ଇଡ୍‌କୋ ଅପାରଗତା ଶିଳ୍ପାୟନରେ ବାଧକ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ ଶିଳ୍ପାୟନକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ଜମି ଅଧିଗ୍ରହଣ ଏ ଦିଗରେ ବଡ଼ ସମସ୍ୟା ହୋଇ ଛିଡ଼ାହୋଇଛି। ଜମି ଅଧିଗ୍ରହଣ ସମସ୍ୟା ଦୂର କରିବାକୁ ସରକାର ଲ୍ୟାଣ୍ଡ ବ୍ୟାଙ୍କ ଗଠନ ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ଦାୟିତ୍ୱ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡ୍‌କୋ) ଉପରେ ନ୍ୟସ୍ତ କରାଯାଇଛି। କିନ୍ତୁ ଇଡ୍‌କୋ ଜମି ଅଧିଗ୍ରହଣ କରିବାରେ ଏକପ୍ରକାର ବିଫଳ ହୋଇଛି। ଫଳରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରୁଥିବା ଶିଳ୍ପ ସଂସ୍ଥାଗୁଡିକୁ ଜମି ଯୋଗାଇ ଦେଇ ହେଉନାହିଁ। ହେଲେ ଯେଉଁ ଜମି ଅଧିଗ୍ରହଣ ହେଉଛି, ତାହାକୁ ଇଡ୍‌କୋ ନିଜ ଅଧୀନକୁ ଆଣି ପାରୁନାହିଁ। କେବଳ ଇଡ୍‌କୋ ନୁହେଁ, ରାଜ୍ୟର ଅନ୍ୟାନ୍ୟ ସରକାରୀ ଉଦ୍ୟୋଗ (ପିଏସ୍‌ୟୁ)ରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଛି। ନିକଟରେ ବିଧାନସଭାରେ ଉପସ୍ଥାପିତ କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି)ଙ୍କ ୨୦୧୯ ସରକାରୀ ଉଦ୍ୟୋଗ ଅଡିଟ୍‌ ରିପୋର୍ଟରେ ଏ କଥା କୁହାଯାଇଛି।

ରିପୋର୍ଟରେ ଦର୍ଶାଯାଇଛି ଯେ, ବିଭିନ୍ନ ଜିଲାରେ ଇଡ୍‌କୋ ଦ୍ୱାରା ଅଧିଗ୍ରହଣ କରାଯାଉଥିବା ଜମିରେ ୩୯% ଜବରଦଖଲ ରହିଥିବାବେଳେ କେତେକ କ୍ଷେତ୍ରରେ ବିବାଦ ରହିଛି। ଫଳରେ ସେହି ସବୁ ଜମି ଶିଳ୍ପାୟନ ପାଇଁ ଆବଣ୍ଟିତ କରାଯାଇ ପାରିନାହିଁ। କେବଳ ସେତିକି ନୁହେଁ, ଇଡ୍‌କୋ ଲ୍ୟାଣ୍ଡ ବ୍ୟାଙ୍କର ଜମି ଆବଣ୍ଟନ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ନିୟମାବଳୀ ପ୍ରସ୍ତୁତ କରି ନ ଥିଲା। ଦୁଇ ଶିଳ୍ପସଂସ୍ଥା ଷ୍ଟେରଲାଇଟ ଏର୍ନ୍‌ଜି ଲିମିଟେଡ୍‌ ଏବଂ ବେଦାନ୍ତ ଲିମିଟେଡ୍‌ ସେମାନଙ୍କର ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡିକ ଆବଣ୍ଟିତ ଜମିରେ ଆରମ୍ଭ କରି କରିସାରିଲେଣି। ଏହାସତ୍ତ୍ୱେ ଇଡ୍‌କୋ କେନ୍ଦ୍ରୀୟ ବିଦ୍ୟୁତ୍‌ ପ୍ରାଧିକରଣର ସର୍ତ୍ତାବଳୀ ଉଲ୍ଲଂଘନ ସାଙ୍ଗକୁ ଆବଶ୍ୟକତାକୁ ମୂଲ୍ୟାୟନ ନ କରି ଅଧିକ ୨,୨୧.୫୯ ଏକର ଜମି ୨୦୨୦ ମାର୍ଚ୍ଚ ଯାଏ ପ୍ରଦାନ କରିବା ଜାରି ରଖିଥିଲା। କେବଳ ସେତିକି ନୁହେଁ, ଶିଳ୍ପନୀତି ୨୦୦୭କୁ ଉଲ୍ଲଂଘନ କରି ଇଡ୍‌କୋ ୧୧୭ ଏକର ସରକାରୀ ଜମିକୁ ଦୁଇଟି ଥର୍ମାଲ ପାଓ୍ବାର ପ୍ଲାଣ୍ଟ (ଟିଟିପି) ଅର୍ଥାତ୍‌ ଲାନ୍‌କୋ ଏବଂ ଜିଏମ୍‌ଆର୍‌କୁ ଆବଣ୍ଟନ କରିଥିଲା। ଉକ୍ତ ଦୁଇ କମ୍ପାନୀ ଜମି ପାଇବା ସତ୍ତ୍ୱେ ନିର୍ଦ୍ଧାରିତ ସମୟରେ ବିଦ୍ୟୁତ୍‌ ଉପତ୍ାଦନ ଆରମ୍ଭ କରିବାରେ ବିଫଳ ହୋଇଥିଲେ। କୌଣସି ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ନ ଥିଲେ ମଧ୍ୟ ସେମାନଙ୍କଠାରୁ ୧୦.୦୪ କୋଟି ଟଙ୍କା କମ୍‌ ଆଦାୟ କରାଯାଇଥିଲା। ଟିସ୍‌କୋକୁ ୧୯୯୬ ଏପ୍ରିଲ ଓ ଡିସେମ୍ବର ମଧ୍ୟରେ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ ପାଇଁ ଇଡ୍‌କୋ ଦ୍ୱାରା ଆଗୁଆ ୫୩୭.୮୨ ଏକର ସରକାରୀ ଜମି ଦିଆଯାଇଥିଲା। ତେବେ ତାହାକୁ ରାଜସ୍ବ ବିଭାଗକୁ ଫେରାଇ ନ ଥିଲା। ଇଡ୍‌କୋ ଉକ୍ତ ଜମିକୁ ୨୦୧୪-୧୮ମଧ୍ୟରେ ପ୍ରଚଳିତ ଦରକୁ ଅଣଦେଖା କରି ଅନ୍ୟ ଉଦ୍ଦେଶ୍ୟରେ ପୁଣି ବ୍ୟବହାର ପାଇଁ ଟିସ୍‌କୋକୁ ପ୍ରଦାନ କରିଥିଲା। ଫଳରେ ଜମି ପ୍ରିମିୟମ ବାବଦରେ ୧୪.୨୩ କୋଟି ଏବଂ ପ୍ରଶାସନିକ ଦେୟ ବାବଦରେ ରାଜକୋଷକୁ ୧.୪୨ କୋଟି ଟଙ୍କା କ୍ଷତି ହୋଇଥିଲା।

ଡାଟାବେସ୍‌ ତଥ୍ୟାବଳୀର ପରିଚାଳନା ଏବଂ ପର୍ଯ୍ୟାଲୋଚନା କରିବାରେ ବିଫଳତା ହେତୁ ଇଡ୍‌କୋ ଜମି ଆବଣ୍ଟିତ ହୋଇଥିବା ଶିଳ୍ପସଂସ୍ଥାଗୁଡିକରୁ ୧୮.୫୨ କୋଟି ଟଙ୍କାର ଜିଆର(ଗ୍ରାଉଣ୍ଡ ରେଣ୍ଟ୍‌) ଓ ଶୁଳ୍କ ଆଦାୟ କରି ପାରି ନ ଥିଲା। ଏହାଛଡ଼ା ଇଡ୍‌କୋ ୪୪,୯୩୨.୨୯ ଏକର ଘରୋଇ ଜମିର ସ୍ବତ୍ୱାଧିକାର ସଂଶୋଧନ କରିବାରେ ବିଫଳ ହେବାରୁ ୨୦୧୯ ଏପ୍ରିିଲଠାରୁ ଆଦାୟ ହେବାକୁ ଥିବା ଜିଆର୍‌ ଓ ଶୁଳ୍କ ବାବଦରେ ରାଜକୋଷକୁ ୩୩.୧୬ କୋଟି ଟଙ୍କା କ୍ଷତି ହୋଇଛି। ଇଡ୍‌କୋ ଉପରେ ରାଜ୍ୟର ୧୧୬ଟି ଶଳ୍ପାଞ୍ଚଳର ପ୍ରତିଷ୍ଠା ଓ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଇଡ୍‌କୋ ଅଧୀନରେ ଥିବା ମୋଟ ୨୪,୦୪୮.୧୯ ଏକର ଜମିରୁ ୧୪,୬୪୯.୦୯ ଏକର ଜମି ଆବଣ୍ଟିତ ହୋଇଥିବାବେଳେ ୯,୪୩୫.୧୯ ଅବ୍ୟବହୃତ ହୋଇ ପଡ଼ିରହିଛି। କେବଳ ସେତିକି ନୁହେଁ, ପ୍ରଚୁର ପାଣ୍ଠି ଥିବା ସତ୍ତ୍ୱେ ଇଡ୍‌କୋ ଶିଳ୍ପାଞ୍ଚଳଗୁଡ଼ିକରେ ଭିତ୍ତିଭୂମି ବିକାଶ କରିବାରେ ଠିକ୍‌ ଯୋଜନା ପ୍ରସ୍ତୁତ କରି ନ ଥିଲା। ଶିଳ୍ପ ବିଭାଗର ବିନାନୁମତିରେ ଖୋଲାଦ୍ୱାର ଏବଂ ସାମୁଦ୍ରିକ ଫୁଡ୍‌ପାର୍କ ପାଇଁ ଡେରାସଠାରେ ୧୮ ସଂସ୍ଥାକୁ ୬୨.୮୭ ଏକର ଜମି ଆବଣ୍ଟନ କରିଥିଲା। ବୋର୍ଡର ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହେବାରୁ ଜମିମୂଲ୍ୟ ବାବଦ ୧୦.୧୬ କୋଟି ଟଙ୍କା କ୍ଷତି ହୋଇଛି। ଇଡ୍‌କୋ ସମ୍ପୃକ୍ତ ସବ୍‌ରେଜିଷ୍ଟ୍ରାରଙ୍କଠାରୁ ଜମିର ନିର୍ଦ୍ଧାରିତ ମୂଲ୍ୟ ନ ଆଣିବାରୁ ୧୪ ଶିଳ୍ପସଂସ୍ଥାକୁ ଦିଆଯାଇଥିବା ୨୬.୮୬୭ ଏକର ଜମିରୁ ୧୩.୩୪ କୋଟି ଟଙ୍କା କମ୍‌ ଆଦାୟ ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ବିଭାଗୀୟ କାର୍ଯ୍ୟାଳୟଗୁଡିକ ନିୟମିତ ଯାଞ୍ଚ ନ ହେବା ଯୋଗୁ ୨୦୧୪ରୁ ୨୦୧୯ ମଧ୍ୟରେ ୧୨୬୭ ଶିଳ୍ପ ସଂସ୍ଥାକୁ ଆବଣ୍ଟିତ ହୋଇଥିବା ୧,୧୨୮.୯୯ ଏକର ଜମି ଅବ୍ୟବହୃତ ହୋଇ ପଡ଼ିରହିଛି। ଏହି ଜମିକୁ ଇଡ୍‌କୋ ଫେରାଇ ଆଣିବାରେ ବିଫଳ ହୋଇଥିଲା। ଫଳରେ ଉକ୍ତ ଜମି ଅନ୍ୟ କାୈଣସି କାର୍ଯ୍ୟରେ ବ୍ୟବହୃତ ହୋଇ ପାରି ନ ଥିଲା। କେବଳ ସେତିକି ନୁହେଁ, ଇଡ୍‌କୋ ୨୦୧୦ରେ ନାଲ୍‌କୋ ସହିତ ଯୌଥ ଉଦ୍ୟୋଗ କମ୍ପାନୀ ଅନୁଗୋଳ ଆଲୁମିନିୟମ ପାର୍କ ଲିମିଟେଡ ପ୍ରତିଷ୍ଠା କରିଥିଲା। ଇଡ୍‌କୋ ଭିତ୍ତିିଭୂମି ବିକାଶ ଓ ଆବଶ୍ୟକ କଞ୍ଚାମାଲ ଯୋଗାଇବାରେ ବିଫଳ ହେବାରୁ ଉକ୍ତ ଆଲୁମିନିୟମ ପାର୍କ ହୋଇପାରି ନ ଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି।

ଅନ୍ୟ ସରକାରୀ ଉଦ୍ୟୋଗଗୁଡିକରେ ମଧ୍ୟ ବିପୁଳ ଅନିୟମିତତା ଓ ଅପାରଗତାକୁ ସିଏଜି ପର୍ଦ୍ଦାଫାଶ କରିଛନ୍ତି। ହଦଗଡ଼ ଅଭୟାରଣ୍ୟ ଓ ଏହାର ୧ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଖଣି ଅନୁପଯୋଗୀ ଜମିର ବିଳମ୍ବ ଫେରସ୍ତ ଯୋଗୁ ଓଡ଼ିଶା ଖଣି ନିଗମ(ଓଏମ୍‌ସି)କୁ ଏନ୍‌ପିଭି (ନିଟ୍‌ ପ୍ରେଜେଣ୍ଟ ଭାଲ୍ୟୁ) ଓ ଅଚଳ ଭଡ଼ା ବାବଦରେ ୬୫.୨୧କୋଟି ଟଙ୍କା ଗଣିବାକୁ ପଡ଼ିିଛି। ସେହିପରି ଓଏମ୍‌ସି ଦ୍ୱାରା ଖଣିଜ ପଦାର୍ଥ ପରିବହନ ବୃଦ୍ଧି ଜନିତ ମୂଲ୍ୟର ଭୁଲ୍‌ ନିରୂପଣ ଯୋଗୁ ୦.୭୩ କୋଟି ଟଙ୍କା ଅଯଥା ଖର୍ଚ୍ଚ କରିବାକୁ ପଡ଼ିଛି।

ଶକ୍ତିକ୍ଷେତ୍ରରେ ଥିବା ୯ଟି ପିଏସ୍‌ୟୁ ୨୦୧୮-୧୯ରେ ୨୨.୪୫ କୋଟି ଟଙ୍କାର କ୍ଷତି କରିଛନ୍ତି। ୨୦୧୮-୧୯ରେ ୫ ପିଏସ୍‌ୟୁ ମିଳିତ ଭାବେ ୧୭୮.୩୪କୋଟି ଟଙ୍କା ଲାଭ କରିଥିବା ବେଳେ ୩ ପିଏସ୍‌ୟୁ ୨୦୦.୭୯ କୋଟି ଟଙ୍କା କ୍ଷତି କରିଛନ୍ତି। ଗ୍ରୀଡ୍‌କୋ ୧୯୭.୫୦ କୋଟି ଟଙ୍କା କ୍ଷତି କରିଛି। ୯ଟି ଶକ୍ତିକ୍ଷେତ୍ର ପିଏସୟୁରେ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ୪,୦୪୮.୬୭ କୋଟି ଟଙ୍କା ପୁଞ୍ଜିବିନିଯୋଗ ହୋଇଥିବା ବେଳେ ୪,୪୪୩.୧୨ କୋଟି ଟଙ୍କା କ୍ଷତି ହୋଇଛି। ସେଥିମଧ୍ୟରୁ ଗ୍ରୀଡ୍‌କୋର ନିଟ୍‌ କ୍ଷତି ୩,୮୫୩.୭୫ କୋଟି ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri