Odisha Elections 2024

୨୦୨୪ ପରୀକ୍ଷା ପାଇଁ ସମ୍ଭାବ୍ୟ କ୍ୟାଲେଣ୍ଡର ପ୍ରକାଶ କଲା ଆଇବିପିଏସ, ଜାଣନ୍ତୁ ରେଜିଷ୍ଟ୍ରେସନ ତାରିଖ

ନୂଆଦିଲ୍ଲୀ,୧୭।୧: ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ୨୦୨୪ ରେ ବିଭିନ୍ନ ପରୀକ୍ଷା ପାଇଁ ଏକ କ୍ୟାଲେଣ୍ଡର ପ୍ରକାଶ କରିଛି। ବ୍ୟାଙ୍କିଙ୍ଗ ଚାକିରି ପାଇଁ ଆଶାୟୀମାନେ ଆଇବିପିଏସର ଅଫିସିଆଲ୍ ୱେବସାଇଟ୍ ibps.in ଯାଇ ସବିଶେଷ ସୂଚନା ପାଇ ପାରିବେ।

ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡିକରେ ଅଫିସ୍ ଆସିଷ୍ଟାଣ୍ଟ ଏବଂ ଅଫିସର ସ୍କେଲ୍ ୧(ଆଇବିପିଏସ, ଆରଆରବି କ୍ଲର୍କ ଏବଂ ଆରଆରବି ପିଓ) ପାଇଁ ପ୍ରାଥମିକ ପରୀକ୍ଷା ଅଗଷ୍ଟ ୩, ୫, ୧୦, ୧୭, ଏବଂ ୧୮ରେ ହେବା ପାଇଁ ସ୍ଥିର ହୋଇଛି।

ଅଫିସର୍ ସ୍କେଲ୍ ୨ ଏବଂ ୩ ପାଇଁ ଏକକ ପରୀକ୍ଷା ସେପ୍ଟେମ୍ବର ୨୯ ପାଇଁ ଧାର୍ଯ୍ୟ ହୋଇଥିବାବେଳେ ସେହି ଦିନ ଅଫିସର୍ ସ୍କେଲ୍ ୧ ପାଇଁ ମେନ୍ ପରୀକ୍ଷା ହେବା ନେଇ ଆଶା କରାଯାଉଛି। ଅଫିସ୍ ଆସିଷ୍ଟାଣ୍ଟ ପଦବୀ ପାଇଁ ଅକ୍ଟୋବର ୬ ରେ ମେନ୍ ପରୀକ୍ଷା ହେବ।

ଆଇବିପିଏସ୍ ପିଓ ପ୍ରିଲିମ ପରୀକ୍ଷା ଅକ୍ଟୋବର ୧୯ ଏବଂ ୨୦ ରେ ହେବାର ସମ୍ଭାବନା ରହିଛି, ମେନ୍ ପରୀକ୍ଷା ନଭେମ୍ବର ୩୦ ରେ ହୋଇପାରେ।

ଆଇବିପିଏସ୍ କ୍ଲର୍କ ପ୍ରିଲିମସ୍ ପରୀକ୍ଷା ଅଗଷ୍ଟ ୨୪, ୨୫, ଏବଂ ୩୧ ପାଇଁ ଧାର୍ଯ୍ୟ ହୋଇଛି, ମେନ୍ ପରୀକ୍ଷା ଅକ୍ଟୋବର ୧୩ ପାଇଁ ସ୍ଥିର ହୋଇଛି। ଏହି ସମସ୍ତ ପରୀକ୍ଷା ପାଇଁ ସବିଶେଷ ବିଜ୍ଞପ୍ତି ibps.in ରେ ଧାର୍ଯ୍ୟ ସମୟରେ ପ୍ରକାଶ ପାଇବ।

ଅନଲାଇନରେ ପଞ୍ଜୀକରଣ ପ୍ରକ୍ରିୟା କରାଯିବ ଏବଂ ଗୋଟିଏ ପଞ୍ଜୀକରଣରେ ଉଭୟ ପ୍ରିଲିମିନାରୀ ଏବଂ ମେନ୍ ପରୀକ୍ଷାକୁ ସାମିଲ ରହିବ ଯେଉଁଠାରେ ପ୍ରଯୁଜ୍ୟ ହେବ ବୋଲି ଆଇବିପିଏସ କହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ହାଇକୋର୍ଟର ୧୪୭ ଏଏସ୍‌ଓ ପଦବୀ ନିମନ୍ତେ ବିଜ୍ଞପ୍ତି, ମେ ୨୦ରୁ ଆବେଦନ

କଟକ,୧୪ା୫ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ ୧୪୭ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବୀ ନିମନ୍ତେ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ତନ୍ମଧ୍ୟରୁ ୪୯ଟି ପଦବୀ...

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ, ୮୧ ହଜାର ଯାଏଁ ଅଛି ଦରମା

ଭୁବନେଶ୍ୱର,୧୪।୫: ଓଡ଼ିଶା ହାଇକୋର୍ଟରେ ୩୫ଟି ଜୁନିୟର ଷ୍ଟେନୋଗ୍ରାଫର ପଦ ପୂରଣ ପାଇଁ ମଙ୍ଗଳବାର ପ୍ରକାଶ ପାଇଛି ବିଜ୍ଞପ୍ତି। ଆବେଦନକାରୀମାନେ ମେ’ ୨୦ ତାରିଖ ସକାଳ ୧୦ଟାରୁ...

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ,୧୩।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରେଜଲ୍ଟ ଘୋଷଣା କରିଛି। ବୋର୍ଡ ଏକାସାଙ୍ଗରେ ଉଭୟ ଶ୍ରେଣୀ ପାଇଁ ଫଳାଫଳ ଘୋଷଣା କରିଛି।...

ଏକ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବ ”ପିଏମ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା”

ନୂଆଦିଲ୍ଲୀ,୧୨ା୫: ୧୦ ନିୟୁତ ଘରକୁ ସୌର ପ୍ୟାନେଲ ଯୋଗାଇବାରେ ସାହାଯ୍ୟ କରିବା ପାଇଁ ସରକାର ସୌର ପ୍ୟାନେଲ ସ୍ଥାପନ ଏବଂ ପରିଚାଳନାରେ ପାରଦର୍ଶୀ ଥିବା ୧୦୦,୦୦୦-ଶକ୍ତିଶାଳୀ...

ୟୁଜିସି-ଏନ୍‌ଇଟି ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୧୦।୫(ଅସମାପିକା ସାହୁ) – ଆସନ୍ତା ମାସରେ ୟୁଜିସି-ଏନ୍‌ଇଟି ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ...

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଘରୋଇ ସ୍କୁଲରେ ନାମଲେଖା ପାଇଁ ଅବଧି ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,୭।୪: ଚଳିତ ଶିକ୍ଷାବର୍ଷରେ ଶିକ୍ଷାଧିକାର ଆଇନ୍‌‌ ଅନୁସାରେ, ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଘରୋଇ ସ୍କୁଲରେ ନାମଲେଖା ଅବଧିକୁ ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri