Posted inଖେଳ

ଦିନିକିଆ କ୍ରିକେଟରେ ଆଇସିସି କରିପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨ା୪: ଦିନିକିଆ କ୍ରିକେଟ ବ୍ୟାଟରଙ୍କୁ ଅତ୍ୟଧିକ ସୁହାଉଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୫୦ ଓଭରିଆ ଫର୍ମାଟରେ ଦୁଇ ନୂଆ ବଲର ବ୍ୟବହାର ନିୟମରେ ପରିବର୍ତ୍ତନ କରିପାରେ। ଦିନିକିଆ ଫର୍ମାଟରେ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ଦୁଇ ନୂଆ ବଲ ବ୍ୟବହାର କରାଯାଉଛି। ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଆଇସିସି କ୍ରିକେଟ କମିଟି ଦିନିକିଆରେ ଗୋଟିଏ ବଲ ବ୍ୟବହାର କରିବାକୁ ସୁପାରିସ କରିଛି। ଏହି ସୁପାରିସକୁ ପ୍ଲେଇଂ କଣ୍ଡିଶନରେ ସାମିଲ କରିବା ପାଇଁ ଆଇସିସି ବୋର୍ଡ ଅଫ ଡାଇରେକ୍ଟର୍ସଙ୍କ ମଞ୍ଜୁରୀ ଦରକାର। ଆଇସିସି ବୋର୍ଡ ସଦସ୍ୟ ହରାରେରେ ରବିବାର ଏ ସଂକ୍ରାନ୍ତରେ ଆଲୋଚନା କରିବେ।

ପର୍ଯ୍ୟନ୍ତ ଦିନିକିଆରେ ଦୁଇଟି ନୂଆ ଧଳା କୁକାବୁରା ବଲ ବ୍ୟବହାର କରାଯାଉଛି। ବୋଲରମାନେ ଉଭୟ ଏଣ୍ଡରୁ ଭିନ୍ନ ଭିନ୍ନ ନୂଆ ବଲ ବ୍ୟବହାର କରୁଥିବାରୁ ବଲ ମ୍ୟାଚ ଶେଷ ହେବା ପର୍ଯ୍ୟନ୍ତ ହାର୍ଡ ରହୁଛି। ଏହା ବ୍ୟାଟରଙ୍କୁ ମୁକ୍ତ ଭାବେ ସ୍କୋର କରିବାକୁ ସୁଯୋଗ ଦେଉଛି। ୩୦ ୟାର୍ଡ ସର୍କଲ ବାହାରେ ମାତ୍ର ୪ ଖେଳାଳିଙ୍କୁ ଅନୁମତି ଥିବାରୁ ବୋଲରଙ୍କ ଅପେକ୍ଷା ବ୍ୟାଟରମାନେ ଅଧିକ ଫାଇଦାରେ ରହୁଛନ୍ତି। ଏପରି କି କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ମଧ୍ୟ ଦୁଇ ନୂଆ ବଲ ବ୍ୟବହାରକୁ ନାପସନ୍ଦ କରିଥିଲେ। ଦୁଇ ନୂଆ ବଲର ବ୍ୟବହାର ଯୋଗୁ ରିଭର୍ସ ସ୍ବିଙ୍ଗ ଦେଖିବାକୁ ମିଳୁନାହିଁ। କାରଣ ରିଭର୍ସ ସ୍ବିଙ୍ଗ ହେବା ଲାଗି ବଲକୁ ଅତିକମ୍‌ରେ ୩୫ ଓଭର ପୁରୁଣା ହେବା ଦରକାର। ବଲ ପୂରା ମ୍ୟାଚରେ ହାର୍ଡ ରହୁଥିବାରୁ ସ୍ପିନରମାନେ ବି ସଂଘର୍ଷ କରୁଛନ୍ତି।

କ୍ରିକେଟ କମିଟି ୩ଟି ନିୟମରେ ପରିବର୍ତ୍ତନ କରିବାକୁ ସୁପାରିସ କରିଛି। ଦିନିକିଆ କ୍ରିକେଟରେ ଗୋଟିଏ ଧଳା ବଲର ବ୍ୟବହାର। ଟେଷ୍ଟରେ ଓଭର ହାର ଯାଞ୍ଚ କରିବା ପାଇଁ କ୍ଲକ ଟାଇମର ବ୍ୟବହାର ଓ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌କୁ ୫୦ ଓଭର ବଦଳରେ ଟି୨୦ ଫର୍ମାଟରେ ଖେଳାଯିବା ଲାଗି ସୁପାରିସ କରିଛି“ ବୋଲି ଆଇସିସି ବୋର୍ଡ ସଦସ୍ୟ କହିଛନ୍ତି। ଦୁଇଟି ବଲ ୨୫ତମ ଓଭର ପର୍ଯ୍ୟନ୍ତ ବ୍ୟବହାର କରାଯିବାର ସମ୍ଭାବନା ରହିଛି। ତା’ ପରେ ବୋଲିଂ ଦଳକୁ ଦୁଇ ବଲ ମଧ୍ୟରୁ ଗୋଟିଏ ବାଛିବାକୁ ବିକଳ୍ପ ଦିଆଯାଇପାରେ, ଯେଉଁଥିରେ ଦଳ ମ୍ୟାଚ ଶେଷ ପର୍ଯ୍ୟନ୍ତ ବୋଲିଂ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?