Posted inଫୁରସତ

‘ମୁଁ ଦୁନିଆ ଛାଡ଼ିଦେବି’

ଚପଳ ଶିଶୁ। ସେମାନଙ୍କର ମନ ସର୍ବଦା ଖେଳିବା, ବୁଲିବାରେ ବ୍ୟସ୍ତ। କିନ୍ତୁ ଆଜିର ପିଲାମାନେ ଟିଭି, ମୋବାଇଲ ଦେଖି ଏତେ ବଡ଼ ବଡ଼ କଥା ଶିଖୁଛନ୍ତି, ସେମାନଙ୍କ କଥା ଶୁଣି ବଡ଼ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ସୋସିଆଲ ମିଡିଆରେ ଏହିପରି ଏକ ଶିଶୁର ଭିଡିଓ ଭାଇରାଲ ହେଉଛି। ଯେଉଁଠି ପାଠପଢ଼ାରେ ଅସନ୍ତୋଷ ପ୍ରକାଶ କରି ନିଜ ମା’ଙ୍କୁ କିଛି କହୁଛି। ଯାହା ଶୁଣି ମା’ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭିଡିଓରେ, ପାଠପଢ଼ାରେ ଅସୁବିଧାରେ ପଡ଼ିଥିବା ଶିଶୁଟି ମା’ଙ୍କ ସହ ଘର କିମ୍ବା ବିଦ୍ୟାଳୟ ନୁହେଁ ପୂରା ଦୁନିଆ ଛାଡ଼ିବା ବିଷୟରେ କଥାବାର୍ତ୍ତା କରୁଛି। ପିଲାଟି ଏପରି ଜ୍ଞାନ କେଉଁଠୁ ଶିଖିଲା, ତାହା ଜଣା ନାହିଁ, କିନ୍ତୁ ଏ ଚପଳ ବୟସରେ ତା’ ପାଟିରୁ ଏପରି କଥା ଶୁଣିବା ଯେତିକି ହାସ୍ୟାସ୍ପଦ ସେତିକି ଅଜବ ମଧ୍ୟ।

ଭାଇରାଲ ଭିଡିଓରେ ପିଲାଟି ମା’ଙ୍କ ସହିତ ବସି ପାଠ ପଢୁଛି। ମଝିରେ ମଝିରେ ମା’ଙ୍କ ସହ କଥା ହେବା ବନ୍ଦ କରିଦେଉଛି। ତା’ ଚେହେରା ଦେଖିଲେ ଲାଗୁଛି ପିଲାଟିର ମନ ଆଦୌ ପାଠପଢ଼ା ପ୍ରତି ନାହିଁ। ସେ କହୁଛି, ‘ମା’ ମୁଁ ବ୍ୟସ୍ତ ମୋତେ କାହିଁକି ଏହି ଦୁନିଆକୁ ଅଣାଯାଇଛି? ମୁଁ ଏହି ଦୁନିଆ ଛାଡ଼ି ଚାଲିଯିବି। ମା’ ମଧ୍ୟ ତାଙ୍କୁ ପଚାରୁଛନ୍ତି, ତୁମେ କାହିଁକି ଛାଡ଼ିବ? ତେଣୁ ପିଲାଟି କହୁଛି, ମୁଁ ଏହି ଦୁନିଆରେ କିଛି ଅନୁଭବ କରେ ନାହିଁ। ତା’ପରେ ମାଆ ପଚାରିଛନ୍ତି କାହିଁକି, ସେ କହୁଛି ତୁମେ ଭଲ ନୁହଁ। ମୋତେ ପଢ଼ିବାକୁ ଭଲ ଲାଗୁନି।

ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ୟୁଜରମାନେ ପିଲାଟିର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏତେ ଛୋଟ ପିଲା ମୁଣ୍ଡରେ ଏମିତି ବୁଦ୍ଧି କେଉଁଠୁ ଆସିଲା। ଭିଡିଓଟି daiviksharma28 ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଶେୟାର କରାଯାଇଛି। ଏହାକୁ ୪.୬ ମିଲିୟନରୁ ଅଧିକ ଅର୍ଥାତ୍‌ ୪୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ୪ ଲକ୍ଷ ଲୋକ ଏହାକୁ ପସନ୍ଦ କରିଛନ୍ତି। ୟୁଜରମାନେ କହିଛନ୍ତି, ପାଠପଢ଼ା ତାକୁ ବହୁତ କଷ୍ଟ। ଏଥିପ୍ରତି ତା’ର ଆଦୌ ଆଗ୍ରହ ନାହିଁ। ଯେଉଁଥିପାଇଁ ଶିଶୁଟି ଏପରି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri