Posted inଜାତୀୟ

ମୁଁ ପ୍ରଶ୍ନ ପଚାରିବା ବନ୍ଦ କରିବି ନାହିଁ: ରାହୁଲ…

ନୂଆଦିଲ୍ଲୀ,୨୫।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାର ସଦସ୍ୟ ଭାବରେ ଅଯୋଗ୍ୟ ହେବା ପରେ ଶନିବାର ଅପରାହ୍ନ ଗୋଟାଏରେ ଦଳ ମୁଖ୍ୟାଳୟରେ ଏକ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଦେଶରେ ଗଣତନ୍ତ୍ର ଉପରେ ଆକ୍ରମଣ ହେବା କଥା ପୂର୍ବରୁ ମୁଁ ଅନେକ ଥର କହିଛି। ଆମେ ପ୍ରତିଦିନ ଏହାର ଉଦାହରଣ ଦେଖୁଛୁ। ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆଦାନୀଙ୍କ ସମ୍ପର୍କ ବିଷୟରେ ମୁଁ ପ୍ରଶ୍ନ ପଚାରିଥିଲି, କିନ୍ତୁ ମୋତେ କହିବାକୁ ଅନୁମତି ଦିଆଯାଇ ନ ଥିଲା।

ନିୟମ ପରିବର୍ତ୍ତନ କରି ଆଦାନୀଙ୍କୁ ବିମାନବନ୍ଦର ଦିଆଯାଇଥିଲା, ମୁଁ ସଂସଦରେ ଏହା ବିଷୟରେ କହିଥିଲି। ମୁଁ ଆଦାନୀଙ୍କ ଉପରେ କେବଳ ଗୋଟିଏ ପ୍ରଶ୍ନ ପଚାରିଥିଲି। ମୁଁ ଏଭଳି ପ୍ରଶ୍ନ ପଚାରିବା ଜାରି ରଖିବି ଏବଂ ଭାରତରେ ଗଣତନ୍ତ୍ର ପାଇଁ ଲଢ଼ିବି।

ସଂସଦରେ ମୋର ଭାଷଣ ହଟାଇ ଦିଆଯାଇଥିଲା। ପରେ ମୁଁ ଲୋକସଭା ବାଚସ୍ପତିଙ୍କଠାରୁ ଏହାର ଉତ୍ତର ଲୋଡିଥିଲି। କିଛି ମନ୍ତ୍ରୀ ମୋ ବିଷୟରେ ମିଛ କହିଥିଲେ ଯେ ମୁଁ ବିଦେଶୀ ଶକ୍ତିଙ୍କ ସାହାଯ୍ୟ ମାଗିଥିଲି, କିନ୍ତୁ ମୁଁ ସେପରି କିଛି କରି ନାହିଁ। ମୁଁ ପ୍ରଶ୍ନ ପଚାରିବା ବନ୍ଦ କରିବି ନାହିଁ। ମୁଁ ପିଏମ ମୋଦି ଏବଂ ଆଦାନୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରିବି।

ମୁଁ ଏହି ଲୋକମାନଙ୍କୁ ଭୟ କରେ ନାହିଁ ସେମାନେ ଭାବନ୍ତି ଯେ ମୋର ସଦସ୍ୟତା ବାତିଲ କରି ଧମକ କିମ୍ବା ଜେଲ ପଠାଇ ସେମାନେ ମୋତେ ବନ୍ଦ କରି ପାରିବେ, କିନ୍ତୁ ମୁଁ ଭାରତର ଗଣତନ୍ତ୍ର ପାଇଁ ଲଢୁଛି ଏବଂ ଏହା ଜାରି ରଖିବି।

ମୁଁ ସତ୍ୟ ବ୍ୟତୀତ ଅନ୍ୟ କୌଣସି ଜିନିଷ ପ୍ରତି ଆଗ୍ରହୀ ନୁହେଁ। ମୁଁ କେବଳ ସତ କହୁଛି, ଏହା ମୋର କାମ ଏବଂ ମୁଁ ଅଯୋଗ୍ୟ କିମ୍ବା ଗିରଫ ହେଲେ ମଧ୍ୟ ଏହା ଜାରି ରଖିବି। ଏହି ଦେଶ ମୋତେ ସବୁକିଛି ଦେଇଛି ଏବଂ ସେଥିପାଇଁ ମୁଁ ଏହା କରିବି।

ରାହୁଲ କହିଛନ୍ତି, ଭାରତ ଯୋଡୋ ଯାତ୍ରା ସମୟରେ ମୋର କୌଣସି ଭାଷଣ ଦେଖନ୍ତୁ। ମୁଁ ସବୁବେଳେ କହିଛି ଯେ ସମସ୍ତ ସମାଜ ଏକ। କୌଣସି ଘୃଣା, ହିଂସା ହେବା ଉଚିତ ନୁହେଁ। ଏହା ଓବିସିର ବିଷୟ ନୁହେଁ, ଏହା ନରେନ୍ଦ୍ର ମୋଦି ଏବଂ ଆଦାନୀଙ୍କ ମଧ୍ୟରେ ସମ୍ପର୍କର ବିଷୟ। ଧ୍ୟାନକୁ ବିଭ୍ରାନ୍ତ କରିବା ପାଇଁ ଭାଜପା କାର୍ଯ୍ୟ କରେ। ବେଳେବେଳେ ଏହି ଦଳ ଓବିସି ବିଷୟରେ ଏବଂ ବିଦେଶୀ ଦେଶ ବିଷୟରେ କହିଥାଏ।

ଏହି ଗଣମାଧ୍ୟମ ସମ୍ମିଳନୀରେ ରାହୁଲଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ମଧ୍ୟ ଉପସ୍ଥିତ ଥିଲେ। ମାନହାନୀ ମାମଲାରେ ସୁରଟ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବାର ଗୋଟିଏ ଦିନ ପରେ ଲାହୁଲ ଶୁକ୍ରବାର ଲୋକସଭାର ସଦସ୍ୟ ଭାବରେ ଅଯୋଗ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

କ୍ୟାପଟେନ୍ ସ୍ମିତ ମଚ୍ଚାରଙ୍କର ମାସିକ ଦରମା କେତେ? ସିନିୟର କ୍ୟାପଟେନଙ୍କୁ ମିଳେ ଏସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦୁବାଇରୁ ତେଲ ଆଭିଭ ଯାଉଥିବା ବିମାନରେ ଜଣେ ଓମାନୀ ସହ-ପାଇଲଟ (କୋ-ପାଇଲଟ) ଭାରତୀୟ ପାଇଲଟ ସ୍ମିତ ମଚ୍ଚାରଙ୍କ ଉପରେ ଆକ୍ରମଣ କରି ବିମାନକୁ କ୍ରାସ କରାଇବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?