Odisha Elections 2024
Posted inଖେଳ

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର ନୀତୀନ ମେନନ ଓ ଜୟରମଣ ମଦନଗୋପାଳ ଭାରତୀୟ ପ୍ରତିନିଧି ରହିବେ। ଜୁନ୍‌ ୧ରୁ ଆରମ୍ଭ ହେଉଥିବା ଇଭେଣ୍ଟ ଲାଗି ଆଇସିସି ଶୁକ୍ରବାର ୨୬ ଜଣିଆ ମ୍ୟାଚ ଅଫିସିଆଲ ତାଲିକା ପ୍ରକାଶ କରିଛି। ତନ୍ମଧ୍ୟରୁ ୨୦ ଅମ୍ପାୟର ୯ଟି ବିଭିନ୍ନ ଭେନ୍ୟୁରେ ୫୫ଟି ମ୍ୟାଚ ପରିଚାଳନା କରିବେ।

ସେମାନଙ୍କ ମଧ୍ୟରେ ରିଚାର୍ଡ ଇଲିଙ୍ଗଓ୍ବର୍ଥ, କୁମାର ଧର୍ମସେନା, କ୍ରିସ୍‌ ଗାଫାନି ଓ ପଲ୍‌ ରିଫିଲ ରହିଛନ୍ତି। ମଦନଗୋପାଳଙ୍କ ବ୍ୟତୀତ ସାମ୍‌ ନୋଗାଜ୍‌କ୍ସି, ଆଲାହୁଦ୍ଦିନ ପାଲେକର, ରଶିଦ ରିଆଜ ଓ ଅସିଫ ୟାକୁବ ପ୍ରମୁଖ ଆଇସିସି ସିନିୟର ପୁରୁଷ ପ୍ରତିଯୋଗିତାରେ ସେମାନଙ୍କର ପ୍ରଥମ ପଦାର୍ପଣ କରିବେ। ଶ୍ରୀନାଥଙ୍କ ବ୍ୟତୀତ ୬ଜଣ ଜଣାଶୁଣା ରେଫରିଙ୍କ ମଧ୍ୟରେ ରଞ୍ଜନ ମଦୁଗାଲେ, ଜେଫ୍‌ କ୍ରୋ ଓ ଆଣ୍ଡ୍ର୍ୟୁ ପାଇକ୍ରଫ୍ଟ ଅନ୍ୟତମ ରହିଛନ୍ତି। ଅଭିଜ୍ଞ ତଥା ସ୍ଥିର ପ୍ରଦର୍ଶନ କରି ଆସୁଥିବା ମ୍ୟାଚ ଅଫିସିଆଲଙ୍କୁ ବିଶ୍ୱକପ୍‌ ପାଇଁ ମନୋନୀତ କରାଯାଇଥିବା ଆଇସିସି ଜେନେରାଲ ମ୍ୟାନେଜର ଓ୍ବାସିମ୍‌ ଖାନ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

ଲଜ୍ଜାଜନକ ରେକର୍ଡ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ,୧୮।୫: ଲକ୍ଷ୍ନୌ ସୁପର ଜିଆଣ୍ଟସ ଆଇପିଏଲ ୨୦୨୪ର ୬୭ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୧୪ ରନ ସଂଗ୍ରହ...

ବକ୍ସର ପରବିନଙ୍କୁ ସସ୍‌ପେଣ୍ଡ କଲା ଓ୍ବାଡା

ନୂଆଦିଲ୍ଲୀ, ୧୮ା୫ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜୟୀ ବକ୍ସର ପରବିନ ହୁଦା ତାଙ୍କ ପ୍ୟାରିସ ଅଲିମ୍ପିକ କୋଟା ହରାଇ ପାରନ୍ତି। ସେ ୧୨ମାସ ମଧ୍ୟରେ...

ଆଜି ଆର୍‌ସିବି-ସିଏସ୍‌କେ ମହାମୁକାବିଲା: ମ୍ୟାଚ ବାତିଲ ହେଲେ ଏହି ଦଳକୁ ଫାଇଦା

ବେଙ୍ଗାଲୁରୁ, ୧୮।୫ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବହୁ ପ୍ରତୀକ୍ଷିତ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ଏଥିରେ ପରସ୍ପରର ମୁକାବିଲା କରିବେ ରୟାଲ ଚ୍ୟାଲେଞ୍ଜର୍ସ...

‘ଅବସର ନିଷ୍ପତ୍ତି ସ୍ବତଃପ୍ରବୃତ୍ତ ଥିଲା’

ନୂଆଦିଲ୍ଲୀ, ୧୮।୫ : ଖେଳିବା ସମୟରୁ ଭାରତୀୟ ଫୁଟ୍‌ବଲରେ ଲିଭିଂ ଲିଜେଣ୍ଡର ମାନ୍ୟତା ପାଉଥିବା ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣାକୁ ନେଇ ଚର୍ଚ୍ଚା ଜାରି ରହିଛି।...

ଟି୨୦ ବିଶ୍ୱକପ୍‌ ଜିତି ପାରିବ ନାହିଁ ଟିମ୍‌ ଇଣ୍ଡିଆ…କୋହଲିଙ୍କ ନାଁ ନେଇ ଏ କ’ଣ କହିଦେଲେ…

ନୂଆଦିଲ୍ଲୀ,୧୭।୫: ଆଉ କିଛି ଦିନର ବ୍ୟବଧାନ ପରେ ଆରମ୍ଭ ହେବାକୁ ଯାଛି ଟି୨୦ ବିଶ୍ୱକପ୍‌। ଏହାକୁ ନେଇ ପ୍ରଶଂସକ ଦିନ ଗଣିବା ଆରମ୍ଭ କରିଦେଇଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri