Posted inଖେଳ

ମୁଖ୍ୟ କାର୍ଯ୍ୟନିର୍ବାହୀ ସାହନୀଙ୍କୁ ଛୁଟିରେ ପଠାଇଲା ଆଇସିସି, କାର୍ଯ୍ୟକାଳ ପୂରାହେବା ପୂର୍ବରୁ ଇସ୍ତଫା ଦେଇପାରନ୍ତି

ନୂଆଦିଲ୍ଲୀ,୧୧।୩(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମୁଖ୍ୟ କାର୍ଯନିର୍ବାହୀ (ସିଇଓ) ମନୁ ସାହନୀଙ୍କୁ ଛୁଟିରେ ଆଇସିସି ପଠାଇଛି। ଫଳରେ ସେ କାର୍ଯ୍ୟକାଳ ପୂରା ହେବା ପୂବରୁ ଇସ୍ତଫା ଦେବାର ସମ୍ଭାବନା ସୃଷ୍ଟି ହୋଇଛି। ଅଡିଟ୍‌ ଫାର୍ମ ପ୍ରାଇସ୍‌ ଓ୍ବାଟରହାଉସ୍‌ କୁପର୍ସର ଏକ ଅନ୍ତରୀଣ ଯାଞ୍ଚରେ ତାଙ୍କର କାର୍ଯ୍ୟକଳାପ ତଦନ୍ତ ପରିସରଭୁକ୍ତ ହୋଇଛି। ସେ ସନ୍ଦେହ ଘେରକୁ ଆସିଛନ୍ତି। ୨୦୧୯ ଆଇସିସି ବିଶ୍ୱକପ୍‌ ପରେ ଡେଭ ରିଚାର୍ଡସନ ଇସ୍ତଫା ଦେବାରୁ ସାହନୀ ସିଇଓ ପଦରେ ନିଯୁକ୍ତ ହୋଇଥିଲେ। ସେ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିଥାନ୍ତେ। ବିଭିନ୍ନ ନୀତି ନିର୍ଦ୍ଧାରଣ ନେଇ ପ୍ରଭାବଶାଳୀ କ୍ରିକେଟ ବୋର୍ଡଗୁଡିକ ସହିତ ତାଙ୍କର ସେତେଟା ମଧ୍ୟ ଭଲ ସମ୍ପର୍କ ନ ଥିଲା।
କେବଳ ସେତିକି ନୁହେଁ ନିଜ ସହକର୍ମୀଙ୍କ ସହ ମଧ୍ୟ ତାଙ୍କର ବ୍ୟବହାର ଭଲ ନ ଥିଲା। ସହକର୍ମୀଙ୍କ ସହ ତାଙ୍କର ବ୍ୟବହାର ମୁକାବିଲାମୂଳକ ଥିଲା ବୋଲି ଆଇସିସି ବୋର୍ଡ ସହିତ ଜଡିତ ଜଣେ ଅଧିକାରୀ କହିଛନ୍ତି। କିଛି ସମୟ ହେବ ସେ ଅଫିସ୍‌କୁ ଆସୁ ନ ଥିଲେ। ଫଳରେ ମଙ୍ଗଳବାର ୫୬ ବର୍ଷୀୟ ସାହନୀଙ୍କୁ ଛୁଟିରେ ପଠାଇବାକୁ ଆଇସିସି ନିଷ୍ପତ୍ତି ନେଇଛି। ଆଇସିସିର ନୂଆ ଅଧ୍ୟକ୍ଷ ନିର୍ବାଚନ ପରଠାରୁ ସେ ଚାପରେ ରହିଥିଲେ। ନଭେମ୍ବରରେ ଗ୍ରେଗ୍‌ ବାର୍କଲେ ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ସାହନୀଙ୍କ କାର୍ଯ୍ୟକରିବାର ଶୈଳୀ ଅଜବ ପ୍ରକାରର ଥିଲା ଓ ରିଚାର୍ଡସନଙ୍କଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଫଳରେ ଅନ୍ୟ କର୍ମଚାରୀଙ୍କ ସହ ତାଙ୍କର ଭଲ ସମ୍ପର୍କ ନ ଥିଲା। ତାଙ୍କ କାର୍ଯ୍ୟକଳାପରେ କେତୋଟି କ୍ରିକେଟ ବୋର୍ଡ ଅସନ୍ତୁଷ୍ଟ ରହିଥିଲେ। ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯେତେବେଳେ ସିଙ୍ଗାପୁରର ଇମ୍ରାନ ଖ୍ବାଜା ଓ ବାର୍କଲେ ମୁହଁାମୁହିଁ ହୋଇଥିଲେ ସେତେବେଳେ ସାହନୀ ଅତ୍ୟଧିକ ଭାବେ ଏହି ପ୍ରକ୍ରିୟାରେ ନିଜକୁ ସାମିଲ କରିଥିଲେ ଓ ଏହା ଅବାଞ୍ଚିତ ଥିଲା। ପୁଣି ପରବର୍ତ୍ତୀ ସମୟରେ ବିଭିନ୍ନ ଇଭେଣ୍ଟ ଆୟୋଜନ କରିବା ନେଇ ସେ ବିଭିନ୍ନ ବୋର୍ଡ ବିଡ୍‌ ଦାଖଲ କରିବା ସହ ଅର୍ଥ ଦେବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ସେ ସମର୍ଥନ କରିଥିଲେ। ଫଳରେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଓ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ବିଭିନ୍ନ ବୋର୍ଡ ବୈଠକରେ ସମ୍ପୂର୍ଣ୍ଣ ଭାବେ ତାଙ୍କ ବିପକ୍ଷରେ ରହିଥିଲେ। ପୁଣି ୨୦୩୦-୩୧ରୁ ଆଗାମୀ ୮ ବର୍ଷ ପାଇଁ ପ୍ରତିବର୍ଷ ଅତିକମ୍‌ରେ ଗୋଟିଏ ଆଇସିସି ଇଭେଣ୍ଟ ଆୟୋଜନ କରିବା ନିଷ୍ପତ୍ତିକୁ ମଧ୍ୟ ସେ ସମର୍ଥନ କରିଥିଲେ। ତେବେ ପ୍ରଭାବଶାଳୀ ବୋର୍ଡମାନେ ଏହାକୁ ବିରୋଧ କରିଥିଲେ।
ଯଦି ସାହନୀ ଇସ୍ତଫା ନ ଦିଅନ୍ତି ତାହାହେଲେ ସମସ୍ତ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ମିଳିତ ଭାବେ ପଦରୁ ବହିଷ୍କାର କରିପାରନ୍ତି। ତାଙ୍କୁ ପଦରୁ ହଟାଇବାକୁ ହେଲେ ୧୭ରୁ ୧୨ଟି ଭୋଟ୍‌ର ଆବଶ୍ୟକତା ରହିଛି। ଏହା ବୋର୍ଡ ଅଫ୍‌ ଡାଇରେକ୍ଟର୍ସଙ୍କ ଦୁଇ ତୃତୀୟାଂଶ। ଉଲ୍ଲେଖଥାଉ କି ସାହନୀ ସିଙ୍ଗାପୁର ସ୍ପୋଟର୍‌ସ ହବ୍‌ର ପୂର୍ବତନ ସିଇଓ ଭାବେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ୧୭ ବର୍ଷଧରି କାର୍ଯ୍ୟ କରିଆସୁଥିବା ଇଏସ୍‌ପିଏନ୍‌ ଷ୍ଟାର ସ୍ପୋଟର୍‌ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଛନ୍ତି। ସେ ମାଞ୍ଚେଷ୍ଟର ୟୁନାଇଟେଡ ଲିମିଟେଡର ନନ୍‌ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଓ ମେମ୍ବର ଅଫ୍‌ ଦି ଅଡିଟ୍‌ କମିଟି ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri