Posted inଜାତୀୟ

ଛେଳି ଚରାଉଥିବା ଯୁବକ ଏବେ ଆଇଏଏସ୍‌

ନୂଆଦିଲ୍ଲୀ,୬।୪: ପିଲାଦିନ ସହିତ ଜଡିତ ସମସ୍ତଙ୍କର କିଛି ନା କିଛି ସ୍ମୃତି ରହିଛି। ଯେତେବେଳେ ଲୋକମାନେ ସେମାନଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ବସିଥାନ୍ତି ସେହି ମସୟରେ ଏହି ପୁରୁଣା ମୁହୂର୍ତ୍ତଗୁଡ଼ିକୁ ମନେପଡ଼ିଯାଇଥାଏ। ଇତିମଧ୍ୟରେ ଜଣେ ଆଇଏଏସ୍‌ ଅଧିକାରୀଙ୍କର କିଛି ଏଭଳି ସ୍ମୃତି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟୁଇଟରରେ ଶେୟାର ହୋଇଥିବା ଏହି କାହାଣୀକୁୁ ପଢ଼ିବା ପରେ ଲୋକମାନେ ଭାବପ୍ରବଣ ହୋଇଯାଇଛନ୍ତି। ଏଥିସହ ଅନେକ ୟୁଜର୍ସ ତାଙ୍କୁ ପ୍ରଶଂସା ମଧ୍ୟ କରିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଆଇଏଏସ୍‌ ରାମ ପ୍ରକାଶ ଟୁଇଟ କରି ଲେଖିଛନ୍ତି, ଥରେ ୫-୬ଜଣ ଲୋକ ଛେଳି ଚରାଇବାକୁ ଯାଇଥିବା ବେଳେ ସେଠାରେ ଥିବା ଏକ ଆମ୍ବ ଗଛର ଡାଳରେ ଝୁଲୁଥିଲୁ। ହଠାତ୍‌ ସେହି ଡାଳଟି ଭାଙ୍ଗିଯାଇଥିଲା। ଅବଶ୍ୟ କହାରିକୁ ଆଘାତ ଲାଗି ନ ଥିଲା। କିନ୍ତୁ ମାଡ ଖାଇବାରୁ ବର୍ତ୍ତିବା ପାଇଁ ଆମେ ଉକ୍ତ ଡାଳକୁ ଉଠାଇନେଇ ଆସିଥିଲୁ। ଯାହାଦ୍ୱାରା କେହି ଜାଣିପାରେବି ନାହିଁ ଯେ, ଡାଳଟି ଭାଙ୍ଗିଯାଇଛି। ସେହି ସମୟରେ ପ୍ରାୟତଃ ପାଠପଢ଼ା ସରିବା ପରେ ଛେଳି ଚରାଇବା ଏକ ନିତିଦିନିଆ କାମ ରହିଥିଲା। ଗାଁରେ ସବୁଦିନେ ସ୍କୁଲ ସରିବା ପରେ ସେ ଛେଳି ଚରାଇବାକୁ ଯାଉଥିଲେ। କାରଣ ପାଠପଢ଼ା ଓ ଛେଳି ଚରାଇବା ଏହି ଦୁଇଟି କାର୍ଯ୍ୟ ଏକତ୍ର କରାଯାଉଥିଲା। ଏହା କେବଳ ଗୋଟିଏ ଦିନର କଥା ନୁହେଁ, ନିତିଦିନଆ କାର୍ଯ୍ୟ ରହିଥିଲା ବୋଲି ରାମ ପ୍ରକାଶ କହିଛନ୍ତି। ଏହି ଘଟଣାକୁ ଆଇଏଏସ୍‌ ରାମପ୍ରକାଶ ଏବେ ଟୁଇଟରରେ ଶେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ରାମ ପ୍ରକାଶ ଶେୟାର କରିଥିବା ଏହି କାହାଣୀ ତାଙ୍କ ପୈତୃକ ଗାଁର। ରାମ ପ୍ରକାଶ ଉତ୍ତରପ୍ରଦେଶର ମିର୍ଜାପୁର ଜିଲା ଅନ୍ତର୍ଗତ ଜାମୁଆ ବଜାର ସ୍ଥିତ ଏକ ଗାଁର ବାସିନ୍ଦା। ରାଜସ୍ଥାନ କ୍ୟାଡରର ୨୦୧୮ ବ୍ୟାଚ ଆଇଏଏସ୍‌ ଅଧିକାରୀ ହେଉଛନ୍ତି ରାମ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

‘ଆମ ସମ୍ପତ୍ତି ନଷ୍ଟ କଲେ ପରିଣାମ ଭୟଙ୍କର ହେବ’

ନୂଆଦିଲ୍ଲୀ,୩।୭: ପାକିସ୍ତାନ ଯଦି ଡ୍ରୋନ୍‌ ଆକ୍ରମଣ କରିବାକୁ ଉଦ୍ୟମ କରେ କିମ୍ବା ହାଇବ୍ରିଡ୍‌ ଓ୍ବାରଫେୟାରରେ ଭାରତୀୟ ସାମରିକ ଘାଟିକୁ ଟାର୍ଗେଟ କରେ ତେବେ ଏହାର ଠିକଣା...

‘ଦ କଶ୍ମୀର ଫାଇଲ୍ସ’ ଦେଖିବା ପରେ ବଦଳା ଗଲା ସ୍କୁଲ୍‌ର ନାଁ

ନୂଆଦିଲ୍ଲୀ,୨୮।୩: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ରିଲିଜ ହେବା ପରଠୁ ଚର୍ଚ୍ଚାରେ ରହିଛି। ଏହାକୁ ନେଇ ଲଗାତାର ଦର୍ଶକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କେବଳ ସେତିକି...

ଟିଏମ୍‌ସି ନେତାଙ୍କୁ ହରାଇଲେ ଝୁମ୍ପୁଡ଼ିରେ ରହୁଥିବା ଏହି ମହିଳା, ହେଲେ ଭାଜପା ବିଧାୟକ

କୋଲକାତା,୩।୫: ପଶ୍ଚିମବଙ୍ଗର ସାଲତୋରା ନିର୍ବାଚନ ମଣ୍ଡଳୀରୁ ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ଚନ୍ଦନା ବାଉରୀଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛାର ସୁଅ ଛୁଟୁଛି। ୩୦ ବର୍ଷୀୟା ଚନ୍ଦନା...

ଶିବସେନା ସହ ସରକାର ଗଠନକୁ ମିଳିଲା ଗ୍ରୀନ୍‌ ସିଗ୍‌ନାଲ

ନୂଆଦିଲ୍ଲୀ,୨୧।୧୧: କଂଗ୍ରେସ କାର୍ଯ୍ୟକାରିଣୀ(ସିଡବ୍ଲୁସି)ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ଏଥିରେ ମହାରାଷ୍ଟ୍ରରେ ଶିବସେନା ସହ ସରକାର ଗଠନକୁ ନେଇ ଆଲୋଚନା ହୋଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା...

କୃଷକଙ୍କୁ ଖୁସି ଖବର ଦେଲେ ସରକାର: ୯.୫ କୋଟି ଲୋକଙ୍କୁ ପଠାଇଲେ ଟଙ୍କା

ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁଯାୟୀ କୃଷକଙ୍କୁ ୨ ହଜାର ପ୍ରଦାନ କରିଛନ୍ତି। ଏହି ଯୋଜନା ଏହା...

୫ ଜୀବନ ବଞ୍ଚାଇ ଭାସିଗଲେ ଗାଇଡ୍‌

ଶ୍ରୀନଗର,୨ା୬(ପି.ଟି.): ଦୁଇ ବିଦେଶୀଙ୍କ ସମେତ ୫ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇବା ପରେ ଜଣେ ଟୁରିଷ୍ଟ ଗାଇଡ୍‌ ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି। ଏଭଳି ଦୁଃଖଦ ଘଟଣା...

ନୌସେନାକୁ ମିଳିବ ‘ଆଇଏନ୍‌ଏସ୍‌ ଭାଗିର୍‌’: ଶତ୍ରୁକୁ ଚକମା ଦେଖାଇ ଆକ୍ରମଣ କରିବାରେ ସକ୍ଷମ

ନୂଆଦିଲ୍ଲୀ,୨୦।୧: ଭାରତୀୟ ନୌସେନାର ଶକ୍ତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆସନ୍ତା ଜାନୁୟାରୀ ୨୩ରେ ନୌସେନାରେ ସାମିଲ ହେବ ଆଧୁନିକ ଡିଜେଲ-ଇଲେକ୍ଟ୍ରିକ ଆକ୍ରମଣ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌...

ଶପଥ ନେଲେ ମୁର୍ମୁ

ନୂଆଦିଲ୍ଲୀ,୮।୮: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଶନିବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି) ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ...

Advertisement
Archives

Model This Week