Posted inଜାତୀୟ

ବାବୁଙ୍କ କୁକୁର ପାଇଁ ଖେଳାଳିଙ୍କୁ ଷ୍ଟାଡିୟମ ମନା

ନୂଆଦିଲ୍ଲୀ, ୨୭ା୫:ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ତ୍ୟାଗରାଜ ଷ୍ଟାଡିୟମରେ ଜଣେ ଆଇଏଏସ୍‌ ଅଧିକାରୀଙ୍କ କୁକୁର ଚାଲିବା ପାଇଁ କିଛି ମାସ ହେଲା ଖେଳାଳି ଓ କୋଚମାନଙ୍କୁ ସନ୍ଧ୍ୟାରେ ବାହାରିଯିବାକୁ ବାଧ୍ୟ କରାଯାଉଥିବା ଖବର ଚର୍ଚ୍ଚାକୁ ଆସିଛି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଦିଲ୍ଲୀ ମୁଖ୍ୟ ସଚିବ (ରାଜସ୍ବ) ସଞ୍ଜୀବ ଖିରଓ୍ବାର ତାଙ୍କ କୁକୁରକୁ ଚଲାଇବାକୁ ନେଉଥିବାରୁ ପ୍ରତି ସନ୍ଧ୍ୟାରେ ଖେଳାଳିଙ୍କୁ ଷ୍ଟାଡିୟମ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଉଥିଲା। ସେ ସେଠାରେ କୁକୁରକୁ ଅଧଘଣ୍ଟାଏ ଧରି ଚଲାଉଥିଲେ।
ଏ ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଦିଲ୍ଲୀ ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସମସ୍ତ ସରକାରୀ ଷ୍ଟାଡିୟମଗୁଡ଼ିକ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ନିର୍ଦ୍ଦେଶ ଦେବା ସହ ଖେଳାଳିମାନେ ସେ ପର୍ଯ୍ୟନ୍ତ ସେଠାରେ ଟ୍ରେନିଂ ନେଇପାରିବେ ବୋଲି କହିଛନ୍ତି।
ଜଣେ କୋଚଙ୍କ ଅଭିଯୋଗ ମୁତାବକ, ପୂର୍ବରୁ ରାତି ୮ରୁ ସାଢ଼େ ୮ଟା ପର୍ଯ୍ୟନ୍ତ ଖେଳାଳିଙ୍କୁ ଟ୍ରେନିଂ ଦିଆଯାଉଥିଲା। କିନ୍ତୁ ଆଇଏଏସ୍‌ ଅଫିସର ଜଣକ ତାଙ୍କ କୁକୁର ଚଲାଇବାକୁ ଆଣୁଥିବାରୁ ସେମାନଙ୍କୁ ସନ୍ଧ୍ୟା ୭ଟାରେ ବିଦା କରିଦିଆଯାଉଛି। ଏଥିଯୋଗୁ ଟ୍ରେନିଂ ଓ ଅଭ୍ୟାସ ବାଧାପ୍ରାପ୍ତ ହେଉଛି ବୋଲି ସମ୍ପୃକ୍ତ କୋଚ୍‌ କହିଛନ୍ତି। ତେବେ ଏହି ଅଭିଯୋଗକୁ ସଚିବ ଖିରଓ୍ବାର ଖଣ୍ଡନ କରିଛନ୍ତି। ସେ ବେଳେବେଳେ ତାଙ୍କ କୁକୁରକୁ ଷ୍ଟାଡିୟମ ନେଇ ଯାଆନ୍ତି ବୋଲି ସ୍ବୀକାର କରିଛନ୍ତି। କିନ୍ତୁ ଆଥ୍‌ଲେଟଙ୍କ ଅଭ୍ୟାସ କିମ୍ବା ଟ୍ରେନିଂ ବାଧାପ୍ରାପ୍ତ ହେଲାଭଳି ସେ କୌଣସି କାମ କରି ନ ଥିବା କହିଛନ୍ତି। କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର ଏହାକୁ କ୍ଷମତାର ଅପବ୍ୟବହାର ବୋଲି କହିବା ସହ ଅଫିସର ଏଥିପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି। ଖେଳାଳିଙ୍କୁ ବାହାର କରି ଷ୍ଟାଡିୟମରେ ବାବୁଙ୍କ କୁକୁରକୁ ଚଲାଇବା ଲଜ୍ଜାଜନକ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri