ଆଇକ୍ୟାଚି ଲାଗିବ ଲାପ୍‌ଟପ୍‌

ଆଜିକାଲି ପ୍ରାୟ ଯୁବପିଢ଼ି ଲାପଟପ୍‌ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ବିଶେଷକରି କରୋନା ପରଠୁ ଅନ୍‌ଲାଇନ୍‌ କ୍ଲାସ୍‌ ହେଉ କିମ୍ବା ଜବ୍‌ ପାଇଁ ଏହାର ବ୍ୟବହାର ବଢ଼ିଯାଇଛି। ତେବେ ଫ୍ୟାଶନପ୍ରିୟ ଯୁବପିଢ଼ି ନିଜ ଲାପ୍‌ଟପ୍‌କୁ ବି ଆଇକ୍ୟାଚି ଲୁକ୍‌ ଦେବାକୁ ପଛାଉ ନାହାନ୍ତି। ଯଦି ଆପଣ ବି ଏପରି କରିବାକୁ ଚାହାନ୍ତି, ତେବେ ଜାଣିରଖନ୍ତୁ କେତୋଟି ଟିପ୍ସ …
ଲ୍ୟାପ୍‌ଟପ୍‌ ସ୍କ୍ରିନ୍‌ଠାରୁ ଆରମ୍ଭ କରି ୟୁଏସ୍‌ବି ଆସେସରିଜ୍‌ ପର୍ଯ୍ୟନ୍ତ ପ୍ରତ୍ୟେକକୁ ସଜାଇବା ଲାଗି ମାର୍କେଟ୍‌ରେ ଭଳିକି ଭଳି ଉପକରଣ ଉପଲବ୍ଧ। ତେଣୁ ଆପଣ ଚାହିଁଲେ ରିମୁଭେବଲ୍‌ ଲ୍ୟାପ୍‌ଟପ୍‌ ଡେକାଲ୍‌ ଏବଂ ଆକର୍ଷଣୀୟ ସ୍କ୍ରିନ୍‌ ଏବଂ କଭର ବ୍ୟବହାର କରିପାରିବେ। ବର୍ତ୍ତମାନ ବିଭିନ୍ନ ଆର୍ଟ ଓ୍ବର୍କ ଥିବା ସ୍କ୍ରିନ୍‌ ସବୁଠୁ ଅଧିକ ଡିମାଣ୍ଡରେ ରହିଛି। କେବଳ ମାର୍କେଟ୍‌ ନୁହେଁ, ଅନ୍‌ଲାଇନ୍‌ ଶପିଂ ସାଇଟ୍‌ଗୁଡ଼ିକରୁ ମଧ୍ୟ ଏସବୁ ମଗାଇପାରିବେ।
ଏହି କଭରଗୁଡ଼ିକ ସହଜରେ କାଢ଼ି ହେଉଥିବାରୁ କେହି କେହି ଏକାଧିକ କଭର ମଧ୍ୟ ରଖି ଇଚ୍ଛାନୁସାରେ ବଦଳାଉଛନ୍ତି। ଏହି କଭର ସାଧାରଣତଃ ଜେଲାସ୍କ୍ରିନ୍‌, ହାର୍ଡ କେସ୍‌ ଏବଂ ସ୍ଲିଭ୍‌ସ।
ଲ୍ୟାପ୍‌ଟପ୍‌ର ସୁରକ୍ଷିତ ତଥା ସ୍କ୍ରାଚ୍‌ ପ୍ରୁଫ୍‌ ରଖିବା ଲାଗି ଅନେକେ ହାର୍ଡ କେସ୍‌ ବ୍ୟବହାର କରୁଥିଲେ ନିଜ ପସନ୍ଦର କଲର ହାର୍ଡ କେସ୍‌ ବ୍ୟବହାର କରି ଏହାର ସୌନ୍ଦର୍ଯ୍ୟ ବଢାଇ ପାରିବେ।
ସେହିପରି ମାଉସ୍‌ ଏବଂ ଚାର୍ଜର, ୟୁଏସ୍‌ବି ଆସେସରିଜ୍‌ର ମଧ୍ୟ ଖୁବ୍‌ ସୁନ୍ଦର ଡେକୋରେଶନ୍‌ କରିଛନ୍ତି।
ରଗ୍‌ଡ, ନିଓପ୍ରିନ୍‌ ଏବଂ ଷ୍ଟାଇଲିସ୍‌ ମଧ୍ୟରୁ ଲାପ୍‌ଟପ୍‌କୁ ଅଧିକ ଆକର୍ଷଣୀୟ ଲୁକ୍‌ ଦେଉଥିବାରୁ ଷ୍ଟାଇଲିସ୍‌ ସ୍ଲିଭ୍‌ସର ଚାହିଦା ସର୍ବାଧିକ। ତେବେ ଯୁବତୀମାନେ ଏହାକୁ ବେଶି ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।
କି’ ବୋର୍ଡର ମଧ୍ୟ ବିଭିନ୍ନ ସୁନ୍ଦର ଡିଜାଇନ୍‌ର ଷ୍ଟିକର ଅନେକେ ବ୍ୟବହାର କରୁଛନ୍ତି। ଏହା ନା କେବଳ କି’ ବୋର୍ଡକୁ ଅପରିଷ୍କାର ଏବଂ ଶୀଘ୍ର ଲୁଜ୍‌ ହେବାରୁ ବଞ୍ଚାଉଛି ବରଂ ସମ୍ପୂର୍ଣ୍ଣ ଲ୍ୟାପଟପ୍‌ର ଲୁକ୍‌ ବଦଳାଇ ଦେଉଛି। ତେବେ କଲରଫୁଲ୍‌ ବ୍ୟାକ୍‌ ଗ୍ରାଉଣ୍ଡ ଉପରେ କି’ ବୋର୍ଡ ଶର୍ଟକଟ୍‌ ଲେଖାଥିବା ଷ୍ଟିକର୍‌ର ବର୍ତ୍ତମାନ ଡିମାଣ୍ଡ ଅଧିକ ଥିବା ଦେଖିବାକୁ ମିଳୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ରୋଗ ଆଶଙ୍କା ଦୂର କରେ ସାଇକେଲ ଚାଳନା

ଆଜିକାଲି ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକେ ସାଇକେଲ ଚଳାଇବା ଏକପ୍ରକାର ଭୁଲିଗଲେଣି। ମାତ୍ର ସାଇକେଲ ଚାଳନା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ ବୋଲି ଏକ...

ଡାଇବେଟିସ୍‌ ପାଇଁ ଲାଭଦାୟକ ଖରଭୁଜ

ଖରାଦିନେ ମିଳୁଥିବା ଫଳ ହେଲା ଖରଭୁଜ। ଏଥିରେ ପ୍ରଚୁର ପରିମାଣରେ ବିଟା କ୍ୟାରୋଟିନ୍‌, ଭିଟାମିନ୍‌ ସି ଓ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ। ଏହା ସ୍ବାସ୍ଥ୍ୟପାଇଁ...

ମ୍ୟାଲେରିଆ : ଲକ୍ଷଣ, ଉପଚାର

ବର୍ଷାଋତୁର ଆଗମନରେ ଧରଣୀ ଶସ୍ୟଶ୍ୟାମଳା ହୋଇ ଉଠୁଥିବା ବେଳେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ପ୍ରସାର ଘଟିଥାଏ। ସେଥିପାଇଁ ସାଧାରଣ ଲୋକ ଏହାକୁ ବର୍ଷାଦିନିଆ ଜ୍ୱର/ରୋଗ...

ଦୁନିଆର ସବୁଠାରୁ ବଡ଼ ପାପ ‘ନାରୀର ଅପମାନ’, ଭୋଗିବାକୁ ପଡେ ଏପରି କର୍ମଫଳ

ସଂସାରରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। କିଛି ଲୋକ ଭଲ ହୋଇଥିବା ବେଳେ କିଛି ଖରାପ। ତେବେ ଖରାପ ବ୍ୟକ୍ତିଟିଏ ସାରା ଜୀବନ ପାପ କରୁଥିବା...

ରୂପ ନା ଗୁଣ- ପୁରୁଷମାନେ କିଭଳି ବାଛିବେ ଜୀବନସାଥୀ, ଜାଣନ୍ତୁ ଚାଣକ୍ୟଙ୍କ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ...

ସମସ୍ୟା ବଢ଼ାଏ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌

ବ୍ୟସ୍ତବହୁଳ ଜୀବନ ଏବଂ ଅନିୟମିତ ଖାଦ୍ୟଶୈଳୀ ଯୋଗୁ କେତେକଙ୍କଠାରେ ହାର୍ଟ(ହୃତ୍‌ପିଣ୍ଡ) ସମସ୍ୟା ଦେଖାଦେଉଛି। ପୁଣି କୋଲେଷ୍ଟ୍ରରଲ ବୃଦ୍ଧି ଏହି ସମସ୍ୟାକୁ ବଢାଇ ଦେଉଛି। ଶରୀରରେ କୋଲେଷ୍ଟରଲ...

ସ୍ବା ସ୍ଥ୍ୟ ସୂ ଚ ନା : ଦାନ୍ତ ଏବଂ ମାଢ଼ିଜନିତ ସମସ୍ୟାରୁ କେମିତି ପାଇବେ ରକ୍ଷା

ଦାନ୍ତ ଏବଂ ମାଢ଼ିଜନିତ ରୋଗ ସୃଷ୍ଟି କରିଥାଏ। ତେଣୁ ଭଲ ଭାବରେ ଦାନ୍ତ ଘଷନ୍ତୁ। କେତେକେ ଏହି କାମକୁ ଚଟାପଟ ଶେଷ କରିଦେଇଥାଆନ୍ତି। ଅତିକମ୍‌ରେ ଦୁଇ...

ସ୍ବପ୍ନରେ କାହିଁକି ଦେଖା ଦିଅନ୍ତି ପୂର୍ବପୁରୁଷ: ଜାଣନ୍ତୁ କେଉଁ ସ୍ବପ୍ନ ଦେଖିଲେ ମିଳିବ ସଫଳତା

ଶୋଇବା ଅବସ୍ଥାରେ ଦେଖାଯାଉଥିବା କେତେକ ଘଟଣାକୁ ସ୍ବପ୍ନ କୁହାଯାଏ। ମାତ୍ର ସ୍ବପ୍ନ ପ୍ରକୃତରେ ଶୋଇ ଥିବା ଅବସ୍ଥାରେ ଆସି ନ ଥାଏ। ଏହା ଶୋଇବା ଏବଂ...

Advertisement
Archives

Model This Week