ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ସହାୟତା ସାମଗ୍ରୀ ବଣ୍ଟନର ଚିହ୍ନଟ କରଣ ଶିବିର

ଥୁଆମୂଳ ରାମପୁର,୫।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ସମ୍ମିଳନୀ କକ୍ଷରେ ଗୁରୁବାର ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ପାଇଁ ଏଡିଆଇପି ଏବଂ ଆରଭିୱାଇ ଯୋଜନା ମାଧ୍ୟମରେ ମାଗଣା ସହାୟତା ଉପକରଣ ଯୋଗାଇ ଦେବା ପାଇଁ ଚିହ୍ନଟ କରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନଙ୍କ ତ୍ୱତବଧାନରେ ଆୟୋଜନ ହୋଇଥିବା ବେଳେ ଜିଲା କୃତ୍ରିମ ଅଙ୍ଗ ନିର୍ମାଣ ନିଗମର
ଅର୍ଥୋପେଡିକ୍ସ ବିଶେଷଜ୍ଞ ଜିତେନ୍ଦ୍ର ସାହୁ, ସାଂସଦ ବ୍ଲକ ପ୍ରତିନିଧି ପବିତ୍ର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିରେ ୯୦ ଜଣ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କର ଚିହ୍ନଟ କରଣ କରାଯାଇ ସେମାନଙ୍କର ସମସ୍ତ କାଗଜପତ୍ରକୁ ଉପସ୍ଥିତ ଅଧିକାରୀ ଯାଞ୍ଚ କରିଥିଲେ। ତେବେ ଯୋଗ୍ୟ ହିତାଧିକାରୀଙ୍କୁ ଆଗାମୀ ଦିନରେ ମାଙ୍ଗଣାରେ ଏଡିଆଇପି ଏବଂ ଆରଭିୱାଇ ଯୋଜନାରେ ଦିବ୍ୟାଙ୍ଗଙ୍କ ପାଇଁ ଚକବାଲା ଚଉକି, ତ୍ରିଚକ୍ରୀ ସାଇକେଲ, ଲଙ୍ଗା, ଚାଲିବା ଡ଼ାଣ୍ଡି, ଲୋକବନ୍ଧୁ ୱାକର, ସିପି ଚଉକି, ବିଇଡି ଶୌଚାଳୟ ଆସନ, ବ୍ୟାଟେରୀ ଶ୍ରବଣ ସହାୟକ, ବ୍ରେଲ କିଟ, ସିଲିକନ କୁଶନ ଭଳି ଅନେକ ସହାୟତା ଉପକରଣ ବଣ୍ଟନ କରାଯିବା ବ୍ୟବସ୍ଥା ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ମହାରାଜ ସାଗର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର: କେମିତି ହେଲା ମୃତ୍ୟୁ ଛାନ୍‌ଭିନ ଚଳାଇଛି ପୋଲିସ

ବଲାଙ୍ଗୀର,୨୫।୫ (ସୁନୀଲ କୁମାର ମହାନ୍ତି ): ଟିଟିଲାଗଡ଼ ମହାରାଜ ସାଗର ପରିସର ମଧ୍ୟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛି । ମହାରାଜ…

ଦିନେ ନିରାଶ୍ରୟଙ୍କ ସାହା ଥିଲେ ମଗନ, ଏବେ ନିଜେ ମାଗୁଛନ୍ତି ସହାୟତା

କେନ୍ଦୁଝର,୨୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହରର କମାରଗୋଡାର ସମାଜସେବୀ ତଥା ବରିଷ୍ଠ ଖବରଦାତା ମଗନ କୁମାର ମଲ୍ଲିକ(୫୭)କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ‘ଏମ୍ସ’ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

ପ୍ରେମିକଙ୍କ ସହ ଅସଂଜତ ଅବସ୍ଥାରେ ସ୍ତ୍ରୀଙ୍କୁ ଦେଖିଦେଲେ ସ୍ବାମୀ, ତା’ପରେ ଯାହା ଘଟିଲା…

ଦିଗପହଣ୍ଡି,୨୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଘଟିଯାଇଛି ଏକ ଚର୍ଚ୍ଚିତ ଘଟଣା। ଘରେ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ତାଙ୍କ…

ପୁରୀରେ ହେବ BRICS ସମ୍ମିଳନୀ: ଯୋଗଦେବେ ବିଭିନ୍ନ ରାଷ୍ଟ୍ରର…

ଭୁବନେଶ୍ୱର,୨୫।୫: ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଏହି ସମ୍ମିଳନୀରେ…

ରାସ୍ତାରେ ଅଚେତ୍‌ ହୋଇ ପଡ଼ିଥିଲେ ମହିଳା, ଦେଖିକି ମୁଖ୍ୟମନ୍ତ୍ରୀ ବସ୍‌ ଚାଳକ, କଣ୍ଡକ୍ଟର କଲେ ଏମିତି କାମ

ନନ୍ଦପୁର, ୨୫।୫(ତୁଷାର କାନ୍ତ ମହାନ୍ତି ): ଲମତାପୁଟ-ଟିକରପଡ଼ା ମୁଖ୍ୟମନ୍ତ୍ରୀ ବସ୍‌ରେ କାର୍ଯ୍ୟରତ ଚାଳକ, କଣ୍ଡକ୍ଟର ସୋମବାର ପୂର୍ବାହ୍ନରେ ରାସ୍ତା କଡ଼ରେ ଅଚେତ୍‌ ଅବସ୍ଥାରେ ପଡ଼ିଥିବା ଜଣେ ମହିଳାଙ୍କୁ…

ଝାରସୁଗୁଡ଼ା ପ୍ରିମିୟର ଲିଗ୍‌: ଟାଉନ୍‌ ବୀର୍ସ ଚାମ୍ପିୟନ

ଝାରସୁଗୁଡ଼ା,୨୫।୫(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ମନମୋହନ ଏମ୍‌.ଇ. ସ୍କୁଲ ପଡ଼ିଆଠାରେ ଝାରସୁଗୁଡ଼ା ପ୍ରିମିୟର ଲିଗ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ରେ ମଙ୍ଗଳ ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri