ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ…

ଲଣ୍ଡନ,୧୧।୧୨: ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ପୃଥିବୀରେ ଜୀବନ ସୃଷ୍ଟିର ଗୁପ୍ତ ଉପାଦାନ ଚିହ୍ନଟ କରିଛନ୍ତି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଲୁହା ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଯାହା ପୃଥିବୀର ପ୍ରାୟ ସମସ୍ତ ଜୀବନର ସୃଷ୍ଟି,ବିକାଶ ଏବଂ ବୃଦ୍ଧି ପାଇଁ ଅପରିହାର୍ଯ୍ୟ। ଲୁହା ପରି ଅମ୍ଳଜାନ ମଧ୍ୟ ଏହା ଜୀବନ ସୃଷ୍ଟି ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଅକ୍ସଫୋର୍ଡ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ପୃଥିବୀ ଗର୍ଭରେ ଲୁହା ମଧ୍ୟ ଚତୁର୍ଥ ସାଧାରଣ ଉପାଦାନ। ଏହା ପୃଥିବୀର ଅଧିକାଂଶ ଭିତର ଓ ବାହ୍ୟ କୋର ଗଚ୍ଛିତ ରହିଛି। ପ୍ରାୟ ୪୫୦ କୋଟି ବର୍ଷ ପୂର୍ବେ ପୃଥିବୀ ସୃଷ୍ଟି ହୋଇଥିଲା ବୋଲି ଅନୁମାନ କରାଯାଏ। ଅକ୍ସଫୋର୍ଡ ଗବେଷକ ଦଳଙ୍କ ଅନୁଯାୟୀ ଲୁହା ପୃଥିବୀର ଜୀବନର ବିକାଶ ଉପରେ ଅଧିକ ପ୍ରଭାବ ପକାଇଥିଲା।

ଫଳରେ ଲୁହା ଜଟିଳ ଜୀବନା ବିବର୍ତ୍ତନକୁ ଆକୃଷ୍ଟ କରିବାରେ ସହାୟତା କରିଥିଲା। ଏନେଇ ବିସ୍ତୃତ ତଥ୍ୟ ବିଜ୍ଞାନ ପତ୍ରିକା ପିଏନ୍‌ଏଏସ୍‌ରେ ପ୍ରକାଶିତ ହୋଇଛି । କମ ଲୁହାଥିଲେ ଜୀବନ ସୃଷ୍ଟିର ସମ୍ଭାବନା ମଧ୍ୟ କମି ଯାଇଥାଏ ବୋଲି ଅକ୍ସଫୋର୍ଡ ୟୁନିଭରସିଟିର ପୃଥିବୀ ବିଜ୍ଞାନ ବିଭାଗର ପ୍ଲାନେଟେରି ସାମଗ୍ରୀର ଆସୋସିଏଟ ପ୍ରଫେସର ଜନ ୱେଡ କହିଛନ୍ତି। ପୃଥିବୀର ପଥରରେ ଲୁହା ପ୍ରାରମ୍ଭିକ ସମୟରୁ ଗ୍ରହ ସୃଷ୍ଟି ପ୍ରକ୍ରିୟାକୁ ପ୍ରଭାବିତ କରିଥିଲା। ଲୁହା ଯୋଗୁଁ ଜଳ ଭୂପୃଷ୍ଠରେ ରହିଥିବା ସେ କହିଛନ୍ତି।

ଯଦି ଲୁହାର ଉପସ୍ଥିତି ନ ଥାନ୍ତା ତେବେ ମଙ୍ଗଳ ଗ୍ରହ ପରି ପୃଥିବୀ ପୃଷ୍ଠରୁ ମଧ୍ୟ ଜଳ ଅଦୃଶ୍ୟ ହୋଇଯାଇଥାନ୍ତା। ଗବେଷକଙ୍କ ଅନୁଯାୟୀ, ପୃଥିବୀରେ ଲହାର ସ୍ଥିତି ଭୂପୃଷ୍ଠରେ ଜଳ ରହିବା ସମ୍ଭବ ହୋଇ ପାରିଛି। ଲୁହା ସମୁଦ୍ର ଜଳରେ ମଧ୍ୟ ଦ୍ରବୀଭୂତ ହୋଇଥାଏ। ଅର୍ଥାତ୍‌ ସାଧାରଣ ଜୀବନର ଧାରାର ବିକାଶକୁ ତ୍ୱରାନ୍ବିତ କରିବା ପାଇଁ ଲୁହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ହାତୀ ନଦୀରେ ବନ୍ୟା: ଧୋଇନେଲା ରାସ୍ତା, ଜୁନାଗଡ଼-କଲମପୁର ଯାତାୟାତ ବିଚ୍ଛିନ୍ନ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା…

କେରଳ ସୁନ୍ଦରୀ କୈଜିଆ ଲିଜ ମାଜ୍ଜୋ ହେଲେ ମିସ ଇଣ୍ଡିଆ ୟୁନିଭର୍ସ 2026, ମୁକୁଟ ପିନ୍ଧାଇଲେ ମନିକା ବିଶ୍ୱକର୍ମା

ନୂଆଦିଲ୍ଲୀ,୨୪।୮: ମିସ ୟୁନିଭର୍ସ ଇଣ୍ଡିଆ ୨୦୨୬ ହେଉଛି ମିସ ୟୁନିଭର୍ସ ଇଣ୍ଡିଆ ପ୍ରତିଯୋଗିତାର ତୃତୀୟ ସଂସ୍କରଣ, ଯାହା ୨୩ ଅଗଷ୍ଟ, ୨୦୨୬ରେ ରାଜସ୍ଥାନର ଜୟପୁରର ଜୀ ଷ୍ଟୁଡିଓରେ…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

୬୩ ବର୍ଷ ତଳେ ପେଟ୍ରୋଲ ଦର ଥିଲା ୭୨ ପଇସା, ରସିଦ୍‌ ପ୍ରଦାନ କରି ଅବସରପ୍ରାପ୍ତ ଏସ୍‌ବିଆଇ ଅଧିକାରୀ କହିଲେ…

କଟକ ସଦର,୨୪ା୮(ସୁଶାନ୍ତ କୁମାର ଜେନା): ବର୍ତ୍ତମାନ ପେଟ୍ରୋଲ ଦର ସ୍ଥାନ ବିଶେଷରେ ୧୧୦ ଟଙ୍କାରେ ପହଞ୍ଚିଲାଣି। ଦର ବଢ଼ିବା ସହିତ ଚାହିଦା ମଧ୍ୟ ଦିନକୁ ଦିନ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri