ରଥମ ଟାଇଟଲ ଲକ୍ଷ୍ୟରେ ଭାରତ

ମେଲବୋର୍ନ, ୮।୩(ପି.ଟି.)- ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍‌ର ସପ୍ତମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଫାଇନାଲ ମ୍ୟାଚ୍‌ ଆୟୋଜନ...

୧୩ରୁ ଆରମ୍ଭ ହେବ ନାହିଁ ଭାରତ-ଶ୍ରୀଲଙ୍କା ସିରିଜ୍‌

କଲମ୍ବୋ,୯।୭: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବ। ଆୟୋଜକ ଦଳର ଡାଟା ଆନାଲିଷ୍ଟ ଜି ଟି ନିରୋଶାନ...

୧୦୦ତମ ଟେଷ୍ଟ ପାଇଁ ଈଶାନ୍ତ ସମ୍ବର୍ଦ୍ଧିତ

ଅହମଦାବାଦ, ୨୫।୨(ପି.ଟି.)- ଇଂଲଣ୍ଡ ବିପକ୍ଷରେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଥିବାରୁ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ...

ଅଶୋକ ଦିଓ୍ବାନ ଏବେ ସୁସ୍ଥ, ଆମେରିକାରୁ ଫେରିବେ

ନୂଆଦିଲ୍ଲୀ,୬।୫(ପି.ଟି.): ବିଶ୍ୱକପ୍‌ ବିଜେତା ପୂର୍ବତନ ହକି ଗୋଲକିପର ଅଶୋକ ଦିଓ୍ବାନ ଏବେ ସୁସ୍ଥ ଅଛନ୍ତି। ସେ ଏବେ ଆମେରିକାରୁ ସ୍ବଦେଶ ଫେରିବେ। କରୋନା ଭାଇରସ ମହାମାରୀ...

ଭାରତୀୟ ଆର୍ଚେରୀ ଆସୋସିଏଶନ ସସ୍‌ପେଣ୍ଡ

କୋଲକାତା, ୯ା୮ (ପି.ଟି.)-ବିଶ୍ୱ ଆର୍ଚେରି (ଡବ୍ଲ୍ୟୁଆଇ) ଗୁରୁବାର ଭାରତୀୟ ଆର୍ଚେରି ଆସୋସିଏଶନ (ଏଏଆଇ)କୁ ସସ୍‌ପେଣ୍ଡ କରିଛି। ଏଏଆଇରେ ଦୁଇ ପରସ୍ପର ବିରୋଧୀ ଗୋଷ୍ଠୀ ସମାନ୍ତରାଳ ନିର୍ବାଚନ...

ବୋଟାସ ଦ୍ରୁତତମ

ମୁଗେଲୋ (ଇଟାଲୀ), ୧୨ା୯ (ଏପି)-ଟସ୍କାନ ଫର୍ମୁଲା ଓ୍ବାନ ମୋଟର ରେସ୍‌ ଗ୍ରାଁ ପ୍ରି ପାଇଁ ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ ପ୍ରାକ୍ଟିସ ସେସନରେ ମର୍ସିଡିଜ୍‌ ଟିମ୍‌ମେଟ ଲୁଇସ୍‌...

ବିଶ୍ୱର ସବୁଠୁ ଓଜନିଆ କ୍ରିକେଟର ହେବାର ରେକର୍ଡ ଅଧିକାରୀ ହୋଇପାରନ୍ତି କର୍ନଓ୍ବାଲ

ନୂଆଦିଲ୍ଲୀ,୧୦।୮-ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଲାଗି ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ୧୩ ଜଣିଆ ଦଳ ଘୋଷଣା କରିଛି। ଏଥିରେ ସ୍ଥାନ ପାଇଛନ୍ତି...

Advertisement
Archives

Model This Week