Posted inଖେଳ

ଏସିଆ କପ୍‌ରେ ଜିତିବା ପରେ ଭାରତକୁ ଝଟକା, ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନ ପ୍ରଥମ

ନୂଆଦିଲ୍ଲୀ,୧୮।୯: ରୋହିତ ଶର୍ମାଙ୍କ ଅଧିନାୟିକତ୍ୱ ଭାରତୀୟ କ୍ରିକେଟ ଦଳ ଏସିଆ କପ୍‌ ୨୦୨୩ ଟାଇଟଲ ଜିତିବାରେ ସଫଳ ହୋଇଛି। ଟାଇଟଲ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୧୦ ଉଇକେଟ୍‌ରେ ପରାସ୍ତ କରିଛି, କିନ୍ତୁ ଏହି ବିଜୟ ପରେ ମଧ୍ୟ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତକୁ ବଡ ଝଟକା ଲାଗିଛି। ପାକିସ୍ତାନ କ୍ରିକେଟ ଦଳ ପୁଣି ଥରେ ଦିନିକିଆରେ ନମ୍ବର ଓ୍ବାନ ଦଳ ହୋଇଛି।

ଏସିଆ କପ୍‌ର ସୁପର ଫୋର୍‌ରେ ତଳେ ଥିବା ପାକିସ୍ତାନ ଆଇସିସି ର଼୍ୟାଙ୍କିଙ୍ଗରେ ବଡ ରେକର୍ଡ ହାସଲ କରିଛି। ଦକ୍ଷିଣ ଆଫ୍ରିକାର ବିଜୟରୁ ପାକିସ୍ତାନ ବହୁତ ଲାଭ କରିଛି। ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚରେ ଆଫ୍ରିକା ୧୨୨ ରନ୍‌ରେ ଚମତ୍କାର ବିଜୟ ପଞ୍ଜିକରଣ କରି ଦିନିକିଆ ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ତୃତୀୟ ସ୍ଥାନକୁ ଠେଲି ଦେଇଛି ଏବଂ ପାକିସ୍ତାନ ପୁଣିଥରେ ଦିନିକିଆରେ ନମ୍ବର ଓ୍ବାନ ଦଳ ହେବାରେ ସଫଳ ହୋଇଛି।

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗରେ ଟିମ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ୧୧୪.୬୫୯ ରେଟିଂ ରହିଥିବା ବେଳେ ଏକ ନମ୍ବର ସ୍ଥାନରେ ଥିବା ପାକିସ୍ତାନ ଦଳର ୧୧୪.୮୮୯ ରେଟିଂ ରହିଛି। ଏସିଆ କପ୍‌ ପରେ ଟିମ ଇଣ୍ଡିଆ ୨୨ ସେପ୍ଟେମ୍ବରରୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ ଖେଳିବ। ଏହି ସିରିଜ ମାଧ୍ୟମରେ ଭାରତୀୟ ଦଳ ଏକ ନମ୍ବର ସ୍ଥାନ ହାସଲ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଥର ବାୟୋ ବବଲ୍‌ ନିୟମ ଭାଙ୍ଗିବା ପଡ଼ିବ ମହଙ୍ଗା: ଦେବାକୁ ହେବ କୋଟିଏ ଜରିମାନା, ମ୍ୟାଚ୍‌ରୁ ବ୍ୟାନ୍‌…

ନୂଆଦିଲ୍ଲୀ,୧୫।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ୍‌ ଦିନ ବାକି। ଏହାକୁ ନେଇ ସମସ୍ତ ଟିମ୍‌ ନିଜ ନିଜର ରଣନୀତି...

ପିତା ହେବା କଥା ଶୁଣି ବିରାଟ କୋହଲିଙ୍କ ପ୍ରତିକ୍ରିୟା ଥିଲା ଏମିତି, କଲେ ଖୁଲାସା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ୨୦୨୧ ଜାନୁଆରୀରେ ପିତା ହେବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଥମ ସନ୍ତାନ...

ଅଷ୍ଟ୍ରେଲୀୟ ଖେଳାଳିଙ୍କ ସ୍ବୀକାରୋକ୍ତି: ଆଇପିଏଲ୍‌ ପାଇଁ ଟି-୨୦ ବିଶ୍ୱକପ୍‌ରେ…

ଦୁବାଇ,୧୮।୧୦: ଟି-୨୦ ବିଶ୍ୱକପ୍‌କୁ ନେଇ ବେଶ ଆଶାବାଦୀ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ ହାଜଲେଉଡ୍‌। ନିକଟରେ ଶେଷ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ମ୍ୟାଚ୍‌ ଖେଳିବାକୁ...

ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ଆରମ୍ଭ: ପ୍ରଥମ ଟି୨୦ ଆଜି

ଲଡରରହିଲ୍‌ (ଆମେରିକା), ୩।୮(ପି.ଟି.)- ବିଶ୍ୱକପ୍‌ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବାକୁ ଯାଉଛି। ବିଶକପ୍‌ରେ ହଟ୍‌...

ବର୍ଷେ ଭିତରେ ଏତିକି ଟଙ୍କା ରୋଜଗାର କରିଛନ୍ତି କୋହଲି

କ୍ରମାଗତ ପଞ୍ଚମ ବର୍ଷ ପାଇଁ ଫୋର୍ବସର ଶ୍ରେଷ୍ଠ ୧୦୦ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଖେଳାଳିଙ୍କ ମଧ୍ୟରେ ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ଥାନ ପାଇଛନ୍ତି। ସେ...

ଐତିହାସିକ ମ୍ୟାଚ୍‌ରେ ମିଳିଲା ବର୍ଷର ପ୍ରଥମ ବିଜୟ

ଅହମ୍ମଦାବାଦ,୬।୨: ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଜୟ ସ୍ବାଦ ଚାଖିଛି ଟିମ୍‌ ଇଣ୍ଡିଆ। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ...

ବାଉଣ୍ଡ୍ରି ଗଣିତ ନିୟମକୁ ପୂର୍ବତନ କ୍ରିକେଟରଙ୍କ ସମାଲୋଚନା

ନୂଆଦିଲ୍ଲୀ,୧୫।୭(ପିଟି)- ଗୌତମ ଗମ୍ଭୀରଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବାଉଣ୍ଡ୍ରି ଗଣିତ ଦ୍ୱାରା ବିଶ୍ୱ ଚାମ୍ପିୟନ ନିର୍ଦ୍ଧାରଣ କରାଯିବା ପ୍ରକ୍ରିୟାକୁ ସମାଲୋଚନା...

୨୦୨୪ ନିର୍ବାଚନରେ ଶଶି ଥରୁରଙ୍କୁ ପରାସ୍ତ କରିବାକୁ ଚାହୁଁଛନ୍ତି ଏହି କ୍ରିକେଟର

ଥିରୁଭାନନ୍ତପୁରମ୍‌,୩୦।୯: ୨୦୨୪ ଲୋକ ସଭା ନିର୍ବାଚନରେ ଥିରୁଭାନନ୍ତପୁରମ୍‌ ଆସନରୁ ଶଶି ଥରୁରଙ୍କୁ ପରାସ୍ତ କରିବାକୁ ଚାହୁଁଛନ୍ତି କ୍ରିକେଟର୍‌ ଶାନ୍ତାକୁମାରନ୍‌ ଶ୍ରୀସନ୍ଥ। ଆଇପିଏଲ ସ୍ପଟ ଫିକ୍ସି ମାମଲାରେ...

Advertisement
Archives

Model This Week