Posted inଖେଳ

ବର୍ଣ୍ଣବୈଷମ୍ୟ ଆକ୍ଷେପକୁ ଆଇସିସିର ନିନ୍ଦା: କାର୍ଯ୍ୟାନୁଷ୍ଠାନ ନେଇ ସିଏଠାରୁ ରିପୋର୍ଟ ମାଗିଲା

ଦୁବାଇ,୧୧।୧(ପି.ଟି.): ଚଳିତ ତୃତୀୟ ଟେଷ୍ଟର ଚତୁର୍ଥ ଦିବସରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ କେତେକ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ଏ ନେଇ ପଡିଆରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ଓ ଖେଳ କିଛି ସମୟ ବନ୍ଦ ରହିଥିଲା। ଫଳରେ କେତେଜଣ ଦର୍ଶକଙ୍କୁ ଷ୍ଟାଡିୟମରୁ ବାହାର କରି ଦିଆଯାଇଥିଲା। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମଧ୍ୟ ଏ ନେଇ କ୍ଷମା ମାଗିଥିଲା। ତେବେ ରବିବାର ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ମାମଲାରେ ଆଇସିସି ସିଏଠାରୁ ରିପୋର୍ଟ ମାଗିଛି। ଏଥିରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ଆଇସିସି ସ୍ପଷ୍ଟୀକରଣ ମାଗିଛି। ଏହାକୁ ଆଇସିସି ଦୃଢ଼ ଭାବେ ନିନ୍ଦା କରିଛି। ଏହି ଘଟଣାର ତଦନ୍ତ ପାଇଁ ଆଇସିସି ସିଏକୁ ସବୁପ୍ରକାର ସହାୟତା ପ୍ରଦାନ କରିବାକୁ ରାଜି ଅଛି ବୋଲି କହିଛି।
କ୍ରିକେଟରେ ବର୍ଣ୍ଣବୈଷମ୍ୟ ଆକ୍ଷେପ ଓ ଏହି ଭଳି ଘଟଣାକୁ ଆଦୌ ବରାଦସ୍ତ କରାଯିବ ନାହିଁ ବୋଲି ଆଇସିସି ମୁଖ୍ୟ କାର୍ଯନିର୍ବାହୀ ମନୁ ସନେ କହିଛନ୍ତି। ଭେଦଭାବ ଓ ବର୍ଣ୍ଣବୈଷମ୍ୟ ଆକ୍ଷେପ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏ ସଂକ୍ରାନ୍ତରେ ସିଏ ଓ ଗ୍ରାଉଣ୍ଡ କର୍ତ୍ତୃପକ୍ଷ ଯେଉଁ ନିଷ୍ପତ୍ତି ନେଇଛନ୍ତି ଆଇସିସି ତାହାକୁ ସ୍ବାଗତ କରିଛି।
ଉଲ୍ଲେଖଥାଉ କି, ଶନିବାର ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ଜଣେ ମଦ୍ୟପ ଦର୍ଶକ ସିରାଜ ଓ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିଲେ। ଆଇସିସି ଭେଦଭାବ ନିରୋଧ ନିୟମ ଅନୁଯାୟୀ ସିଏକୁ ଏହି ମାମଲାରେ ତଦନ୍ତ କରିବା ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ। ଉଲ୍ଲେଖଥାଉ କି, ସିରାଜଙ୍କୁ ସମ୍ପୃକ୍ତ ଉଚ୍ଛୃଙ୍ଖଳ ଦର୍ଶକମାନେ ମଙ୍କି (ମାଙ୍କଡ) ଓ ବ୍ରାଉନ୍‌ ଡଗ୍‌ (ବାଦାମୀ ରଙ୍ଗର କୁକୁର) ବୋଲି କହିଥିଲେ। ଏହି ଘଟଣା ୨୦୦୭-୦୮ରେ ଭାରତର ଅଷ୍ଟେଲିଆ ଗସ୍ତ ଅବସରରେ ହୋଇଥିବା ବହୁ ଚର୍ଚ୍ଚିତ ମଙ୍କିଗେଟ୍‌ ମାମଲାକୁ ମନେ ପକାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିଙ୍ଗରେ ୬ ଗ୍ରୁପ୍‌, ୨ ନକ୍‌ଆଉଟ ମ୍ୟାଚ

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)- ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ୭ମ ସଂସ୍କରଣ ଭାରତର ୫ଟି ସହରରେ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ...

ଦୋକାନ ଖୋଲିଲେ ଧୋନୀ, ଜମିଲା ଭିଡ

ରାଞ୍ଚି,୨୧।୩: ଭାରତର ପୂର୍ବତନ ଦଳର କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଅବସର ନେବା ପରେ ମଧ୍ୟ ତାଙ୍କ କ୍ରେଜ୍‌ ଆଜି ବି ରହିଛି। ନିଜ ସହର...

ଭାରତର କ୍ଲିନ୍‌ ସୁଇପ୍‌: ଦକ୍ଷିଣ ଆଫ୍ରିକାର ଇନିଂସ ପରାଜୟ; ରୋହିତ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଓ ସିରିଜ

ରାଞ୍ଚି,୨୨।୧୦(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ଆଉ ୨ ଉଇକେଟ ହାସଲ କରି ଶେଷରେ ବିଜୟର ଔପଚାରିକତା ପୂରଣ କରିଛି। ଦକ୍ଷିଣ ଆଫ୍ରିକା...

ଅଷ୍ଟ୍ରେଲିଆନ ଓପନ୍‌: ଜୋକୋଭିଚ୍‌ଙ୍କୁ ଅଷ୍ଟମ ଟାଇଟଲ, ନଂ.୧କୁ ପ୍ରତ୍ୟାବର୍ତ୍ତନ

ମେଲ୍‌ବୋର୍ନ, ୩।୨(ଏଏଫ୍‌ପି)- ଅଭିଜ୍ଞ ସର୍ବିୟା ଟେନିସ୍‌ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ହାସଲ କରିଛନ୍ତି। ରବିବାର ଏଠାରେ...

ପଦକ ପକ୍କା କଲେ ନୀତୁ

ନୂଆଦିଲ୍ଳୀ,୨୩ା୩(ପି.ଟି): ନୂଆଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତ ପାଇଁ ପ୍ରଥମ ପଦକ ପକ୍କା କରିଛନ୍ତି ନୀତୁ ଘଂଘାସ। ୪୮ କିଗ୍ରା ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା...

ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଅର୍ଜୁନ ପୁରସ୍କାର ଗ୍ରହଣ କଲେ ଦୂତୀ

ଭୁବନେଶ୍ୱର, ୩୦।୮(କ୍ରୀଡ଼ା ପ୍ରତିନିଧି)- ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟର ନବମ କ୍ରୀଡ଼ାବିତ୍‌ଭାବେ ଶନିବାର ସମ୍ମାନଜନକ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ସ୍ପ୍ରିଣ୍ଟ କୁଇନ୍‌ ଦୂତୀ...

ଟେଷ୍ଟ: ଓ୍ବେଷ୍ଟଇଣ୍ଡିଜ୍‌ ୯ ଉଇକେଟରେ ବିଜୟୀ

ଲକ୍ଷ୍ନୌ,୩୦।୧୧(ପି.ଟି.)- ଏଠାରେ ଖେଳାଯାଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଶୁକ୍ରବାର ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ ଅଫ୍‌ ସ୍ପିନର ରାଖିମ କର୍ନଓ୍ବାଲ କ୍ୟାରିୟର...

ଅଳ୍ପକେ ଶତକରୁ ବଞ୍ଚିତ ହେବା ପରେ ପ୍ରଶଂସକଙ୍କ ମନ ଜିତିଲେ ଓ୍ବାର୍ନର

ଆଡିଲେଡ୍‌,୧୬।୧୨: ଇଂଲଣ୍ଡ ବିପକ୍ଷ ଆଶେସ ସିରିଜ୍‌ର ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନର ପ୍ରଶଂସକଙ୍କ ମନ ଜିଣିଛନ୍ତି। ସହଜରେ ସାଥି ଓପନର ମାର୍କସ ହାରିସଙ୍କ...

Advertisement
Archives

Model This Week