ଆଦର୍ଶ, ଡେରା ଡିଏଭିରେ ଶତପ୍ରତିଶତ ପାସ୍‌

ଅନୁଗୋଳ ଅଫିସ, ୨୩।୭ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ (ସିବିଏସ୍‌ଇ) ପରିଚାଳିତ ଦ୍ୱାଦଶ ଓ ଦଶମ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିବା ବେଳେ ଅନୁଗୋଳ ଜିଲାର କେନ୍ଦ୍ରୀୟ ବିଦ୍ୟାଳୟ ଓ ଆଦର୍ଶ ଇଣ୍ଟରନ୍ୟାଶନାଲ ସ୍କୁଲରେ ଦଶମ ପରୀକ୍ଷାରେ ଶତପ୍ରତିଶତ ପିଲା ପାସ୍‌ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟରେ ୧୦୮ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ଛାତ୍ର ଆଶୁତୋଷ ଦଳାଇ ୯୬.୬ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଛନ୍ତି। ଅର୍ପିତ ପୂରବ ସାହୁ ଓ ବିନାୟକ ବେହେରା ୯୫.୪% ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ଖଣ୍ଡହତାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ସମସ୍ତେ ପାସ୍‌ କରିଛନ୍ତି। ବିଦ୍ୟାଳୟରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ୯ ଜଣ ଛାତ୍ରୀଛାତ୍ର ରଖିଛନ୍ତି। ଓମ୍‌ ଅଙ୍କିତ ପ୍ରଧାନ ୯୪.୨ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଅମିତ୍‌ ପାଲ ୯୩.୬ ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ଓ ରୁଦ୍ର ପ୍ରସାଦ ସାହୁ ୯୩.୨ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି। ରୋଟାରୀ ପବ୍ଲିକ ବିଦ୍ୟାଳୟରେ ୧୨୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୧୨୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟରେ ୧୦୨ ଜଣ ପରୀକ୍ଷାର୍ଥୀ ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ତେବେ ବିଦ୍ୟାଳୟର ଓମ୍‌କାର ତ୍ରିପାଠୀ ୯୮.୪ ପ୍ରତିଶତ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ଆଦର୍ଶ ଇଣ୍ଟରନ୍ୟାଶନାଲ ବିଦ୍ୟାଳୟର ଶତପ୍ରତିଶତ ପିଲା ପାସ୍‌ କରିଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ହରିପ୍ରସାଦ ଦେହୁରୀ ୯୭.୪ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଲିଟିଲ ହାଟ୍‌ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ୮୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ଶତ ପ୍ରତିଶତ ପରୀକ୍ଷାଫଳ ହୋଇଛି। ରୋଜାଲିନ୍‌ ନାୟକ ଓ ଶମ୍ବବି ଝାଜଝରିଆ ୯୭.୮ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନରେ ରହିଛନ୍ତି।
ସେହିପରି ଦ୍ୱାଦଶ ପରୀକ୍ଷାରେ ଅନୁଗୋଳ କେନ୍ଦ୍ରୀୟ ବିଦ୍ୟାଳୟ ବିଜ୍ଞାନ ବିଭାଗର ୫୬ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ବିଦ୍ୟାଳୟର ସୁଶ୍ରୀ ଅନ୍ବେଷା ମୁଦୁଲି ୯୫.୪ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ରୋଟାରି ପବ୍ଲିକ ବିଦ୍ୟାଳୟର ବିଜ୍ଞାନ ବିଭାଗରେ ୪୬ ଜଣ ପରୀକ୍ଷା ଦେଇଥିବାବେଳେ ୪୫ ଜଣ ପାସ୍‌ କରିଛନ୍ତି। ବିଦ୍ୟାଳୟର ସୌଭିକ୍‌ ଦେ ୯୧.୪ ପ୍ରତିଶତ ନମ୍ବର ରଖି ପ୍ରଥମ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ୨୭ ଜଣ ପରୀକ୍ଷା ଦେଇଥିବାବେଳେ ୨୩ ଜଣ ପାସ୍‌ କରିଛନ୍ତି। ଦୀପ୍ତି ମାଣ୍ଡୋଠିଆ ୮୮.୮ ପ୍ରତିଶତ ନମ୍ବର ରଖି ପ୍ରଥମ ହୋଇଛନ୍ତି। ଡିଏଭି କଳିଙ୍ଗରେ ବିଜ୍ଞାନରେ ୧୨୧ ଜଣ ପରୀକ୍ଷା ଦେଇଥିବାବେଳେ ଶତ ପ୍ରତିଶତ ପିଲା ପାସ୍‌ କରିଛନ୍ତି। ସ୍ମୃତି ସୁଲଗ୍ନା ବେହେରା ୯୭.୮ ନମ୍ବର ରଖି ପ୍ରଥମ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ୩୮ ଜଣ ପରୀକ୍ଷା ଦେଇଥିବାବେଳେ ସମସ୍ତେ ପାସ୍‌ କରିଛନ୍ତି। ବିଦ୍ୟାଳୟର ସ୍ପନ୍ଦନ ସାହୁ ୯୮.୮ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଡେରାର ଡିଏଭି ବିଦ୍ୟାଳୟରେ ବିଜ୍ଞାନ ଓ ବାଣିଜ୍ୟରେ ମୋଟ ୧୪୮ ଜଣ ପରୀକ୍ଷା ଦେଇଥିବାବେଳେ ସମସ୍ତେ ପାସ୍‌ କରିଛନ୍ତି। ବିଜ୍ଞାନରେ ବିଦ୍ୟାଳୟର ପି.ଶ୍ରେୟାଂଶୁ ଅନୁପମ୍‌ ୯୮.୨ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାରୀ କରିଛନ୍ତି। ବାଣିଜ୍ୟରେ ଶୁଭଙ୍କର ୯୭.୦ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଅନୁଗୋଳର ଲିଟିଲ ହାଟ୍‌ ବିଦ୍ୟାଳୟରେ ୧୦୯ ଜଣ ପାସ୍‌ କରିଛନ୍ତି। ସେମାନଙ୍କ ମଧ୍ୟରୁ ବିଜ୍ଞାନରେ ଶିଖର ସାହୁ ୯୧ ପ୍ରତିଶତ ଓ ବାଣିଜ୍ୟରେ ଶିଭିକା ଅଗ୍ରୱାଲ ୯୬ ପ୍ରତିଶତ ରଖି ପ୍ରଥମ ହୋଇଛନ୍ତି। ହ୍ୟୁମାନ୍‌ଟାଇଜ୍‌ ପାଠ୍ୟକ୍ରମରେ ବିଧି ପ୍ରକାଶ ପାଣି ୮୭ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri