Posted inଜାତୀୟ

କୋଲକାତାର ରାସ୍ତାରୁ ଗାଏବ ହେଉଛି ‘ହଳଦିଆ ଟ୍ୟାକ୍ସି’, ଶୀଘ୍ର ପାଲଟିବ ଇତିହାସ…! 

କୋଲକାତା,୨୪।୧୨: ସ୍ବପ୍ନର ସହର କୋଲକାତା। ଭିକ୍ଟୋରିଆ ମେମୋରିଆଲ, ହାଓ୍ବଡା ବ୍ରିଜ, ରସଗୋଲା, ଟ୍ରାମ ଏବଂ ହଳଦିଆ ଟାକ୍ସି ଆଦି ଏହାର ପରିଚୟ ବୋଲି କୁହାଯାଏ। ଏସବୁ ମଧ୍ୟରୁ ସହରବାସୀଙ୍କ ହୃଦୟର ନିକଟତର ଥିବା ‘ହଳଦିଆ ଟ୍ୟାକ୍ସି’ ଇତିହାସ ପାଲଟିବାକୁ ଯାଉଛି। କହିବାର ତାତ୍ପର୍ଯ୍ୟ ଖୁବ୍‌ଶୀଘ୍ର କୋଲକାତାର ରାସ୍ତାରେ ଆଉ ଏହି ଟ୍ୟାକ୍ସି ନଜର ଆସିବ ନାହିଁ। ଚଳିତ ବର୍ଷ ସେପ୍ଟେମ୍ବରରେ ପଶ୍ଚିମବଙ୍ଗ ସରକାର କୋଲକାତାର ଐତିହାସିକ ଟ୍ରାମ୍‌କୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧୮୭୩ରେ କୋଲକାତାରେ ଏହି ଟ୍ରାମ୍‌ର ଆରମ୍ଭ ହୋଇଥିଲା। ଏହାର ଲୋକଙ୍କ ସହ ୧୫୦ ବର୍ଷର ସମ୍ପର୍କ ରହିଛି।
କୋଲକାତାବାସୀଙ୍କ ଜୀବନରେ ‘ହଳଦିଆ ଟ୍ୟାକ୍ସିର ସ୍ଥାନ ସ୍ବତନ୍ତ୍ର। ପରିବାର ନଚେତ ବନ୍ଧୁଙ୍କ ସହ ଯାତ୍ରା ହେଉ, ଏହି ଟ୍ୟାକ୍ସି ସହ ସ୍ମୃତି ଅନେକେ। ହେଲେ ଏବେ ରାସ୍ତାରୁ ଗାଡ଼ି କମ୍‌ ହୋଇଯିବ। ଏଣୁ ଲୋକେ ତାକୁ ଝୁରି ହେବା ସ୍ବାଭାବିକ।
ମାର୍ଚ୍ଚ, ୨୦୨୫ ମଧ୍ୟରେ ପ୍ରାୟ ୮୦% ହଳଦିଆ ଟ୍ୟାକ୍ସି କୋଲକାତା ରାସ୍ତାରୁ ହଟାଯିବ। ଏହା ପଛର କାରଣଟି ହେଲା ଗାଡ଼ିଗୁଡ଼ିକ ୧୫ ବର୍ଷର ସର୍ଭିସ ପିରିଏଡ୍‌ ପୂରଣ କରିଛି। ଏଥିଲାଗି ରାଜ୍ୟର ପରିବହନ ବିଭାଗ ପ୍ରଦୂଷଣ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି। କେବଳ ଏତିକି ନୁହେଁ ଟ୍ୟାକ୍ସି ଗୁଡ଼ିକର ପ୍ରଡକ୍ସନ ବନ୍ଦ  ହୋଇଥିବାରୁ ୨୦୨୭ ମଧ୍ୟରେ ଏସବୁ ଆମ୍ବାସାଡାର ଟ୍ୟାକ୍ସି ସହରରୁ ଗାଏବ ହୋଇଯିବ ବୋଲି କୁହାଯାଉଛି।
କହିରଖୁଛୁ, ୧୫ ବର୍ଷରୁ ଅଧିକ ପୁରୁଣା ଯାନବାହାନଗୁଡ଼ିକୁ ରାସ୍ତାରୁ ହଟାଇବାକୁ ୨୦୦୯ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ୭୦୦୦ରୁ ଅଧିକ ହଳଦିଆ ଟ୍ୟାକ୍ସି କୋଲକାତା ରାସ୍ତାରେ ନଜର ଆସିବ ନାହିଁ।
କିଏ ନିର୍ମାଣ କରିଥିଲା ହଳଦିଆ ଟ୍ୟାକ୍ସି:
୧୯୫୮ରେ ହିନ୍ଦୁସ୍ତାନ ମୋଟର୍ସ କୋଲକାତାରୁ ପ୍ରାୟ ୨୦ କିମି ଦୂରରେ ଥିବା ନିଜର କାରଖାନାରେ ଏହି ଆମ୍ବାସାଡାର ନିର୍ମାଣ କରିଥିଲା। ଏହ କାର ୧୯୫୬ର ମୋରିସ ଅକ୍ସଫୋଡ ସିରିଜ ୩ ଉପରେ ଆଧାରିତ ଥିଲା। ନିଜର ଲୁକ୍‌କୁ ନେଇ ଏହା ଭାରତର ଲୋକପ୍ରିୟ କାର୍‌ରୁ ଗୋଟିଏ  ପାଲଟିଥିଲା। ଏହା କେବଳ ଗୋଟିଏ ଷ୍ଟାଟସ୍‌ ସିମ୍ବଲ ନ ଥିଲା, ବରଂ ସରକାରୀ ଅଫିସରଙ୍କ ପ୍ରଥମ ପସନ୍ଦ ଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?