Posted inଜାତୀୟ

ଭାରତୀୟ ବିମାନ ହାଇଜ୍ୟାକର ଇବ୍ରାହିମଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୮।୩: ଭାରତୀୟ ଏୟାରଲାଇନ୍‌ ଫ୍ଲାଇଟ୍‌ ଆଇସି-୮୧୪କୁ ୧୯୯୯ରେ ଅପହରଣ କରି ନେଇଥିଲେ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ(ଜେଇଏମ୍‌)ର ୫ ସଦସ୍ୟ। ଅପହରଣକାରୀଙ୍କ ମଧ୍ୟରେ ଥିବା ମିସ୍ତ୍ରି ଜାହୁର ଇବ୍ରାହିମ ଆକା ଜାମାଲିଙ୍କୁ କରାଚିରେ ଗୁଳି କରି ଜଣେ ବନ୍ଧୁକଧାରୀ ହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ଯୋଗୁ ପାକିସ୍ତାନରେ ଲୁଚିଥିବା ଫ୍ଲାଇଟ୍‌ ଆଇସି-୮୧୪ ଅପହରଣକାରୀଙ୍କ ସଂଖ୍ୟା ଦୁଇକୁ ଖସି ଆସିଛି।

ଆତଙ୍କବାଦୀ ନିରୋଧୀ ବିଶେଷଜ୍ଞଙ୍କ ଅନୁଯାୟୀ, ଜାହୁର ମିସ୍ତ୍ରିଙ୍କ ଅନ୍ତିମ ସଂସ୍କାରରେ ଜେଇଏମ୍‌ର ସିନିୟର ଲିଡର ଯୋଗଦେଇଥିଲେ। ଅପହରଣକାରୀଙ୍କ ମଧ୍ୟରୁ ଏବେ କେବଳ ଇବ୍ରାହିମ ଆଝାର ଓ ଶାହିଦ ଆଖତର ପାକିସ୍ତାନରେ ଲୁଚିଛନ୍ତି। ସେମାନେ ପାକିସ୍ତାନର ଖାଇବର ଫାକତୁନଖ୍ବା ଅଞ୍ଚଳରେ ସୁରକ୍ଷାରେ ରହୁଛନ୍ତି। ହାଇଜ୍ୟାକରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ସ୍ବାଭାବିକ ଥିଲା। ଅନ୍ୟ ଜଣେ ୨୦୦୧, ଡିସେମ୍ବର ୧୩ରେ ସଂସଦ ଆକ୍ରମଣ ବେଳେ ଭାରତୀୟ ସୁରକ୍ଷା ବଳ ଗୁଳିରେ ପ୍ରାଣ ହରାଇଥିଲେ।

୧୯୯୯ ଡିସେମ୍ବର ୩୧ ତାରିଖରେ ଫ୍ଲାଇଟ୍‌ ଆଇସି-୮୧୪କୁ ଜେଇଏମ୍‌ ସଦସ୍ୟ ଅପହରଣ କରି ଆଫଗାନିସ୍ତାନର କାନ୍ଧର ନେଇଯାଇଥିଲେ। ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଭାରତ ସରକାରଙ୍କୁ ମାସୁଦ ଆଝାର ଏବଂ ଓମାର ସଇଦ ଶେଖଙ୍କୁ ଛାଡ଼ିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?