Posted inଖେଳ

ଆଇସିସି ଟି୨୦: କୋହଲି, ରୋହିତଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି

ଦୁବାଇ, ୨୫।୩(ପି.ଟି.)- ବୁଧବାର ପ୍ରକାଶିତ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ଉନ୍ନତି ହୋଇଛି। କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ୪ର୍ଥରେ ପହଞ୍ଚତ୍ଥିବାବେଳେ ରୋହିତ ୩ ସ୍ଥାନ ଫାଇଦାରେ ରହି ୧୪ରେ ପହଞ୍ଚତ୍ଛନ୍ତି। ଇଂଲଣ୍ଡ ବିପକ୍ଷ ସିରିଜର ଶେଷ ଟି୨୦ ମ୍ୟାଚରେ ଇନିଂସ ଓପନିଂ କରିବାକୁ ଆସିଥିବା କୋହଲି ୫୨ ବଲ୍‌ରୁ ୮୦ ରନ କରି ଅପରାଜିତ ରହିଥିଲେ। ରୋହିତ ସେହି ମ୍ୟାଚରେ ୩୪ ବଲ୍‌ରୁ ୬୪ ରନ କରିଥିଲେ। ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଲୋକେଶ ରାହୁଲ ୫ମ ସ୍ଥାନକୁ ଖସିଛନ୍ତି। ଶ୍ରେୟାସ ଆୟାର ୫ ସ୍ଥାନ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୨୬ତମ ସ୍ଥାନରେ ପହଞ୍ଚତ୍ଥିବାବେଳେ ସୂର୍ଯ୍ୟକୁମାର ଯାଦବ ଓ ରିଷଭ ପନ୍ତ ମଧ୍ୟ ଫାଇଦାରେ ରହିଛନ୍ତି। ପଦାର୍ପଣ ମ୍ୟାଚରେ ବ୍ୟାଟିଂ ସୁଯୋଗ ପାଇ ନ ଥିବାରୁ ପଏଣ୍ଟ ଶୂନ୍ୟ ରହିଥିବା ସୂର୍ଯ୍ୟକୁମାର ପରବର୍ତ୍ତୀ ୨ ମ୍ୟାଚରେ ଯଥାକ୍ରମେ ୫୭ ଓ ୩୨ ରନ କରି ୬୬ତମ ସ୍ଥାନରେ ପହଞ୍ଚତ୍ ଯାଇଛନ୍ତି। ସେହିପରି ପନ୍ତ ୧୧ ସ୍ଥାନ ଲମ୍ଫମାରି ୬୯ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ଭାରତୀୟ ବୋଲରଙ୍କ ମଧ୍ୟରେ ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ବଡ଼ ଫାଇଦା ପାଇଛନ୍ତି। ଇଂଲଣ୍ଡ ବିପକ୍ଷ ଶେଷ ଟି୨୦ରେ ୧୫ ରନ ଦେଇ ୨ଟି ଉଇକେଟ ନେଇଥିବା ଭୁବନେଶ୍ୱର ୨୧ଟି ସ୍ଥାନ ଉପରକୁ ଉଠି ୨୪ ଏବଂ ହାର୍ଦ୍ଦିକ ୭୮ରୁ ଉପରକୁ ଉଠି ୪୭ତମ ସ୍ଥାନରେ ପହଞ୍ଚତ୍ ଯାଇଛନ୍ତି। ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ବିରାଟ କୋହଲି ଶୀର୍ଷସ୍ଥାନ ବଜାୟ ରଖିଛନ୍ତି। ରୋହିତ ଶର୍ମା ୩ୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମ୍ୟାଚ ବିଜୟୀ ୯୮ ରନର ଇନିଂସ ଖେଳିଥିବା ଶିଖର ଧାଓ୍ବନ ୨ଟି ସ୍ଥାନ ଉପରକୁ ଉଠି ୧୫ରେ ପହଞ୍ଚତ୍ଥିବାବେଳେ ବୋଲର ଭୁବନେଶ୍ୱର କୁମାର ୫ ସ୍ଥାନ ଫାଇଦାରେ ରହି ଟପ୍‌-୨୦ରେ ପ୍ରବେଶ କରିଛନ୍ତି। ଭାରତୀୟ ବୋଲରଙ୍କ ମଧ୍ୟରେ ଏକମାତ୍ର ଯଶପ୍ରୀତ ବୁମ୍‌ରା ଟପ୍‌-୧୦ ଅର୍ଥାତ୍‌ ତୃତୀୟ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ଆକ୍ରାନ୍ତ ହେଲେ ବିଶ୍ୱର ସବୁଠାରୁ ଦାମୀ ଫୁଟ୍‌ବଲ ଖେଳାଳି

ପ୍ୟାରିସ, ୩।୯: ଫ୍ରାନ୍ସର ଜଣାଶୁଣା ପ୍ରଫେଶନାଲ ଫୁଟ୍‌ବଲ କ୍ଲବ ପ୍ୟାରିସ ସେଣ୍ଟ-ଜର୍ମେନ (ପିଏସ୍‌ଜି)ର ୩ଜଣ ଖେଳାଳି କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପିଏସ୍‌ଜି...

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌, ଭାରତ-ପାକିସ୍ତାନ ମ୍ୟାଚ ଆଜି

କେପ୍‌ଟାଉନ୍‌, ୧୨ା୨: ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟରେ ଭାରତ ଏହାର ଓପନିଂ ମ୍ୟାଚରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ।...

ଆଇପିଏଲ୍‌କୁ ନେଇ ବଢୁଛି ଚିନ୍ତା: ଖେଳାଳିଙ୍କ ପରେ ଏବେ ଅମ୍ପାୟାର ବି ଟୁର୍ନାମେଣ୍ଟ ଅଧାରୁ ଛାଡି ପଳାଇଲେ

ନୂଆଦିଲ୍ଲୀ,୨୯।୪: ଦେଶରେ ଏବେ କରୋନା କାୟା ବିସ୍ତାର କରିଛି। ଏସବୁ ଭିତରେ ଆଇପିଏଲ ୨୦୨୧ ଟୁର୍ନାମେଣ୍ଟ ଜାରି ରହିଛି। କରୋନା ଯୋଗୁ ଟୁର୍ନାମେଣ୍ଟ ମଝିରେ କିଛି...

ସେପ୍ଟେମ୍ବରରେ ଆୟୋଜନ ହେବ ଇଟାଲିଆନ୍‌ ଓପନ୍‌

ମିଲାନ,୩୦।୫(ଏଏଫ୍‌ପି): ଆସନ୍ତା ସେପ୍ଟେମ୍ବରରେ ରୋମ୍‌ରେ ଇଟାଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟ ଆୟୋଜନ ହେବ। ଏହି ଏଟିପି ଓ ଡବ୍ଲ୍ୟୁଟିଏ ରୋମ କ୍ଲେ- କୋର୍ଟ ଟୁର୍ନାମେଣ୍ଟ ଆୟୋଜନ...

ମୁମ୍ବାଇ ଇଣ୍ଡିଆନ୍ସରୁ ପପୁଙ୍କୁ ଡାକରା

କଟକ ଅଫିସ,୨୦ା୧୦- ଓଡ଼ିଶା ସିନିୟର କ୍ରିକେଟ ଦଳର ବାମହାତୀ ଅର୍ଥୋଡକ୍ସ ପପୁ ରାୟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ଡାକରା ଆସିଛି। ଭାରତୀୟ ପ୍ରିମିୟର ଲିଗ୍‌(ଆଇପିଏଲ)ର ସର୍ବାଧିକ...

ଓଡ଼ିଶାର ଦୃଢ଼ ଜବାବ

ଭୁବନେଶ୍ୱର, ୨୯।୧୨ (କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ହରିୟାଣାକୁ ଦୃଢ଼ ଜବାବ ଦେଇଛି ଘରୋଇ ଓଡ଼ିଶା। ହରିୟାଣାର...

ଭାରତକୁ ୯ ଉଇକେଟ୍‌ରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଇନ୍ଦୋର,୩।୩: ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ସିରିଜରେ ପ୍ରତ୍ୟାବର୍ତ୍ତନ...

‘୨୦୨୨ ହିଁ ଶେଷ; ଆଇପିଏଲ୍‌ର ପରବର୍ତ୍ତୀ ସିଜନରେ ଖେଳିବେ ନାହିଁ ’

ନୂଆଦିଲ୍ଲୀ,୨୫।୩: ଦୀର୍ଘ ୧୪ ବର୍ଷ ଧରି ଚେନ୍ନାଇ ସୁପର କିଙ୍ଗ୍ସ ସହ ଯୋଡ଼ି ହୋଇ ରହିଛନ୍ତି ମହାନ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନୀ। ହେଲେ...

Advertisement
Archives

Model This Week