ଆଦର୍ଶ ଦମ୍ପତି

ବିବାହ ପରେ ବାପଘର ଏରୁଣ୍ଡି ଡେଇଁ ଯେବେ ସ୍ବାମୀଙ୍କ ହାତଧରି ନାରୀଟିଏ ଶାଶୁଘରେ ପାଦ ଦିଏ, ସେଇଠୁ ଆରମ୍ଭ ହୁଏ ଦାମ୍ପତ୍ୟ ଜୀବନ। ଏହି ସମ୍ପର୍କ ଈଶ୍ୱରଙ୍କ ଏକ ଅନୁପମ ସୃଷ୍ଟି; ଯେଉଁଥିରେ ଭରି ରହିଥାଏ ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ଆଉ କର୍ତ୍ତବ୍ୟବୋଧ। ଆଉ ଯେଉଁ ଦମ୍ପତି ଏସବୁକୁ ମନ୍ତ୍ର ଭାବି ଦୁଇ ଶରୀର ଏକମନ ହୋଇ ଜୀବନ ଯାତ୍ରାରେ ଆଗେଇ ଚାଲନ୍ତି, ସେମାନେ ପାଲଟିଯାଆନ୍ତି ଅନ୍ୟମାନଙ୍କ ପାଇଁ ଆଦର୍ଶ ଦମ୍ପତି…

ବିଶ୍ୱାସ ବାନ୍ଧେ ସୂତା ଖିଅ: ଦାମ୍ପତ୍ୟ ସମ୍ପର୍କର ମୂଳଦୁଆ ହେଉଛି ପରସ୍ପର ପ୍ରତି ଅତୁଟ ବିଶ୍ୱାସ; ଯାହା ଥରେ ଭାଙ୍ଗିଲେ ପୁନର୍ବାର ସୃଷ୍ଟି ହେବା ଖୁବ୍‌ କଷ୍ଟ। ତେଣୁ ସର୍ବଦା ପରସ୍ପର ପ୍ରତି ବିଶ୍ୱସନୀୟ ହେବାକୁ ଚେଷ୍ଟା କରନ୍ତୁ। ସର୍ବଦା ନିଜ ଭିତରେ ବୁଝାମଣା ଠିକ୍‌ ରଖନ୍ତୁ, କାରଣ ବୁଝାମଣା ଅଭାବରୁ ଅବିଶ୍ୱାସ ଜନ୍ମିଥାଏ। ନିଜେ ମଧ୍ୟ କେବେ ଏଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କ ପ୍ରତି ସ୍ବାମୀଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରିବାର ସୁଯୋଗ ଦେବ। ଯଦି କେବେ ଏଭଳି ପରିସ୍ଥିତି ଉପୁଜେ ଝଗଡ଼ା କରିବା କିମ୍ବା ସମ୍ପୂର୍ଣ୍ଣ ଚୁପ୍‌ ରହି ସମ୍ପର୍କରେ ଫାଟ ସୃଷ୍ଟି କରିବା ପରିବର୍ତ୍ତେ ଥଣ୍ଡା ମନରେ ଏହି କାରଣର ସମାଧାନ କରିବାକୁ ପରସ୍ପରକୁ ସୁଯୋଗ ଦିଅନ୍ତୁ। ମନେରଖନ୍ତୁ ଦାମ୍ପତ୍ୟ ସମ୍ପର୍କ ମଝିରେ କେବେ ତୃତୀୟ ଲୋକଙ୍କୁ ସମାଧାନ ପାଇଁ ନ ଆଣିବା ହିଁ ବୁଦ୍ଧିମତ୍ତାର କାର୍ଯ୍ୟ।
ପରସ୍ପର ପ୍ରତି ସମ୍ମାନ: ଏକ ଆଦର୍ଶ ଦାମ୍ପତ୍ୟ ଜୀବନର ମୂଳମନ୍ତ୍ର ହେଉଛି ପରସ୍ପର ପ୍ରତି ସମ୍ମାନ। କାରଣ ଅନ୍ୟକୁ ସମ୍ମାନ ନ କରିବା ବା ନୀଚା ଦେଖାଇବା ଦ୍ୱାରା ମାନସିକ ସ୍ତରରେ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ିଥାଏ। କେବେ କେବେ ଏହାଦ୍ୱାରା ଆତ୍ମସମ୍ମାନ ହାନି ହେବା ଯୋଗୁ ମତାନ୍ତର ଏବଂ ମନାନ୍ତରର କାରଣ ସାଜେ ଓ ଦୁହିଁଙ୍କୁ ଏକ ମନ ହୋଇ ଜୀବନପଥରେ ଚାଲିବା କଷ୍ଟକର ହୋଇପଡ଼େ।
ସନ୍ଦେହର ନାହିଁ ସ୍ଥାନ: ସନ୍ଦେହ ଏମିତି ଏକ ନୀରବ ଦସ୍ୟୁ, ଯାହା କି ଧୀରେ ଧୀରେ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ। ବିଶେଷକରି ଅନେକ ଦାମ୍ପତ୍ୟ ଜୀବନ ବିଚ୍ଛେଦର ଏହା ହିଁ ସବୁଠୁ ବଡ଼ କାରଣ। ଅନେକ କ୍ଷେତ୍ରରେ ଦେଖାଯାଏ, କେହି କେହି ନିଜ ପାର୍ଟନରଙ୍କୁ ସନ୍ଦେହ କରି ଅଯଥାରେ ମତାନ୍ତର, ମନାନ୍ତରଠାରୁ ଆରମ୍ଭ କରି ଅନୁପସ୍ଥିତିରେ ତାଙ୍କ ମୋବାଇଲ୍‌ରେ ମେସେଜ, ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ମେସେଞ୍ଜର ଆଦି ଚେକ୍‌ କରିବାକୁ ବି ପଛାନ୍ତି ନାହିଁି। କେହି କେହି ବାସ୍ତବ ନ ଜାଣି ଅନ୍ୟ କଥାରେ ଭାସିଯାଇ ନିଜ ପାର୍ଟନରଙ୍କୁ ସନ୍ଦେହ କରିବା ସହ ତାଙ୍କ କଥାକୁ ମିଛ ବୋଲି ଭାବି ନିଅନ୍ତି; ଯାହାଦ୍ୱାରା ସମ୍ପର୍କର ଡୋରି ଦୁର୍ବଳ ହୋଇପଡ଼େ। ତେଣୁ ନିଜ ସମ୍ପର୍କକୁ ଏଭଳି ନିବିଡ଼ କରିବାକୁ ଚେଷ୍ଟା କରନ୍ତୁ, ଯେଉଁଠି ସନ୍ଦେହର ପ୍ରଶ୍ନ ହିଁ ଉଠିବା ଅସମ୍ଭବ ହୋଇଯିବ।
ହୁଅନ୍ତୁ ପରସ୍ପର ପ୍ରତି ସଚ୍ଚୋଟ: ନିଜ ଜୀବନସାଥୀଙ୍କ ଆଗରେ କିଛି ଲୁଚାଇବାର ଅର୍ଥ ଅବିଶ୍ୱାସ ଏବଂ ସନ୍ଦେହର ମଞ୍ଜିବୁଣିବା; ଯାହା କି ସମ୍ପର୍କରେ ଫାଟ ସୃଷ୍ଟି କରିବା ଲାଗି ଯଥେଷ୍ଟ। ତେଣୁ ପରସ୍ପର ପ୍ରତି ସର୍ବଦା ସବୁବେଳେ ହୃଦୟ ଖୋଲା ରଖନ୍ତୁ ଏବଂ ସଚ୍ଚୋଟ ହୁଅନ୍ତୁ। ଏହା ସମ୍ପର୍କର ଡୋରକୁ ମଜଭୁତ କରିଥାଏ।
ପରିସ୍ଥିତିକୁ ବୁଝନ୍ତୁ୍‌: ସମ୍ପର୍କ ଭଲ ରଖିବାକୁ ହେଲେ ଜୀବନସାଥୀ ଉଭୟ ଉଭୟଙ୍କ ପରିସ୍ଥିତି ବୁଝିବା ଆବଶ୍ୟକ। ହେଲେ ଅନେକଙ୍କ କ୍ଷେତ୍ରରେ ପରିସ୍ଥିତି ନ ବୁଝି ଅଯଥା ଜିଦ୍‌ କରିବା ଭଳି ସାମାନ୍ୟ କାରଣରୁ ଝଗଡ଼ା ସୃଷ୍ଟି ହୋଇଥାଏ ଏବଂ ଦାମ୍ପତ୍ୟ ଜୀବନରେ ତିକ୍ତତା ଭରି ଦେଇଥାଏ। ତେଣୁ ନିଜ ଜୀବନସାଥୀଙ୍କ ମାନସିକ ଏବଂ ଆର୍ଥିକ ସ୍ଥିତି ନ ବୁଝି ନିଜ ଇଚ୍ଛା ପୂରଣ କରିବାକୁ ଜିଦ୍‌ କରନ୍ତୁ ନାହିଁ।
ସ୍ନେହଭରା କଥା ଯୋଡ଼ିରଖେ ସମ୍ପର୍କ: ପରସ୍ପର ପ୍ରତି ଆଚରଣ ଏବଂ ଉଚ୍ଚାରଣ ଠିକ୍‌ ରହିଲେ ଦାମ୍ପତ୍ୟ ଜୀବନ ମଧୁର ହୋଇଥାଏ। ହେଲେ କେବେ କେବେ ମନ ଭଲ ନ ଥିଲେ କିମ୍ବା କୌଣସି ଟେନ୍‌ସନ୍‌ ଥିଲେ ଅନେକେ ରାଗରେ କଟୁ କଥା କହି ବସନ୍ତି, ଯାହା କି ନିଜ ସାଥୀଙ୍କ ମନ ଭିତରେ ରହିଯାଏ ଏବଂ କ୍ରମଶଃ ଉଭୟଙ୍କ ମଧ୍ୟରେ ଦୂରତା ବି ବଢ଼ି ବଢ଼ି ଚାଲେ। ତେଣୁ ରାଗ ସମୟରେ ନୀରବ ରହିବାକୁ ଚେଷ୍ଟା କରନ୍ତୁ। ମନେରଖନ୍ତୁ, ସ୍ନେହଭରା ଦୁଇ ପଦ ମିଠା କଥା ବି ସମ୍ପର୍କକୁ ମଧୁର କରିଥାଏ। ତେଣୁ କ୍ରୋଧରେ ଏମିତି କିଛି କଟୁ କଥା କହିବାଠୁ ନିଜକୁ ନିବୃତ୍ତ ରଖନ୍ତୁ, ଯାହା କି ସମ୍ପର୍କରେ ତିକ୍ତତା ଆଣିବ।
ଅନ୍ୟ ସହ କରନ୍ତୁନି ତୁଳନା: ଥରେ ଦାମ୍ପତ୍ୟ ସମ୍ପର୍କ ଯୋଡ଼ି ହେବା ପରେ ନିଜ ଜୀବନସାଥୀ ଯେଉଁଭଳି ତାଙ୍କୁ ସେହି ଭଳି ସ୍ବୀକାର କରନ୍ତୁ ଏବଂ ସେତିକିରେ ହିଁ ସନ୍ତୁଷ୍ଟ ରହିବାକୁ ଚେଷ୍ଟା କରନ୍ତୁ। କାରଣ କେତେକ କ୍ଷେତ୍ରରେ ଦେଖାଯାଏ, ଅନେକେ ସବୁବେଳେ ନିଜ ପାର୍ଟନରଙ୍କ ତୁଳନା ଅନ୍ୟ ସହ କରନ୍ତି, ହେଲେ ଏହା ଯେ ତାଙ୍କୁ ମାନସିକ ଆଘାତ ଦେଉଥିବ ସେକଥା ଭୁଲିଯାଆନ୍ତି; ଯାହା କି ଧୀରେ ଧୀରେ ମନାନ୍ତରର କାରଣ ସାଜିଥାଏ ଏବଂ ସମ୍ପର୍କକୁ ମଜଭୁତ୍‌ ରଖିବାର ସବୁଠୁ ବଡ଼ ବାଧକ ସାଜିଥାଏ।
ସହନଶୀଳତା ଚାବିକାଠି: ପତିପତ୍ନୀଙ୍କ ମଧ୍ୟରେ କେବେ କେବେ ଛୋଟମୋଟ ଝଗଡ଼ା ହେବା ଏକ ସାଧାରଣ ଘଟଣା। ହେଲେ ଅନେକେ ଏଭଳି ପରିସ୍ଥିତିରେ ଝଗଡ଼ାର ସମାଧାନ କରିବା ବଦଳରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ବନ୍ଦ କରିଦିଅନ୍ତି। ଏହା ଦ୍ୱାରା କେବେ କେବେ କମ୍ୟୁନିକେଶନ ଗ୍ୟାପ୍‌ ତ କେବେ କେବେ ଦୂରତା ବଢ଼ିଥାଏ। ତେଣୁ ଏପରି ହେବାକୁ ଆଦୌ ନ ଦେଇ ଝଗଡ଼ା ପରିସ୍ଥିତି ଉପୁଜିଲେ ଏହାର ସମାଧାନ ପାଇଁ ସହନଶୀଳତା ହିଁ ସବୁଠୁ ବଡ଼ ଚାବିକାଠି। ତେଣୁ ଝଗଡ଼ା ସମୟରେ ନୀରବ ରହି ପରବର୍ତ୍ତୀ ସମୟରେ ଏହାକୁ ଭୁଲି ପୁନର୍ବାର ପୂର୍ବ ପରି ହସ ଖୁସିରେ ଚଳିବା ଦ୍ୱାରା ସମ୍ପର୍କ ମଜଭୁତ ହୋଇଥାଏ।
– ପୌର୍ଣ୍ଣମାସୀ

 

ଦୁଇ ଶରୀର ଏକ ମନ ହୋଇ ରହିଛୁ
– ଡା. ସରୋଜିନୀ ଷଡ଼ଙ୍ଗୀ(ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ, କଟକ)- ଦାମ୍ପତ୍ୟ ସମ୍ପର୍କ ପ୍ରଭୁଙ୍କର ଏଭଳି ଏକ ସୃଷ୍ଟି ଯାହାର ଗଭୀରତା ମାପିବାକୁ କୌଣସି ଚାବିକାଠି ନାହିଁ। ଏହି ସମ୍ପର୍କକୁ ଅତୁଟ କରିବାକୁ ଆବଶ୍ୟକ ନିଷ୍ଠା, କର୍ତ୍ତବ୍ୟପରାୟଣତା, ସହନଶୀଳତା ଆଉ ପରସ୍ପର ପ୍ରତି ବିଶ୍ୱାସ ଆଉ ଗଭୀର ଆନ୍ତରିକତା। ଡା. ରମାରମଣ ଷଡ଼ଙ୍ଗୀଙ୍କ ସହ ମୋର ବିବାହକୁ ଇତି ମଧ୍ୟରେ ୪୯ ବର୍ଷ ବିତିଗଲାଣି, ହେଲେ ଆରମ୍ଭରୁ ଏଯାଏ ଆମେ ଦୁଇ ଶରୀର ଏକ ମନ ହୋଇ ଏହି ସମ୍ପର୍କକୁ ଆଗେଇ ନେଉଛୁ। ପ୍ରତିଟି କ୍ଷେତ୍ରରେ ଆମେ ପରସ୍ପରକୁ ସହଯୋଗ କରୁ। କୌଣସି ପରିସ୍ଥିତିରେ ଆମେ ଅବିଶ୍ୱାସ, ମତାନ୍ତର କିମ୍ବା ମନାନ୍ତର ଭଳି ପରିସ୍ଥିତି ଉପୁଜିବାକୁ ସୁଯୋଗ ନ ଦେଇ ସହନଶୀଳତା ଆଉ ଆପୋସ ବୁଝାମଣାରେ ସମାଧାନ କରିନେଉ। ବୋଧହୁଏ ପରସ୍ପର ପ୍ରତି ଏହି ସମ୍ମାନ ଆଉ ନିଷ୍ଠାପର ଭଲପାଇବା ଆମ ସମ୍ପର୍କର ଡୋରିକୁ ମଜଭୁତ କରି ରଖିଛି।

ଉତ୍ତମ ବୁଝାମଣା ବାନ୍ଧିରଖେ ସମ୍ପର୍କ
ଲକ୍ଷ୍ମୀ ଚାନ୍ଦ(ଭୁବନେଶ୍ୱର)- ସୁଖୀ ଦାମ୍ପତ୍ୟ ପାଇଁ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହ ପରସ୍ପର ପ୍ରତି ଗଭୀର ବିଶ୍ୱାସ ରହିବା ଆବଶ୍ୟକ। ଏହା ବ୍ୟତୀତ ତୃତୀୟ ବ୍ୟକ୍ତିର କଥାରେ ପ୍ରଭାବିତ ନ ହୋଇ ପରସ୍ପର ମଧ୍ୟରେ ଆଲୋଚନା କରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ପ୍ରତ୍ୟେକ ଘଟଣା ସମାଧାନ ହୋଇ ଯାଇଥାଏ। ଦୁହେଁ ଦୁହିଁଙ୍କ ପ୍ରତି ନିଷ୍ଠା, ସମ୍ମାନବୋଧ, ଅଙ୍ଗୀକାରବଦ୍ଧ, ଭଲପାଇବା, ଯତ୍ନଶୀଳତା ସମାନଭାବେ ରହିଲେ ସେମାନଙ୍କ ସମ୍ପର୍କ ଅତୁଟ ରହିବ। ସମସ୍ତ ସମ୍ପର୍କ ବିଶ୍ୱାସ ଉପରେ ପର୍ଯ୍ୟବସିତ। ସନ୍ଦେହ ହିଁ ସମ୍ପର୍କକୁ ଭାଙ୍ଗି ଦେଇଥାଏ। ତେଣୁ ଉଭୟଙ୍କ ଭିତରୁ ସନ୍ଦେହକୁ ଦୂରେଇ ଗଭୀର ବିଶ୍ୱାସରେ ନିଜ ସମ୍ପର୍କକୁ ପ୍ରତିଷ୍ଠା କରିବା ଆବଶ୍ୟକ। ଏହି ସବୁ କଥାକୁ ନିଜ ଦାମ୍ପତ୍ୟ ଜୀବନର ଆଧାର ଭାବେ ବାଛି ନେଇ ଦାମ୍ପତ୍ୟର ଏକ ସୁଖମୟ ଜୀବନ ଯାତ୍ରାରେ ଆଗେଇ ଚାଲିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri