ନେତାନ୍ୟାହୁ, ହମାସ୍‌ ନେତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିବ ଆଇସିସି

ହେଗ୍‌,୨୧ା୫: ଯୁଦ୍ଧ ଅପରାଧରେ ସମ୍ପୃକ୍ତ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ, ହମାସ୍‌ ନେତା ୟାହୟା ସିନ୍‌ଓ୍ବାର, ମହମ୍ମଦ ଡିଆବ ଇବ୍ରାହିମ ଅଲ୍‌-ମସ୍ରି ଏବଂ ଇସ୍‌ମାଇଲ୍‌ ହାନିୟେହଙ୍କ ବିରୋଧରେ ଅନ୍ତର୍ଜାତୀୟ ଆପରାଧିକ ଅଦାଲତ (ଆଇସିସି) ଗିରଫ ପରଓ୍ବାନା ଜାରି କରିବା ନିମନ୍ତେ ଏହାର ମୁଖ୍ୟ ପ୍ରସିକ୍ୟୁଟର ଆବେଦନ କରିଛନ୍ତି। ଗତବର୍ଷ ଅକ୍ଟୋବର ୭ରେ ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲ୍‌ ଉପରେ ଆକ୍ରମଣର ପରିଣତି ସ୍ବରୂପ ଗାଜା ଯୁଦ୍ଧ ହୋଇଥିଲା। ଆଇସିସି ମୁଖ୍ୟ ପ୍ରସିକ୍ୟୁଟର କରିମ ଖାନ୍‌ ଏହାକୁ ଯୁଦ୍ଧ ଅପରାଧ ଓ ମାନବଜାତି ବିରୋଧରେ ଅପରାଧ ବୋଲି ଅଭିଯୋଗ କରିଛନ୍ତି। ସିନ୍‌ଓ୍ବାର, ହାନିୟେହ ଏବଂ ଅଲ୍‌ ମସ୍ରିଙ୍କ ବିରୋଧରେ ଧ୍ୱଂସସାଧନ, ହତ୍ୟା, ପଣବନ୍ଦୀ କରିବା, ବଳାତ୍କାର ଓ ଯୌନ ଉତ୍ପୀଡ଼ନ ଆଦି ଅଭିଯୋଗ ଲଗାଯାଇଥିବାବେଳେ ନେତାନ୍ୟାହୁ ଓ ଗାଲାଣ୍ଟଙ୍କ ବିରୋଧରେ ଯୁଦ୍ଧଜନିତ ଧ୍ୱଂସ ସାଧନ, ଲୋକଙ୍କୁ କ୍ଷୁଧିତ ରଖିବା, ରିଲିଫ ସହାୟତାକୁ ଯୁଦ୍ଧପୀଡ଼ିତଙ୍କ ନିକଟରେ ପହଞ୍ଚାଇବାକୁ ନ ଦେବା ଆଦି ଅଭିଯୋଗ ହୋଇଛି। ପ୍ରଥମ ଥର ପାଇଁ ଆମେରିକାର ଘନିଷ୍ଠ ସହଯୋଗୀ ନେତାନ୍ୟାହୁଙ୍କ ବିରୋଧରେ ଆଇସିସି ଗିରଫ ପରଓ୍ବାନା ଜାରି କରିବାକୁ ଯାଉଛି। ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଆଇସିସି ଗିରଫ ପରଓ୍ବାନାର ସମ୍ମୁଖୀନ ହେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଟକ ଜିଲାପାଳଙ୍କ ଜନଶୁଣାଣୀ ବେଳେ ଅଭାବନୀୟ ଘଟଣା, ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ….

କଟକ ସଦର,୨୭।୭(ସୁଶାନ୍ତ କୁମାର ଜେନା): କିଶନ ନଗର ତହସିଲ କାର୍ଯ୍ୟାଳୟରେ ସୋମବାର କଟକ ଜିଲାପାଳଙ୍କ ଜନଶୁଣାଣୀ ଶିବିର ଚାଲିଥିଲା । ଏହି ସମୟରେ ଏକ ଅଭାବନୀୟ ଘଟଣା…

E20 ବିବାଦ: ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ନିତିନ ଗଡକରୀ

ନୂଆଦିଲ୍ଲୀ, ୨୭।୭: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସୋସିଆଲ ମିଡିଆରେ ପ୍ରସାରିତ ଡିପଫେକ୍ ଭିଡିଓ ଏବଂ ମାନହାନିଜନକ ପୋଷ୍ଟ ସମ୍ପର୍କରେ ବମ୍ବେ…

ପୁଣି ବଡ଼ ଆନ୍ଦୋଳନ! CJP ପରେ ସଂସଦ ପଦଯାତ୍ରା ଘୋଷଣା କଲା ଏହି ଦଳ, ସରକାରଙ୍କୁ ଘାରିଲା ଭୟ

ନୂଆଦିଲ୍ଲୀ, ୨୭॥୭: ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ୍‌ E20 ବିରୋଧରେ ଚାଲିଥିବା ବିରୋଧ ବର୍ତ୍ତମାନ ଏକ ନୂତନ ରାଜନୈତିକ ଏବଂ ସାମାଜିକ ଅଭିଯାନର ରୂପ ନେଉଥିବାର ଦେଖାଯାଉଛି।…

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

ମୁଖ ଗହ୍ବର କ୍ୟାନ୍‌ସର ପଛର କିଛି କଥା…

କଥାରେ ଅଛି-କ୍ୟାନ୍‌ସର: ନୋ ଆନ୍‌ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ…

ଡେଙ୍ଗୁ: ଅବହେଳା ହୋଇପାରେ ଘାତକ

ବର୍ଷାଦିନେ ଡେଙ୍ଗୁ ଦ୍ରୁତ ଗତିରେ ବ୍ୟାପିଥାଏ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ରୋଗ ଏଡିସ୍‌…

ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ, ୫ ଜଣଙ୍କୁ ପୋଲିସ ଅଟକ ରଖି…

ବଲାଙ୍ଗୀର,୨୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥରମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ଫାଶୀ ଖୁଣ୍ଟର ସମ୍ମୁଖୀନ ହେବେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି? ଅଡୁଆରେ ଶେଖ ହାସିନାଙ୍କ ଶେଷ ସହଯୋଗୀ

ଢାକା,୨୭।୭: ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ସମ୍ପ୍ରତି ଇସ୍ତଫା ଦେଇଛନ୍ତି। ବାଂଲାଦେଶରେ ବିପ୍ଳବ ପରେ, ସେ ଶେଖ ହାସିନାଙ୍କ ଅନ୍ତର୍ନିହିତ ସଦସ୍ୟ ମଧ୍ୟରୁ କ୍ଷମତାରେ ଥିବା ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri