ଆଦର୍ଶ ଦମ୍ପତି

ବିବାହ ପରେ ବାପଘର ଏରୁଣ୍ଡି ଡେଇଁ ଯେବେ ସ୍ବାମୀଙ୍କ ହାତଧରି ନାରୀଟିଏ ଶାଶୁଘରେ ପାଦ ଦିଏ, ସେଇଠୁ ଆରମ୍ଭ ହୁଏ ଦାମ୍ପତ୍ୟ ଜୀବନ। ଏହି ସମ୍ପର୍କ ଈଶ୍ୱରଙ୍କ ଏକ ଅନୁପମ ସୃଷ୍ଟି; ଯେଉଁଥିରେ ଭରି ରହିଥାଏ ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବା ଆଉ କର୍ତ୍ତବ୍ୟବୋଧ। ଆଉ ଯେଉଁ ଦମ୍ପତି ଏସବୁକୁ ମନ୍ତ୍ର ଭାବି ଦୁଇ ଶରୀର ଏକମନ ହୋଇ ଜୀବନ ଯାତ୍ରାରେ ଆଗେଇ ଚାଲନ୍ତି, ସେମାନେ ପାଲଟିଯାଆନ୍ତି ଅନ୍ୟମାନଙ୍କ ପାଇଁ ଆଦର୍ଶ ଦମ୍ପତି…

ବିଶ୍ୱାସ ବାନ୍ଧେ ସୂତା ଖିଅ: ଦାମ୍ପତ୍ୟ ସମ୍ପର୍କର ମୂଳଦୁଆ ହେଉଛି ପରସ୍ପର ପ୍ରତି ଅତୁଟ ବିଶ୍ୱାସ; ଯାହା ଥରେ ଭାଙ୍ଗିଲେ ପୁନର୍ବାର ସୃଷ୍ଟି ହେବା ଖୁବ୍‌ କଷ୍ଟ। ତେଣୁ ସର୍ବଦା ପରସ୍ପର ପ୍ରତି ବିଶ୍ୱସନୀୟ ହେବାକୁ ଚେଷ୍ଟା କରନ୍ତୁ। ସର୍ବଦା ନିଜ ଭିତରେ ବୁଝାମଣା ଠିକ୍‌ ରଖନ୍ତୁ, କାରଣ ବୁଝାମଣା ଅଭାବରୁ ଅବିଶ୍ୱାସ ଜନ୍ମିଥାଏ। ନିଜେ ମଧ୍ୟ କେବେ ଏଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କ ପ୍ରତି ସ୍ବାମୀଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରିବାର ସୁଯୋଗ ଦେବ। ଯଦି କେବେ ଏଭଳି ପରିସ୍ଥିତି ଉପୁଜେ ଝଗଡ଼ା କରିବା କିମ୍ବା ସମ୍ପୂର୍ଣ୍ଣ ଚୁପ୍‌ ରହି ସମ୍ପର୍କରେ ଫାଟ ସୃଷ୍ଟି କରିବା ପରିବର୍ତ୍ତେ ଥଣ୍ଡା ମନରେ ଏହି କାରଣର ସମାଧାନ କରିବାକୁ ପରସ୍ପରକୁ ସୁଯୋଗ ଦିଅନ୍ତୁ। ମନେରଖନ୍ତୁ ଦାମ୍ପତ୍ୟ ସମ୍ପର୍କ ମଝିରେ କେବେ ତୃତୀୟ ଲୋକଙ୍କୁ ସମାଧାନ ପାଇଁ ନ ଆଣିବା ହିଁ ବୁଦ୍ଧିମତ୍ତାର କାର୍ଯ୍ୟ।
ପରସ୍ପର ପ୍ରତି ସମ୍ମାନ: ଏକ ଆଦର୍ଶ ଦାମ୍ପତ୍ୟ ଜୀବନର ମୂଳମନ୍ତ୍ର ହେଉଛି ପରସ୍ପର ପ୍ରତି ସମ୍ମାନ। କାରଣ ଅନ୍ୟକୁ ସମ୍ମାନ ନ କରିବା ବା ନୀଚା ଦେଖାଇବା ଦ୍ୱାରା ମାନସିକ ସ୍ତରରେ ଉଭୟଙ୍କ ମଧ୍ୟରେ ଦୂରତା ବଢ଼ିଥାଏ। କେବେ କେବେ ଏହାଦ୍ୱାରା ଆତ୍ମସମ୍ମାନ ହାନି ହେବା ଯୋଗୁ ମତାନ୍ତର ଏବଂ ମନାନ୍ତରର କାରଣ ସାଜେ ଓ ଦୁହିଁଙ୍କୁ ଏକ ମନ ହୋଇ ଜୀବନପଥରେ ଚାଲିବା କଷ୍ଟକର ହୋଇପଡ଼େ।
ସନ୍ଦେହର ନାହିଁ ସ୍ଥାନ: ସନ୍ଦେହ ଏମିତି ଏକ ନୀରବ ଦସ୍ୟୁ, ଯାହା କି ଧୀରେ ଧୀରେ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ। ବିଶେଷକରି ଅନେକ ଦାମ୍ପତ୍ୟ ଜୀବନ ବିଚ୍ଛେଦର ଏହା ହିଁ ସବୁଠୁ ବଡ଼ କାରଣ। ଅନେକ କ୍ଷେତ୍ରରେ ଦେଖାଯାଏ, କେହି କେହି ନିଜ ପାର୍ଟନରଙ୍କୁ ସନ୍ଦେହ କରି ଅଯଥାରେ ମତାନ୍ତର, ମନାନ୍ତରଠାରୁ ଆରମ୍ଭ କରି ଅନୁପସ୍ଥିତିରେ ତାଙ୍କ ମୋବାଇଲ୍‌ରେ ମେସେଜ, ହ୍ବାଟ୍ସଆପ୍‌, ଫେସ୍‌ବୁକ୍‌ ମେସେଞ୍ଜର ଆଦି ଚେକ୍‌ କରିବାକୁ ବି ପଛାନ୍ତି ନାହିଁି। କେହି କେହି ବାସ୍ତବ ନ ଜାଣି ଅନ୍ୟ କଥାରେ ଭାସିଯାଇ ନିଜ ପାର୍ଟନରଙ୍କୁ ସନ୍ଦେହ କରିବା ସହ ତାଙ୍କ କଥାକୁ ମିଛ ବୋଲି ଭାବି ନିଅନ୍ତି; ଯାହାଦ୍ୱାରା ସମ୍ପର୍କର ଡୋରି ଦୁର୍ବଳ ହୋଇପଡ଼େ। ତେଣୁ ନିଜ ସମ୍ପର୍କକୁ ଏଭଳି ନିବିଡ଼ କରିବାକୁ ଚେଷ୍ଟା କରନ୍ତୁ, ଯେଉଁଠି ସନ୍ଦେହର ପ୍ରଶ୍ନ ହିଁ ଉଠିବା ଅସମ୍ଭବ ହୋଇଯିବ।
ହୁଅନ୍ତୁ ପରସ୍ପର ପ୍ରତି ସଚ୍ଚୋଟ: ନିଜ ଜୀବନସାଥୀଙ୍କ ଆଗରେ କିଛି ଲୁଚାଇବାର ଅର୍ଥ ଅବିଶ୍ୱାସ ଏବଂ ସନ୍ଦେହର ମଞ୍ଜିବୁଣିବା; ଯାହା କି ସମ୍ପର୍କରେ ଫାଟ ସୃଷ୍ଟି କରିବା ଲାଗି ଯଥେଷ୍ଟ। ତେଣୁ ପରସ୍ପର ପ୍ରତି ସର୍ବଦା ସବୁବେଳେ ହୃଦୟ ଖୋଲା ରଖନ୍ତୁ ଏବଂ ସଚ୍ଚୋଟ ହୁଅନ୍ତୁ। ଏହା ସମ୍ପର୍କର ଡୋରକୁ ମଜଭୁତ କରିଥାଏ।
ପରିସ୍ଥିତିକୁ ବୁଝନ୍ତୁ୍‌: ସମ୍ପର୍କ ଭଲ ରଖିବାକୁ ହେଲେ ଜୀବନସାଥୀ ଉଭୟ ଉଭୟଙ୍କ ପରିସ୍ଥିତି ବୁଝିବା ଆବଶ୍ୟକ। ହେଲେ ଅନେକଙ୍କ କ୍ଷେତ୍ରରେ ପରିସ୍ଥିତି ନ ବୁଝି ଅଯଥା ଜିଦ୍‌ କରିବା ଭଳି ସାମାନ୍ୟ କାରଣରୁ ଝଗଡ଼ା ସୃଷ୍ଟି ହୋଇଥାଏ ଏବଂ ଦାମ୍ପତ୍ୟ ଜୀବନରେ ତିକ୍ତତା ଭରି ଦେଇଥାଏ। ତେଣୁ ନିଜ ଜୀବନସାଥୀଙ୍କ ମାନସିକ ଏବଂ ଆର୍ଥିକ ସ୍ଥିତି ନ ବୁଝି ନିଜ ଇଚ୍ଛା ପୂରଣ କରିବାକୁ ଜିଦ୍‌ କରନ୍ତୁ ନାହିଁ।
ସ୍ନେହଭରା କଥା ଯୋଡ଼ିରଖେ ସମ୍ପର୍କ: ପରସ୍ପର ପ୍ରତି ଆଚରଣ ଏବଂ ଉଚ୍ଚାରଣ ଠିକ୍‌ ରହିଲେ ଦାମ୍ପତ୍ୟ ଜୀବନ ମଧୁର ହୋଇଥାଏ। ହେଲେ କେବେ କେବେ ମନ ଭଲ ନ ଥିଲେ କିମ୍ବା କୌଣସି ଟେନ୍‌ସନ୍‌ ଥିଲେ ଅନେକେ ରାଗରେ କଟୁ କଥା କହି ବସନ୍ତି, ଯାହା କି ନିଜ ସାଥୀଙ୍କ ମନ ଭିତରେ ରହିଯାଏ ଏବଂ କ୍ରମଶଃ ଉଭୟଙ୍କ ମଧ୍ୟରେ ଦୂରତା ବି ବଢ଼ି ବଢ଼ି ଚାଲେ। ତେଣୁ ରାଗ ସମୟରେ ନୀରବ ରହିବାକୁ ଚେଷ୍ଟା କରନ୍ତୁ। ମନେରଖନ୍ତୁ, ସ୍ନେହଭରା ଦୁଇ ପଦ ମିଠା କଥା ବି ସମ୍ପର୍କକୁ ମଧୁର କରିଥାଏ। ତେଣୁ କ୍ରୋଧରେ ଏମିତି କିଛି କଟୁ କଥା କହିବାଠୁ ନିଜକୁ ନିବୃତ୍ତ ରଖନ୍ତୁ, ଯାହା କି ସମ୍ପର୍କରେ ତିକ୍ତତା ଆଣିବ।
ଅନ୍ୟ ସହ କରନ୍ତୁନି ତୁଳନା: ଥରେ ଦାମ୍ପତ୍ୟ ସମ୍ପର୍କ ଯୋଡ଼ି ହେବା ପରେ ନିଜ ଜୀବନସାଥୀ ଯେଉଁଭଳି ତାଙ୍କୁ ସେହି ଭଳି ସ୍ବୀକାର କରନ୍ତୁ ଏବଂ ସେତିକିରେ ହିଁ ସନ୍ତୁଷ୍ଟ ରହିବାକୁ ଚେଷ୍ଟା କରନ୍ତୁ। କାରଣ କେତେକ କ୍ଷେତ୍ରରେ ଦେଖାଯାଏ, ଅନେକେ ସବୁବେଳେ ନିଜ ପାର୍ଟନରଙ୍କ ତୁଳନା ଅନ୍ୟ ସହ କରନ୍ତି, ହେଲେ ଏହା ଯେ ତାଙ୍କୁ ମାନସିକ ଆଘାତ ଦେଉଥିବ ସେକଥା ଭୁଲିଯାଆନ୍ତି; ଯାହା କି ଧୀରେ ଧୀରେ ମନାନ୍ତରର କାରଣ ସାଜିଥାଏ ଏବଂ ସମ୍ପର୍କକୁ ମଜଭୁତ୍‌ ରଖିବାର ସବୁଠୁ ବଡ଼ ବାଧକ ସାଜିଥାଏ।
ସହନଶୀଳତା ଚାବିକାଠି: ପତିପତ୍ନୀଙ୍କ ମଧ୍ୟରେ କେବେ କେବେ ଛୋଟମୋଟ ଝଗଡ଼ା ହେବା ଏକ ସାଧାରଣ ଘଟଣା। ହେଲେ ଅନେକେ ଏଭଳି ପରିସ୍ଥିତିରେ ଝଗଡ଼ାର ସମାଧାନ କରିବା ବଦଳରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ବନ୍ଦ କରିଦିଅନ୍ତି। ଏହା ଦ୍ୱାରା କେବେ କେବେ କମ୍ୟୁନିକେଶନ ଗ୍ୟାପ୍‌ ତ କେବେ କେବେ ଦୂରତା ବଢ଼ିଥାଏ। ତେଣୁ ଏପରି ହେବାକୁ ଆଦୌ ନ ଦେଇ ଝଗଡ଼ା ପରିସ୍ଥିତି ଉପୁଜିଲେ ଏହାର ସମାଧାନ ପାଇଁ ସହନଶୀଳତା ହିଁ ସବୁଠୁ ବଡ଼ ଚାବିକାଠି। ତେଣୁ ଝଗଡ଼ା ସମୟରେ ନୀରବ ରହି ପରବର୍ତ୍ତୀ ସମୟରେ ଏହାକୁ ଭୁଲି ପୁନର୍ବାର ପୂର୍ବ ପରି ହସ ଖୁସିରେ ଚଳିବା ଦ୍ୱାରା ସମ୍ପର୍କ ମଜଭୁତ ହୋଇଥାଏ।
– ପୌର୍ଣ୍ଣମାସୀ

 

ଦୁଇ ଶରୀର ଏକ ମନ ହୋଇ ରହିଛୁ
– ଡା. ସରୋଜିନୀ ଷଡ଼ଙ୍ଗୀ(ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ, କଟକ)- ଦାମ୍ପତ୍ୟ ସମ୍ପର୍କ ପ୍ରଭୁଙ୍କର ଏଭଳି ଏକ ସୃଷ୍ଟି ଯାହାର ଗଭୀରତା ମାପିବାକୁ କୌଣସି ଚାବିକାଠି ନାହିଁ। ଏହି ସମ୍ପର୍କକୁ ଅତୁଟ କରିବାକୁ ଆବଶ୍ୟକ ନିଷ୍ଠା, କର୍ତ୍ତବ୍ୟପରାୟଣତା, ସହନଶୀଳତା ଆଉ ପରସ୍ପର ପ୍ରତି ବିଶ୍ୱାସ ଆଉ ଗଭୀର ଆନ୍ତରିକତା। ଡା. ରମାରମଣ ଷଡ଼ଙ୍ଗୀଙ୍କ ସହ ମୋର ବିବାହକୁ ଇତି ମଧ୍ୟରେ ୪୯ ବର୍ଷ ବିତିଗଲାଣି, ହେଲେ ଆରମ୍ଭରୁ ଏଯାଏ ଆମେ ଦୁଇ ଶରୀର ଏକ ମନ ହୋଇ ଏହି ସମ୍ପର୍କକୁ ଆଗେଇ ନେଉଛୁ। ପ୍ରତିଟି କ୍ଷେତ୍ରରେ ଆମେ ପରସ୍ପରକୁ ସହଯୋଗ କରୁ। କୌଣସି ପରିସ୍ଥିତିରେ ଆମେ ଅବିଶ୍ୱାସ, ମତାନ୍ତର କିମ୍ବା ମନାନ୍ତର ଭଳି ପରିସ୍ଥିତି ଉପୁଜିବାକୁ ସୁଯୋଗ ନ ଦେଇ ସହନଶୀଳତା ଆଉ ଆପୋସ ବୁଝାମଣାରେ ସମାଧାନ କରିନେଉ। ବୋଧହୁଏ ପରସ୍ପର ପ୍ରତି ଏହି ସମ୍ମାନ ଆଉ ନିଷ୍ଠାପର ଭଲପାଇବା ଆମ ସମ୍ପର୍କର ଡୋରିକୁ ମଜଭୁତ କରି ରଖିଛି।

ଉତ୍ତମ ବୁଝାମଣା ବାନ୍ଧିରଖେ ସମ୍ପର୍କ
ଲକ୍ଷ୍ମୀ ଚାନ୍ଦ(ଭୁବନେଶ୍ୱର)- ସୁଖୀ ଦାମ୍ପତ୍ୟ ପାଇଁ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହ ପରସ୍ପର ପ୍ରତି ଗଭୀର ବିଶ୍ୱାସ ରହିବା ଆବଶ୍ୟକ। ଏହା ବ୍ୟତୀତ ତୃତୀୟ ବ୍ୟକ୍ତିର କଥାରେ ପ୍ରଭାବିତ ନ ହୋଇ ପରସ୍ପର ମଧ୍ୟରେ ଆଲୋଚନା କରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ପ୍ରତ୍ୟେକ ଘଟଣା ସମାଧାନ ହୋଇ ଯାଇଥାଏ। ଦୁହେଁ ଦୁହିଁଙ୍କ ପ୍ରତି ନିଷ୍ଠା, ସମ୍ମାନବୋଧ, ଅଙ୍ଗୀକାରବଦ୍ଧ, ଭଲପାଇବା, ଯତ୍ନଶୀଳତା ସମାନଭାବେ ରହିଲେ ସେମାନଙ୍କ ସମ୍ପର୍କ ଅତୁଟ ରହିବ। ସମସ୍ତ ସମ୍ପର୍କ ବିଶ୍ୱାସ ଉପରେ ପର୍ଯ୍ୟବସିତ। ସନ୍ଦେହ ହିଁ ସମ୍ପର୍କକୁ ଭାଙ୍ଗି ଦେଇଥାଏ। ତେଣୁ ଉଭୟଙ୍କ ଭିତରୁ ସନ୍ଦେହକୁ ଦୂରେଇ ଗଭୀର ବିଶ୍ୱାସରେ ନିଜ ସମ୍ପର୍କକୁ ପ୍ରତିଷ୍ଠା କରିବା ଆବଶ୍ୟକ। ଏହି ସବୁ କଥାକୁ ନିଜ ଦାମ୍ପତ୍ୟ ଜୀବନର ଆଧାର ଭାବେ ବାଛି ନେଇ ଦାମ୍ପତ୍ୟର ଏକ ସୁଖମୟ ଜୀବନ ଯାତ୍ରାରେ ଆଗେଇ ଚାଲିଛୁ।


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri